ଘଟଗାଁ
ଘଟଗାଁ
ଘଟଗାଁ | |
|---|---|
ସହର | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କେନ୍ଦୁଝର |
| Elevation | 330 m (1,080 ft) |
| ଭାଷା | |
| • ସରକାରୀ | ଓଡ଼ିଆ |
| • ଅନ୍ୟ ଆଞ୍ଚଳିକ ଭାଷା | ହୋ |
| Time zone | UTC+5:30 (IST) |
| PIN | 758027 |
| Telephone code | 6733 |
| ଯାନବାହାନ ପଞ୍ଚୀକରଣ | OD-09 |
| Website | odisha |
ଘଟଗାଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପଞ୍ଚାୟତ ସମିତି ତଥା ତହସିଲ । ଏହି ପଞ୍ଚାୟତ ସମିତିଟି ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ । ଏହା ସମୁଦ୍ରପତନଠାରୁ ୩୦୦ ମିଟର ଉଚ୍ଚରେ ଅବସ୍ଥିତ । ଜାତୀୟ ରାଜପଥ ୨୧୫ରେ ଏହା ଅବସ୍ଥିତ । ଭୁବନେଶ୍ୱର ଏହାର ନିକଟତମ ବିମାନ ବନ୍ଦର । ଏହା ଜିଲ୍ଲାର ସଦର ମହକୁମା କେନ୍ଦୁଝରଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ଓ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ଏହାର ଦୂରତା ପ୍ରାୟ ୧୭୫ କି.ମି. ହେବ ।
ଦର୍ଶନୀୟ ସ୍ଥାନ
[ସମ୍ପାଦନା]
ମାଆ ତାରିଣୀ ମନ୍ଦିର ପାଇଁ ଘଟଗାଁ ବିଖ୍ୟାତ । ସାରା ଓଡ଼ିଶାରୁ ପ୍ରତ୍ୟହ ଅନେକ ପର୍ଯ୍ୟଟକ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସନ୍ତି । ମା ତାରିଣୀଙ୍କୁ ଓଡ଼ିଶାର ଅନ୍ୟତମ ଆରାଧ୍ୟା ଦେବୀ ଭାବରେ ପୂଜା ଅର୍ଚନା କରାଯାଏ । ଦୂର ଦୁରନ୍ତ ସହରର ଭକ୍ତମାନେ ମା ତାରିଣୀଙ୍କ ମନ୍ଦିରକୁ ନିଜେ ଆସି ନ ପାରିଲେ ତାଙ୍କ ମନ୍ଦିରରେ ଅର୍ପଣ ପାଇଁ ନଡିଆ ଓ ପୂଜା ଶାଢ଼ୀ ପଠାନ୍ତି । ଏଠି ପାଇଁ ବିଭିନ୍ନ ସହରର ବସଷ୍ଟାଣ୍ଡ ମାନଙ୍କରେ ବାକ୍ସ ରଖାଯାଇଥାଏ । ସେଥିରେ ଏହା ରଖିଦେଲେ ଘଟଗାଁ ଆଡକୁ ଯାଉଥିବା ବସର କର୍ମଚାରୀମାନେ ତାହା ପ୍ରତ୍ୟହ ବିନା ଶୁଳ୍କରେ ନେଇ ମନ୍ଦିରରେ ଅର୍ପଣ କରିଥାଆନ୍ତି ।