ଉଇକିପିଡ଼ିଆ:କର୍ମଶାଳା/କିସ/୧

ଉଇକିପିଡ଼ିଆ‌ରୁ
ନ‌ଥିକରଣର ଉପଯୋଗୀତା ଉପରେ ଏକ ପ୍ରେଜେଣ୍ଟେସନ

ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନ‌ଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନ‌ଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନ‌କୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନ‌ଭେମ୍ବର ୧୪ (ଗୁରବାର‌) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ୧୫ ଜଣ ଶିକ୍ଷକ ଓ ୩୨ ଜଣ ସ୍ନାତକୋତ୍ତର ଯୋଗଦେଇ ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆ ବାବଦରେ ତାଲିମ ଗ୍ରହଣ କରିବେ ।

ଏଥିରେ କଣ କଣ ଶିଖିବାକୁ ମିଳିବ?[ସମ୍ପାଦନା]

  • ନ‌ଥିକରଣ ବାବଦରେ ସାଧାରଣ ଆଲୋଚନା
  • ଗବେଷଣାଭିତ୍ତିକ ନ‌ଥିକରଣ
  • ଓଡ଼ିଆରେ ଟାଇପିଂ
  • ଓଡ଼ିଆ ଉଇକିପିଡ଼ିଆ: ଏକ ଅନ‌ଲାଇନ ଜ୍ଞାନ‌କୋଷ, ଏହାର ପ୍ରସଙ୍ଗ ପରିସର, ସମ୍ପାଦନା ପଦ୍ଧତି

ସ୍ଥାନ ଓ ସମୟ[ସମ୍ପାଦନା]

KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ), ଭୁବନେଶ୍ୱର
ନ‌ଭେମ୍ବର ୧୪ (ଗୁରବାର‌), ସକାଳ ୧୦:୦୦

ଏହି କର୍ମଶାଳାରେ ଭାଗ ନେଉଥିବା ଉଇକିଆଳିଗଣ[ସମ୍ପାଦନା]

  1. ସୁବାସ ଚନ୍ଦ୍ର ରାଉତ
  2. --ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୦୮:୧୩, ୧୦ ନଭେମ୍ବର ୨୦୧୩ (UTC)

ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନାରତ ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ

କାମ ବିତରଣ[ସମ୍ପାଦନା]

ଏହି କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୧ଟି ଛୋଟ ଛୋଟ ଦଳରେ ଭାଗ କରାଯାଇଥିଲା । ପ୍ରତିଟି ଦଳ ଏକ ପ୍ରସଙ୍ଗ ଉପରେ ମିଳିତ କାମ ଆରମ୍ଭ କରିବେ । ତଳେ ପ୍ରସଙ୍ଗର ନାମ ଓ ଶିକ୍ଷକ ତ‌ଥା ଛାତ୍ରଛାତ୍ରୀଙ୍କ ନାମ ଦିଆଗଲା । ଆଜିର କର୍ମଶାଳାର ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜର ପ୍ରସଙ୍ଗରେ କିଛି ଲେଖା ଆରମ୍ଭ କରିଛନ୍ତି । ଆଗମୀ କର୍ମଶାଳା ଭିତରେ ସେମାନେ ଏହି ଲେଖାଗୁଡ଼ିକ ସମୂର୍ଣ୍ଣ କରିବେ ।

କ୍ର.ନଂ. ପ୍ରସଙ୍ଗ ନାମ ଶିକ୍ଷକଙ୍କ ନାମ ଶିକ୍ଷକଙ୍କ ନାମ ଛାତ୍ର/ଛାତ୍ରୀଙ୍କ ନାମ ଛାତ୍ର/ଛାତ୍ରୀଙ୍କ ନାମ
ସାନ୍ତାଳୀ ଲୋକସଂସ୍କୃତି ମହତ ଶତପ‌ଥୀ ରୁକ୍ମଣ ବରିହା କାହ୍ନୁରାମ ହେମ୍ବ୍ରମ
ବଣ୍ଡା ଜନ‌ଜାତିର ଖାଦ୍ୟାଭାସ ଅର୍ଜୁନ ଚରଣ ବେହେରା
ହୋ ଜନ‌ଜାତିର ପର୍ବପର୍ବାଣୀ ଦୀପ୍ତିରଞ୍ଜନ ବେହେରା ସୂର୍ଯ୍ୟମଣି ସଏ ତରଣୀସେନ ସାମଡ
ହୋ ଜନ‌ଜାତିର ବିବାହ ପ୍ରଥା‎ ସୌମିତ୍ରୀ ସାମନ୍ତରାୟ ଦୁଲା ବାଙ୍କିରା ଜଗଦୀଶ କୁମାର ସିଂ
ଲାଞ୍ଜିଆ ସଉରା ଜନ‌ଜାତିର ଘର‎ ପ୍ରୀତିନନ୍ଦା ରାୟ ସୁବାସ ଚନ୍ଦ୍ର ସାମଲ ଗିରିଜା ଶଙ୍କର ମଲିକ
କାନ୍ଦୁଲ ପରବ ନିବେଦିତା ନାଥ
ସାନ୍ତାଳୀ ଜନ‌ଜାତିର ପର୍ବପର୍ବାଣୀ ସାଇ ବିଶ୍ୱନାଥ ତ୍ରିପାଠୀ ପ୍ରିୟମ୍ବଦା ସ୍ୱାଇଁ ରାଜକୁମାର ମୁର୍ମୁ କାପୁରା ସୋରେନ
ସାନ୍ତାଳୀ ସଙ୍ଗୀତ ନୀଳିମା ସାମନ୍ତ ସୁଜ୍ଞାନୀ ରଥ ବାସୁଦେବ ମାରାଣ୍ଡି କୁମୁଦିନୀ ମୁର୍ମୁ
ସାନ୍ତାଳୀ ଜନ‌ଜାତିର ଜୀବନ ଜୀବିକା ଶୁଭଲକ୍ଷ୍ମୀ ମହାନ୍ତି କ୍ରିଷ୍ଣା ସୋରେନ ମହେନ୍ଦ୍ର ବେଶ୍ରା
୧୦ ମୁଣ୍ଡା ଜନ‌ଜାତିର ବଂଶାନୁକ୍ରମ ସରୋଜିନୀ ସିଂ ନିତିମା ମୁଣ୍ଡା

ବିବରଣୀ[ସମ୍ପାଦନା]

କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇସେନ୍ସ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ନ‌ଥିକରଣ ଓ ଉଇକିପିଡ଼ିଆ କର୍ମଶାଳାଟି ଆନୁଷ୍ଠାନିକ ଭାବେ ଅନୁଷ୍ଠାନର ଚିଫ ଅପରେଟିଂ ଅଫିସର ସୂର୍ଯ୍ୟକାନ୍ତ ମହାନ୍ତି ଓ ଅଧ୍ୟକ୍ଷ ମଦନ ମୋହ‌ନ ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏଥିରେ ୧୨ ଜଣ ଶିକ୍ଷକ-ଶିକ୍ଷିକା ଓ ୧୬ ଜଣ ଛାତ୍ରଛାତ୍ରୀ ଭାଗନେଇ ନ‌ଥିକରଣର ଉପ‌ଯୋଗୀତା ଓ ଉଇକିପିଡ଼ିଆ ମାଧ୍ୟମରେ କିପରି ନାନାଦି ଦରକାରୀ ତ‌ଥ୍ୟର ରକ୍ଷଣାବେକ୍ଷଣା କରାଯାଇପାରିବ ତାହା ବାବଦରେ ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟିର ଆକସେସ ଟୁ ନଲେଜ ପ୍ରୋଗ୍ରାମର ସୁଭାସିସ ପାଣିଗାହିଙ୍କ ଠାରୁ ଜାଣିଥିଲେ । ପରେ ସୁଭାସିସ ସେମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ବତାଇଥିଲେ ଓ ସେଥିରେ କିପରି ସେମାନେ ଆଦିବାସୀ ଜନ‌ଜାତିଙ୍କର ବେଷଭୂଷା, ଚଳଣି, ଭାଷା, ଜୀବନଶୈଳୀ, ପର୍ବପର୍ବାଣୀ, ଯାନିଯାତ୍ରା, ଖାଦ୍ୟପେୟ ଆଦି ବାବଦରେ ଅନେକ ତ‌ଥ୍ୟପୂର୍ଣ୍ଣ ପ୍ରସଙ୍ଗମାନ ଲେଖିପାରିବେ ତାହା ବୁଝାଇଥିଲେ । ଅଭିଜ୍ଞ ଉଇକିଆଳି ଡା ସୁବାସ ଚନ୍ଦ୍ର ରାଉତ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ଲେଖିବା ବିଷୟରେ ଦେଖାଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସ‌ହ ଆଲୋଚନା କ‌ରାଯାଇ ଦଶଟି ପ୍ରସଙ୍ଗ ଆରମ୍ଭ କରାଯାଇଥିଲା । ଏହି ଦଶଟି ପ୍ରସଙ୍ଗ ପାଇଁ ଶିକ୍ଷକ ଓ ଛାତ୍ରମାନ‌ଙ୍କୁ ଦଶଟି ଦଳରେ ଭାଗ କରାଯାଇଥିଲା । ସେମାନ ନିଜର ଅଭିଜ୍ଞତା, ଉପଲବ୍ଧ ପୁସ୍ତକ ଓ ଅନ୍ୟାନ୍ୟ ତ‌ଥ୍ୟର ଭଣ୍ଡାର, ବିଭିନ୍ନ ଜନ‌ଜାତିର ଛାତ୍ରଛାତ୍ରୀମାନଙ୍କ ପାଖରେ ଥିବା ତ‌ଥ୍ୟକୁ ଭିତ୍ତିକରି ନିଜ ନିଜର ପ୍ରସଙ୍ଗ ବାଛିଥିଲେ । ଛାତ୍ରଛାତ୍ରୀମାନେ ନିଜ ନିଜର ଜନ‌ଜାତି ସମ୍ବନ୍ଧରେ ଥିବା ପ୍ରସଙ୍ଗଥିବା ଦଳରେ ନିଜ ନାମ ଯୋଗ କରିଥିଲେ । ଏହାପରେ ସେମାନେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ଖାତା ଖୋଲି ନିଜ ନିଜ ଦଳର ସଦସ୍ୟମାନଙ୍କ ସ‌ହ ପ୍ରସଙ୍ଗ ବାବଦରେ ଆଲୋଚନା କରିଥିଲେ ଓ ଉଇକିପିଡ଼ିଆରେ କିଛି ପ୍ରସଙ୍ଗ ତିଆତି କରିଥିଲେ । ଏହି ପ୍ରାରମ୍ଭିକ କର୍ମଶାଳାରେ ସେମାନେ ନୂଆ କରି ଓଡ଼ିଆରେ ଟାଇପ କରିବା ଓ ଓଡ଼ିଆ ଉଇକିପିଡ଼ିଆରେ ଲେଖିବା ଶିଖିଥିଲେ । ଏହି କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ-ଶିକ୍ଷିକା ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦ୍ୱିତୀୟ ସୋପାନର କର୍ମଶାଳା ଡିସେମ୍ବର ମାସରେ କରାଯିବ ଯେଉଁଥିରେ ସେମାନେ ଏହି ପ୍ରସଙ୍ଗମାନଙ୍କ ବାବଦରେ ତ‌ଥ୍ୟସବୁ ସଂଗ୍ରହ କରି ତାହା ତାଙ୍କ ଅନୁଷ୍ଠାନର ଏକ ପ୍ରକଳ୍ପ ପୋର୍ଟାଲ କରି ଲେଖିବେ । ପରେ ସେହି ଲେଖାସମୁହରୁ ତ‌ଥ୍ୟ ସଂଗ୍ରହ କରି ଓଡ଼ିଆ ଉଇକିପିଡ଼ିଆରେ ଲେଖିବେ ।

ଫଟୋସବୁ ଉଇକି କମନ୍ସରେ ଏହି ଶ୍ରେଣୀରେ ଅଛି ।