ଡାଳୁଆ ବୋଡ଼ା
ଡାଳୁଆ ବୋଡ଼ା ସାପ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Viperidae |
Genus: | Trimeresurus |
ଜାତି: | T. gramineus |
ବାଇନୋମିଆଲ ନାମ | |
Trimeresurus gramineus ଜର୍ଜ୍ ଶ (୧୮୦୨)
| |
Synonyms[୨] | |
ବାଉଁଶ ବୁଦା ବୋଡ଼ା |
ଡାଳୁଆ ବୋଡ଼ା ସାପ (ଇଂରାଜୀ ଭାଷାରେ bamboo pit viper ବା Indian green pit viper ବା common green pit viper, ଜୀବବିଜ୍ଞାନ ନାମ Trimeresurus gramineus[୩]) ଏକ ବିଷାକ୍ତ ବୋଡ଼ା ସାପ । ଭାରତର ଦକ୍ଷିଣ, ପୂର୍ବ ଓ ଉତ୍ତର-ପୂର୍ବ ଅଂଶରେ ଏହି ସାପ ଦେଖାଯାନ୍ତି । ଟ୍ରାଇମେରେସରସ୍ ଜାତିର ଜୀବଙ୍କର ଏହା ପ୍ରକାର ଜାତି (type species) ।[୪]
ବର୍ଣ୍ଣନା
[ସମ୍ପାଦନା]ଡାଳୁଆ ବୋଡ଼ାର ତଳ ପାଟିର କାତି ଓସାରିଆ ଓ ଅଳ୍ପ ଗଭୀର । ମୁଣ୍ଡ ଉପର ପାଟର କାତି ଛୋଟ, ଚିକ୍କଣିଆ ଓ ପତଳା । ଦୁଇ ନାକପୁଡ଼ା ମଧ୍ୟରେ ଗୋଟିଏ ବା ଦୁଇଟି କାତି ରହିଥାଏ । ଡାଳୁଆ ବୋଡ଼ା ଦେହର ରଙ୍ଗ ମୁଖ୍ୟତଃ ଉଜ୍ଜ୍ୱଳ ସବୁଜ ରଙ୍ଗ ହୋଇଥାଏ । କିଛି କ୍ଷେତ୍ରରେ ଏମାନଙ୍କ ଦେହର ରଙ୍ଗ ହଳଦିଆ, ପାଉଁଶିଆ, ବାଇଗଣି ମିଶା ମାଟିଆ ମଧ୍ୟ ହୋଇପାରେ । କିଛି ସାପଙ୍କ ଦେହରେ କଳା, ମାଟିଆ ବା ଲାଲ୍ ରଙ୍ଗର ଦାଗ ରହିବା ମଧ୍ୟ ଦେଖାଯାଇଛି । ଲାଞ୍ଜର ଶେଷ ଅଂଶ ହଳଦିଆ ବା ଲାଲ୍ ରଙ୍ଗର ହୋଇଥାଏ । ପେଟ ଅଂଶର ରଙ୍ଗ ସବୁଜ, ହଳଦିଆ ବା ଧଳା ହୋଇଥାଏ ।[୫]
ଡାଳୁଆ ବୋଡ଼ା ସାପ ୩.୨୫ ଫୁଟ୍ ପର୍ଯ୍ୟନ୍ତ ଲମ୍ବା ହୋଇପାରେ । ଏହାର ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୫.୫ ଇଞ୍ଚ୍ ।[୫]
-
ମୁଣ୍ଡ
-
ଲୋନାୱଲାର ରାଜମଛିରେ ଏକ ଡାଳୁଆ ବୋଡ଼ା
-
ମହାରାଷ୍ଟ୍ରର ସତାରାର ଏକ ଡାଳୁଆ ବୋଡ଼ା
ବର୍ଗୀକରଣ ଓ ସ୍ଥାନୀୟ ନାମ
[ସମ୍ପାଦନା]୧୮୦୨ ମସିହାରେ ଡାଳୁଆ ବୋଡ଼ା ପ୍ରଥମ ଥର ପାଇଁ କୋଲ୍ୟୁବର୍ ଗ୍ରାମିନିୟସ୍ (Coluber graminaeus) ଭାବେ ବର୍ଣ୍ଣିତ ହୋଇଥିଲା ।[୨] ଏହାର କୌଣସି ଉପପ୍ରଜାତି ଚିହ୍ନଟ ହୋଇନାହିଁ ।[୬][୨]
ଇଂରାଜୀ ଭାଷାରେ ଡାଳୁଆ ବୋଡ଼ା ସାପର କିଛି ସାଧାରଣ ନାମ ହେଲା : ବାମ୍ବୁ ପିଟ୍ ଭାଇପର୍,[୭][୮] ଇଣ୍ଡିଆନ୍ ଟ୍ରି ଭାଇପର୍,[୯] ବାମ୍ବୁ ସ୍ନେକ୍, ଇଣ୍ଡିଆନ୍ ଗ୍ରୀନ୍ ଟ୍ରି ଭାଇପର୍, ଗ୍ରୀନ୍ ଟ୍ରି ଭାଇପର୍,[୧୦] ବାମ୍ବୁ ଭାଇପର୍,[୧୧] ବାମ୍ବୁ ପିଟ୍ ଭାଇପର୍,[୧୨] ବୁଡ୍ରୋ ପାମ୍, ଗ୍ରାସ୍-ଗ୍ରୀନ୍ ସ୍ନେକ୍,[୧୩] ଏବଂ ଗ୍ରୀନ୍ ପିଟ୍ ଭାଇପର୍ ।[୧୪]
ଭୌଗୋଳିକ ବ୍ୟାପ୍ତି
[ସମ୍ପାଦନା]ଦକ୍ଷିଣ ଭାରତରେ ତାମିଲନାଡ଼ୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଡାଳୁଆ ବୋଡ଼ା ଦେଖିବାକୁ ମିଳନ୍ତି । ମହାରାଷ୍ଟ୍ର ରାଜ୍ୟର ହରିଶ୍ଚନ୍ଦ୍ରଗଡ଼ ଓ ପଶ୍ଚିମ ଘାଟ ପର୍ବତମାଳାର ଶୟାଦ୍ରି ପର୍ବତ ଆଦି ଅଞ୍ଚଳରେ ଡାଳୁଆ ବୋଡ଼ା ପରିଲକ୍ଷିତ ହୁଅନ୍ତି । ଏହି ସାପ ଭାରତର ପୂର୍ବାଞ୍ଚଳରେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ଆଦି ରାଜ୍ୟରେ ମଧ୍ୟ କିଛି ପରିମାଣରେ ଦେଖିବାକୁ ମିଳନ୍ତି ।
ସର୍ପ ବିଶେଷଜ୍ଞ ପ୍ୟାଟ୍ରିକ୍ ରଶେଲ୍ଙ୍କ ଅନୁସାରେ ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ଅଞ୍ଚଳରେ ଡାଳୁଆ ବୋଡ଼ା ପ୍ରଜାତି ଦେଖିବାକୁ ମିଳନ୍ତି (୧୭୯୬) ।[୪]
ଅଧିବାସ
[ସମ୍ପାଦନା]କୌଣସି ଜଳ ସ୍ରୋତ ନିକଟବର୍ତ୍ତୀ ଜଙ୍ଗଲ ବା ବାଉଁଶ ବୁଦାରେ ଡାଳୁଆ ବୋଡ଼ା ବାସ କରିଥାଏ ।[୧୪]
ବ୍ୟବହାର
[ସମ୍ପାଦନା]ଡାଳୁଆ ବୋଡ଼ା ରାତ୍ରିଚର ଏବଂ ମୁଖ୍ୟତଃ ଗଛର ଡାଳରେ ବିଚରଣ କରିଥାଏ । ବିପଦ ଆଶଙ୍କା କଲେ ଏହି ସାପ ଆକ୍ରମଣାତ୍ମକ ଭଙ୍ଗୀ ଦେଖାଏ ଓ ଶତ୍ରୁକୁ କାମୁଡ଼ିବାକୁ ଚେଷ୍ଟା କରେ ।[୧୪] ଏହାର ବିଷ ମୁଖ୍ୟତଃ ରକ୍ତ ନଷ୍ଟକାରୀ (hemotoxic) ଓ ସ୍ନାୟୁ ତନ୍ତ୍ରିକା ନଷ୍ଟକାରୀ (neurotoxic) ।
ଆହାର
[ସମ୍ପାଦନା]ଏଣ୍ଡୁଅ, ଝିଟିପିଟି ଓ ସାନ ପକ୍ଷୀ ଇତ୍ୟାଦି ଡାଳୁଆ ବୋଡ଼ାର ପ୍ରମୁଖ ଆହାର ।[୧୪]
ପ୍ରଜନନ
[ସମ୍ପାଦନା]ମାଈ ଡାଳୁଆ ବୋଡ଼ା ଏକା ଥରକେ ୬ରୁ ୧୧ଟି ସାପକୁ ଜନ୍ମ ଦିଏ । ନବଜାତ ସାପ ୪.୫ ଇଞ୍ଚ୍ ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି ।
ଆଧାର
[ସମ୍ପାଦନା]- ↑ Srinivasulu, C.; Srinivasulu, B.; Deepak, V.; Achyuthan, N.S.; Das, A.; Kulkarni, N.U. (2013). "Trimeresurus gramineus". 2013: e.T178245A1528655. doi:10.2305/IUCN.UK.2013-1.RLTS.T178245A1528655.en.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ Trimeresurus gramineus at the Reptarium.cz Reptile Database. Accessed 21 January 2019.
- ↑ http://www.indiansnakes.org/content/bamboo-pit-viper-0
- ↑ ୪.୦ ୪.୧ McDiarmid RW, Campbell JA, Touré T. 1999. Snake Species of the World: A Taxonomic and Geographic Reference, Volume 1. Herpetologists' League. 511 pp. ISBN 1-893777-00-6 (series). ISBN 1-893777-01-4 (volume).
- ↑ ୫.୦ ୫.୧ Boulenger GA. 1890. The Fauna of British India, Including Ceylon and Burma. Reptilia and Batrachia. Secretary of State for India in Council. (Taylor and Francis, Printers.) London. xviii + 541 pp. (Trimeresurus, p. 425 & Trimeresurus gramineus, pp. 429–430.)
- ↑ "Trimeresurus gramineus". Integrated Taxonomic Information System. Retrieved 27 September 2006.
- ↑ Khaire, N. 2006. A Guide to the Snakes of Maharashtra, Goa and Karnataka. Indian Herpetological Society. Pune, India. (Photographic guide with 61 species.)
- ↑ Smith MA. 1943. The Fauna of British India, Ceylon and Burma, Including the Whole of the Indo-Chinese Sub-region. Reptilia and Amphibia. Vol. III. – Serpentes. Secretary of State for India. (Taylor & Francis, Printers). London. xii + 583 pp., 166 figures. (Trimeresurus gramineus, pp. 515–517, Fig. 164.)
- ↑ Mehrtens JM. 1987. Living Snakes of the World in Color. New York: Sterling Publishers. 480 pp. ISBN 0-8069-6460-X.
- ↑ U.S. Navy. 1991. Poisonous Snakes of the World. US Govt. New York: Dover Publications Inc. 203 pp. ISBN 0-486-26629-X.
- ↑ Parker HW, Grandison AGC. 1977. Snakes – a natural history. Second Edition. British Museum (Natural History) and Cornell University Press. 108 pp. 16 plates. LCCCN 76-54625. ISBN 0-8014-1095-9 (cloth), ISBN 0-8014-9164-9 (paper).
- ↑ Gumprecht A, Tillack F, Orlov NL, Captain A, Ryabov S. 2004. Asian Pitvipers. GeitjeBooks Berlin. 1st Edition. 368 pp. ISBN 3-937975-00-4.
- ↑ Shaw. 1802. p. 420.
- ↑ ୧୪.୦ ୧୪.୧ ୧୪.୨ ୧୪.୩ Das, Indraneil. 2002. A Photographic Guide to Snakes and Other Reptiles of India. Ralph Curtis Books. Sanibel Island, Florida. 144 pp. ISBN 0-88359-056-5. (Trimeresurus gramineus, p. 65.)
ଆହୁରି ପଢ଼ନ୍ତୁ
[ସମ୍ପାଦନା]- Cantor, T.E. 1839. Spicilegium serpentium indicorum [parts 1 and 2]. Proc. Zool. Soc. London 7: 31–34, 49–55.
- Gumprecht, A.; Tillack, F.; Orlov, N.L.; Captain, A. & Ryabow, S. 2004. Asian Pit Vipers. Geitje Books. Berlin. 368 pp.
- Russell, P. 1796. An Account of Indian Serpents, Collected on the Coast of Coromandel; Containing Descriptions and Drawings of Each Species, Together with Experiments and Remarks on Their Several Poisons. George Nicol. London. viii + 91 pp. + Plates I.- XLVI.
- Shaw, G. 1802. General Zoology, or Systematic Natural History: Vol. III., Part II. G. Kearsley. (Thomas Davison, Printer). London. iv + pp. 313–615 + Plates 87–140. ("Coluber Gramineus", pp. 420–421.).
- Stejneger, L. 1927. The green pit viper, Trimeresurus gramineus, in China. Proceedings of the United States National Museum 72 (19): 1–10.