ନବଜାତ କାମଳ

ଉଇକିପିଡ଼ିଆ‌ରୁ
ନବଜାତ କାମଳ ବା ନିଓନାଟାଲ ଜଣ୍ଡିସ (Neonatal jaundice)
ନିଓନାଟାଲ ହାଇପରବିଲିରୁବିନେମିଆ (Neonatal hyperbilirubinemia), ନିଓନାଟାଲ ଇକ୍ଟେରସ (neonatal icterus), ଜଣ୍ଡିସ ଇନ ନିଉବର୍ଣ୍ଣ (jaundice in newborns)
ନବଜାତ କାମଳ (Jaundice in a newborn)
ବିଭାଗଶିଶୁରୋଗ ବିଜ୍ଞାନ (Pediatrics)
ଲକ୍ଷଣଚର୍ମ (skin) ଓ (ଚକ୍ଷୁର ଧଳା ଅଂଶ (ହଳଦିଆ|) ଦେଖାଯାଏ[୧]
ଆକ୍ରାନ୍ତ ସମୟନବଜାତ ଶିଶୁ[୧]
କାରଣହେମୋଲାଇସିସ ବା ଭଙ୍ଗା ଲୋହିତ ରକ୍ତ କଣିକା (Red blood cell breakdown), ଯକୃତ ରୋଗ (liver disease), ସଂକ୍ରମଣ (infection), ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (hypothyroidism), ମେଟାବୋଲିକ ରୋଗ (metabolic disorders)[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ଓ ବିଲିରୁବିନ ଉପସ୍ଥିତି (bilirubin)[୧]
ଚିକିତ୍ସାଅଧିକ ଥର ଖୁଏଇବା, ଫୋଟୋଥେରାପି (phototherapy), ବିନିମୟ ଟ୍ରାନ୍ସଫ୍ୟୁଜନ (exchange transfusions)[୧]
ପୁନଃପୌନିକ>୫୦% ଶିଶୁ[୧]

ନବଜାତ କାମଳ (ଇଂରାଜୀ ଭାଷାରେ Neonatal jaundice) ଏକ ରୋଗ ଯେଉଁଥିରେ ଅଧିକ ବିଲିରୁବିନ (bilirubin) ସ୍ତର ଥିବାରୁ ନବଜାତ ଶିଶୁର ଚକ୍ଷୁର ଧଳା ଅଂଶ (white part of the eyes) ଓ ଚର୍ମର (skin) ରଙ୍ଗ ହଳଦିଆ (yellowish discoloration) ଦେଖାଯାଏ ଯାହାକୁ ଜଣ୍ଡିସ କୁହାଯାଏ ।[୧] ଶିଶୁ ଅତ୍ୟଧିକ ନିଦ୍ରାଳୁ ହୁଏ ଓ କମ ଖାଦ୍ୟ ଖାଏ ।[୧] ରୋଗ ଜଟିଳ ହେଲେ ବାତ (Seizures), ସେରେବ୍ରାଲ୍ ପାଲ୍‌ସିକେର୍ନିକ୍ଟେରସ (kernicterus) ହୋଇପାରେ ।[୧]

ଅନେକ ନବଜାତ କାମଳ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଶରୀରତ୍ତ୍ୱିକ କାରଣ ଥିବା ଜଣାଯାଏ ନାହିଁ ।[୨] ଅନ୍ୟ ଅନେକ କେଶ୍‌ରେ ହେମୋଲାଇସିସ ବା ଭଙ୍ଗା ଲୋହିତ ରକ୍ତ କଣିକା (Red blood cell breakdown), ଯକୃତ ରୋଗ (liver disease), ସଂକ୍ରମଣ (infection), ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (hypothyroidism), ମେଟାବୋଲିକ ରୋଗ (metabolic disorders) ଏହାର କାରଣ ଥିବା ଜଣାଯାଏ ।[୨][୧] ରକ୍ତରେ ବିଲିରୁବିନ ସ୍ତର ୩୪μମୋଲ/ଲିରୁ (୨୮ମି:ଗ୍ରା:/ଡେ:ଲି:) ଅଧିକ ଥାଏ ।[୧] ପ୍ରାୟତଃ ସୁସ୍ଥ ଥିବା ଶିଶୁଙ୍କର ୧୮ମି:ଗ୍ରା:/ଡେ:ଲି:ରୁ ଅଧିକ ଥିଲେ ଚିନ୍ତାର କାରଣ ହୁଏ ଯଦି ଜନ୍ମର ପ୍ରଥମ ଦିନରେ କାମଳ ଥାଏ, ବିଲିରୁବିନ ସ୍ତର ଦୃତ ଗତିରେ ବଢ଼ିଲେ, କାମଳ ୨ ସପ୍ତାହରୁ ଅଧିକ ରହିଲେ ଓ ଶିଶୁ ଅସୁସ୍ଥ ହେଲେ ।[୧] ଏହି ଭଳି ଅବସ୍ଥା ଥିଲେ କାରଣ ଅନୁସନ୍ଧାନ କରିବା ଆବଶ୍ୟକ ହୁଏ ।[୧]

ଶିଶୁର ବୟସ, ଅନ୍ତର୍ନିହିତ କାରଣ ଓ ବିଲିରୁବିନ ସ୍ତର ଉପରେ ଚିକିତ୍ସା ନିର୍ଭର କରେ ।[୧][୩] ଚିକିତ୍ସା ସମୟରେ ଅଧିକ ଥର ଖୁଏଇବା, ଫୋଟୋଥେରାପି (phototherapy) ଓ ବିନିମୟ ଟ୍ରାନ୍ସଫ୍ୟୁଜନ (exchange transfusions) ଆବଶ୍ୟକ ହୋଇପାରେ ।[୧] ସମୟ ପୂର୍ବ ଜାତ ଶିଶୁର ତୁରନ୍ତ ସତର୍କ ଚିକିତ୍ସା ଆବଶ୍ୟକ ହୁଏ ।[୧] ଶରୀରତାତ୍ତ୍ୱିକ କାମଳ ସାଧାରଣତଃ ୭ ଦିନରେ ଭଲ ହୋଇଯାଏ ।[୧] ନବଜାତ ଶିଶୁ ମଧ୍ୟରୁ ଏହି ରୋଗୀମାନଙ୍କର ପ୍ରଥମ ସପ୍ତାହ ମଧ୍ୟରେ କାମଳ ଦେଖାଯାଏ ।[୧] ସମୟ ପୂର୍ବ ଜାତ ଶିଶୁଙ୍କ ମଧ୍ୟରୁ ପ୍ରାୟ ୮୦% ଶିଶୁ ଏହି ରୋଗର ଶିକାର ହୁଅନ୍ତି ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Neonatal Hyperbilirubinemia". Merck Manuals Professional Edition (in କାନାଡିୟ ଇଂରାଜୀ). August 2015. Retrieved 11 December 2017.
  2. ୨.୦ ୨.୧ ୨.୨ ୨.୩ "Jaundice in newborn babies under 28 days | Guidance and guidelines". NICE. October 2016. Retrieved 11 December 2017.
  3. "Jaundice in newborn babies under 28 days". NICE. October 2016. Retrieved 11 December 2017.