ଉଇକିପିଡ଼ିଆ:ମେଳଣ/ଅନଲାଇନ/୨୦୨୩/ଜୁଲାଇ

ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ଦ୍ୱାରା ଜୁଲାଇ ୩୦ ତାରିଖ ଦିନ ସନ୍ଧ୍ୟା ୭ଟାରୁ ୭ଟା ୩୦ ଯାଏଁ ମାସିକିଆ ଅନ୍‌ଲାଇନ୍ ମେଳଣର ଆୟୋଜନ କରାଯାଇଥିଲା । ସର୍ବ ସମ୍ମତ କ୍ରମେ ଏହି କଲ୍ ପରଦିନ ଜୁଲାଇ ୩୧ ତାରିଖରେ ସନ୍ଧ୍ୟା ୮ଟା ୩୦ରୁ ୯ଟା ୩୦ ଯାଏଁ ପୁନଃ-ଆୟୋଜନ ହୋଇଥିଲା । ଏହାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଆଲୋଚନା ବିଷୟ[ସମ୍ପାଦନା]

  • ଉଇକିମାନିଆରେ ଯୋଗ ଦେଉଥିବା ଉଇକିଆଳିଙ୍କ ଭୂମିକା
  • ରଥଯାତ୍ରା ଗଣ-ସମ୍ପାଦନା ୨୦୨୩
  • କମନ୍ସରେ ଉଇକି ଲଭ୍ସ ରଥଯାତ୍ରା ୨୦୨୩
  • ଲିଙ୍ଗୁଆ ଲିବ୍ରେରେ ରେକର୍ଡ଼ିଂ
  • ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ
  • ଆଗାମୀ ଉଇକି ମହିଳା ମେଳଣ ଓ ଉଇକି ସମିଟରେ ଅଂଶଗ୍ରହଣ

ଯୋଗଦେଇଥିବା ଉଇକିଆଳି[ସମ୍ପାଦନା]

୩୦ ଜୁଲାଇ[ସମ୍ପାଦନା]

  • ସଂଗ୍ରାମ କେଶରୀ ସେନାପତି
  • ଶୈଳେଶ ପଟ୍ଟନାୟକ
  • ମୃତ୍ୟୁଞ୍ଜୟ କର
  • ଜ୍ଞାନରଞ୍ଜନ ସାହୁ

୩୧ ଜୁଲାଇ[ସମ୍ପାଦନା]

  • ସଂଗ୍ରାମ କେଶରୀ ସେନାପତି
  • ସୌମେନ୍ଦ୍ର କୁମାର ସାହୁ
  • ପ୍ରୀତିରଞ୍ଜନ ତ୍ରିପାଠୀ
  • ଜ୍ଞାନରଞ୍ଜନ ସାହୁ
  • ଚିନ୍ମୟୀ ମିଶ୍ର
  • ମୃତ୍ୟୁଞ୍ଜୟ କର

ପରାମର୍ଶ[ସମ୍ପାଦନା]

୩୦ ଜୁଲାଇରେ ଅଳ୍ପ ସଂଖ୍ୟକ ଉଇକିଆଳି ଯୋଗ ଦେଇଥିବାରୁ ଏବଂ କିଛି ବୈଷୟିକ ତୃଟି ଯୋଗୁଁ ସଠିକ୍ ଭାବରେ କଥାବାର୍ତ୍ତା ହେବା ସମ୍ଭବପର ହୋଇପାରିନଥିଲା । ମୃତ୍ୟୁଞ୍ଜୟ କର, ଜ୍ଞାନ ରଞ୍ଜନ ସାହୁ ଓ ସଂଗ୍ରାମ କେଶରୀ ସେନାପତିଙ୍କ ମିଳିତ ଆଲୋଚନାରେ ଅନ୍ୟ ଏକ ଦିନରେ ଏହି ମେଳଣ ଆୟୋଜନ କରାଯିବାକୁ ସ୍ଥିର କରାଗଲା ।

ପ୍ରସ୍ତାବିତ ତାରିଖ: ୩୧ ଜୁଲାଇ ୨୦୨୩
ସନ୍ଧ୍ୟା ୭ଟାରେ ଅଫିସରୁ ଫେରିବା ସମୟ । ୮ଟା ପରେ କରାଯାଉ, ହୁଏତ ଅଧିକ ଉଇକିଆଳି ଯୋଗ ଦେଇ ପାରିବେ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୧, ୩୧ ଜୁଲାଇ ୨୦୨୩ (IST)[reply]

ଆଲୋଚିତ ପ୍ରସଙ୍ଗ[ସମ୍ପାଦନା]

ଜୁଲାଇ ୩୧ (ସୋମବାର) ଦିନ ରାତି ସାଢ଼େ ୮ଟାରେ ଗୁଗୁଲ୍ ମିଟ୍ ଜରିଆରେ ହୋଇଥିବା ଅନ୍‌ଲାଇନ୍ ମେଳଣରେ ହୋଇଥିବା ହୋଇଥିବା ଆଲୋଚନାର ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।

ଉଇକିମାନିଆରେ ଯୋଗ ଦେଉଥିବା ଉଇକିଆଳିଙ୍କ ଭୂମିକା[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରୁ ୫ଜଣ ଆବେଦନ କରିଥିଲେ ଏବଂ ୩ ଜଣଙ୍କର ହୋଇଥିଲା, ମାତ୍ର ସୁଭାଶିଷ ଅଂଶଗ୍ରହଣ କରିପାରିବେ ନାହିଁ । ୧୬ରୁ ୧୯ ଅଗଷ୍ଟ ଯାଏଁ ସିଙ୍ଗାପୁରରେ ଆୟୋଜିତ ହେବାକୁ ଥିବା ଉଇକିମାନିଆ ୨୦୨୩ରେ ଜ୍ଞାନ ରଞ୍ଜନ ସାହୁ ଓ ଚିନ୍ମୟୀ ମିଶ୍ର ଯୋଗ ଦେବେ ।
ଜ୍ଞାନଙ୍କ ମତାମତ:
- ମୁଁ WCIରେ ଦୁଇଟି ସମୁଦାୟ ସହିତ କଥା ହୋଇଥିଲି ।
- ହ୍ୟାକ୍ଏଥନ୍ ଏବଂ ବୈଷୟିକ କର୍ମଶାଳାରେ ଯୋଗ ଦେବି ।
- କମ୍ୟୁନିଟି ଠାରୁ କିଛି ଉପଦେଶ ମାଗିଥିଲେ ମଧ୍ୟ କୌଣସି ମତାମତ ମିଳିନାହିଁ ।
- ଭିସା ହୋଇଗଲା ପରେ କମ୍ୟୁନିଟି ସହିତ କଥା ହେବା ଆରମ୍ଭ କରିବି ।
ଚିନ୍ମୟୀଙ୍କ ମତାମତ:
- ଓଡ଼ିଆ ଉଇକିପିଡ଼ିଆ ଉପରେ ଉଇକିମାନିଆରେ ଏକ ପୋଷ୍ଟର ପ୍ରେଜେଣ୍ଟେସନ୍ ।
- ପ୍ରଥମ କରି ଉଇକିମାନିଆ ଯାଉଛି, ତେଣୁ ସେମିତି କିଛି ଅଧିକ ଯୋଜନା କରିନାହିଁ । ଅଧିକ ଲୋକଙ୍କ ସହିତ ମିଶିବି, କିଛି ଶିଖିବି ।

ରଥଯାତ୍ରା ଗଣ-ସମ୍ପାଦନା ୨୦୨୩[ସମ୍ପାଦନା]

ସୂଚନା
୨୦ରୁ ୨୮ ଜୁନ୍ ଯାଏଁ ଚାଲିଥିବା ରଥଯାତ୍ରା ଗଣ-ସମ୍ପାଦନାରେ ସମୁଦାୟ ୩ ଜଣ ଉଇକିଆଳି ୧୧ଟି ପ୍ରସଙ୍ଗ ଗଢ଼ିଥିଲେ ।
ପ୍ରୀତିରଞ୍ଜନ ତ୍ରିପାଠୀଙ୍କ ମତାମତ
ଯଦି ଅଧିକ ସଂଖ୍ୟକ ଉଇକିଆଳି ଯୋଗ ନ ଦେବେ, ତେବେ ଗଣ-ସମ୍ପାଦନା କରିବାର ଆବଶ୍ୟକତା ନାହିଁ, ନ କରିଲେ ବରଂ ଭଲ ହେବ । ଗଣ-ସମ୍ପାଦନା ହେଉ, ଜଣ-ସମ୍ପାଦନା ନହେଉ ।

କମନ୍ସରେ ଉଇକି ଲଭ୍ସ ରଥଯାତ୍ରା ୨୦୨୩[ସମ୍ପାଦନା]

ସୂଚନା:
- ରଥଯାତ୍ରାଠାରୁ ନିଳାଦ୍ରୀବିଜେ ଯାଏଁ ଉଇକିମିଡ଼ିଆ କମନ୍ସରେ ଆୟୋଜିତ ଉଇକି ଲଭ୍‌ସ୍ ରଥଯାତ୍ରା ୨୦୨୩ରେ ୨୮୦ଟି ଫଟୋ/ଭିଡିଓ ଅପଲୋଡ଼ ହୋଇଥିଲା ।
- ଅଂଶଗ୍ରହଣ କରିଥିବା ୮ ଜଣଙ୍କ ମଧ୍ୟରୁ ୫ ଜଣ ନୂଆ କରି ଫଟୋ/ଭିଡିଓ ଅପଲୋଡ଼ କରିଥିଲେ ।
- ଦକ୍ଷିଣ ଆଫ୍ରିକାରୁ ଅମର ବାରିକ ଫଟୋ ଓ ଭିଡିଓ ଅପଲୋଡ଼ କରିଥିଲେ । ସେ ୨୦୧୬ରେ ମାତ୍ର ଗୋଟିଏ ଫଟୋ ଅପଲୋଡ଼ କରିଥିଲେ ଏବଂ ୭ ବର୍ଷ ପରେ ପୁଣିଥରେ ଅପଲୋଡ଼ କଲେ ।
- ସମାପିକା ମହାନ୍ତି ଆମେରିକାରୁ ଫଟୋ/ଭିଡିଓ ଅପଲୋଡ଼ କରିଥିଲେ ।

ଲିଙ୍ଗୁଆ ଲିବ୍ରେରେ ରେକର୍ଡ଼ିଂ[ସମ୍ପାଦନା]

ସୂଚନା
- ଲିଙ୍ଗୁଆ ଲିବ୍ରେରେ ଓଡ଼ିଆ ଶବ୍ଦ ଉଚ୍ଚାରଣ ସଂଖ୍ୟା ୧ ଲକ୍ଷ ପାର୍ ହୋଇଛି ।
- ଜୁଲାଇ ମାସର ଶ୍ରେଷ୍ଠ ୩ ରେକର୍ଡ଼ର ଓଡ଼ିଆ ଥିଲେ;
୧ମ: ସଂଗ୍ରାମ କେଶରୀ ସେନାପତି- ୫୫ ହଜାର
୨ୟ: ସୌମେନ୍ଦ୍ର ସାହୁ- ୩୦୦୦ ପାଖାପାଖି
୩ୟ: ସୁଭାଶିଷ ପାଣିଗ୍ରାହୀ- ୩୦୦୦ ପାଖାପାଖି
ରେକର୍ଡ଼ିଂ କରିବାର ଲାଭ
- ଟେକ୍ସଟ୍ ଟୁ ସ୍ପିଚ୍
- ସ୍ପିଚ୍ ଟୁ ଟେକ୍ସଟ୍
- ଉଚ୍ଚାରଣ
- ପବ୍ଲିକ୍ ଡୋମେନ୍‌ରେ ଉପଲବ୍ଧ
ସଂଗ୍ରାମଙ୍କ ଦ୍ୱାରା ଏକ ଛୋଟ ଶିକ୍ଷଣ ଦର୍ଶାଯାଇଥିଲା, ଯେଉଁଥିରେ କେମିତି ରେକର୍ଡ଼ କରାଯିବ ତାହା ଦେଖାଯାଇଥିଲା ।

ଆଗାମୀ ମାସ ପାଇଁ କାର୍ଯ୍ୟକ୍ରମ/ଯୋଜନା[ସମ୍ପାଦନା]

ମୁଭ୍‌ମେଣ୍ଟ ଷ୍ଟାଟେର୍ଜି ୨୦୩୦
ଡିସେମ୍ବର ୨୦୨୨ରେ ଆୟୋଜନ କରାଯାଇଥିବା ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଆଲୋଚନା ଚାଲିଛି ।
୩ଟି ଚାପ୍ଟର ଆଲୋଚନା ହେବ ।
ଆବେଦନ ତାରିଖ ଚାଲିଯାଇଥିବାରୁ ଚିନ୍ମୟୀ ମେଲ୍ କରିଥିଲେ ମଧ୍ୟ କୌଣସି ସକାରାତ୍ମକ ମତାମତ ମିଳିପାରିନାହିଁ ।
ବାର୍ଷିକ ଗ୍ରାଣ୍ଟ
ପ୍ରତିମାସ ସଠିକ୍ କ୍ରମରେ ଲେଖାଲେଖି କରିବା ।
ଆଗାମୀ ବର୍ଷ ପାଇଁ ସମୟ ପୂର୍ବରୁ ଗ୍ରାଣ୍ଟର ସବିଶେଷ ବିବରଣୀ ଲେଖିବା ।
ଉଇକି ଓମେନ୍ କ୍ୟାମ୍ପ୍
ଓଡ଼ିଆ ଉଇକିଆଳି ଚିନ୍ମୟୀ ମିଶ୍ର ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଉଇକି ଓମେନ୍ କ୍ୟାମ୍ପ୍ର ମୁଖ୍ୟ ଆୟୋଜିକା ।
ପୂର୍ବଥର ୨୦୧୬-୧୭ରେ ଆୟୋଜନ କରାଯାଇଥିଲା ।
ଏହି ବର୍ଷ ଦିଲ୍ଲୀରେ ଅକ୍ଟୋବର ମାସରେ ଆୟୋଜନ ହେବ ।
ସମୁଦାୟ ୬୦ ଜଣଙ୍କ ମଧ୍ୟରୁ ୪୫ ବିଦେଶୀ ଏବଂ ୧୫ ଭାରତୀୟ ଯୋଗ ଦେବେ ।
ଓଡ଼ିଆ ଇଉଜର ଗ୍ରୁପ୍‌ରୁ ଅଲିଭା ସାହୁ ମନୋନୀତ ହୋଇଛନ୍ତି । ପଙ୍କଜମାଳା ଷଡ଼ଙ୍ଗୀଙ୍କୁ କମ୍ୟୁନିଟି ତରଫରୁ ପଠାଇବାକୁ ଯୋଜନା ଚାଲିଛି ।
ଉଇକିମିଡ଼ିଆ ସମିଟ୍ ପାଇଁ ଆବେଦନ
୨୦୨୪ ମସିହାର ଜର୍ମାନୀର ରାଜଧାନୀ ବର୍ଲିନ୍‌ଠାରେ ଉଇକିମିଡ଼ିଆ ସମିଟ୍ ଆୟୋଜନ ହେବ ।
ଓଡ଼ିଆ ଉଇକିମିଡ଼ିଆନ୍‌ସ୍ ଇଉଜର୍ ଗ୍ରୁପ୍‌ରୁ ଦୁଇ ଜଣଙ୍କୁ ମନୋନୀତ କରାଯାଇପାରିବ ଏବଂ ଅଗଷ୍ଟ ୧୫ ହେଉଛି ଆବେଦନର ଶେଷ ତାରିଖ ।
ଏହି ସମିଟ୍‌ରେ ପୂର୍ବରୁ ପ୍ରୀତିରଞ୍ଜନ ତ୍ରିପାଠୀ ଯୋଗ ଦେଇଥିଲେ । ସେ ନିଜର ଅଭିଜ୍ଞତା ବିଷୟରେ ସମ୍ୟକ ସୂଚନା ଦେଲେ ।

ଅନ୍ୟାନ୍ୟ ଆଲୋଚନା[ସମ୍ପାଦନା]

ସିଆଇଏସ୍-ଏଟୁକେ ଦ୍ୱାରା ଆୟୋଜିତ ଛୋଟମୋଟ ଗଣ-ସମ୍ପାଦନା ଆଦିରେ ଯୋଗ ଦେବା ।
ଗଣ-ସମ୍ପାଦନା ଉପରେ ଚିନ୍ମୟୀଙ୍କ ମତ
- ଏସିଆନ୍ ଆଥେଲେଟିକ୍ ଚମ୍ପିଆନ୍‌ସିପ୍ ଗଣ-ସମ୍ପାଦନା ଭଳି ଅନ୍ୟ ଗଣ-ସମ୍ପାଦନା ହେଉନାହିଁ ।
- ଆମକୁ ସେହିଭଳି ଅଲଗା ଗଣ-ସମ୍ପାଦନା କରିବାକୁ ହେବ ।
- WCIରେ ମଧ୍ୟ ଆମେ ଏହିଭଳି ଅଲଗା ଅଲଗା ପ୍ରକାରର ଗଣ-ସମ୍ପାଦନା କରିବାକୁ ଯୋଜନା କରିଛୁ ।
ବ୍ୟକ୍ତିଗତ ଭାବରେ ମିଶି ପାରିବା ଭଳି ମେଳଣ
- ସାଥୀ ଉଇକିଆଳିଙ୍କ ବ୍ୟକ୍ତିଗତ ଆକ୍ଷେପ ।
- ଭୁବନେଶ୍ୱରରେ ପୁଣିଥରେ ଉଇକିଟୁଙ୍ଗି ଭଳି ମେଳଣ ଆୟୋଜନ କରିବାର ଯୋଜନା ।
କମନ୍ସରେ ପୁଣିଥରେ ଫଟୋ/ଭିଡିଓ ଆଦି ଅପଲୋଡ଼ କରିବା ।
ନୂଆ ଉଇକିଆଳି ଖୋଜିବାର ଚେଷ୍ଟା ।
ମାସକୁ ଅତିକମରେ ଥରେ ଭେଟିବା ।

ପ୍ରମୁଖ କାର୍ଯ୍ୟ[ସମ୍ପାଦନା]

  1. ଆମେ ଡବ୍ଲୁସିଆଇରେ କ'ଣ କରିଥିଲୁ (ଶିକ୍ଷଣ ଓ ପଦ୍ଧତି) ବିଷୟରେ ଏକ ପୃଷ୍ଠ କରି ଲେଖିବା: ସୌମେନ୍ଦ୍ର ଓ ଜ୍ଞାନ କାମ ଚାଲିଛି...
  2. ଲେକ୍ସିମ୍‌ରେ ଆସଫଙ୍କ ଭିଡିଓ ସେୟାର କରିବେ: ଚିନ୍ମୟୀ  Done
    1. ଚିନ୍ମୟୀ ଲିଙ୍କ ଅଂଶୀଦାର କରିଛନ୍ତି । ଭିଡିଓ: Let's Connect Learning Clinic: Basic Lexeme with Asaf Bartov - YouTube
    2. ପ୍ରେଜେଣ୍ଟେସନ: [Eng] Documenting our languages with Lexeme - Google Slides
  3. ଅଗଷ୍ଟ ଶେଷବେଳକୁ ୨ୟ ପର୍ଯ୍ୟାୟ ମତାମତ ପାଇଁ ମୁଭମେଣ୍ଟ ଷ୍ଟ୍ରାଟେଜି ଦଳକୁ ଇମେଲ୍ କରିବା: ଚିନ୍ମୟୀ  Done
  4. ଉଇକି ଶିଖର ସମ୍ମିଳନୀପାଇଁ ଆମ ଓଡ଼ିଆ ଉଇକିମେଡ଼ିଆ ତରଫରୁ ମନୋନୟନ ପାଇଁ ଆଲୋଚନା ମଞ୍ଚରେ ଲେଖିବା (ଅଗଷ୍ଟ ୧୫ ଶେଷ ତାରିଖ): ଜ୍ଞାନ (ବିଷୟ:Xnn7p88v59ayg4y8)  Done
  5. ଗୁଗୁଲ ଡକ୍‌ରେ ବାର୍ଷିକ ଯୋଜନା ଲେଖିବା: ଗପୁ  Done