Jump to content

ଉଇକିପିଡ଼ିଆ:ଜନ୍ମତିଥି/୧୬

ଉଇକିପିଡ଼ିଆ‌ରୁ
ତାରିଖ ଓ ସମୟ: ଜୁଲାଇ ୭-୮, ସକାଳ ୯:୩୦ରୁ ସନ୍ଧ୍ୟା ୫:୩୦ (ଉଭୟ ଦିନ)
ସ୍ଥାନ: ହୋଟେଲ ମ୍ୟାଙ୍ଗୋ, ୬୯୨, ବୁଦ୍ଧେଶ୍ୱରୀ ମନ୍ଦିର ବିପରୀତ, ପୁରୀ-କଟକ ରୋଡ଼, ଲକ୍ଷ୍ମୀସାଗର, ଭୁବନେଶ୍ୱର ।

୨୦୧୮ ମସିହା ଜୁନ ୩ ତାରିଖରେ ଓଡ଼ିଆ ଉଇକିପିଡ଼ିଆକୁ ୧୬ ପୂରିଲା । ଏହି ପ୍ରକଳ୍ପରେ ସକ୍ରିୟ ଥିବା ନୂଆ ଓ ପୁରୁଣା ସଭ୍ୟଙ୍କ ପାଇଁ ଭୁବନେଶ୍ୱରେ ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ଧରି ଏକ କର୍ମଶାଳା ଆୟୋଜିତ ହେବ ।

ବିଗତ ଆଠ ବର୍ଷ ଭିତରେ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ ଇଣ୍ଟରନେଟରେ ଓଡ଼ିଆ ଭାଷା ପାଇଁ ମାଇଲଖୁଣ୍ଟ ହୋଇ ଛିଡ଼ା ହୋଇଛନ୍ତି । ତେବେ ଏବେ ବି ଓଡ଼ିଆ ଉଇକିଆଳିଙ୍କ ଆଗରେ ଅନେକ ବୈଷୟିକ, ଆର୍ଥିକ, ମିଳିତ ଭାବେ କାମ କରିବାରେ ଅନେକ ବାଧା ରହିଛି । ଅନେକ ସକ୍ରିୟ ଉଇକିଆଳି ଏବେ ଆଉ ସକ୍ରିୟ ନାହାନ୍ତି । ନୂଆ କରି ଯୋଗଦାନ କରୁଥିବା ଅନେକ ଉଇକିଆଳି ଅଧାରୁ ଉଇକିପିଡ଼ିଆ ସମ୍ପାଦନା ଛାଡ଼ିଦିଅନ୍ତି । କେବଳ ମୋବାଇଲରୁ ଇଣ୍ଟରନେଟ ବ୍ୟବହାର କରୁଥିବା ଅନେକ ଉଇକିଆଳିଙ୍କ ପାଇଁ ନିଜ ମୋବାଇଲରୁ ଉଇକିପିଡ଼ିଆ ସମ୍ପାଦନା ଦୂରୁହ ।

ଏବେ ଇଣ୍ଟରନେଟ ମୋବାଇଲ ଓ ବିଭିନ୍ନ କନେକ୍ଟେଡ଼ ଡିଭାଇସମୁଖୀ ହେଉଥିବା ବେଳେ ତହିଁରେ ଓଡ଼ିଆର ରୂପ ଓ ଉଇକିପିଡ଼ିଆ ତଥା ବାକି ଉଇକିମିଡ଼ିଆ ପ୍ରକଳ୍ପଗୁଡ଼ିକର ଭୂମିକା ନିରୂପଣ ଏହି ଦୁଇଦିନିଆ କର୍ମଶାଳାର ମୂଳ ଲକ୍ଷ୍ୟ ହେବ । ଏହି କର୍ମଶାଳା ପୁରୁଣା କାମରୁ ମିଳିଥିବା ଶିକ୍ଷା ବାଣ୍ଟିବା ଓ ଭବିଷ୍ୟତକୁ ଆଖିରେ ରଖି ନୂଆ ଯୋଜନା କରିବା ପାଇଁ ।

ଏହି ଦୁଇ ଦିନର ୮୦ ଭାଗ ଉଇକିଆଳିଙ୍କ କାମର ଉନ୍ନତି ପାଇଁ ଆଉ ୨୦ ଭାଗ ସର୍ବସାଧାରଣଙ୍କ ସହ ସଂଯୋଗ ପାଇଁ ବ୍ୟୟ ହେବ ।

ସମ୍ୟକ ସୂଚନା

[ସମ୍ପାଦନା]

୨୦୦୨ ଜୁନ ୩ ତାରିଖରେ ପ୍ରଥମ ସମ୍ପାଦନା ହୋଇଥିଲେ ହେଁ ୨୦୧୧ରୁ ସକ୍ରିୟତା ଆରମ୍ଭ ହୋଇଥିଲା । ଏଯାବତ କେଇ ହଜାର ସଭ୍ୟ ଏହି ପ୍ରକଳ୍ପରେ ଯୋଗଦାନ କରିସାରିଛନ୍ତି ଓ ୧୩,୯୭୨ ଗୋଟି ପ୍ରସଙ୍ଗ ତିଆରି ହୋଇଛି । ୨୦୧୬ ମସିହାରେ ଚଣ୍ଡୀଗଡ଼ରେ ଆୟୋଜିତ ଉଇକିକନଫରେନ୍ସ ଇଣ୍ଡିଆରେ ସେତେବେଳେ ୧୫ ବର୍ଷ ପୁରୁଣା ଉଇକିମିଡ଼ିଆ ଅଭିଯାନରେ ୧୪ ବର୍ଷ ଧରି ରହିଥିବା ଓଡ଼ିଆ ଉଇକିମିଡ଼ିଆ ସମୂହକୁ ଉଇକିମିଡ଼ିଆ ଫାଉଣ୍ଡେସନର ଏକ୍ସେକ୍ୟୁଟିଭ ଡାଇରେକ୍ଟର କ୍ୟାଥରିନ ମେହେର ଭୁରି ଭୁରି ପ୍ରଶଂସା କରିଥିଲେ

୨୦୧୧ ଅପ୍ରେଲ ୪ ତାରିଖରେ ଓଡ଼ିଆ ଉଇକିପିଡ଼ିଆର ପ୍ରଥମ ବିଧିବଦ୍ଧ କର୍ମଶାଳା ଆରମ୍ଭ ହୋଇ ଏଯାଏ ଅନେକ କର୍ମଶାଳା ଭାରତର ୭ଟି ସହର/ନଗରରେ ହୋଇସାରିଛି । ଅନେକ ଶିକ୍ଷାନୁଷ୍ଠାନ ସହ ମିଳିତ ଭାବେ "ଉଇକିପିଡ଼ିଆ ଏଜୁକେସନ ପ୍ରୋଗ୍ରାମ" ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆ ସମ୍ପାଦନା ତାଲିମ ଦେଇ ସେମାନଙ୍କୁ ଉଇକିପିଡ଼ିଆ ପରିସର ଭିତରକୁ ଅଣାଯାଇଛି ।

ଓଡ଼ିଆ ଉଇକିପିଡ଼ିଆ ସମୂହ ନେତୃତ୍ୱରେ ଓ ସିଆଇଏସ-ଏଟୁକେ ଓ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ୨୦୧୭ ମସିହାରେ ଓଡ଼ିଶା ସରକାର ତାଙ୍କର ଆଠଗୋଟି ସୋସିଆଲ ମିଡ଼ିଆ ଓ କେତେକ ୱେବସାଇଟକୁ କ୍ରିଏଟିଭ କମନ୍ସ ଲାଇସେନ୍ସରେ ବିତରଣ କରିଥିଲେ । ଏଭଳି ପଦଃକ୍ଷେପ ନେବାରେ ଓଡ଼ିଶା ସରକାର ଭାରତରେ ପ୍ରଥମ ଓ କୌଣସି ସରକାରଙ୍କୁ ନୀତିଗତ ଭାବେ ଏହି ଭଳି ପ୍ରଭାବିତ କରିବାରେ ଓଡ଼ିଆ ଉଇକିପିଡ଼ିଆ ବାକି ଭାରତୀୟ ଭାଷା ଭିତରୁ ପ୍ରଥମ ।

ସାଧାରଣ ଜନତାଙ୍କ ପାଇଁ ଅତି ଉପାଦେୟ ଜ୍ଞାନର ଭଣ୍ଡାର ଚିକିତ୍ସା ବିଜ୍ଞାନ ସମ୍ବନ୍ଧିତ ଉଚ୍ଚମାନର ପ୍ରସଙ୍ଗ ଥିବା ବିଶ୍ୱସ୍ତରୀୟ ଉଇକିପିଡ଼ିଆଗୁଡ଼ିକ ଭିତରୁ ଓଡ଼ିଆ ଅନ୍ୟତମ ।

ନିର୍ଘଣ୍ଟ

[ସମ୍ପାଦନା]

ଏଥିରେ ହୋଇଥିବା ସମସ୍ତ ଆଲୋଚନା ଏହି ପୃଷ୍ଠାରେ ରହିଛି

ମୂଳ ଲକ୍ଷ୍ୟ ଶ୍ରେଣୀ
ସମୂହ (କମ୍ୟୁନିଟି) ଉଇକିମିଡ଼ିଆ ପ୍ରକଳ୍ପ ସମ୍ବନ୍ଧିତ
ବୈଷୟିକ (ଟେକନିକାଲ) ନୀତି ଓ ଆଇନଗତ
ଅଧିବେଶନ ଚିହ୍ନ
- କର୍ମଶାଳା - ଭିଜୁଆଲ ସହ ପ୍ରେଜେଣ୍ଟେସନ
- ଆଲୋଚନା - ମୌଖିକ ପ୍ରେଜେଣ୍ଟେସନ
ଜୁଲାଇ ୭
ପୂର୍ବ ଆଲୋଚିତ ଅସୁବିଧା ଓ ନୂଆ ଅସୁବିଧାଗୁଡ଼ିକର ଆଲୋଚନା ଓ ସମାଧାନ • ଆଗାମୀ ବର୍ଷ ପାଇଁ ଯୋଜନା • ଆଲୋଚନା: ଉଇକିପିଡ଼ିଆ ପ୍ରସଙ୍ଗ ମାନ ଉନ୍ନତି • ବୈଷୟିକ ଅଧିବେଶନ
ସମୟଶିରୋନାମଜଣଙ୍କ ପିଛା ସମୟସୀମା
ସକାଳ ୯:୩୦–୧୦:୩୦

ସବୁ ଉଇକିଆଳି କହିବେ:

  • ନିଜର ପରିଚୟ
  • କେବେଠୁ ଉଇକିପିଡ଼ିଆ ବା ଆଉ କେଉଁ ଉଇକିମିଡ଼ିଆ ପ୍ରକଳ୍ପରେ ଜଡ଼ିତ
  • କି କି ଅସୁବିଧାର ସମ୍ମୁଖୀନ ହେଉଛନ୍ତି
  • ନିଜ କାମରୁ ମିଳିଥିବା ଗୋଟିଏ-ଦୁଇଟି ଖୁବ ଗୁରୁତ୍ତ୍ୱପୂର୍ଣ୍ଣ ଶିକ୍ଷା
(୨ ମିନିଟ ଭିତରେ)
୧୦:୩୦-୧୧

ସଂକ୍ଷେପରେ ଏ ଦୁଇଦିନିଆ ମେଳଣରୁ କଣ ଆଶା କରାଯାଉଛି (ପରିଚାଳକମାନେ କହିବେ)ପ୍ରତି ପରିଚାଳକ ୫ ମିନିଟ ହିସାବରେ ୧୫-୨୦ ମିନିଟ, ଶେଷକୁ ୧୦-୧୫ ମିନିଟ ପ୍ରଶ୍ନୋତ୍ତର
୧୧-୧୧:୧୫ଚା ବିରତି
୧୧:୧୫ - ୧୨:୩୦

ବିଭିନ୍ନ ଅସୁବିଧା ଓ ଆହ୍ୱାନ ଓ ସେସବୁର ସମାଧାନ
ମଧ୍ୟାହ୍ନ ୧୨:୩୦ – ଅପରାହ୍ନ ୧:୩୦ମଧ୍ୟାହ୍ନ ଭୋଜନ
୧:୩୦-୨:୩୦ଆଲୋଚିତ ଅସୁବିଧା/ଆହ୍ୱାନ ଓ ସମାଧାନକୁ ଭିତ୍ତିକରି ଆଗାମୀ ବର୍ଷ ପାଇଁ ଯୋଜନା
୨:୩୦ - ୩

ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକର ମାନ ଉନ୍ନତି:

  • ଉଇକିପ୍ରକଳ୍ପ
୩ - ୩:୧୫ଚା' ବିରତି
୩:୧୫ - ୪:୩୦ଉଇକିପିଡ଼ିଆ ପ୍ରସଙ୍ଗଗୁଡ଼ିକର ମାନ ଉନ୍ନତି:
  • ଗଣସମ୍ପାଦନା
  • କୌଣସି ଅନୁଷ୍ଠାନ ସହ ମିଳିତ ସମ୍ପାଦନା କାର୍ଯ୍ୟକ୍ରମ
  • ଉଇକିପାଠାଗାର ଓ ଅନ୍ୟାନ୍ୟ ଖୋଲା ଲାଇସେନ୍ସରେ କଣ୍ଟେଣ୍ଟ ବିତରଣ
୪:୩୦ - ୫:୩୦

ବୈଷୟିକ:

  • FLOW (୧୫ ମିନିଟ)
  • Citoid (୧୦ ମିନିଟ)
  • ଉଇକିଡାଟା କର୍ମଶାଳା (୩୫ ମିନିଟ)
ଜୁଲାଇ ୮
ଆଗାମୀ ବର୍ଷ ପାଇଁ ଯୋଜନା ଚୂଡ଼ାନ୍ତ • •
ସମୟଶିରୋନାମସୂଚନା
ସକାଳ ୯:୩୦–୧୦:୩୦

ଆଗାମୀ ବର୍ଷ ପାଇଁ ଯୋଜନା ଚୂଡ଼ାନ୍ତ
୧୦:୩୦-୧୨:୩୦

ଉଇକିପିଡ଼ିଆ ନୀତି

  • ଲିଖନଶୈଳୀ
  • ଆଧାର
ପ୍ରେଜେଣ୍ଟେସନ ଓ ତା'ପରେ କର୍ମଶାଳା - ସଭିଙ୍କୁ କମ୍ପ୍ୟୁଟର (ବା ମୋବାଇଲ/ଟ୍ୟାବଲେଟରୁ ସମ୍ପାଦନା କରୁଥିଲେ ମୋ/ଟ୍ୟା) ଆଣିବାକୁ ଅନୁରୋଧ
୧୨:୩୦ - ୧:୩୦ମଧ୍ୟାହ୍ନ ଭୋଜନ
୧:୩୦ - ୨:୦୦ ଉଇକିଆଳିମାନେ କରିଥିବା କାମ
୧:୩୦ - ୨:୩୦ ଓଡ଼ିଆ ଉଇକିମିଡ଼ିଆନ୍ସ ୟୁଜରଗ୍ରୁପ କାର୍ଯ୍ୟ ବଣ୍ଟନ
୧:୩୦ - ୨:୦୦ ସିଆଇଏସ/ଶୈଳେଶର କାର୍ଯ୍ୟ ବିବରଣୀ
୧:୩୦ - ୨:୦୦ ଅଧିବେଶନ
୨:୩୦ - ୨:୪୫ଚା' ବିରତି
୨:୪୫ - ୪ଅଧିବେଶନ
୪–୪:୩୦ ସଂକ୍ଷିପ୍ତ ପ୍ରେଜେଣ୍ଟେସନ (lightening talks) ଯେଉଁମାନେ ଇଚ୍ଛୁକ ଆଗୁଆ ନିଜ ପ୍ରେଜେଣ୍ଟେସନ ତିଆରି କରି ସକାଳେ ଜମାକରିବାକୁ ଅନୁରୋଧ
୪:୩୦ - ୫:୩୦ ଓଡ଼ିଆ ଉଇକିପିଡ଼ିଆର ୧୬ ତମ ଜନ୍ମତିଥି ପାଳନଏହି ସମୟରେ ଉଇକିଆଳିଙ୍କର ଇଣ୍ଟରଭିଉ ମଧ୍ୟ ନିଆଯିବ ଫେସବୁକ ଲାଇଭ ପାଇଁ
୫:୩୦ - ୬:୩୦ଫେସବୁକ ଲାଇଭ ଜରିଆରେ ପାଠକମାନଙ୍କ ସହ ଆଳାପଏହି ସମୟରେ ଉପସ୍ଥିତ ରହିଲେ ହଲ ଭିତରେ ନିରବତା ରକ୍ଷା ପାଇଁ ଅନୁରୋଧ