ଅଷ୍ଟମୀ

ଉଇକିପିଡ଼ିଆ‌ରୁ

'ଅଷ୍ଟମୀ' ଚନ୍ଦ୍ରପକ୍ଷର ଅଷ୍ଟମ ଦିବସ - ଚନ୍ଦ୍ରର ଅଷ୍ଟମ କଳାର ହ୍ରାସ ବା ବୃଦ୍ଧିଜନିତ ତିଥିସପ୍ତମୀର ପରବର୍ତ୍ତୀ ଓ ନବମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣ ପକ୍ଷର ଅଷ୍ଟମୀକୁ କୃଷ୍ଣା ଅଷ୍ଟମୀ ବା କୃଷ୍ଣାଷ୍ଟମୀ ଓ ଶୁକ୍ଳ ପକ୍ଷର ଅଷ୍ଟମୀକୁ ଶୁକ୍ଳା ଅଷ୍ଟମୀ ବା ଶୁକ୍ଳାଷ୍ଟମୀ କୁହାଯାଇଥାଏ ।

  • କାଳାଷ୍ଟମୀ: ପ୍ରତ୍ୟେକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ । [୧]
  • ବୁଧାଷ୍ଟମୀ: ମାର୍ଗଶିର, ମାଘ, ଫଗୁଣ, ବୈଶାଖ ଓ ଜ୍ୟୈଷ୍ଠ ଏହି ୫ମାସରେ ଶୁକ୍ଳ ଅଷ୍ଟମୀ ତିଥି ଦିନ ବୁଧବାର ହୋଇଥିଲେ ବୁଧାଷ୍ଟମୀ ପାଳନ କରାଯାଏ ।
ଆଶ୍ୱିନ କୃଷ୍ଣପକ୍ଷର ଅଷ୍ଟମୀ ଦିନ ଦୂର୍ଗାଙ୍କର ଶରତକାଳୀନ ଦୁର୍ଗୋତ୍ସବ ବା ଷୋଳପୂଜାର ମୂଳ ଅର୍ଥାତ ଆରମ୍ଭ ହେଉଥିବାରୁ ଏହା ମୂଳାଷ୍ଟମୀ ଭାବେ ପରିଚିତ ।
  • କାର୍ତ୍ତିକ ଶୁକ୍ଳାଷ୍ଟମୀ: ଗୋଷ୍ଟାଷ୍ଟମୀ ବା ଗୋପାଷ୍ଟମୀ - ଗୋସେବା ଉତ୍ସବ ।
ଏହି ଦିନ ଶ୍ରୀକୃଷ୍ଣ ପ୍ରଥମେ ଗୋରୁ ଚରାଇବା ଆରମ୍ଭ କରିଥିଲେ ।
ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ନୂତନ ବସ୍ତ୍ର ପିନ୍ଧାଇ ବନ୍ଦାପନା କରାଯାଏ ।
  • ମାଘ ଶୁକ୍ଳାଷ୍ଟମୀ: ଭୀଷ୍ମାଷ୍ଟମୀ- ଅପୁତ୍ରିକ ଭୀଷ୍ମଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ହିନ୍ଦୁଗୃହସ୍ଥଙ୍କ କରଣୀୟ ଶ୍ରାଦ୍ଧ ।

ଆଧାର[ସମ୍ପାଦନା]

  1. "2015 Kalashtami". Drik Panchang. Retrieved 18 November 2014.