ଚନ୍ଦ୍ରଘଣ୍ଟା

ଉଇକିପିଡ଼ିଆ‌ରୁ
ଚନ୍ଦ୍ରଘଣ୍ଟା
ଦେବୀ ଚନ୍ଦ୍ରଘଣ୍ଟା
ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିବା ଦେବୀ
Devanagariचंद्रघंटा
Affiliationଦେବୀ ଦୁର୍ଗାଙ୍କ ଅବତାର (ରୂପ)
ଗ୍ରହଚନ୍ଦ୍ର
Mantraपिण्डजप्रवरारुढा चण्डकोपास्त्रकैर्युता। प्रसादं तनुते मह्यं चन्द्रघण्टेति विश्रुता॥
Weaponତ୍ରିଶୁଳ, ପଦ୍ମ, ଗଦା, କମଣ୍ଡଳ, ଖଡ୍ଗ, ଧନୁ, ତୀର, ଜପମାଳା, ଅଭୟମୁଦ୍ରା, ଜ୍ଞାନ ମୁଦ୍ରା[୧]
ସ୍ୱାମୀ/ସ୍ତ୍ରୀଶିବ
Mountବାଘ

ହିନ୍ଦୁ ଧର୍ମରେ ଚନ୍ଦ୍ରଘଣ୍ଟା ଦେବୀ ଦୁର୍ଗାଙ୍କର ତୃତୀୟ ନବଦୁର୍ଗା ବେଶ ଏବଂ ନବରାତ୍ରୀର ତୃତୀୟ ଦିନରେ (ନବଦୁର୍ଗାର ନଅଟି ଦିବ୍ୟ ରାତି) ପୂଜା ପାଆନ୍ତି । ତାଙ୍କ ନାମ "ଚନ୍ଦ୍ରଘଣ୍ଟା"ର ଅର୍ଥ "ଯେ ଘଣ୍ଟି ଭଳି ଅର୍ଦ୍ଧଚନ୍ଦ୍ର ଆକାରର" । ତାଙ୍କ ମୂର୍ତ୍ତିରେ ମନ୍ଦ ବିରୋଧରେ ଲଢ଼ାଇ ପାଇଁ ତାଙ୍କର ନିରନ୍ତର ପ୍ରସ୍ତୁତିକୁ ସୂଚାଇ ତୃତୀୟ ଆଖି ସର୍ବଦା ଖୋଲା ରହିଥାଏ । ସେ ଚନ୍ଦ୍ରଖଣ୍ଡା, ବୃକ୍ଷବାହିନୀ ବା ଚନ୍ଦ୍ରିକା ନାମରେ ମଧ୍ୟ ପରିଚିତ । ଲୋକ ବିଶ୍ୱାସ ଅନୁସାରେ ସେ ତାଙ୍କର କୃପା ଓ ସାହସିକତାଦ୍ୱାରା ଲୋକଙ୍କୁ ସାହାଯ୍ୟ କରନ୍ତି । ତାଙ୍କ କୃପାରୁ ଶ୍ରଦ୍ଧାଳୁଙ୍କ ସମସ୍ତ ପାପ, କଷ୍ଟ, ଶାରୀରିକ ଓ ମାନସିକ କଷ୍ଟ ଓ ଭୂତ ପ୍ରତିବନ୍ଧକ ଆଦି ଦୂର ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି ।

ସ୍ୱରୂପ[ସମ୍ପାଦନା]

ଦେବୀ ଚନ୍ଦ୍ରଘଣ୍ଟାଙ୍କ ଶିରରେ ଅର୍ଦ୍ଧଚନ୍ଦ୍ର ଆକାରର ଏକ ଘଣ୍ଟି ଆକୃତିର ମୁକୁଟ ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ । ତାଙ୍କ ଶରୀରର ରଙ୍ଗ ସୁନା ପରି ଉଜ୍ଜ୍ୱଳ ସେ ଦଶଭୂଜା । ତାଙ୍କର ଦଶ ଭୂଜରେ ଖଡ୍ଗ ଆଦି ଶସ୍ତ୍ର ଏବଂ ଧନୁତୀର ଭଳି ଅସ୍ତ୍ରରେ ସଜାଯାଇଥାଏ ଓ ସିଂହ ତାଙ୍କର ବାହନ । ତାଙ୍କର ମୁଦ୍ରା ଯୁଦ୍ଧ ମୁଦ୍ରା ।[ଆଧାର ଲୋଡ଼ା]

ସାଧନା[ସମ୍ପାଦନା]

ହିନ୍ଦୁ ରୀତିନୀତି ଅନୁଯାୟୀ ମଣିଷର ମନ, ଶବ୍ଦ, କାର୍ଯ୍ୟ ଏବଂ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ଏବଂ ପବିତ୍ର ରଖି ଚନ୍ଦ୍ରଘଣ୍ଟାଙ୍କ ନିକଟରେ ଆତ୍ମ ସମର୍ପଣ କରିବା ଏବଂ ତାଙ୍କୁ ଉପାସନା କରାଯାଏ । ତାଙ୍କର ଧ୍ୟାନ ହିନ୍ଦୁ ଭକ୍ତମାନଙ୍କୁ ଇହଲୋକ ଓ ପରଲୋକ ଉଭୟକୁ ପରିତ୍ରାଣ ଦେଇଥାଏ ବୋଲି ବିଶ୍ୱାସ ରହିଛି । ଚନ୍ଦ୍ରଘଣ୍ଟା ଦେବୀ କମଳା ରଙ୍ଗ ପସନ୍ଦ କରନ୍ତି ବୋଲି ବିଶ୍ୱାସ ରହିଥିବାରୁ ଭକ୍ତମାନେ ପୂଜା ସମୟରେ କମଳା ରଙ୍ଗର ପୋଷାକ ପିନ୍ଧନ୍ତି ।[ଆଧାର ଲୋଡ଼ା]

ଲୋକବିଶ୍ୱାସ[ସମ୍ପାଦନା]

ହିନ୍ଦୁ ଧର୍ମର ଲୋକବିଶ୍ୱାସ ଅନୁସାରେ, ଦେବୀ ଚନ୍ଦ୍ରଘଣ୍ଟାଙ୍କ ଅନୁଗ୍ରହରେ, ସାଧକଙ୍କର ସମସ୍ତ ପାପ ଏବଂ ବାଧା ବିନଷ୍ଟ ହୋଇଯାଏ । ତାଙ୍କର ଉପାସନା ସଦ୍ୟ ଫଳପ୍ରଦ ହୋଇଥାଏ ଓ ଦେବୀ ଭକ୍ତମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରିଦିଅନ୍ତି ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି ।[ଆଧାର ଲୋଡ଼ା]

ମନ୍ତ୍ର[ସମ୍ପାଦନା]

ପିଣ୍ଡଜପ୍ରବରାରୂଢ଼ା ଚଣ୍ଡକୋପାସ୍ତ୍ରକୈର୍ଯୁକ୍ତା । ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ବିଶ୍ରୁତା।।

ଯା ଦେବୀ ସର୍ବଭୂତେଷୁ ମାଁ ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ  ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ॥

ଅର୍ଥ: ହେ ମା ଆମ୍ବେ! ଆପଣ ସର୍ବତ୍ର ବିରାଜିତ ଏବଂ ଚନ୍ଦ୍ରଘଣ୍ଟା ରୂପରେ ପ୍ରସିଦ୍ଧ ଅଟ, ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି। ହେ ମାତା, ମୋତେ ସମସ୍ତ ପାପରୁ ମୁକ୍ତ କର।

ଆଧାର[ସମ୍ପାଦନା]

  1. "What is Gyan Mudra?". inShape. Retrieved 13 October 2017.