ହୋ ଜନ‌ଜାତିର ପର୍ବପର୍ବାଣୀ

ଉଇକିପିଡ଼ିଆ ରୁ
Jump to navigation Jump to search

ହୋ ଜନଜାତି[ସମ୍ପାଦନା]

ହୋ[୧] ଏକ ଆଦିବାସି ଜନଜାତି ଯାହାକି ଝାରଖନ୍ଡରୁ ଆସିଅଛି । ଓଡ଼ିଶାରେ ବସବାସ କରୁଥିବା ପ୍ରମୁଖ ଆଦିବାସିମାନଙ୍କ ମଧ୍ୟରେ ହୋ ଅନ୍ୟତମ । ସେମାନେ ସାନ୍ତାଳି ସମ ଜନଯାତି । ଏହି ସମ୍ପ୍ରଦାୟର ଲୋକମାନେ ଓଡ଼ିଶା ଏବଂ ପଡୋଶୀ ରାଜ୍ୟରେ ମଧ୍ୟ ବସବାସ କରନ୍ତି । ଓଡ଼ିଶାରେ ବିଭିନ୍ନ ଜିଲ୍ଲା ଯେପରିକି ମୟୂରଭଞ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କ‌ଟକ ଏବଂ ସୁନ୍ଦରଗଡ଼ରେ ବସବାସ କରନ୍ତି । ଏହି ସମ୍ପ୍ରଦାୟ ସର୍ନ ଧର୍ମ ଅନୁସରଣ କରନ୍ତି । ସିନ୍ଗବୋଙ୍ଗା କିମ୍ବା ସୂର୍ଯ୍ୟ ସେମାନଙ୍କ ପ୍ରମୁଖ ଦେବତା । ହୋ ଜନଜାତି ନିଜ ଲୋକମାନଙ୍କ ମଙ୍ଗଳ ପାଇଁ ସୂର୍ଯ୍ୟ ପୂଜା କରିଥାନ୍ତି । ଏହା ଛଡା ସେମାନେ ମାରାଙ୍ଗବୁରୁ, ଗୁଡେଇ ଏରା, ଜାପେର ଏରା ଇତ୍ୟାଦି ଦେବତାଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି । ପ୍ରତ୍ୟେକ ହୋ ଗ୍ରାମର ଏକ ମୁଖିଆ ଥାଏ ଯାହାକୁ ମୁଣ୍ଡ ବୋଲି କୁହ‌ନ୍ତି । ହୋ ଜନଜାତିର ଲୋକମାନେ ଯଉଁଠାରେ ପୂଜା କରନ୍ତି ତାକୁ ସେମାନେ ସେନେସଚଲ ବୋଲି କୁହ‌ନ୍ତି । ଦେବଦେବୀ ଏବଂ ପ୍ରେତାତ୍ମାମାନଙ୍କୁ ସେମାନେ ବୋଙ୍ଗ ବୋଲି କୁହ‌ନ୍ତି ।

ହୋ ଜନଜାତିର ମୁଖ୍ୟ ପର୍ବ[ସମ୍ପାଦନା]

ସେମାନଙ୍କ ମୁଖ୍ୟ ପର୍ବ ହେଲା ମାଗେ[୨] , ବା, ଗୋମା, ହେରୋଓ, ବାହାତୌଳି ଏବଂ ଜମନାମା । ମାଘେ ପର୍ବରେ ହୋ ଆଦିବାସି ଜନଜାତିର ସମସ୍ତ ପୁରୁଷ ଏବଂ ମହିଳାମାନେ ନୂତନ ଖାଦ୍ୟ ଶଷ୍ଯ ଅନୁସନ୍ଧାନ କରି ଉତ୍ସାହ ସ‌ହ ନାଚ ଏବଂ ଗିତରେ ଆନନ୍ଦ ଅନୁଭବ କରନ୍ତି । ମାର୍ଚ ଏବଂ ମେ ମାସ ମଧ୍ୟରେ ବା ପର୍ବ ପାଳନ କରାଯାଏ ।

ମାଗେ ପର୍ବ[ସମ୍ପାଦନା]

ମାଗେ ପର୍ବ ହୋ ଜନଜାତିର ସବୁଠାରୁ ବଡ ପର୍ବ । ଏହି ପର୍ବ ପ୍ରାୟ ବ‌ର୍ଷର ଆରମ୍ଭରେ କିମ୍ବା ଜାନୁଆରି - ମାର୍ଚ୍ଚ ମଧ୍ୟରେ ପାଳନ କରାଯାଏ । ଏହି ପର୍ବ ପ୍ରାୟ ୧୦ରୁ ୧୫ ବର୍ଷ ଧରି ବ‌ହୁ ସ୍ଥାନରେ ପାଳନ କରା ଯାଉଛି । ଏହି ପର୍ବରେ ହୋ ଜନଜାତିର ବ୍ୟକ୍ତି ବିଷେଶମାନେ ଏକ ନିର୍ଧାରିତ ସ୍ଥାନରେ ଏକ‌ତ୍ର ହେଇଥାନ୍ତି । ସେଠାରେ ସେମାନେ ମାରାଙ୍ଗବୁରୁ, ଦେସୌଳି ଏବଂ ଦେବତାଙ୍କ ପୂଜା କରନ୍ତି ଏବଂ କୁକୁଡା ବଳି ଦିଅନ୍ତି । ପୂଜା ସମୟରେ କୁକୁଡାକୁ ନୂଆ ଅରୁଆ ଚାଉଳ ଖାଇବାକୁ ଦିଆଯାଏ । ସେହି ସାମୟରେ ଲୋକମାନେ ଦେବତାଙ୍କ ଉଦେଶ୍ୟରେ ଗାଳି ଗୁଳଜ କରୁଥିବେ । ମାଘେ ପର୍ବର ପ୍ରଥମ ଦିନ‌କୁ ଅତେଇଲି, ଦ୍ୱିତିୟ ଦିନ‌କୁ ଗାଉଅଲ୍, ତୃତିୟ ଦିନ‌କୁ ଗୁରିଃ ପରବ୍, ଚତୁର୍ଥ ଦିନ‌କୁ ମାଗେ ମାରାଁ, ପଞ୍ଚମ ଦିନ‌କୁ ମାଗେ ବାସୀ ଏବଂ ଶେଷ ଦିନ‌କୁ ହାରବାଗେୟା କିମ୍ବା ହାରମାଗେ ପରବ କୁହାଯାଏ ।

ଅତେଇଲି

ଅତେ ଅର୍ଥ ମାଟି ଏବଂ ଇଲି ଅର୍ଥ ହାଣ୍ଡିଆ । ସାଧାରଣତଃ ଏହି ମାଟି ଦେବତାଙ୍କ ଉଦ୍ଦେଶ୍ୟରେ ହାଣ୍ଡିଆକୁ ଭୋଗ ସଦୃଶ୍ୟରେ ଅର୍ପଣ କରାଯାଇଥାଏ । ନୂଆ ହାଣ୍ଡିରେ ପ୍ରସ୍ତୁତ ହାଣ୍ଡିଆକୁ ପ୍ରଥମେ ମାଟି ଦେବତାଙ୍କୁ ଅର୍ପଣ କରାଯାଏ । ଗ୍ରାମ ଦେହୁରିକୁ ତାଙ୍କ ସ୍ତ୍ରୀ ସ‌ହ ଏକ ସ୍ଥାନରେ ବସାଇ ହାଣ୍ଡିଆ ପିଇବାକୁ ଦିଆଯାଏ

ଗାଉଅଲ୍

ଗାଉ ବା ବଗାଳମାନେ ଗାଁର ଗୋରୁ ଗାଈମାନଙ୍କୁ ଚରାଇଥାନ୍ତି । ଏହି ଦିନ ବଗାଳମାନଙ୍କ ପାଇଁ ଅନ୍ତିମ ବା ବିଦାୟ ଦିନ ବୋଲି ଧରାଯାଏ । ଏହି ଦିନ ପର୍ଯ୍ୟନ୍ତ ବଗାଳମାନେ ଗାଇ ଗୋରୁ ଚରାନ୍ତି ତା ପର ଦିନ ବଗାଳମାନଙ୍କୁ ହାଣ୍ଡିଆ ପିଆଇ ଛାଡି ଦିଅନ୍ତି । ଏହି ଦିନ‌ଟି ଗୃହ ପାଳିତ ପଶୁ ପକ୍ଷୀମାନଙ୍କ ସୁଖ ସମୃଦ୍ଧି ପାଇଁ ପୂଜା ଅର୍ଚନା କରାଯାଏ ।

ଗୁରିଃ ପରବ୍
ଗୁରିଃ ଅର୍ଥ ଗୋବର । ଏହି ଦିନରେ ପ୍ରତ୍ୟେକ ଘରର ସ୍ତ୍ରୀଲୋକମାନେ ଘରକୁ ଗୋବରରେ ଲିପାପୋଛା କରିଥାନ୍ତି । ତାହା ପରେ ଠିକ୍ ସନ୍ଧ୍ୟା ବେଳକୁ ମାଦଳ ବାଜା ବଜାଇ ନାଚ ଗୀତ କରିଥାନ୍ତି ।

ମାଗେ ମାରାଁ
ମାରାଁ ଅର୍ଥ ସବୁଠାରୁ ବଡ । ଏହିଦିନ‌ଟି ମାଗେ ପର୍ବର ସବୁଠାରୁ ବଡ ଦିନ ବୋଲି ମାନିଥାନ୍ତି । ଏହି ଦିନ ଦେହୁରିମାନଙ୍କ ସ‌ହିତ ମାଦଳର ତାଳେ ତାଳେ ନାଚି ନାଚି ଗାଧେଇବା ପାଈଁ ଯାଆନ୍ତି । ଗାଧେଈ ସାରି ଫେରିବାପରେ ଦେହୁରି ନୂଆ ଧୋତି ପିନ୍ଧି ଗ୍ରାମ ଦେବତାଙ୍କ ପୂଜା କରିଥାନ୍ତି ।
ମାଗେ ବାସୀ
ଏହିଦିନ ଦିନରାତି ନାଚଗୀତ ଚାଲିଥାଏ । ଏହି ଦିନ ବୋଙ୍ଗମାନଙ୍କୁ ବିଦାୟ ଦିଅନ୍ତି । ରନ୍ଧା ଖାଦ୍ୟ ଏବଂ ହାଣ୍ଡିଆ ବୋଙ୍ଗମାନଙ୍କୁ ଅର୍ପଣ କରାଯାଏ ।

ହାରବାଗେୟା
ହାରବାଗେୟା ମାଗେ ପର୍ବର ଅନ୍ତିମ ଦିବସକୁ କୁହାଯାଏ । ଏହି ଦିନ‌ଟି ଗୃହ ପାଳିତ ପଶୁ ପକ୍ଷୀମାନଙ୍କ ସୁଖ ସମୃଦ୍ଧି ପାଇଁ ପୂଜା ଅର୍ଚନା କରାଯାଏ । ଅନିଷ୍ଟକାରି ବୋଙ୍ଗମାନଙ୍କୁ ତଡିବା ପାଇଁ ଗାଁର ଲୋକ ଏବଂ ପିଲାମାନେ ଗାଳି ଗୁଳଜ କରି ବାଡି ଧରି ତଡିବାର ପ୍ରଥା ରହିଛି ।

ବା ପର୍ବ[ସମ୍ପାଦନା]

ବା ଅର୍ଥ ଫୁଲ । ଏହି ପର୍ବରେ ଫୁଲକୁ ପୂଜା କରାଯାଏ । ମୂଖ୍ୟତଃ ଏହି ପର୍ବରେ ଶାଳ ଫୁଲକୁ ପୂଜା କରାଯାଏ । ଏହି ପର୍ବଟି ପ୍ରତି ବର୍ଷ ମାର୍ଚ୍ଚ ମାସରେ ଅନୁସ୍ଠିତ ହୋଇଥାଏ । ଏହି ପର୍ବର ପ୍ରଥମ ଦିନ‌କୁ ସାକାମ ଦିଆଙ୍ଗ୍ ବୋଲି କୁହାଯାଏ , ଦ୍ୱିତିୟ ଦିନ‌କୁ ମାରାଙ୍ଗ୍ ମୁସିଂ, ତୃତିୟ ଦିନ‌କୁ ବାସି ମୁସିଂ ଏବଂ ଶେଷ ଦିନ‌କୁ ବଣ ଭୋଜିନୀ କୁହାଯାଏ । ପର୍ବର ପ୍ରଥମ ଦିନରେ ଲୋକମାନେ ଶାଳ ପ‌ତ୍ର, ଶାଳ ଫୁଲ ଏବଂ ଅନ୍ୟାନ୍ୟ ପ‌ତ୍ର ସଂଗ୍ରହ କରି ନିକଟସ୍ଥ ଜଙ୍ଗଲରୁ ଆଣନ୍ତି, ନିଜ ଘର ଗୋବର ପାଣିରେ ଲିପାପୋଛା କରି । ତୃତିୟ ଦିନ‌ରେ ଦେହୁରୀ ଦେଶାଉଳି ପୂଜା, ଗ୍ରାମ ସିରି ପୂଜା ଏବଂ ସିଂ ବୋଙ୍ଗା ପୂଜା ପାଇଁ ମିମ୍ (କୁକୁଡା), ମେରମ୍ (ଛେଳି)କୁ ପୂଜା କରିଥାନ୍ତି । ଶେଷ ଦିନରେ ନାଚଗୀତ ଏବଂ ଭୋଜିର ଆୟୋଜନ କରାଯାଏ ।

ରଜ ପର୍ବ[ସମ୍ପାଦନା]

ରଜ ପର୍ବ ଆନନ୍ଦ ଉତ୍ସବର ପର୍ବ । ଏହି ପର୍ବ ମେ-ଜୁନ୍ ମଧ୍ୟରେ ପାଳନ କରାଯାଏ । ଏହି ପର୍ବ ଦୁଇ ଦିନ ପାଳନ କରାଯାଏ । ଏହି ପର୍ବରେ କୌଣଷି ବଳି ଦିଆଯାଏ ନାହିଁ । ଏ ସମୟରେ କୌଣଷି ଚାଷ କାର୍ଯ୍ୟ ହୁଏ ନାହିଁ । କେବଳ ନାଚଗୀତ ଏବଂ ଭୋଜିରେ ସମସ୍ତେ ସମୟ ଅତିବାହିତ କରନ୍ତି ।

ଗୋମା ପର୍ବ[ସମ୍ପାଦନା]

ହେରୋଓ ପର୍ବ[ସମ୍ପାଦନା]

ଏହି ପର୍ବ ଜୁନ୍-ଜୁଲାଈ ମଧ୍ୟରେ ପାଳନ କରାଯାଏ । ଏହି ପର୍ବ ତିନି ଦିନ ପାଳନ କରାଯାଏ । ହୋ ଜନଜାତିର ବିଶ୍ୱାସ ଯେ ଏହି ପର୍ବ ପାଳନଦ୍ୱାରା ପ୍ରଚୁର ବର୍ଷା ସ‌ହ ଭଲ ଫସଲ ହେବ ।

ବାହାତୌଳି ପର୍ବ[ସମ୍ପାଦନା]

ଏହି ପର୍ବ ଜୁଲାଈ-ଅଗଷ୍ଟ ମାସ ମଧ୍ୟରେ ପାଳନ କରାଯାଏ । ଏହି ପର୍ବରେ ଦେସୌଳି ବୋଙ୍ଗ ପୂଜା କରାଯାଏ । କେନ୍ଦୁ ପ‌ତ୍ର ଦେବତାଙ୍କୁ ଅର୍ପଣ କରାଯାଏ ଏବଂ କୁକୁଡା ବଳି ଦିଆଯାଏ। ହୋ ଜନଜାତିର ବିଶ୍ୱାସ ଯେ ଏହି ପର୍ବ ପାଳନଦ୍ୱାରା ତାଙ୍କ ଫସଲ କିଟ ଏବଂପୋକମାନଙ୍କ ଠାରୁ ସୁରକ୍ଷୀତ ରହିବ ।

ଜମନାମା ପର୍ବ[ସମ୍ପାଦନା]

ଧାନ କାଟା ସମୟରେ ଏହି ପର୍ବ ପାଳନ କରାଯାଏ । ଏହି ପର୍ବ ପାଳନ କଲାପରେ ସମସ୍ତେ ନୂଆ ଧାନରୁ ହେଇଥିବା ନୂଆ ଚାଉଳ ଖାଆନ୍ତି । ପ୍ରଥମ ଧାନ କାଟା ହେଲା ପରେ ସେଥିରୁ ଚୁଡା ତିଆରି କରି ଗ୍ରାମ ଦେବତାଙ୍କୁ ଏବଂ ଅନ୍ୟ ଦେବିଦେବତାଙ୍କୁ ଅର୍ପଣ କରାଯାଏ ।

References[ସମ୍ପାଦନା]

  1. "Ho people".
  2. ତିରିଆ, ମନୋରଜ୍ଞନ (୧୦ ଫେବୃଆରି ୨୦୧୩). "ମାଗେ ପରବ୍". ସମ୍ବାଦ. Check date values in: |date= (help)