Jump to content

ଏଚ.ଡି. ଦେବଗୌଡ଼ା

ଉଇକିପିଡ଼ିଆ‌ରୁ
ଏଚ.ଡି. ଦେବଗୌଡ଼ା
H D Deve Gowda
H. D. Deve Gowda
୧୧ ଭାରତର ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧ ଜୁନ ୧୯୯୬ – ୨୧ ଅପ୍ରିଲ ୧୯୯୭
ରାଷ୍ଟ୍ରପତିଶଙ୍କର ଦୟାଲ ଶର୍ମା
ପୂର୍ବ ଅଧିକାରୀଅଟଳ ବିହାରୀ ବାଜପେୟୀ
ପର ଅଧିକାରୀଇନ୍ଦ୍ର କୁମାର ଗୁଜରାଲ

ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା(ଜନ୍ମ ୧୮ ମଇ ୧୯୩୩)[] ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।[] ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ କର୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।[][] ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।[] ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଗୌଡ଼ା ୧୯୫୩ ମସିହାରେ ଭାରତୀୟ‌ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।[] ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନ ସଭାର ସଦସ୍ୟ ହେଇଥିଲେ ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ। କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ। ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ  ଜନତା ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।

୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।

  • ୧୯୬୨–୮୯ : କର୍ଣାଟକ ବିଧାନ ସଭା ସଦସ୍ୟ
  • ୧୯୭୨-୭୬ : ବିରୋଧୀ ଦଳ ନେତା।
  • ୧୯୯୧ : ୧୦ମ ଲୋକ ସଭା ସଦସ୍ୟ।
  • ୧୯୯୪-୯୬ : କର୍ଣାଟକ ର ମୁଖ୍ୟମନ୍ତ୍ରୀ
  • ଜୁନ ୧୯୯୬-ଅପ୍ରିଲ ୧୯୯୭: ଭାରତର ପ୍ରଧାନମନ୍ତ୍ରୀ
  1. "Shri H. D. Deve Gowda".
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. http://www.ndtv.com/india-news/caste-based-politics-has-to-end-in-karnataka-deve-gowda-491714
  5. http://www.rediff.com/news/2008/apr/21spec.htm
  6. {{cite web}}: Empty citation (help)
  7. http://164.100.47.132/LssNew/Members/Biography.aspx?mpsno=3960
  8. Home Minister's Office