ଛିନ୍ନମସ୍ତା

ଉଇକିପିଡ଼ିଆ ରୁ
Jump to navigation Jump to search
ଛିନ୍ନମସ୍ତା
Chinnamasta1800.JPG
A Kangra painting (c. 1800 CE) of Chhinnamasta.
Devanagari छिन्नमस्ता
Affiliation ମହାବିଦ୍ୟା, ଦେବୀ
Abode ଶ୍ମସାନ
Mantra Srim hrim klim aim Vajravairocaniye hum hum phat svaha
Weapon khatri – scimitar
Consort ଶିବ

ଦେବୀ ଛିନ୍ନମସ୍ତା ଦଶ ମହାବିଦ୍ୟାଙ୍କ ମଧ୍ୟରୁ ଅନ୍ୟତମ । ଦଶମହାବିଦ୍ୟା ମଧ୍ୟରେ ସବୁଠାରୁ ପ୍ରଚଣ୍ଡ ମୂର୍ତ୍ତି ଧାରଣ କରିଛନ୍ତି ତେଣୁ ତାଙ୍କୁ ପ୍ରଚଣ୍ଡଚଣ୍ଡୀ ମଧ୍ୟ କୁହାଯାଏ । [୧]ନିଜ ଛିନ୍ନ ଗଳଦେଶରୁ ନିର୍ଗତ ରୁଧିର ଧାର ପାନ କରିବାରେ ଛିନ୍ନମସ୍ତା ସର୍ବଦା ପ୍ରମତ୍ତ । ଛିନ୍ନମସ୍ତାଙ୍କ ଦୁଇ ପାର୍ଶ୍ଵରେ ଅଛନ୍ତି ବର୍ଣ୍ଣିନୀ ଓ ଡାକିନୀ । ସେ ଦୁହେଁ ମଧ୍ୟ ଛିନ୍ନମସ୍ତାଙ୍କ ରୁଧିର ପାନ କରିଥାନ୍ତି । ଛିନ୍ନମସ୍ତାଙ୍କ ଅନ୍ୟନାମ ବୈରୋଚନୀ, ସେ ସମସ୍ତ ଶତୃ ସଂହାର କାରିଣୀ, ଯୋଗସିଦ୍ଧିଦାୟିନୀ, ସମସ୍ତ ଦୁର୍ଭାଗ୍ୟ ନାଶକାରିଣୀ । ଏହାଙ୍କ ଶିବ ହେଲେ କବନ୍ଧ । ଧୂମାବତୀ ଦୀର୍ଘାଙ୍ଗୀ, ମଳିନବସ୍ତ୍ର ପରିହିତା ତଥା ବିଧବାରୂପ ଧାରିଣୀ, ତେଣୁ ସେ ଶିବଙ୍କ ବିନା ପୂଜିତା । ତାଙ୍କର ଗୋଟିଏ ହସ୍ତରେ ଅଛି କୁଲା, ଅନ୍ୟ ହସ୍ତରେ ବରମୁଦ୍ରା । ସେ ଦୁଃଖହାରିଣୀ, ବାଦବିବାଦରୁ ମୁକ୍ତିଦାୟିନୀ ଏବଂ ମୋକ୍ଷଦାୟିନୀ । ଦେବୀଙ୍କର ଏହି ରୂପ ନିଜ ମସ୍ତକ ନିଜେ ଛେଦନ କରି ଧରିଥିବାର ଦେଖାଯାଆନ୍ତି । ତାଙ୍କ କଣ୍ଠରୁ ବାହାରୁଥିବା ରୁଧିର ପ୍ରାଣ ଶକ୍ତିର ପ୍ରତୀକ, ଏହା ତ୍ରିଧାରାରେ ପ୍ରବାହିତ । ଗୋଟିଏ ଧାରା ସ୍ୱମୁଖକୁ, ଯାହା ଦର୍ଶାଏ କି ସେ ସ୍ୱୟଂସ୍ଥିତା ୤ ଅନ୍ୟ ଦୁଇଧାରା ତାଙ୍କଦ୍ୱାରା ସଖୀ ଡାକିନୀ ଓ ବର୍ଣ୍ଣିନୀଙ୍କ ମୁହଁକୁ ପ୍ରବାହିତ ଯାହା ସଚରାଚର ଜୀବଜଗତକୁ ଦର୍ଶାଏ । ଛିନ୍ନମସ୍ତକ ମୁକ୍ତିର ପ୍ରତୀକ ୤ ମସ୍ତକ ଛିନ୍ନକରି ଦେବୀ ତାଙ୍କର ପ୍ରକୃତ ସ୍ୱରୂପ ଦର୍ଶାଇଛନ୍ତି଼। ଯାହା ଶାଶ୍ୱତ,ମୁକ୍ତ ଓ ଅସୀମ । ଏହା ବନ୍ଧନ ଓ ତ୍ୱରୁ ମୁକ୍ତିର ପ୍ରତୀକ,ତାଙ୍କ ନଗ୍ନତା ତାଙ୍କ ବିରାଟ ସ୍ୱରୂପର ପ୍ରତୀକ ଯାହାକୁ କୌଣସି ଆବରଣ ଭିତରେ ରଖିବା ଅସମ୍ଭବ। ସେ ପୂର୍ଣ୍ଣ ସ୍ୱରୂପା,ମୁଣ୍ଡମାଳା ଦିବ୍ୟସୃଷ୍ଟିର ପ୍ରତୀକ ରତିକ୍ରୀଡା ମଗ୍ନ ରତି ଓ କାମଦେବଙ୍କ ଉପରେ ଦଣ୍ଡାୟମାନ ଦେବୀ,ବାସନା ଓ ଇନ୍ଦ୍ରିୟଭୋଗରୁ ମୁକ୍ତିର ବାର୍ତ୍ତାଦିଅନ୍ତି । ତାଙ୍କ ଗଳାରୁ ବାହାରି ଥିବା ତ୍ରିଧାରା ରକ୍ତ ମଧ୍ୟ ତିନି ନାଡି ଇଦା, ପିଙ୍ଗଳା ଓ ଶୁଷୁମ୍ନା ଦେଇ ଚେତନାର ପ୍ରବାହର ପ୍ରତୀକ । କାମ ଏବଂ ରତି ଶୁଷୁମ୍ନା ଦେଇ ଜାଗ୍ରତ କୁଣ୍ଡଳିନୀ ଶକ୍ତି ପ୍ରବାହର ପ୍ରତୀକ ମଧ୍ୟ ଯାହା ଅଜ୍ଞାନତାକୁ ଦୂରକରେ । ସହଶ୍ରାର ଚକ୍ରରେ ସୃଷ୍ଟି ହୋଇଥିବା ଅମାପ ଶକ୍ତି ଯୋଗୁଁ ମୁଣ୍ଡ ଶରୀରରୁ ଅଲଗା ହୋଇଯାଇଛି ବୋଲି ବିଚାର କରାଯାଏ ।୤ଅର୍ଥାତ୍‌ ମୂଳାଧାର ଚକ୍ରର ଶକ୍ତି, ସହଶ୍ରାର ଚକ୍ରରେ ଶିବଙ୍କ ସହିତ ସମ୍ମିଳିତ ହେବା ଆତ୍ମ ଜ୍ଞାନପ୍ରାପ୍ତିର ଆଧାର, ଛିନ୍ନମସ୍ତାଙ୍କୁ ତ୍ରିଗୁଣମୟୀ ମଧ୍ୟ କୁହାଯାଏ । ଯେହେତୁ ତାଙ୍କଠାରେ ସତ୍ୱ, ରଜ ଓ ତମର ସମାହାର ଦେଖାଯାଏ। ବାମପଟେ ଡାକିନୀ ଶ୍ୟାମା(ତମ) ଏବଂ ଦକ୍ଷିଣପଟେ ବର୍ଣ୍ଣିନୀ ରକ୍ତ ବର୍ଣ୍ଣା(ରଜ) ଓ ମଝିରେ ଛିନ୍ନମସ୍ତା ଶୁଭ୍ରା(ସତ୍ୱ) ତିନିଗୁଣର ପରିଚାରିକା। [୨]

ଆବିର୍ଭାବ[ସମ୍ପାଦନା]

ଥରେ ଦେବୀ ଜୟା-ବିଜୟା ନାମ୍ନୀ ଦାସୀଦ୍ୱୟଙ୍କ ସହିତ ମନ୍ଦାକିନୀ ନଦୀକୁ ଅବଗାହନ କରିବାକୁ ଯାଇଥିଲେ ୤ ସେଠାରେ ସ୍ନାନ ସାରିବା ପରେ ସଖୀଦ୍ୱୟ ନିଜ ନିଜର କ୍ଷୁଧା ଓ ତୃଷା ଦୂରକରିବା ପାଇଁ ଶୀଘ୍ର ଖାଦ୍ୟପେୟ ଦେବାଲାଗି ଦେବୀଙ୍କୁ କାତର କଣ୍ଠରେ ପ୍ରାର୍ଥନା କଲେ ୤ ଦେବୀ ଥରେ ଦୁଇଥର ଆଶ୍ୱାସନା ଦେଲେ; କିନ୍ତୁ ସଖୀଦ୍ୱୟ କ୍ଷୁଧାତୃଷାର ଜ୍ୱାଳା ସହିନପାରି, ପୁନର୍ବାର ଦେବୀଙ୍କୁ ଖାଦ୍ୟପେୟ ଯୋଗାଇଦେବା ଲାଗି ମିନତିଭରା କଣ୍ଠରେ ନିବେଦନ କରି କହିଲେ, “ ଜଗଜ୍ଜନନୀ ! ଆମେ ଦୁହେଁ ଯେଉଁ ଖାଦ୍ୟପେୟରେ ପରିତୃପ୍ତା ହେବୁ, ଶୀଘ୍ର ତାହାର ବ୍ୟବସ୍ଥା କରନ୍ତୁ ୤” ଦେବୀ ଏହା ଶୁଣି ନିଜର ବାମନଖଦ୍ୱାରା ମସ୍ତକ ଛିନ୍ନ କରି ଧାରଣ କଲେ ୤ କଣ୍ଠରୁ ତ୍ରିଧାରାରେ ରକ୍ତ ନିର୍ଗତ ହୋଇ ବାମ ଦକ୍ଷିଣ ପାଖରେ ଛିଡ଼ା ହୋଇଥିବା ଦୁଇସଖୀଙ୍କ ମୁଖରେ ଦୁଇଧାର ପଡ଼ିଲା ଏବଂ ସନ୍ଧ୍ୟାରେ ନିଜର ଛିନ୍ନମୁଣ୍ଡରେ ପତିତ ହେଲା ୤ ତହୁଁ ଦେବୀ ‘ଛିନ୍ନମସ୍ତା’ ନାମ ଧାରଣ କଲେ ୤ ଆଉ ମଧ୍ୟ ‘ସ୍ୱତନ୍ତ୍ର ତନ୍ତ୍ର’ରୁ ଜଣାଯାଏ ଯେ, ଦେବୀ ଶିବଙ୍କ ସହିତ ମହାସୁରତରେ ରତଥିବା ସମୟରେ ସ୍ୱାମୀଙ୍କର ରେତସ୍ଖଳନ ସମୟରେ ସେ ପ୍ରଚଣ୍ଡ ରୂପ ଧାରଣ କଲେ ୤ ସେହି ସମୟରେ ସେ ନିଜ ଶରୀରରୁ ‘ଡାକିନୀ’ ଓ ‘ବର୍ଣ୍ଣିନୀ’ ନାମ୍ନୀ ଦୁଇଟି ଶକ୍ତି ଜାତ କରିଥିଲେ ୤ ଥରେ ଦେବୀ ସେ ସଖୀଦ୍ୱୟଙ୍କ ଗହଣରେ ‘ପୁଷ୍ପଭଦ୍ରା’ ନଦୀତୀରକୁ ଗମନ କରି, ସେ ଦୁହିଁଙ୍କ ତୃଷା ମେଣ୍ଟାଇବା ଲାଗି ସ୍ୱମସ୍ତକ ଛିନ୍ନ କରିଥିଲେ ୤ [୩]

ଶାସ୍ତ୍ର[ସମ୍ପାଦନା]

ଉପାସନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Daniélou, Alain (୧୯୯୧). The Myths and Gods of India: The Classic Work on Hindu Polytheism from the Princeton Bollingen Series. Inner Traditions / Bear & Co. pp. ୨୮୪–୨୯୦. ISBN ୯୭୮-୦-୮୯୨୮୧-୩୫୪-୪. 
  2. ପୃଷ୍ଠା୧୩,୫.୧୧.୨୦୧୫,ସଂଚାର
  3. ପୃଷ୍ଠା-୨୨୬,ଓଡ଼ିଶାର ତନ୍ତ୍ର ସଂସ୍କୃତି,ISBN-81-7586-019-7

ବାହାର ତଥ୍ୟ[ସମ୍ପାଦନା]