ଧୂଳିଆ ବୋଡ଼ା ସାପ

ଉଇକିପିଡ଼ିଆ ରୁ
Jump to navigation Jump to search

ଧୂଳିଆ ବୋଡ଼ା ସାପ
Saw-scaled Viper (Echis carinatus) Photographed By Shantanu Kuveskar.jpg
ମହାରାଷ୍ଟ୍ରର ମାନଗାଓଁରେ ଏକ ଧୂଳିଆ ବୋଡ଼ା ସାପ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ଜଗତ: ୟୁକାରିଓଟା
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ଯ
ବିଭାଗ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାବର୍ଗ: ଟେଟ୍ରାପୋଡା
ବର୍ଗ: ରେପ୍ଟିଲିଆ
Order: Squamata
Suborder: Serpentes
Family: Viperidae
Genus: Echis
ଜାତି: Echis
ବାଇନୋମିଆଲ ନାମ
Echis
ବ୍ଲେସିୟସ୍ ମେରେମ୍, ୧୮୨୦
Synonyms
  • ଟକ୍ସିକୋଆ ଜନ୍ ଏଡ୍ୱାର୍ଡ୍ ଗ୍ରେ, ୧୮୪୯
  • ଟ୍ୟୁରାନେଖିସ୍ ଭ୍ଲାଡିମିର୍ ଆଲେକ୍‍ଜାଣ୍ଡ୍ରୋୱିଚ୍ ସେର୍ଲିନ୍, ୧୯୯୦[୧]

ଧୂଳିଆ ବୋଡ଼ା (ଇଂରାଜୀରେ Echis ବା saw-scaled vipers ବା carpet vipers[୨]) ଭାଇପରିନାଏ ପରିବାରର ଏକ ବିଷାକ୍ତ ସାପ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ମଧ୍ୟ-ପୂର୍ବ ଏସିଆଆଫ୍ରିକାର ଶୁଷ୍କ ଅଞ୍ଚଳରେ ଏହି ସାପ ଦେଖାଯାନ୍ତି । ଶତ୍ରୁକୁ ଡରାଇବା ପାଇଁ ଏହି ସାପ ନିଜ ଦେହର କାତିକୁ ପରସ୍ପର ସହିତ ଘଷି ଏକ ଶବ୍ଦ ସୃଷ୍ଟି କରେ ଯାହା ଏହାର ସ୍ୱାତନ୍ତ୍ର୍ୟ ।[୩] ଏହି ସାପର ଇଂରାଜୀ ନାମ ଏକିସ୍ (Echis) ଗ୍ରୀକ୍ ଭାଷାରେ ବୋଡ଼ା ସାପ ପାଇଁ ବ୍ୟବହୃତ ଶବ୍ଦ ἔχιςର ଲାଟିନ୍ ରୂପରୁ ଗୃହୀତ । ସାଧାରଣତଃ ଏହି ସାପକୁ ଇଂରାଜୀ ଭାଷାରେ "ସ-ସ୍କେଲ୍‍ଡ୍ ଭାଇପର୍ (saw-scaled vipers)" ବୋଲି କୁହାଯାଏ । ସମଗ୍ର ବିଶ୍ୱରେ ହେଉଥିବା ସାପ କାମୁଡ଼ା ଓ ମୃତ୍ୟୁ ଘଟଣାମାନଙ୍କରେ ଧୂଳିଆ ବୋଡ଼ା ଏକ ବଡ଼ ଅଂଶୀଦାର ।[୪] ଧୂଳିଆ ବୋଡ଼ା ପରିବାରର ୧୨ଟି ପ୍ରଜାତି ଅଦ୍ୟାବଧି ଚିହ୍ନଟ ହୋଇଛି ।[୫]

ବର୍ଣ୍ଣନା[ସମ୍ପାଦନା]

ଧୂଳିଆ ବୋଡ଼ା ସାପର କାତି
ଧୂଳିଆ ବୋଡ଼ାର ମୁଣ୍ଡ

ଧୂଳିଆ ବୋଡ଼ା ସାପ ଆକାରରେ ଛୋଟ । ଏମାନଙ୍କ ପରିବାରର ସବୁଠାରୁ ବଡ଼ ପ୍ରଜାତିଗୁଡ଼ିକ ହେଲେ – ଧଳା-ପେଟ ଧୂଳିଆ ବୋଡ଼ା (Echis leucogaster) ଓ ମିଶରୀୟ ଧୂଳିଆ ବୋଡ଼ା (Echis pyramidum) ଓ ଏମାନଙ୍କ ଦୈର୍ଘ୍ୟ ୯୦ ସେଣ୍ଟିମିଟରରୁ କମ୍ । ସବୁଠାରୁ ଛୋଟ ଧୂଳିଆ ବୋଡ଼ା ପ୍ରଜାତି ହେଲେ – ହ୍ୟୁଗ୍ ଧୂଳିଆ ବୋଡ଼ା (Echis hughesi) ଓ ୟୋଗର୍ ଧୂଳିଆ ବୋଡ଼ା (Echis jogeri) ଓ ଏହି ଦୁଇ ପ୍ରଜାତିର ସାପଙ୍କ ଦୈର୍ଘ୍ୟ ୩୦ ସେଣ୍ଟିମିଟର ପାଖାପାଖି ।

ଧୂଳିଆ ବୋଡ଼ାର ମୁଣ୍ଡ ଛୋଟ ଓ ସାମାନ୍ୟ ଚଉଡ଼ା । ମୁଣ୍ଡ ଚଉଡ଼ା ହୋଇଥିବାରୁ ଶରୀରରେ ବେକ ଓ ମୁଣ୍ଡ ସ୍ପଷ୍ଟ ଭାବେ ବାରି ହୁଏ । ମୁହଁ ପାଖଟି ଛୋଟ ଓ ଅର୍ଦ୍ଧ ଗୋଲାକାର । ମୁଣ୍ଡର ଅନ୍ୟ ଅଂଶ ଅନୁପାତରେ ଆଖିଗୁଡ଼ିକ ସାମାନ୍ୟ ବଡ଼ । ଶରୀରଟି ପତଳା ଓ ସିଲିଣ୍ଡରାକୃତି । ଏହାର କାତି ଗୁଡ଼ିକ ଛୋଟ ଛୋଟ କଣ୍ଟା ପରି । କାତିଗୁଡ଼ିକ କରତ ଧାର ପରି ତେରଛା ଭାବେ ରହିଥିବାରୁ ଏହାକୁ ଇଂରାଜୀ ଭାଷାରେ Saw-scaled viper – କରତ ଧାର ପରି କାତିଯୁକ୍ତ ବୋଡ଼ା ବୋଲି କୁହାଯାଇଥାଏ । ଏହି ସାପର ଲାଞ୍ଜଟି ଛୋଟ ।[୩]

ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲ୍ ପୁସ୍ତକରେ ବର୍ଣ୍ଣିତ ଭୟଙ୍କର ଉଡ଼ନ୍ତା ସର୍ପ (fiery flying serpent) ଏହି ଧୂଳିଆ ବୋଡ଼ା ସାପ ହୋଇଥିବା ଅନୁମାନ କରାଯାଏ ।[୬]

ଭୌଗୋଳିକ ବ୍ୟାପ୍ତି[ସମ୍ପାଦନା]

(ଉପରୁ ତଳ) ସୋଭିଏତ୍ ସଂଘ, ତାଜିକିସ୍ତାନ ଓ ତୁର୍କମେନିସ୍ତାନର ଡାକ ଟିକଟରେ ଧୂଳିଆ ବୋଡ଼ାର ଚିତ୍ର

ଧୂଳିଆ ବୋଡ଼ା ପାକିସ୍ତାନ, ଭାରତ (ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଞ୍ଜାବ, ଓଡ଼ିଶା), ଶ୍ରୀଲଙ୍କା, ମଧ୍ୟ-ପୂର୍ବ ଏସିଆଆଫ୍ରିକା ମହାଦେଶରେ ବିଷୁବ ରେଖାର ଉତ୍ତରସ୍ଥ ଅଞ୍ଚଳରେ ଦେଖାଯାନ୍ତି ।[୧]

ବ୍ୟବହାର[ସମ୍ପାଦନା]

ଧୂଳିଆ ବୋଡ଼ାର ସମସ୍ତ ପ୍ରଜାତି ନିଜ ଶତ୍ରୁକୁ ଡରାଇବା ପାଇଁ ଅନେକ ଅର୍ଦ୍ଧ ଚନ୍ଦ୍ରାକାର କୁଣ୍ଡଳୀରେ ଗୁଡ଼ାଇ ହୋଇଯାନ୍ତି ଓ ଶରୀରକୁ ହଲାନ୍ତି । କାତିଗୁଡ଼ିକ ପରସ୍ପର ସହିତ ଘଷି ହୋଇ ଏକ ସ୍ୱତନ୍ତ୍ର “କର୍ କର୍” ଶବ୍ଦ କରନ୍ତି । ଦୁଇଟି ପାନିଆକୁ ଘଷିଲେ ଏପ୍ରକାରର ଶବ୍ଦ ସୃଷ୍ଟି ହୁଏ । କିଛି ଲେଖକ ଏହି ଶବ୍ଦ ଗରମ ତାଟିଆରେ ପାଣି ଛିଞ୍ଚିଲେ ସୃଷ୍ଟି ହେଉଥିବା ଶବ୍ଦ ପରି ବୋଲି କହିଛନ୍ତି ।[୨][୩] ଶରୀରର ଅଙ୍ଗର ଘର୍ଷଣରୁ ଏପରି ଶବ୍ଦ ସୃଷ୍ଟି କରିବା ପ୍ରକ୍ରିୟାକୁ ଷ୍ଟାରାଇଡ୍ୟୁଲେସନ୍ (stridulation) ବୋଲି କୁହନ୍ତି ।[୭] ଧୂଳିଆ ବୋଡ଼ାର ବିରକ୍ତି ଭାବ ବଢ଼ିଲେ ସେ ଏହି ଶବ୍ଦ ଅଧିକ ହୋଇଥାଏ । ଅନ୍ୟ ସାପ ସୁଁ ସୁଁ ଶବ୍ଦ କରିବା ଦେଖାଯାଏ ଓ ସୁଁ ସୁଁ ଶବ୍ଦ କରିବା ବେଳେ କିଛି ମାତ୍ରାରେ ଶରୀରର ଜଳୀୟ ଅଂଶ ଖର୍ଚ୍ଚ ହୋଇଥାଏ । ଶୁଷ୍କ ପରିବାସରେ ବାସ କରୁଥିବା ଧୂଳିଆ ବୋଡ଼ା ଜଳୀୟ ଅଂଶର ବ୍ୟୟକୁ ନିୟନ୍ତ୍ରିତ କରିବା ପାଇଁ ଏପରି କରୁଥିବା କିଛି ସର୍ପ ବିଜ୍ଞାନୀ ବିଶ୍ୱାସ କରନ୍ତି ।[୩] କିନ୍ତୁ ଆଉ କିଛି ସର୍ପ ବିଜ୍ଞାନୀଙ୍କ ମତରେ ଧୂଳିଆ ବୋଡ଼ା କାତିଘଷା ଶବ୍ଦ ସହ ସୁଁ ସୁଁ ଶବ୍ଦ ମଧ୍ୟ କରିଥାଏ ।[୭]

ଅର୍ଦ୍ଧ-ଚନ୍ଦ୍ରାକାର କୁଣ୍ଡଳୀରେ ଥିବା ଅବସ୍ଥାରେ ଧୂଳିଆ ବୋଡ଼ାର ମୁଣ୍ଡ ଓ ଆଖି ଶତ୍ରୁ ବା ବିପଦ ଉପରେ କେନ୍ଦ୍ରିତ ଥାଏ । ସେହି ଅବସ୍ଥାରୁ ହିଁ ସାପ କାମୁଡ଼ିବାକୁ ଚେଷ୍ଟା କରିଥାଏ । କାମୁଡ଼ିବା ପାଇଁ ଚେଷ୍ଟା କଲାବେଳେ ସାପ ଭାରସାମ୍ୟ ହରାଇ ଅଳ୍ପ ଆଗକୁ ବା ଶତ୍ରୁ ଆଡ଼କୁ ବିସ୍ଥାପିତ ହୋଇଯାଏ । ଅନ୍ୟ ପ୍ରଜାତିର ସାପ କାମୁଡ଼ିବା ବେଳେ ଏପରି ବିସ୍ଥାପିତ ହେବା ଦେଖାଯାଏ ନାହିଁ ।[୨]

ଆହାର[ସମ୍ପାଦନା]

କିଛି ଧୂଳିଆ ବୋଡ଼ା ପ୍ରଜାତିଙ୍କ ଆହାର ସମ୍ପର୍କରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ । ଆହାର ସମ୍ବନ୍ଧୀୟ ତଥ୍ୟ ଜଣାଥିବା ଧୂଳିଆ ବୋଡ଼ାମାନେ କ୍ଷୁଦ୍ରାକାର ସ୍ତନ୍ୟପାୟୀ ପ୍ରାଣୀ, ଛୋଟ ପକ୍ଷୀ, ଅନ୍ୟାନ୍ୟ ସରୀସୃପ (ଏପରି କିଛି ପ୍ରଜାତିର ସାପ), ସମ୍ବାଳୁଆ, ବେଙ୍ଗ, ବୁଢ଼ିଆଣୀ, ଜିଆ, କୀଟପତଙ୍ଗ, କଙ୍କଡ଼ା ବିଛା ଇତ୍ୟାଦି ଜୀବଙ୍କୁ ଭକ୍ଷଣ କରିଥାନ୍ତି ।[୨][୩]

ପ୍ରଜନନ[ସମ୍ପାଦନା]

ଆଫ୍ରିକା ମହାଦେଶରେ ଦେଖାଯାଉଥିବା ଅଧିକାଂଶ ଧୂଳିଆ ବୋଡ଼ା ଅଣ୍ଡା ଦେଉଥିବା ବେଳେ ଭାରତୀୟ ଧୂଳିଆ ବୋଡ଼ା କ୍ଷୁଦ୍ର ସାପମାନଙ୍କୁ ଜନ୍ମ ଦେଇଥାଏ ।[୨][୩]

ଧୂଳିଆ ବୋଡ଼ାର ବିଷ ଓ ତାହାର ପ୍ରଭାବ[ସମ୍ପାଦନା]

ଧୂଳିଆ ବୋଡ଼ାର ବିଷରେ ସ୍ନାୟୁ କ୍ଷୟକାରୀ (Neurotoxin), ମାଂସପେଶୀ କ୍ଷୟକାରୀ (cardiotoxin), ରକ୍ତ କ୍ଷୟକାରୀ (hemotoxin) ଓ କୋଷିକା କ୍ଷୟକାରୀ (cytotoxin) ତତ୍ତ୍ୱ ଥାଏ । କ୍ରାନ୍ତୀୟ ଅଞ୍ଚଳରେ ଏହି ସାପକୁ ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ନିତାନ୍ତ ଦରକାରୀ ବୋଲି କୁହାଯାଇଛି । ଅନ୍ଧାରରେ ଏହି ସାପ ଖୁବ୍ ସକ୍ରିୟ ଥାଏ ଓ ସେହି ସମୟରେ ସର୍ବାଧିକ ସାପ କାମୁଡ଼ା ଦୁର୍ଘଟଣା ଘଟିଥାଏ ।[୩]

ଧୂଳିଆ ବୋଡ଼ା ବିଷ ପ୍ରଭାବରେ ରକ୍ତ ଜମାଟରେ ଅସଙ୍ଗତତା ଦେଖା ଦେଇ ଡିଆଇସି ପରି ଅବସ୍ଥା ସୃଷ୍ଟି ହୁଏ ଓ ଏହା କିଛି ଦିନ ବା ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଏପରି ଅବସ୍ଥାରେ ଶରୀରର ଯେକୌଣସି ସ୍ଥାନରେ ରକ୍ତସ୍ରାବ ହୋଇପାରେ ଓ ରକ୍ତକ୍ଷୟ ଜନିତ ମୃତ୍ୟୁ ଘଟିପାରେ । ସାପ କାମୁଡ଼ାର ଅଳ୍ପ କିଛି ଦିନ ମଧ୍ୟରେ ଏହା ଘଟିପାରେ ।[୮]

ପ୍ରଜାତି, ଭୌଗୋଳିକ ଅବସ୍ଥିତି, ଲିଙ୍ଗ, ବିଷ ସଞ୍ଚରଣ ପ୍ରକ୍ରିୟା ଓ ଋତୁ ଅନୁସାରେ ଧୂଳିଆ ବୋଡ଼ାର ବିଷାକ୍ତତାରେ ବିବିଧତା ପରିଲକ୍ଷିତ ହୋଇଥାଏ । ତେଣୁ ଧୂଳିଆ ବୋଡ଼ା ପ୍ରଜାତିଙ୍କ LD୫୦ର ମାନରେ ମଧ୍ୟ ବିଭିନ୍ନତା ଦେଖିବାକୁ ମିଳେ । ଧୂଳିଆ ବୋଡ଼ା କାମୁଡ଼ିଥିବା ମୂଷା ଦେହରେ LD୫୦ ୨.୩ ମି.ଗ୍ରା./କି.ଗ୍ରା.ରୁ (U.S. Navy, 1991) ୨୪.୧ ମି.ଗ୍ରା./କି.ଗ୍ରା. (Christensen, 1955) ଓ ୦.୪୪-୦.୪୮ ମି.ଗ୍ରା./କି.ଗ୍ରା. (Cloudsley-Thompson, 1988) ଥିବା ଦେଖାଯାଇଛି । ୩-୫ ମି.ଗ୍ରା./କି.ଗ୍ରା. ମଣିଷଙ୍କ ପାଇଁ ଘାତକ ହୋଇପାରେ (Minton, 1967) । ଅଣ୍ଡିରାଙ୍କ ତୁଳନାରେ ମାଈଙ୍କ ବିଷର ମାନ ଦୁଇ ଗୁଣରୁ ଅଧିକ ବିଷାକ୍ତ ।[୩]

ବିଷ ପ୍ରସ୍ତୁତିର ହାର ମଧ୍ୟ ବଦଳୁଥାଏ । ୪୧-୫୬ ସେଣ୍ଟିମିଟର ଲମ୍ବା ସାପଠାରୁ ୨୦-୩୫ ମିଲିଗ୍ରାମ୍ ବିଷ କ୍ଷରିତ ହେଉଥିବା ବେଳେ[୯] ଏକ ଇରାନୀୟ ପ୍ରଜାତିର ସାପଠାରୁ ୬-୪୮ ମିଲିଗ୍ରାମ୍ (ହାରାହାରି ୧୬ ମିଲିଗ୍ରାମ୍) ବିଷ[୧୦] ଓ ଅନ୍ୟ ଅଞ୍ଚଳର ସାପଙ୍କଠାରୁ ୧୩-୩୫ ମିଲିଗ୍ରାମ୍ ବିଷ କ୍ଷରିତ ହୋଇଥାଏ ।[୧୧] ଋତୁ ଓ ଲିଙ୍ଗ ଅନୁସାରେ ବିଷ ପ୍ରସ୍ତୁତିରେ ତଫାତ ଦେଖାଦିଏ । ଗ୍ରୀଷ୍ମ କାଳରେ ଧୂଳିଆ ବୋଡ଼ା ସାପଙ୍କ ଶରୀରରେ ଅଧିକ ବିଷ ପ୍ରସ୍ତୁତ ହୁଏ । ଅଣ୍ଡିରାମାନଙ୍କ ଶରୀରରେ ମାଈମାନଙ୍କ ଅପେକ୍ଷା ଅଧିକ ବିଷ ପ୍ରସ୍ତୁତ ହୋଇଥାଏ ।[୩]

ଧୂଳିଆ ବୋଡ଼ା ପରିବାରର ପ୍ରଜାତିଗଣ[ସମ୍ପାଦନା]

ଚିତ୍ର ପ୍ରଜାତି[୧] ସମ୍ପୃକ୍ତ ଜୀବବିଜ୍ଞାନୀ[୧] ଉପପ୍ରଜାତି[୫] ସାଧାରଣ ନାମ ଭୌଗୋଳିକ ବ୍ୟାପ୍ତି[୧]
ଏକିସ୍ ବୋର୍କିନି ଶେର୍ଲିନ୍, ୧୯୯୦ ଦକ୍ଷିଣ-ପଶ୍ଚିମ ଆରବ ଓ ପଶ୍ଚିମ ୟେମେନ
Echis carinatus sal (edit).jpg ଏକିସ୍ କ୍ୟାରିନେଟସ୍ ୟୋହାନ୍ ଗୋଟ୍ଲୋବ୍ ଶ୍ନାଇଡର୍, ୧୮୦୧ Saw-scaled viper ଦକ୍ଷିଣ-ପୂର୍ବ ଆରବ (ଓମାନ, ମସିରା ଓ ପୂର୍ବ ସଂଯୁକ୍ତ ଆରବ ଏମିରେଟ୍), ଦକ୍ଷିଣ-ପଶ୍ଚିମ ଇରାନ, ଇରାକ, ଆଫଗାନିସ୍ତାନ, ଉଜବେକିସ୍ତାନ, ତୁର୍କମେନିସ୍ତାନ, ତାଜିକିସ୍ତାନ, ପାକିସ୍ତାନ, ଭାରତ, ଶ୍ରୀଲଙ୍କାବଙ୍ଗଳାଦେଶ
אפעה מגוון-2.jpg ଏକିସ୍ କଲରେଟସ୍ ଆଲ୍‍ବର୍ଟ୍ ଗୁନ୍ଥର୍, ୧୮୭୮ ଚିତ୍ରିତ ଧୂଳିଆ ବୋଡ଼ା ଦକ୍ଷିଣ-ପୂର୍ବ ମିଶର, ଇସ୍ରାଏଲ୍, ଜୋର୍ଡାନ୍, ସାଉଦି ଆରବ, ୟେମେନ ଓ ଓମାନ
ଏକିସ୍ ହ୍ୟୁଗେସି ଭ୍ଲାଡିମିର୍ ଆଲେକ୍‍ଜାଣ୍ଡ୍ରୋୱିଚ୍ ଶେର୍ଲିନ୍, ୧୯୯୦ ହ୍ୟୁଗ୍ ଧୂଳିଆ ବୋଡ଼ା ସୋମାଲିଆ
ଏକିସ୍ ୟୋଗେରି ଶେର୍ଲିନ୍, ୧୯୯୦ ୟୋଗର୍ ଧୂଳିଆ ବୋଡ଼ା ପଶ୍ଚିମ ଓ କେନ୍ଦ୍ରୀୟ ମାଲି
Echis carinatus3.jpg ଏକିସ୍ ଖୋସାତ୍‍ଜ୍‍କି ଶେର୍ଲିନ୍, ୧୯୯୦ ପୂର୍ବ ୟେମେନ୍ ଓ ଓମାନ୍
ଏକିସ୍ ଲ୍ୟୁକୋଗାଷ୍ଟର୍ ବେନିଗ୍ନୋ ରୋମାନ, ୧୯୭୨ ଧଳା-ପେଟ ଧୂଳିଆ ବୋଡ଼ା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଆଫ୍ରିକା : ମୋରୋକ୍କୋ, ପଶ୍ଚିମ ସାହାରା, ଆଲଜେରିଆ, ମୌରିଟାନିଆ, ସେନେଗାଲ, ଉତ୍ତର ଗିନି, ବୁର୍କିନା ଫାସୋ, ପଶ୍ଚିମ ନାଇଜର, ଉତ୍ତର ନାଇଜେରିଆ
ଏକିସ୍ ମେଗାଲୋସେଫାଲସ୍ ଶେର୍ଲିନ୍, ୧୯୯୦ ଶେର୍ଲିନ୍‍ ଧୂଳିଆ ବୋଡ଼ା ୟେମେନ ଓ ଏରିଟ୍ରିଆ ମଧ୍ୟବର୍ତ୍ତୀ ଲୋହିତ ସାଗରର ଦ୍ୱୀପ
ଏକିସ୍ ଓସେଲେଟସ୍ ଓଥ୍‍ମାର ଷ୍ଟେମ୍‍ଲର୍, ୧୯୭୦ ଆଫ୍ରିକୀୟ ଧୂଳିଆ ବୋଡ଼ା ଉତ୍ତର-ପଶ୍ଚିମ ଆଫ୍ରିକା : ମୌରିଟାନିଆ, ସେନେଗାଲ, ମାଲି, ଗିନିଆ, ଆଇଭୋରି କୋଷ୍ଟ୍, ବୁର୍କିନା ଫାସୋ, ଘାନା, ଟୋଗୋ, ବେନିନ, ଦକ୍ଷିଣ ନାଇଜର, ନାଇଜେରିଆ, ଉତ୍ତର କ୍ୟାମେରୁନ୍, ଦକ୍ଷିଣ ଚାଡ୍
ଏକିସ୍ ଓମାନେସିସ୍ ବୋବୋକ୍ସେ, ୨୦୦୪ ଓମାନୀୟ ଧୂଳିଆ ବୋଡ଼ା ସଂଯୁକ୍ତ ଆରବ ଏମିରେଟ୍‍ସ୍, ପୂର୍ବ ଓମାନ
Echis pyramidum.jpg ଏକିସ୍ ପିରାମିଡମ୍ ଏଟିନ୍ ଜ୍ୟଫ୍ରି ସେଣ୍ଟ୍-ହିଲେର୍, ୧୮୨୭ ମିଶରୀୟ ଧୂଳିଆ ବୋଡ଼ା ଉତ୍ତର-ପୂର୍ବ ଆଫ୍ରିକା : ଉତ୍ତର ମିଶର, କେନ୍ଦ୍ରୀୟ ସୁଦାନ, ଏରିଟ୍ରିଆ, ଇଥିଓପିଆ, ସୋମାଲିଆ, ଉତ୍ତର କେନିଆ; ଦକ୍ଷିଣ-ପଶ୍ଚିମ ଆରବ : ପଶ୍ଚିମ ସାଉଦି ଆରବ, ୟେମେନ; ଲିବ୍ୟା, ଟ୍ୟୁନିସିଆ, ଆଲଜେରିଆ
ଏକିସ୍ ରୋମାନି ଟ୍ରାପେ, ୨୦୧୮ 0 ଦକ୍ଷିଣ-ପଶ୍ଚିମ ଚାଡ୍, ଦକ୍ଷିଣ ନାଇଜର, ନାଇଜେରିଆ, ଉତ୍ତର କ୍ୟାମେରୁନ୍, ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟ

ବର୍ଗୀକରଣ[ସମ୍ପାଦନା]

ଜୀବବିଜ୍ଞାନ ସମ୍ବନ୍ଧୀୟ ଅନ୍ୟ ଲେଖାରେ ପ୍ରଜାତିଙ୍କ ବର୍ଗୀକରଣ ବିଷୟରେ ନିମ୍ନ ତଥ୍ୟ ପ୍ରାପ୍ତ ହୋଇଛି :[୩][୧୨][୧୩]

  • ଏକିସ୍ ଓମାନେସିସ୍ ବାବୋକ୍ସେ, ୨୦୦୪, ସଂଯୁକ୍ତ ଆରବ ଏମିରେଟ୍‍ସ୍ ଓ ପୂର୍ବ ଓମାନରୁ ଆବିଷ୍କୃତ ଏକ ନୂତନ ଧୂଳିଆ ବୋଡ଼ା ପ୍ରଜାତି
  • ଏକିସ୍ ଖୋସାତ୍‍ଜ୍‍କି ଶେର୍ଲିନ୍, ୧୯୯୦, ଓମାନ ଓ ୟେମେନରେ ଦେଖାଯାଉଥିବା ଏହି ପ୍ରଜାତିକୁ ଏକିସ୍ ପିରାମିଡମ୍‍ ସହ ସମାନ ବୋଲି କୁହାଯାଏ
  • ଏକିସ୍ ମଲ୍‍ଟିସ୍କ୍ୱାମାଟସ୍ ଶେର୍ଲିନ୍, ୧୯୮୧, ଏହାକୁ ଏକିସ୍ କ୍ୟାରିନେଟସ୍ ମଲ୍‍ଟିସ୍କ୍ୱାମାଟସ୍ ଉପପ୍ରଜାତି ବୋଲି ମଧ୍ୟ କୁହାଯାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ McDiarmid RW, Campbell JA, Touré T. 1999. Snake Species of the World: A Taxonomic and Geographic Reference, Volume 1. Washington, District of Columbia: Herpetologists' League. 511 pp. ISBN 1-893777-00-6 (series). ISBN 1-893777-01-4 (volume).
  2. ୨.୦ ୨.୧ ୨.୨ ୨.୩ ୨.୪ Spawls S, Branch B. 1995. The Dangerous Snakes of Africa. Dubai: Ralph Curtis Books. Oriental Press. 192 pp. ISBN 0-88359-029-8.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ ୩.୯ Mallow D, Ludwig D, Nilson G. 2003. True Vipers: Natural History and Toxinology of Old World Vipers. Malabar, Florida: Krieger Publishing Company. 359 pp. ISBN 0-89464-877-2.
  4. Campbell JA, Lamar WW. 2004. The Venomous Reptiles of the Western Hemisphere. Ithaca and London: Comstock Publishing Associates. 870 pp. 1500 plates. ISBN 0-8014-4141-2.
  5. ୫.୦ ୫.୧ "Echis". Integrated Taxonomic Information System. Retrieved 31 July 2006.
  6. What Fiery Flying Serpent Symbolized Christ? Archived 10 June 2007 at the Wayback Machine. at Meridian. Accessed 22 June 2007.
  7. ୭.୦ ୭.୧ Mehrtens JM. 1987. Living Snakes of the World in Color. New York: Sterling Publishers. 480 pp. ISBN 0-8069-6460-X.
  8. Campbell CH. 1995. "Snake bite and snake venoms: their effects on the nervous system". In: de Wolff FA, editor. Handbook of clinical neurology, vol 21 (65). Intoxications of the nervous system, part II. Amsterdam: Elsevier Science Publications.
  9. Minton 1974. U.S. Navy. 1991.
  10. Latifi 1991.
  11. Boquet 1967.
  12. ଛାଞ୍ଚ:NRDB genus
  13. Echis omanensis, Oman saw-scaled viper Archived 27 May 2007 at the Wayback Machine. at Wolfgang Wüster's homepage Archived 25 September 2006 at the Wayback Machine.. Accessed 7 June 2007.

ଆହୁରି ପଢ଼ନ୍ତୁ[ସମ୍ପାଦନା]

  • Boquet P. 1967. "Pharmacology and toxicology of snake venoms of Europe and the Mediterranean regions". In: Bucherl W, editor. 1967. Venomous Animals and their Venoms. Vol. I. Paris: Masson. pp 340–58.
  • Boulenger GA. 1890. The Fauna of British India, Including Ceylon and Burma. Reptilia and Batrachia. London: Secretary of State for India in Council. (Taylor & Francis, printers). xviii + 541 pp.
  • Boulenger GA. 1896. Catalogue of the Snakes in the British Museum (Natural History). Volume III., Containing the ... Viperidæ. London: Trustees of the British Museum (Natural History). (Taylor and Francis, printers). xiv + 727 pp. + Plates I.- XXV. (Genus Echis, p. 504).
  • Cherlin, VA. 1990. Taxonomic revision of the snake genus Echis (Viperidae). II. An analysis of taxonomy and description of new forms. Proceedings of the Zoological Institute, Leningrad, USSR Academy of Schience 207: 193-223. [202]. (in Russian).
  • Christensen PA. 1955. South African Snake Venoms and Antivenins. Johannesburg: South African Institute of Medical Research. 35 pp.
  • Cloudsley-Thompson JL. 1988. The saw-scaled viper Echis carinatus. British Herpetological Society Bulletin 24:32-33.
  • Gray JE. 1849. Catalogue of the Specimens of Snakes in the Collection of the British Museum. London: Trustees of the British Museum. (Edward Newman, printer). xv + 125 pp. [29].
  • Latifi M. 1991. The Snakes of Iran. Second Edition. Oxford, Ohio: Published by the Department of the Environment and the Society for the Study of Amphibians and Reptiles. 156 pp. ISBN 0-916984-22-2.
  • Merrem B. 1820. Versuch eines Systems der Amphibien. Tentamen Systematis Amphibiorum. Marburg: J.C. Krieger. xv + 191 pp. + 1 plate. [149].
  • Minton SA Jr. 1967. "Snakebite". In: Beeson PB, McDermott W, editors. 1967. Cecil and Loeb Textbook of Medicine. Philadelphia: Saunders. 420 pp.
  • Minton SA Jr. 1974. Venom Diseases. Springfield, Illinois: CC Thomas. 386 pp.
  • U.S. Navy. 1991. Poisonous Snakes of the World. United States Government. New York: Dover Publications Inc. 203 pp. ISBN 0-486-26629-X.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]