କେଦାରନାଥ ସିଂହ

ଉଇକିପିଡ଼ିଆ‌ରୁ
କେଦାରନାଥ ସିଂହ
Born(1934-07-07)୭ ଜୁଲାଇ ୧୯୩୪
ଚାକିଆ, ଉତ୍ତର ପ୍ରଦେଶ
Died୧୯ ମାର୍ଚ୍ଚ ୨୦୧୮(2018-03-19) (ବୟସ ୮୩)
ନୂଆ ଦିଲ୍ଲୀ
Nationalityଭାରତୀୟ
Occupationକବି

କେଦାର ନାଥ ସିଂହ ( ୭ ଜୁଲାଇ ୧୯୩୪ - ୧୯ ମାର୍ଚ୍ଚ ୨୦୧୮ ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପପ୍ରାପ୍ତ ହିନ୍ଦୀ ସାହିତ୍ୟିକ ଥିଲେ ।[୧] ପ୍ରବନ୍ଧ ଓ ସମାଲୋଚନାରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା । ସେ ଜ୍ଞାନପୀଠ ପୁରସ୍କାର (୨୦୧୩), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୯) ପୁରସ୍କାର ମଧ୍ୟ ପାଇଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

କେଦାର ନାଥ ଜଟିଳ କଥାବସ୍ତୁଗୁଡିକୁ ନିଜ ସାହିତ୍ୟରେ, ସହଜ ଓ ସରଳଭାବେ ବ୍ୟକ୍ତ କରି ପାରୁଥିବାରୁ ଦେଶ ତଥା ଦେଶ ବାହାରେ ସେ ବେଶ୍‍ ପରିଚିଥିଲେ । କେଦାରନାଥଙ୍କ କବିତା ସବୁ ସହଜ,ସରଳ ଓ ନିତିଦିନ କଥିତ ଭାଷାରେ ଲିଖିତ । ତାଙ୍କ ସାହିତିକ କୃତି ସବୁ ଦେଶ ବିଦେଶରେ ଖ୍ୟାତି ଲାଭ କରିଛି । ତାଙ୍କ ରଚିତ କବିତା ମଧ୍ୟରୁ ‘ବାଘ’ କବିତାକୁ ହିନ୍ଦୀ ସାହିତ୍ୟର ଏକ ଶ୍ରେଷ୍ଠ କୃତି ଭାବରେ ଗଣନା କରାଯାଏ । କବିତାଟି ୧୯୮୦ ଦଶକର ମଧ୍ୟଭାଗରେ ପ୍ରକାଶିତ ହୋଇଥିଲା । ଏହାକୁ ହେଉଛି ହିନ୍ଦୀ ସାହିତ୍ୟର ସବୁଠାରୁ ଅଧିକ ପଠିତ କବିତା ମନେ କରାଯାଏ । ଅନେକ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମଧ୍ୟ ‘ବାଘ’ କବିତାକୁ ସ୍ଥାନିତ କରାଯାଇଛି । ଇଂରାଜୀ ଭାଷାର କବି ଟେଡ୍‍ ହଗ୍‍ସଙ୍କ ‘କ୍ରୋ’ କବିତା ସହିତ କେଦାରନାଥଙ୍କ ବାଘ କବିତାର କିଛିଟା ସାମଞ୍ଜସ୍ୟ ରହିଥିଲେ ମଧ୍ୟ ଉଭୟ କବିତା ନିଜ ନିଜ ସ୍ଥାନରେ ଶ୍ରେଷ୍ଠ ବୋଲି ଅନେକଙ୍କ ମତ ରହିଛି । କେଦାରନାଥଙ୍କ ଅନ୍ୟାନ୍ୟ କବିତା ସଙ୍କଳନ ମଧ୍ୟରେ ‘ଅଭି ବିଲ୍‍କୁଲ ଅଭି’, ‘ଜମିନ୍‍ ପକ୍‍ ରହି ହୈ’, ‘ୟାହାଁ ସେ ଦେଖୋ’, ‘ଅକାଳ ମେ ସରସ’, ‘ଟଲଷ୍ଟୟ ଓୈାର ସାଇକେଲ୍‍’ ଆଦି ପାଠକଙ୍କ ମଧ୍ୟରେ ଆଦୃତ ହୋଇଛି । ସେହିପରି ସେ ପ୍ରବନ୍ଧ ଓ କ୍ଷୁଦ୍ର ଗଳ୍ପ ରଚନା କରିବାରେ ମଧ୍ୟ ସେ ଧୁଣିର ଥିଲେ । ‘ମେରେ ସମୟ କେ ଶବ୍ଦ’, ‘କଳ୍ପନା ଔର ଛାୟାବାଦ୍‍’, ‘ହିନ୍ଦୀ କବିତା ମେଁ ବିମ୍ବ ବିଧାନ’, ‘କବ୍ରିସ୍ତାନ ମେଁ ପଞ୍ଚାୟତ’ ଆଦି କିଛି ପ୍ରବନ୍ଧ ତଥା କ୍ଷୁଦ୍ର ଗଳ୍ପ ତାଙ୍କ ରଚିତ ଶ୍ରେଷ୍ଠ ହିନ୍ଦୀ କଳାକୃତିରେ ସାମିଲ ହୋଇଛି ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ସେ ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ଚାକିଆ ଗ୍ରାମରେ ୧୯୩୪ ମସିହା ଜୁଲାଇ ୭ ତାରିଖରେ ଜନ୍ମ ହୋଇଥିଲେ କେଦାରନାଥ ।[୨] ବାରଣାସୀର ଉଦୟ ପ୍ରତାପ କଲେଜରୁ ସ୍ନାତକ ଓ କାଶୀ ହିନ୍ଦୁ ବିଦ୍ୟାଳୟରୁ ସ୍ନାତକୋତ୍ତରରେ ଡିଗ୍ରୀ ହାସଲ କରିବା ପରେ ସେହି କାଶୀ ବିଦ୍ୟାଳୟରୁ ପିଏଚ୍‍ଡି ମଧ୍ୟ ହାସଲ କରିଥିଲେ । ପ୍ରଥମେ ଗୋରଖପୁରରେ ହିନ୍ଦୀ ଶିକ୍ଷକ ଭାବେ ସେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ପ୍ରଫେସରଭାବେ କାର୍ଯ୍ୟ କରି ଥିଲେ । ଶେଷରେ ସେ ହିନ୍ଦୀ ଭାଷା ବିଭାଗର ମୁଖ୍ୟ ଭାବେ ଜେଏନ୍‍ୟୁରୁ ଅବସର ନେଇଥିଲେ । ଅବସର ପରେ ସେ ନୂଆଦିଲ୍ଲୀର ସାକେତଠାରେ ବାସ କରୁଥିଲେ । ୨୦୧୮ ମସିହା ମାର୍ଚ୍ଚ ୧୯ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୩][୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ହିନ୍ଦୀ ସାହିତ୍ୟରେ ଶବ୍ଦର ମାର୍ଜିତ ପ୍ରୟୋଗ କରି ପାଠକଙ୍କୁ ନିଜ ଲେଖାରେ ଆକୃଷ୍ଟ କରିପାରୁଥିବା ଏହି ଲେଖକ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ହାସଲ କରିଥିଲେ । ହିନ୍ଦୀ ସାହିତ୍ୟରେ ୧୦ମ ଲେଖକ ଭାବେ କେଦାର ନାଥ ସିଂହ ୨୦୧୩ ମସିହା ପାଇଁ ଦେଶର ଶ୍ରେଷ୍ଠତମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କରିଥିଲେ ।[୫][୬]

ଆଧାର[ସମ୍ପାଦନା]

  1. "Kedarnath Singh, 1934". loc.gov. Retrieved 15 July 2012.
  2. "Archived copy". Archived from the original on 25 August 2014. Retrieved 24 August 2014.{{cite web}}: CS1 maint: archived copy as title (link)
  3. "Hindi poet Kedarnath Singh dies in Delhi at 83". Scroll.in. 19 March 2018. Retrieved 19 March 2018.
  4. "नहीं रहे ज्ञानपीठ पुरस्कार से सम्मानित मशहूर कवि केदारनाथ सिंह, साहित्य जगत में शोक की लहर". NDTVIndia. Retrieved 2018-12-04.
  5. "Kedarnath Singh chosen for Jnanpith". The Hindu. 21 June 2014. Retrieved 21 September 2014.
  6. "Jnanpith recipient poet Kedarnath Singh no more Read more at: timesofindia.indiatimes.com/articleshow/63386249.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Archived from the original on 07 July 2020. Retrieved 7 July 2020. {{cite web}}: Check date values in: |archivedate= (help)