ଆମେଲି ପଣ୍ଡା
ଆମେଲି ପଣ୍ଡା | |
---|---|
ଜନ୍ମ | ଆମେଲି ପଣ୍ଡା ୧୪ ସେପ୍ଟେମ୍ବର ୧୯୮୪ ଝାରଗ୍ରାମ, ପଶ୍ଚିମ ବଙ୍ଗ, ଭାରତ |
ବୃତ୍ତି(ସମୂହ) | (ଓଡ଼ିଆ) ଅଭିନେତ୍ରୀ ଓଡ଼ିଆ ଆଲ୍ବମ୍ ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୦ରୁ-୨୦୧୦ |
ବୈବାହିକ-ସାଥୀ | ନୀଲ୍ ହୋତା (୨୦୧୧ରୁ ଏବେଯାଏଁ) |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୦୭, ରାଜୀବ ଗାନ୍ଧୀ ରାଜ୍ୟ ପୁରସ୍କାର |
ଆମେଲି ପଣ୍ଡା, ଜଣେ ଓଡ଼ିଆ ଆଲ୍ବମ୍ ଏବଂ କଥାଚିତ୍ର ଅଭିନେତ୍ରୀ ।[୧] ସେ ପ୍ରଥମେ ଓଡ଼ିଆ ଆଲବମ୍ରେ ଅଭିନୟ କରିଥିଲେ ।[୨] ଏହା ପରେ ପରେ ସେ ୨୦୦୫ରେ ସେ ରାଜୁ ମିଶ୍ରଙ୍କ ଚଳଚ୍ଚିତ୍ର ଜୀବନ ମୃତ୍ୟୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ୨୦୦୭ରେ ତୁମକୁ ପାରୁନି ତ ଭୁଲି ଏବଂ ୨୦୧୦ରେ ଭୁଲ୍ ବୁଝିବନି ମତେ କଥାଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ବିବାହ ପରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ ।[୩]
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]ଆମେଲି ପଶ୍ଚିମ ବଙ୍ଗର ଝାରଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି । ସେ ମହର୍ଷି ମହାବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଏହାପରେ ସେ ଓଡ଼ିଆ ଆଲବମ୍ ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୧୧ ଡିସେମ୍ବର ୨୦୧୧ରେ ସେ ନୀଲ୍ ହୋତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ଅଭିନୟରୁ ଦୂରେଇ ଯାଇଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଆମେଲି ପ୍ରଥମେ ଓଡ଼ିଆ ଆଲବମ୍ ଗୀତରେ ଅଭିନୟ କରିଥିଲେ । ସେ ୫୦୦ରୁ ଅଧିକ ଆଲବମ୍ ଗୀତରେ ଅଭିନୟ କରିବା ପରେ ୨୦୦୫ ମସିହାରେ ନିର୍ଦ୍ଦେଶକ ରାଜୁ ମିଶ୍ର ତାଙ୍କୁ ଜୀବନ ମୃତ୍ୟୁ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିବାର ପ୍ରଥମ ସୁଯୋଗ ଦେଇଥିଲେ ।[୩] ତାଙ୍କର ପ୍ରଥମ କଥାଚିତ୍ରରେ ଆମେଲୀଙ୍କ ସହ ସୁନୀଲ କୁମାର ନାୟକ ଭାବରେ ଅଭିନୟ କରିଥିଲେ । ମିହିର ଦାସ, ମୁନ୍ନା ଖାଁ, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି ଆଦି ପ୍ରମୁଖ କଳାକାରମାନେ ମଧ୍ୟ ଏହି କଥାଚିତ୍ରରେ ଅଭିନୟ କରିଥିଲେ ।
ଏହାପରେ ୨୦୦୭ରେ ସେ ଚକ୍ରଧାର ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତୁମକୁ ପାରୁନି ତ ଭୁଲିରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନାୟକ ପୁଣିଥରେ ସୁନୀଲ କୁମାର ଥିଲେ । ମନୋଜ ମିଶ୍ର, ଉତ୍ତମ ମହାନ୍ତି, ଅଶୋକ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରରେ ଆମେଲୀଙ୍କ ସହ ଅଭିନୟ କରିଥିଲେ ।
୨୦୧୦ ମସିହାରେ ଆମେଲି ନିର୍ଦ୍ଦେଶକ କୁନାଲ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ଭୁଲ୍ ବୁଝିବନି ମତେରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ନାୟକ ଥିଲେ ଦେବାଶିଷ ପାତ୍ର । ସମରେଶ ରାଉତରାୟ, ମିହିର ଦାସ, ପ୍ରିୟଙ୍କା, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଆମେଲିଙ୍କର ଶେଷ ଚଳଚ୍ଚିତ୍ର ଥିଲା । ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଆଉ ଅଭିନୟ କରିନାହାନ୍ତି ।[୩]
ଆମେଲି 'ଧନ୍ୟ ତୁମେ ସାଇବାବା' ନାମକ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଆପୁ କାନୁନ୍ଗୋ । ଦେବୁ ବ୍ରହ୍ମା ଏହି ଚଳଚ୍ଚିତ୍ରଟିରେ ଆମେଲିଙ୍କ ସହ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୫ | ଜୀବନ ମୃତ୍ୟୁ | ମିତୁ | ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ |
୨୦୦୭ | ତୁମକୁ ପାରୁନି ତ ଭୁଲି | ନିଶା ପଟ୍ଟନାୟକ | |
୨୦୧୦ | ଭୁଲ୍ ବୁଝିବନି ମତେ | ସଙ୍ଗୀତା | ଶେଷ ଓଡ଼ିଆ କଥାଚିତ୍ର |
ଧନ୍ୟ ତୁମେ ସାଇ ବାବା | ଡକୁମେଣ୍ଟାରୀ ଚଳଚ୍ଚିତ୍ର |
ପୁରସ୍କାର
[ସମ୍ପାଦନା]- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଅଭିନେତ୍ରୀ (ତୁମକୁ ପାରୁନି ତ ଭୁଲି)
- ରାଜୀବ ଗାନ୍ଧୀ ରାଜ୍ୟ ପୁରସ୍କାର
ଆଧାର
[ସମ୍ପାଦନା]- ↑ Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link) - ↑ "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା". Odisha.Iive. 17 April 2018. Retrieved 8 May 2018.
- ↑ ୩.୦ ୩.୧ ୩.୨ "ବାହାଘର ପରେ ଓଲିଉଡ୍କୁ ଫେରିନାହାନ୍ତି ଏଇ ନାୟିକା!". sambad.in. 30 August 2017. Archived from the original on 8 September 2017. Retrieved 15 September 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆମେଲି ପଣ୍ଡା