ବରଗଛ

ଉଇକିପିଡ଼ିଆ ରୁ
ବରଗଛ
Illustration of Ficus benghalensis
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
Kingdom: Plantae
(unranked): Angiosperms
(unranked): Eudicots
(unranked): Rosids
Order: Rosales
Family: Moraceae
Genus: Ficus
Subgenus: Urostigma
Species

Many species, including:

ବରଗଛ ହେଉଛି ଭାରତର ଜାତୀୟ ଗଛ।[୧] ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।

ଭିତର ଚିଜ

[ଏହାକୁ ବଦଳାନ୍ତୁ] ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ବର, ବଟ
ସଂସ୍କୃତ ନ୍ୟଗ୍ରୋଥ, ବୃକ୍ଷନାଥ, ବୈଶ୍ରବଣଳୟ, ବହୁପାଦ, ଭାଣ୍ଡୀର, ଯକ୍ଷତରୁ, ସ୍କନ୍ଧରୁହ, ଯକ୍ଷାବାସ, ମହଚ୍ଛାୟା, ଅବରୋହୀ, ଶିପୀରହ, ଧ୍ରୁବ, ଯମପ୍ରିୟ, ରକ୍ତଫଳ, ବୃହତପାଦ ଓ ମହାଦ୍ରୁମ
ତେଲୁଗୁ ମରିଚେଟ୍ଟୁ
ବଙ୍ଗଳା ବଟ,ବଡ଼ଗଛ
ହିନ୍ଦୀ ବର୍ଗଟ, ବର ଓ ବଡ

[ଏହାକୁ ବଦଳାନ୍ତୁ] ଶାସ୍ତ୍ରୋକ୍ତ ଗୁଣ

ଏହା କଷାୟରସ, ଶୀତବୀର୍ଯ୍ୟ, ଧାରକ, ଗୁରୁପାକ, ରସାୟନ କାନ୍ତିପ୍ରଦ, ସ୍ତମ୍ଭନ କାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ ।

[ଏହାକୁ ବଦଳାନ୍ତୁ] ବ୍ୟବହାର

ପ୍ରମେହ ଓ ସ୍ଵପ୍ନଦୋଷର ଏକ ପ୍ରମୁଖ ଔଷଧରୂପେ ଏହାର କ୍ଷୀରକୁ ବ୍ୟବହାର କରାଯାଏ । ଏହାର ଓହଳରେ ଦାନ୍ତ ଘସିଲେ ମୁଖକାନ୍ତି ବଢେ ବୋଲି କୁହାଯାଏ । ଏହାର ଫଳକୁ ଔଷଧିରୂପେ ବ୍ୟବହାର କରାଯାଏ ।

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହାର ଆଧାର

  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି
  • ଅନୁଭୂତ ଯୋଗମାଳା ବା ସହଜ ଚିକିତ୍ସା. ଲକ୍ଷ୍ମଣ ମିଶ୍ର
ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା