ଚନ୍ଦନ ବୋଡ଼ା
ଚନ୍ଦନ ବୋଡ଼ା ମହାମଣ୍ଡଳ ଚନ୍ଦ୍ର ବୋଡ଼ା | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Viperidae |
Genus: | Daboia |
ଜାତି: | D. russelii |
ବାଇନୋମିଆଲ ନାମ | |
Daboia russelii (ଜର୍ଜ୍ ଶ ଓ ଫ୍ରେଡେରିକ୍ ପଲିଡୋର୍ ନୋଡ୍ଡର୍, ୧୭୯୭)
| |
ଚନ୍ଦନ ବୋଡ଼ା ସାପର ଭୌଗୋଳିକ ବ୍ୟାପ୍ତି | |
Synonyms | |
Vipera russelii, Daboia russelii, Vipera daboya |
ଚନ୍ଦନ ବୋଡ଼ା ବା ଚନ୍ଦ୍ର ବୋଡ଼ା ବା ମହାମଣ୍ଡଳ ସାପ (ଇଂରାଜୀ ଭାଷାରେ Russell's viper, ଜୀବବିଜ୍ଞାନ ନାମ Daboia russelii) ହେଉଛି ଭାଇପରିଡାଏ ପରିବାରର ଏକ ବିଷାକ୍ତ ସାପ ।[୧] ଏସିଆ ମହାଦେଶର ଭାରତୀୟ ଉପମହାଦେଶ, ଦକ୍ଷିଣ-ପୂର୍ବ ଏସିଆ, ଚୀନ ଓ ତାଇୱାନରେ ଏହି ସାପ ଦେଖିବାକୁ ମିଳନ୍ତି ।[୨] ଏହି ସାପର ଇଂରାଜୀ ନାମ ସ୍କଟ୍ ସର୍ପବିଜ୍ଞାନୀ ପ୍ୟାଟ୍ରିକ୍ ରସେଲ୍ଙ୍କ (୧୭୨୬-୧୮୦୫) ନାମାନୁସାରେ ରଖାଯାଇଛି ।[୩] ରସେଲ୍ ଭାରତର ବହୁ ସାପଙ୍କ ଜୀବବିଜ୍ଞାନ ବିବରଣୀ ପ୍ରଦାନ କରିଥିଲେ । ଚନ୍ଦନ ବୋଡ଼ା ପ୍ରଜାତିର ହିନ୍ଦୀ ଶବ୍ଦର ଅର୍ଥ ହେଲା – “ଲୁଚି ରହିଥିବା” ବା “ଲୁକ୍କାୟିତ ବିଚରଣ କରୁଥିବା” ।[୪] ଚନ୍ଦନ ବୋଡ଼ାର ଇଂରାଜୀ ଭାଷାରେ ରହିଥିବା ଆଉ ଏକ ସ୍ଥାନୀୟ ନାମ ହେଲା ଚେନ୍ ଭାଇପର୍ (chain viper) ।[୫][୬] ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ହଳଦିଆ ଦେହରେ ତିନି ଧାଡ଼ି ବଡ଼ ବଡ଼ କଳା ଗୋଲ ଚିହ୍ନଥିବା ଭୟାନକ ବିଷଧର ସାପକୁ ଚନ୍ଦନବୋଡ଼ା ବା ଚନ୍ଦ୍ର ବୋଡ଼ା କୁହାଯାଏ ।[୭] ଦେହରେ ଚନ୍ଦ୍ର ପରି ଚିହ୍ନ ରହିଥିବାରୁ ବଙ୍ଗଳା ଭାଷାରେ ମଧ୍ୟ ଏହି ସାପକୁ ଚନ୍ଦ୍ରୋବୋଡ଼ା ବୋଲି କୁହାଯାଏ । ମରାଠୀ ଭାଷାରେ ଏହି ସାପ ଘୋଣସ ନାମରେ ପରିଚିତ । ଭାରତରେ ଯେଉଁ ୪ ସାପଙ୍କ ଯୋଗୁଁ ସର୍ବାଧିକ ସାପକାମୁଡ଼ା ଦୁର୍ଘଟଣା ଘଟେ, ତା’ ମଧ୍ୟରେ ଚନ୍ଦନ ବୋଡ଼ା ଅନ୍ୟତମ । ନିଜ ଭୌଗୋଳିକ ବ୍ୟାପକତା, ଆକ୍ରମଣାତ୍ମକ ସ୍ୱଭାବ, ଜନବସତିପୂର୍ଣ୍ଣ ଅଞ୍ଚଳରେ ବାସ କରିବା ଇତ୍ୟାଦି କାରଣରୁ ଚନ୍ଦନ ବୋଡ଼ା ଅନ୍ୟ ବିଷାକ୍ତ ସାପଙ୍କ ତୁଳନାରେ ଅଧିକ ମାରାତ୍ମକ ।[୮]
ସାଧାରଣ ନାମ
[ସମ୍ପାଦନା]ଇଂରାଜୀ ଭାଷାରେ ବ୍ୟବହୃତ ସାଧାରଣ ନାମ D. russelii ଚନ୍ଦନ ବୋଡ଼ା,[୫][୯][୧୦] ଶିକୁଳି ବୋଡ଼ା,[୬][୧୦] ଭାରତୀୟ ଚନ୍ଦନ ବୋଡ଼ା,[୧୧][୧୨] ସାଧାରଣ ଚନ୍ଦନ ବୋଡ଼ା,[୧୩] ସେଭେନ୍ ପେସର୍,[୧୪] ଶିକୁଳି ସାପ ଓ କଇଁଚି ସାପ ଆଦି ସମସ୍ତ ନାମଙ୍କୁ ବୁଝାଏ ।[୧୫] ପୂର୍ବେ ସିଂହଳୀ ଚନ୍ଦନ ବୋଡ଼ାକୁ ଏକ ଉପପ୍ରଜାତି D. r. pulchella ରୂପେ ବିବେଚିତ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଏହାକୁ ଚନ୍ଦନ ବୋଡ଼ା ପ୍ରଜାତି ବୋଲି କୁହାଯାଉଛି ।[୧୩]
- ତାମିଲ ଭାଷା - கண்ணாடி விரியன் (କନ୍ନାଡ଼ି ୱିରିୟନ୍)
- ତେଲୁଗୁ ଭାଷା - రక్త పింజరి (ରକ୍ତ ପିଞ୍ଜାରି)
- କନ୍ନଡ଼ ଭାଷା - ಕೊಳಕು ಮಂಡಲ (କୋଳାକୁ ମଣ୍ଡଳା)
- ମାଲାୟାଲମ୍ ଭାଷା - അണലി, ചേന തണ്ടൻ (ଅନାଲି, ଚେନା ତାଣ୍ଡନ)
- ବଙ୍ଗଳା ଭାଷା - চন্দ্রবোড়া (ଚନ୍ଦ୍ରବୋଡ଼ା)
- ମରାଠୀ ଭାଷା - घोणस (ଘୋଣସ)
- ଗୁଜରାଟୀ ଭାଷା - ખડચિતડ
- ଓଡ଼ିଆ ଭାଷା - ଚନ୍ଦନ ବୋଡ଼ା, ଚନ୍ଦ୍ର ବୋଡ଼ା, ମହାମଣ୍ଡଳ
ଭୌଗୋଳିକ ବ୍ୟାପ୍ତି
[ସମ୍ପାଦନା]ଚନ୍ଦନ ବୋଡ଼ା ସାପ ଭାରତ, ଶ୍ରୀଲଙ୍କା, ବଙ୍ଗଳାଦେଶ, ନେପାଳ, ବ୍ରହ୍ମଦେଶ, ପାକିସ୍ତାନ, ଥାଇଲାଣ୍ଡ, କାମ୍ବୋଡ଼ିଆ, ତିବ୍ବତ, ଚୀନ, ଇଣ୍ଡୋନେସିଆ, ତାଇୱାନ ପ୍ରଭୃତି ଦେଶରେ ଦେଖିବାକୁ ମିଳନ୍ତି । ପ୍ୟାଟ୍ରିକ୍ ରସେଲ୍ଙ୍କ ଲେଖା (୧୭୯୬) ଅନୁସାରେ ଭାରତର କରମଣ୍ଡଳ ଉପକୂଳକୁ ଏହି ସାପଙ୍କ ମୂଳ ବାସସ୍ଥାନ (type locality) ବୋଲି କୁହାଯାଇଛି ।[୨]
୧୯୭୩ ମସିହାରେ ବ୍ରାଉନ୍ଙ୍କ ମତାନୁସାରେ ଭିଏତନାମ, ଲାଓସ ଓ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମଧ୍ୟ ଏହି ସାପ ଦେଖାଯାଉଥିଲେ ।[୧୪] ୧୯୩୭ ମସିହାରେ ରେମଣ୍ଡ୍ ଡିଟ୍ମାର୍ସ୍ ସୁମାତ୍ରାରୁ ଏକ ଚନ୍ଦନ ବୋଡ଼ାର ନମୁନା ପ୍ରାପ୍ତ କରିଥିବାର ଉଲ୍ଲେଖ ରହିଛି । କିନ୍ତୁ ଇଣ୍ଡୋନେସୀୟ ଦ୍ୱୀପସମୂହରେ ଏହି ସାପର ଉପସ୍ଥିତି ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।[୧୬]
ନିଜ ଭୌଗୋଳିକ ବ୍ୟାପ୍ତିରେ ଏହି ସାପଙ୍କ ସଂଖ୍ୟା କେଉଁଠି ଅଧିକ ତ କେଉଁଠି କମ୍ । ଭାରତର ପଞ୍ଜାବ ଅଞ୍ଚଳ, ପଶ୍ଚିମ ଉପକୂଳ (ବିଶେଷ କରି କର୍ଣ୍ଣାଟକ ରାଜ୍ୟରେ) ଓ ଉତ୍ତର ବଙ୍ଗର ଅପର ପାର୍ଶ୍ୱରେ ଏହି ସାପର ସଂଖ୍ୟା ଅଧିକ । କିନ୍ତୁ ଗାଙ୍ଗେୟ ଉପତ୍ୟକା, ଉତ୍ତର ବଙ୍ଗଳା ଓ ଆସାମ ପ୍ରଭୃତି ଅଞ୍ଚଳରେ ଏମାନଙ୍କ ସଂଖ୍ୟା କମ୍ । ବ୍ରହ୍ମଦେଶରେ ଏହି ସାପ ବହୁମାତ୍ରାରେ ଦେଖାଯାନ୍ତି । ଥାଇଲ୍ୟାଣ୍ଡର ପଟ୍ଟାୟା ଓ ଅନ୍ୟ ପର୍ଯ୍ୟଟନ ସହରମାନଙ୍କରେ ପ୍ରଚୁର ଖାଦ୍ୟ ମିଳୁଥିବାରୁ ମୂଷାଙ୍କ ସଂଖ୍ୟା ଅଧିକ ଓ ତେଣୁ ମୂଷାଙ୍କ ଶିକାର କରି ଖାଉଥିବା ଚନ୍ଦନ ବୋଡ଼ାଙ୍କ ସଂଖ୍ୟା ମଧ୍ୟ ଅଧିକ ।
ପରିବାସ
[ସମ୍ପାଦନା]ଏକ ନିର୍ଦ୍ଦିଷ୍ଟ ପରିବାସରେ ଚନ୍ଦନ ବୋଡ଼ା ଅଧିକ ମାତ୍ରାରେ ରହନ୍ତି ବୋଲି କହିହେବ ନାହିଁ । ଏହି ସାପ ବେଶୀ ଘଞ୍ଚ ଜଙ୍ଗଲରେ ରହନ୍ତି ନାହିଁ । ଖୋଲା, ଘାସ ପଡ଼ିଆ, ବୁଦାଳିଆ ଜଙ୍ଗଲ, ତୋଟା ବା ବଗିଚା, କୃଷିକ୍ଷେତ୍ର ଆଦି ସ୍ଥାନରେ ଏମାନଙ୍କୁ ଦେଖିବାକୁ ମିଳେ । ତେଣୁ ସମତଳ ଅଞ୍ଚଳ, ଉପକୂଳସ୍ଥ ସମଭୂମି ଓ ପାହାଡ଼ିଆ ଅଞ୍ଚଳରେ ଏମାନେ ସାଧାରଣତଃ ଦେଖାଯାନ୍ତି । ସମୁଦ୍ରପତନରୁ ୨୦୦୦-୩୦୦୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଏମାନେ ରହିବା ଦେଖାଯାଇଛି । ସନ୍ତସନ୍ତିଆ ଭୂମି, ବୃଷ୍ଟିବଣ ଓ ଜୁଆରିଆ ଅଞ୍ଚଳରେ ରହିବାକୁ ଏମାନେ ପସନ୍ଦ କରନ୍ତି ନାହିଁ ।[୫]
ଗାଁ-ସହର ପରି ଜନବସତି ଅଞ୍ଚଳରେ ମୂଷା ଅଧିକ ରହୁଥିବାରୁ ସେହି ଅଞ୍ଚଳରେ ଅଧିକାଂଶ ସମୟରେ ଚନ୍ଦନ ବୋଡ଼ା ସାପଙ୍କୁ ଦେଖିବାକୁ ମିଳେ । ତେଣୁ ଏପରି ଅଞ୍ଚଳରେ ଘର ବାହାରେ କାମ କରୁଥିବା ଲୋକ ଚନ୍ଦନ ବୋଡ଼ା ସଂସ୍ପର୍ଶରେ ଆସିବାର ସମ୍ଭାବନା ଅଧିକ । ନାଗ ଓ ଚିତି ସାପ ପରି ଏମାନେ ଘର ନିକଟକୁ ଚାଲିଆସିବାର ଉଦାହରଣ କମ୍ ।[୫]
ବ୍ୟବହାର
[ସମ୍ପାଦନା]ଚନ୍ଦନ ବୋଡ଼ା ସ୍ଥଳଚର ଏବଂ ଏମାନେ ମୁଖ୍ୟତଃ ରାତ୍ରି ସମୟରେ ଅଧିକ ସକ୍ରିୟ ରହନ୍ତି । ଥଣ୍ଡା ଦିନରେ ଏମାନେ ନିଜ ବିତରଣ ସମୟ ବଦଳାଇ ଦିବାଚର ପ୍ରକୃତି ମଧ୍ୟ ଦେଖାନ୍ତି ।[୫]
ଚନ୍ଦନ ବୋଡ଼ା ସାପ ଅଳସୁଆ ଓ ଧୀର ଗତିରେ ଗତି କରୁଥାଏ । କିନ୍ତୁ ସେମାନଙ୍କୁ ଅଧିକ ବିରକ୍ତ କଲେ ରାଗିଯାଇ ଆକ୍ରାମକ ହୋଇ ଉଠନ୍ତି । ଅଳ୍ପ ବୟସ୍କ ସାପଗୁଡ଼ିକ କିନ୍ତୁ ଅସ୍ଥିର ଓ ସତର୍କ ପ୍ରକୃତିର ।[୫]
ବିପଦର ଆଶଙ୍କା ପାଇଲେ ଚନ୍ଦନ ବୋଡ଼ା ସାପ ନିଜ ଶରୀରକୁ ଅର୍ଦ୍ଧ ଚନ୍ଦ୍ରାକାର କୁଣ୍ଡଳୀରେ ଗୁଡ଼େଇ ହୋଇଯାଏ । ନିଜ ଶରୀରର ପ୍ରଥମ ଏକ-ତୃତୀୟାଂଶ ଭାଗକୁ ଉଠାଇ ରଖି ହିସ୍-ହିସ୍ ଗର୍ଜନ କରେ । ଏହି ଗର୍ଜନର ଶବ୍ଦ ଅନ୍ୟ ସମସ୍ତ ସାପଙ୍କଠାରୁ ଅଧିକ ବୋଲି କୁହାଯାଏ । କାମୁଡ଼ିବାକୁ ଲମ୍ଫ ମାରିବା ବେଳେ ଏମାନେ ଏତେ ଶକ୍ତି ପ୍ରୟୋଗ କରନ୍ତି ଯେ ଓଜନିଆ ସାପ ମଧ୍ୟ କିଛି ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପଡ଼ିଥାଏ ।[୫] ଚନ୍ଦନ ବୋଡ଼ା ସାପ ବଳିଷ୍ଠ ଓ ଏମାନଙ୍କୁ ଧରିବାକୁ ଚେଷ୍ଟା କଲେ ଆକ୍ରାମକ ପ୍ରତିକ୍ରିୟା ଦେଖାଇଥାନ୍ତି ।[୮] କେବେ ଚନ୍ଦନ ବୋଡ଼ାର କାମୁଡ଼ା କ୍ଷଣମାତ୍ରକ ପାଇଁ ହୋଇପାରେ ତ ଆଉ କେବେ ଏମାନେ ଅନେକ ସେକେଣ୍ଡ୍ ପାଇଁ କାମୁଡ଼ି ଧରି ରଖିଥାନ୍ତି ।
ଯଦିଓ କ୍ରୋଟାଲିନାଏ ପରିବାରର ସାପଙ୍କ ପରି ଚନ୍ଦନ ବୋଡ଼ାଙ୍କର ଉତ୍ତାପ ସମ୍ବେଦନଶୀଳ ଅଙ୍ଗ ନାହିଁ, କିନ୍ତୁ ଭାଇପରିନାଏ ପରିବାରର ଏହି ସଦସ୍ୟ ଉତ୍ତାପର ପ୍ରଭାବରେ ପ୍ରତିକ୍ରିୟା ଦେଖାଇଥାଏ । ଏହି କାରଣରୁ ଏମାନଙ୍କର ତାପ ଚିହ୍ନଟ କରିବାର ଅଙ୍ଗ ଅଛି ବୋଲି ଏକ ଭୁଲ ଧାରଣା ରହିଆସିଛି ।[୧୭][୧୮] ଏମାନଙ୍କ ଶରୀରରେ ତାପ ସମ୍ବେଦନଶୀଳ ଅଙ୍ଗ କେଉଁଠି ଅଛି ତାହା ଅନିର୍ଦ୍ଦିଷ୍ଟ, କିନ୍ତୁ କିଛି ସ୍ନାୟୁର ଶେଷରେ ରହିଥିବା ସୁପର୍ନାଜାଲ୍ ଥଳୀ ତାପ ସମ୍ବେଦନ ଅଙ୍ଗ ପରି କାମ କରିଥାଏ ।[୧୯]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Daboia". Integrated Taxonomic Information System. Retrieved 31 July 2006.
- ↑ ୨.୦ ୨.୧ McDiarmid RW, Campbell JA, Touré TA (1999). Snake Species of the World: A Taxonomic and Geographic Reference, Volume 1. Washington, District of Columbia: Herpetologists' League. 511 pp. ISBN 1-893777-00-6 (series). ISBN 1-893777-01-4 (volume).
- ↑ Beolens, Bo; Watkins, Michael; Grayson, Michael (2011). The Eponym Dictionary of Reptiles. Baltimore: Johns Hopkins University Press. xiii + 296 pp. ISBN 978-1-4214-0135-5. (Daboia russelii, pp. 229-230).
- ↑ Weiner ESC, Simpson JA (editors) (1991). The Compact Oxford English Dictionary: New Edition. USA: Oxford University Press. ISBN 0-19-861258-3.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Mallow D, Ludwig D, Nilson G (2003). True Vipers: Natural History and Toxinology of Old World Vipers. Malabar, Florida: Krieger Publishing Company. 359 pp. ISBN 0-89464-877-2.
- ↑ ୬.୦ ୬.୧ Snakes of Thailand: Venomous snakes Archived 2016-03-30 at the Wayback Machine. at Siam-Info Archived 2016-05-06 at the Wayback Machine.. Retrieved 20 October 2006.
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ.
- ↑ ୮.୦ ୮.୧ Whitaker Z (1989). Snakeman: The Story of a Naturalist. Bombay: India Magazine Books. 184 pp. ASIN B0007BR65Y.
- ↑ Daboia russelii at the Reptarium.cz Reptile Database. Accessed 2 August 2007.
- ↑ ୧୦.୦ ୧୦.୧ . Retrieved 20 October 2006.
- ↑ Captive Care of the Russell's viper at VenomousReptiles.org. Retrieved 14 March 2007. Archived April 9, 2008, at the Wayback Machine.
- ↑ Somaweera A (2007). Checklist of the Snakes of Sri Lanka. Peradeniya, Sri Lanka: Department of Zoology, Faculty of Science, University of Peradeniya. PDF Archived 2008-09-20 at the Wayback Machine. at Sri Lanka Reptile Archived 2009-08-18 at the Wayback Machine.. Retrieved 14 March 2007.
- ↑ ୧୩.୦ ୧୩.୧ Mehrtens JM (1987). Living Snakes of the World in Color. New York: Sterling Publishers. 480 pp. ISBN 0-8069-6460-X.
- ↑ ୧୪.୦ ୧୪.୧ Brown JH (1973). Toxicology and Pharmacology of Venoms from Poisonous Snakes. Springfield, Illinois: Charles C. Thomas. 184 pp. LCCCN 73-229. ISBN 0-398-02808-7.
- ↑ United States Navy (1991). Poisonous Snakes of the World. New York: United States Government/Dover Publications Inc. 203 pp. ISBN 0-486-26629-X.
- ↑ Belt P, Warrell DA, Malhotra A, Wüster W, Thorpe RS (1997). Russell's viper in Indonesia: snakebite and systematics. In: Thorpe RS, Wüster W, Malhotra A (editors)). Venomous Snakes: Ecology, Evolution and Snakebite. Oxford: Clarendon Press. Symposia of the Zoological Society of London (70): 219–234.
- ↑ Krochmal AR, Bakken GS (August 2003). "Thermoregulation is the pits: use of thermal radiation for retreat site selection by rattlesnakes". J. Exp. Biol. 206 (Pt 15): 2539–45. doi:10.1242/jeb.00471. PMID 12819261.
- ↑ Krochmal AR, Bakken GS, LaDuc TJ (2004). "Heat in evolution's kitchen: evolutionary perspectives on the functions and origin of the facial pit of pitvipers (Viperidae: Crotalinae)". J. Exp. Biol. 207 (Pt 24): 4231–8. doi:10.1242/jeb.01278. PMID 15531644.
- ↑ York DS, Silver TM, Smith AA (1998). "Innervation of the supranasal sac of the puff adder". Anat. Rec. 251 (2): 221–5. doi:10.1002/(SICI)1097-0185(199806)251:2<221::AID-AR10>3.0.CO;2-Q. PMID 9624452.
ଆହୁରି ପଢ଼ନ୍ତୁ
[ସମ୍ପାଦନା]- Hawgood BJ (November 1994). "The life and viper of Dr Patrick Russell MD FRS (1727–1805): physician and naturalist". Toxicon. 32 (11): 1295–304. doi:10.1016/0041-0101(94)90402-2. PMID 7886689.
- Adler K, Smith HM, Prince SH, David P, Chiszar D (2000). "Russell's viper: Daboia russelii not Daboia russellii, due to Classical Latin rules". Hamadryad. 25 (2): 83–5.
- Boulenger GA (1890). The Fauna of British India, Including Ceylon and Burma. Reptilia and Batrachia. London: Secretary of State for India in Council. (Taylor and Francis, printers). xviii + 541 pp. ("Vipera russellii", pp. 420–421, Figure 123).
- Boulenger GA (1896). Catalogue of the Snakes in the British Museum (Natural History). Volume III., Containing the...Viperidæ. London: Trustees of the British Museum (Natural History). (Taylor and Francis, printers). xiv + 727 pp. + Plates I.- XXV. ("Vipera russellii", pp. 490–491).
- Breidenbach CH (1990). "Thermal cues influence strikes in pitless vipers". Journal of Herpetology. Society for the Study of Reptiles and Amphibians. 24 (4): 448–50. doi:10.2307/1565074. JSTOR 1565074.
- Cox M (1991). The Snakes of Thailand and Their Husbandry. Malabar, Florida: Krieger Publishing Company. 526 pp. ISBN 0-89464-437-8.
- Daniels JC (2002). Book of Indian Reptiles and Amphibians Mumbai: Bombay Natural History Society/Oxford University Press. viii + 238pp.
- Das I (2002). A Photographic Guide to Snakes and other Reptiles of India. Sanibel Island, Florida: Ralph Curtis Books. 144 pp. ISBN 0-88359-056-5. (Russell's viper, "Daboia russelii", p. 60).
- Dimitrov GD, Kankonkar RC (February 1968). "Fractionation of Vipera russelli venom by gel filtration. I. Venom composition and relative fraction function". Toxicon. 5 (3): 213–21. doi:10.1016/0041-0101(68)90092-5. PMID 5640304.
- Dowling HG (1993). "The name of Russell's viper". Amphibia-Reptilia. 14 (3): 320. doi:10.1163/156853893X00543.
- Gharpurey K (1962). Snakes of India and Pakistan. Bombay, India: Popular Prakishan. 79 pp.
- Groombridge B (1980). A phyletic analysis of viperine snakes. Ph-D thesis. City of London: Polytechnic College. 250 pp.
- Groombridge B (1986). "Phyletic relationships among viperine snakes". In: Proceedings of the third European herpetological meeting; 1985 July 5–11; Charles University, Prague. pp 11–17.
- Jena I, Sarangi A (1993). Snakes of Medical Importance and Snake-bite Treatment. New Delhi: SB Nangia, Ashish Publishing House. 293 pp.
- Lenk P, Kalyabina S, Wink M, Joger U [in ଜର୍ମାନ] (April 2001). "Evolutionary relationships among the true vipers (Reptilia: Viperidae) inferred from mitochondrial DNA sequences". Molecular Phylogenetics and Evolution. 19 (1): 94–104. doi:10.1006/mpev.2001.0912. PMID 11286494.
- Mahendra BC (1984). "Handbook of the snakes of India, Ceylon, Burma, Bangladesh and Pakistan". Annals of Zoology (Agra, India) 22.
- Master RW, Rao SS (July 1961). "Identification of enzymes and toxins in venoms of Indian cobra and Russell's viper after starch gel electrophoresis". J. Biol. Chem. 236: 1986–90. PMID 13767976.
- Minton SA Jr. (1974). Venom Diseases. Springfield, Illinois: CC Thomas Publishing. 386 pp.
- Morris PA (1948). Boy's Book of Snakes: How to Recognize and Understand Them. A volume of the Humanizing Science Series, edited by Jacques Cattell. New York: Ronald Press. viii + 185 pp. (Russell's viper, "Vipera russellii", pp. 156–157, 182).
- Naulleau G, van den Brule B (1980). "Captive reproduction of Vipera russelli". Herpetological Review. Society for the Study of Amphibians and Reptiles. 11: 110–2.
- Obst FJ (1983). "Zur Kenntnis der Schlangengattung Vipera". Zoologische Abhandlungen. Staatliches Museums für Tierkunde in Dresden. 38: 229–35. (in German).
- Reid HA (1968). "Symptomatology, pathology, and treatment of land snake bite in India and southeast Asia". In: Bucherl W, Buckley E, Deulofeu V (editors). Venomous Animals and Their Venoms. Vol. 1. New York: Academic Press. pp 611–42.
- Shaw G, Nodder FP (1797). The Naturalist's Miscellany. Volume 9. London: Nodder and Co. 65 pp. (Coluber russelii, new species, Plate 291).
- Shortt (1863). "A short account of the viper Daboia elegans (Vipera Russellii)". Annals and Magazine of Natural History. 11 (3): 384–5.
- Silva A de (1990). Colour Guide to the Snakes of Sri Lanka. Avon (Eng): R & A Books. ISBN 1-872688-00-4. 130 pp.
- Sitprija V, Benyajati C, Boonpucknavig V (1974). "Further observations of renal insufficiency in snakebite". Nephron. 13 (5): 396–403. doi:10.1159/000180416. PMID 4610437.
- Smith MA (1943). The Fauna of British India, Ceylon and Burma, Including the Whole of the Indo-Chinese Sub-region. Reptilia and Amphibia. Vol. III.—Serpentes. London: Secretary of State for India. (Taylor and Francis, printers). xii + 583 pp. ("Vipera russelli", pp. 482–485).
- Thiagarajan P, Pengo V, Shapiro SS (October 1986). "The use of the dilute Russell viper venom time for the diagnosis of lupus anticoagulants". Blood. 68 (4): 869–74. PMID 3092888.
- Maung-Maung-Thwin, Khin-Mee-Mee, Mi-Mi-Kyin, Thein-Than (1988). "Kinetics of envenomation with Russell's viper (Vipera russelli) venom and of antivenom use in mice". Toxicon. 26 (4): 373–8. doi:10.1016/0041-0101(88)90005-0. PMID 3406948.
{{cite journal}}
: CS1 maint: multiple names: authors list (link) - Mg-Mg-Thwin, Thein-Than, U Hla-Pe (1985). "Relationship of administered dose to blood venom levels in mice following experimental envenomation by Russell's viper (Vipera russelli) venom". Toxicon. 23 (1): 43–52. doi:10.1016/0041-0101(85)90108-4. PMID 3922088.
{{cite journal}}
: CS1 maint: multiple names: authors list (link) - Tweedie MWF (1983). The Snakes of Malaya. Singapore: Singapore National Printers Ltd. 105 pp. ASIN B0007B41IO.
- Vit Z (1977). "The Russell's viper". Prezgl. Zool. 21: 185–8.
- Wall F (1906). "The breeding of Russell's viper". Journal of the Bombay Natural History Society. 16: 292–312.
- Wall F (1921). Ophidia Taprobanica or the Snakes of Ceylon. Colombo, Ceylon [Sri Lanka]: Colombo Museum. (H.R. Cootle, Government Printer). xxii + 581 pp. ("Vipera russelli", pp. 504–529, Figures 91-92).
- Whitaker R (1978). Common Indian Snakes. New Delhi (India): MacMillan. 85 pp.
- Wüster W (1992). "Cobras and other herps in south-east Asia". British Herpetological Society Bulletin. 39: 19–24.
- Wüster W, Otsuka S, Malhotra A, Thorpe RS (1992). "Population Systematics of Russell's viper: A Multivariate Study". Biological Journal of the Linnean Society. 47 (1): 97–113. doi:10.1111/j.1095-8312.1992.tb00658.x.
- Zhao EM, Adler K (1993). Herpetology of China. Society for the Study of Amphibians and Reptiles. 522 pp. ISBN 0-916984-28-1.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Daboia russelii at the Reptarium.cz Reptile Database. Accessed 5 September 2007.
- Russell's viper at Michigan Engineering. Accessed 5 September 2007.
- Russell's viper at SurvivalIQ. Accessed 5 September 2007.
- Mark O'Shea in Sri Lanka Archived 2018-04-19 at the Wayback Machine. at Mark O'Shea. Accessed 5 September 2007.
- Common Poisonous Snakes in Taiwan Archived 2010-02-13 at the Wayback Machine. at Formosan Fat Tire. Accessed 5 September 2007.
- ୟୁ-ଟବ୍ରେ Video of Daboia russelii
. Accessed 5 September 2007.
. Accessed 5 September 2007.