ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ।[୩]ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।
ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ [ସମ୍ପାଦନା]
| ପ୍ରାଦେଶିକ ଭାଷା |
ନାମ |
| ଓଡ଼ିଆ |
ବର, ବଟ |
| ସଂସ୍କୃତ |
ନ୍ୟଗ୍ରୋଥ, ବୃକ୍ଷନାଥ, ବୈଶ୍ରବଣଳୟ, ବହୁପାଦ, ଭାଣ୍ଡୀର, ଯକ୍ଷତରୁ, ସ୍କନ୍ଧରୁହ, ଯକ୍ଷାବାସ, ମହଚ୍ଛାୟା, ଅବରୋହୀ, ଶିପୀରହ, ଧ୍ରୁବ, ଯମପ୍ରିୟ, ରକ୍ତଫଳ, ବୃହତପାଦ ଓ ମହାଦ୍ରୁମ |
| ତେଲୁଗୁ |
ମରିଚେଟ୍ଟୁ |
| ବଙ୍ଗଳା |
ବଟ୍ଗାଛ୍,ବଡ଼ଗଛ |
| ହିନ୍ଦୀ |
ବରଗଦ, ବର ଓ ବଡ |
ଶାସ୍ତ୍ରୋକ୍ତ ଗୁଣ [ସମ୍ପାଦନା]
ଏହା କଷାୟରସ, ଶୀତବୀର୍ଯ୍ୟ, ଧାରକ, ଗୁରୁପାକ, ରସାୟନ କାନ୍ତିପ୍ରଦ, ସ୍ତମ୍ଭନ କାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ ।
ପ୍ରମେହ ଓ ସ୍ଵପ୍ନଦୋଷର ଏକ ପ୍ରମୁଖ ଔଷଧରୂପେ ଏହାର କ୍ଷୀରକୁ ବ୍ୟବହାର କରାଯାଏ । ଏହାର ଓହଳରେ ଦାନ୍ତ ଘସିଲେ ମୁଖକାନ୍ତି ବଢେ ବୋଲି କୁହାଯାଏ । ଏହାର ଫଳକୁ ଔଷଧିରୂପେ ବ୍ୟବହାର କରାଯାଏ ।
- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥୀ
- ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର