ବନ୍ଦେ ମାତରମ
| English: Vande Mataram | |
|---|---|
| bônde matorom | |
| [[File: |220px|]] | |
| Lyrics | Bankim Chandra Chattopadhyay, Ananda Math, 1882 |
| Music | Jadunath Bhattacharya |
| Adopted | January 24, 1950 |
| Music sample | |
|
|
|
ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ଵାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । [୧] ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । [୨] ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବିନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
ଭିତର ଚିଜ |
[ଏହାକୁ ବଦଳାନ୍ତୁ] ଇତିହାସ ଓ ଉପଯୋଗୀତା
[ଏହାକୁ ବଦଳାନ୍ତୁ] ବର୍ଣ୍ଣନା
ବଙ୍କିମ ଚନ୍ଦ୍ର ଚାଟାର୍ଜୀ ନୂଆକରି ତିଆରି ହୋଇଥିବା କଲିକତା ବିଶ୍ଵବିଦ୍ୟାଳୟର ଜଣେ ସ୍ନାତକ ଥିଲେ । ପଢ଼ା ପରେ ସେ ପ୍ରଥମେ ଜିଲା ମାଜିଷ୍ଟ୍ରେଟ ଓ ପରେ ଜିଲାପାଳ ଭାବରେ କାମ ଆରମ୍ଭ କରିଥିଲେ । ସେ ୧୮୫୭ର ଆନ୍ଦୋଳନ ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ । [୧] ସେତେବେଳର ଫିରିଙ୍ଗି ସରକାର ଗଡ଼ ସେଭ ଦି କୁଇନ (God Save the Queen)କୁ ଜାତୀୟ ଗାନ କରିବାକୁ ଚେଷ୍ଟା ଚଳାଇଥିଲା ଯାହାକୁ ସ୍ଵାଧୀନତାବାଦୀମାନେ ଗ୍ରହଣ କରିନଥିଲେ ଯାହା ତାଙ୍କୁ ଏହି କବିତା ଲେଖିବାକୁ ପ୍ରେରଣା ଦେଇଥିଲା, ଏହା ବେଳକୁ ସରକାରୀ ସ୍ତରରେ ଅନୁମୋଦିତ ହୋଇଥିଲା ।[୨]
[ଏହାକୁ ବଦଳାନ୍ତୁ] ଭାରତୀୟ ସ୍ଵାଧୀନତା ସଂଗ୍ରାମ
"ବନ୍ଦେ ମାତରମ" ଭାରତୀୟ ସ୍ଵାଧୀନତା କାଳରେ ଫିରିଙ୍ଗି ମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଜେଲରେ ରେ ଭର୍ତି କରୁଥିଲେ । ଲାଲା ଲଜପତ ରାୟ ଲାହୋର ଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାଆଁ ଥିଲା "ବନ୍ଦେ ମାତରମ" । ହୀରାଲାଲ ସେନ ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।[୩]
୧୯୦୭ରେ ଭିକାଜି କାମା (୧୮୯୧-୧୯୩୬) ଷ୍ଟୁଟଗର୍ଟ, ଜର୍ମାନୀ ଠାରେ ଭାରତର ପ୍ରଥମ ତ୍ରିରଙ୍ଗା ଜାତୀୟ ପତାକା ତିଆରି କରିଥିଲେ ଯାହା ମଝିରେ "ବନ୍ଦେ ମାତରମ" ଲେଖାଯାଇଥିଲା[୪]
[ଏହାକୁ ବଦଳାନ୍ତୁ] କବିତା
| “ | ବନ୍ଦେ ମାତରମ ସୁଜଳାମ ସୁଫଳାମ |
” |
|
—ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ |
||
[ଏହାକୁ ବଦଳାନ୍ତୁ] ଆହୁରି ଦେଖନ୍ତୁ
-
ଉଇକିସ୍ରୋତରେ Aurobindo Ghose: Vande Mataram
-
ଉଇକିସ୍ରୋତରେ Bankimchandra Chattopadhyay: वन्दे मातरम्
[ଏହାକୁ ବଦଳାନ୍ତୁ] ଆଧାର
- ↑ ୧.୦ ୧.୧ Julius, Lipner (2005). Anandamath. Oxford, UK: OUP. ପୃଷ୍ଠା. 27-59. ISBN 9780195178586.
- ↑ ୨.୦ ୨.୧ Suresh Chandvankar, Vande Mataram (2003) at Musical Traditions (mustrad.org.uk)
- ↑ Chakrabarty, Bidyut (1997). Local Politics and Indian Nationalism: Midnapur (1919-1944). New Delhi: Manohar. ପୃଷ୍ଠା. 167.
- ↑ p2
- Sabyasachi Bhattacharya, Vande mataram, the biography of a song, Penguin Books, 2003, ISBN 978-0-14-303055-3.
[ଏହାକୁ ବଦଳାନ୍ତୁ] ବାହାର ସ୍ରୋତ
- Vande Mataram Sung by Lata Mangeshkar in Anand Math
- Vande Mataram Sung by Hemant Kumar Mukhopadhaya in Anand Math
- Download the most simple and most elegant version of Vande Mataram from the National Portal of India, Government of India.
- Vande Mataram against Sikh tenets
- "How Secular is Vande Mataram?" AG Noorani on the controversy
- Boycott threat over Indian song - BBC
- 1937 Congress Resolution on validity of Muslim objection to this song
- "Vande Mataram and Muslims" - Islamic Voice (magazine)
- Vande Matram is back as a handle to beat Muslims with
- Historical perspective from Islamic Voice
|
|||||||