ଫୁଲୁରି ଅମାବାସ୍ୟା

ଉଇକିପିଡ଼ିଆ‌ରୁ

ଆଶ୍ୱିନ ମାସର ଅମାବାସ୍ୟାକୁ ଫୁଲୁରି ଅମାବାସ୍ୟା, ଫୁଲେରି ଅମାବାସ୍ୟା,ଭିକମଗା ଉଆଁସ, ପତ୍ରପକା ଅମାବାସ୍ୟା, ପୋଲେରି ଅମାବାସ୍ୟା, ଫୁଲ୍ଲୋରି ଅମାବାସ୍ୟା, ଆର୍ଦ୍ରା ଅମାବାସ୍ୟା, ସର୍ବପିତୃ ଅମାବାସ୍ୟା ବା ମହାଳୟା କୁହାଯାଏ । ଏହି ଅମାବାସ୍ୟାରେ ଅରୁଆ ଚାଉଳ ଚୂନା, କ୍ଷୀର, ନଡିଆ , ଗୁଡ,ଗୁଜୁରାତି ଗୁଣ୍ଡରେ ପ୍ରସ୍ତୁତ ଆର୍ଦ୍ରା ବା ଅଟ୍ଟକାଳି କରାଯାଏ ।

ବଜ୍ର ମହାକାଳୀ ଓଷା[ସମ୍ପାଦନା]

ଏହା ପାରମ୍ପରିକ ଓଡ଼ିଆ ଓଷା ମଧ୍ୟରୁ ଅନ୍ୟତମ । ଏହି ବ୍ରତରେ ବଜ୍ର ମହାକାଳୀଙ୍କୁ ଉପାସନା କରାଯାଏ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଏହି ବ୍ରତ ସାମୁହିକ ଭାବେ ପାଳନ କରାଯାଏ।

ବଜ୍ର ମହାକାଳୀ ବ୍ରତ

ଏଥିରେ ସାତ ପ୍ରକାରର ଫୁଲ, ସାତଟି ଦୁବ ଆଉ ଚାଉଳ, ସାତ ପ୍ରକାର ଶାଗ ବ୍ୟଞ୍ଜନ, ସାତ ପ୍ରକାର ପରିବାର ଘାଣ୍ଟ, ସାତ ଫଳ ସାତଟି କଖାରୁ ପତ୍ରରେ ପରଷାଯାଇ ଭୋଗ କରାଯାଏ । ସାତ ସୂତାରେ ସାତଟି ହଳଦୀ ଗଣ୍ଠି ବନ୍ଧାଯାଇ ସାତ ଡାଳ(ବଜ୍ରମୂଳୀ, ମହାକାଳ, ଆଖୁ, ଅଁଳା, ବେଲ, ଆମ୍ବ, ଧାନ) ଦେଇ ଶିଳ-ଶିଳିପାକୁ ପୂଜା କରାଯାଏ । ସାଧବ ପରିବାରରେ ସୁନାର ହଳଦୀଗଣ୍ଠିରେ ପୂଜା ହେଉଥିଲା । ଶେଷରେ ସାତ ଡାଳରେ ବନ୍ଧାଯାଇଥିବା ଛାଟରେ ସଭିଙ୍କୁ ଧୀରେ ପ୍ରହାର କଲେ ଠାକୁରାଣୀ ତାଙ୍କୁ ବଜ୍ର ଭଳି ବଳବାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

ବ୍ରତକଥାରେ ଅଛି ଯେ ସାଧବ ପରିବାରର ସାନ ବୋହୂ ବଜ୍ର ମହାକାଳୀଙ୍କ ଆର୍ଦ୍ରା ହାଣ୍ଡି ଚାଉଳକୁ ଅଇଁଠା କରିବାରୁ ଦେବୀ କୋପ ହୋଇ ତାହାର ଛଅ ପୁଅକୁ ଜନ୍ମମାତ୍ରକେ ନେଇ ଯାଆନ୍ତି । ସପ୍ତମ ଗର୍ଭରେ ଶାଶୁ ଘରୁ ବାହାର କରିବାରୁ ଦେବୀ ଦୋଷ କ୍ଷମା କରି ତାକୁ ସାତ ପୁଅ ଫେରାଇ ଦିଅନ୍ତି । ସେଥିପାଇଁ ପୁତ୍ରକନ୍ୟା ପ୍ରାପ୍ତି ପାଇଁ ଏହି ବ୍ରତ କରାଯାଏ ।

ଚିତ୍ର[ସମ୍ପାଦନା]