ଜର୍ଜ ତିଆଡ଼ି

ଉଇକିପିଡ଼ିଆ‌ରୁ
ଜର୍ଜ ତିଆଡ଼ି
ଜନ୍ମ
ଜାତୀୟତା ଭାରତୀୟ
ବୃତ୍ତିକଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ୧୯୭୫ -ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା

ଜର୍ଜ ତିଆଡ଼ି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ୧୯୭୫ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସମୟ । ଏହାପରେ ସେ ଏ ନୁହେଁ କାହାଣୀ, ସାକ୍ଷୀ ଗୋପୀନାଥ, ପ୍ରତିଧ୍ୱନି, ଜୟଦେବ, ମୋ ଭି ଜଗା, ଜୟ ଶ୍ରୀରାମ, ବୋଉ, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଜୀବନ ମୃତ୍ୟୁ, କଥାନ୍ତର, ମୋ ସୁନା ପୁଅ, ଏ ମନ ମାନେନା, କଳିଙ୍ଗ ପୁତ୍ର, କେମିତି ଏ ବନ୍ଧନ, ତୋ ବିନା ଭଲ ଲାଗେନା, ବ୍ଲାକ୍‌ମେଲ୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ପେଶାରେ ସେ ଜଣେ ଆଇନଜୀବୀ । ଦୂରଦର୍ଶନରେ ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ।[୧]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ସମୟ ୧୯୭୫ ଗଣେଶ ମହାପାତ୍ର
ଏ ନୁହେଁ କାହାଣୀ ୧୯୭୭ କେ. ଏଚ୍. ଡି. ରାଓ
ପିପାସା ୧୯୭୮ ଦେବୀ ଦାସ
ପ୍ରେମର ନିଶା ନିଆରା ନିଆରା ୨୦୧୬ ସରୋଜକାନ୍ତ[୨]
ଆରେ ସାଥୀ ଆ ୨୦୦୯ ଏନ୍. ପାଢୀ
କେମିତି ଏ ବନ୍ଧନ ୨୦୧୧ ସରୋଜ ସତପଥି
ପାରିବେନି କେହି ଅଲଗା କରି ୨୦୧୩ ସୁଧାଂଶୁ ସାହୁ
ଇସ୍କ ତୁ ହି ତୁ ୨୦୧୫ ତାପସ ସରଘରିଆ
ଏଇ ସଂଘର୍ଷ ୧୯୯୮ ରଜନୀକାନ୍ତ ସାମନ୍ତରାୟ
ମଥାରେ ଦେଇ ପାଟ ଓଢ଼ଣୀ ୨୦୧୧ ରଞ୍ଜନ ମିଶ୍ର
ପ୍ରତିଧ୍ୱନି (ଓଡ଼ିଆ କଥାଚିତ୍ର) ୧୯୮୪ ପି. ସି. ଦାସ

ଆଧାର[ସମ୍ପାଦନା]

  1. "George Tiadi - Biography, Movies, Photos, Videos". FilmiClub. Retrieved 22 September 2018.
  2. "Odia Film in 2016 | OdiaLive". OdiaLive. Retrieved 21 September 2018.

ବାହାର ଆଧାର[ସମ୍ପାଦନା]