ଷଷ୍ଠୀ
Appearance
'ଷଷ୍ଠୀ' ଚନ୍ଦ୍ରପକ୍ଷର ଷଷ୍ଠ ଦିବସ । ଚନ୍ଦ୍ରଙ୍କର ହ୍ରାସ ଓ ବୃଦ୍ଧିଜନିତ ଷଷ୍ଠ କଳାଯୁକ୍ତ ତିଥି । ପଞ୍ଚମୀର ପରବର୍ତ୍ତୀ ଓ ସପ୍ତମୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ଷଷ୍ଠୀକୁ କୃଷ୍ଣା ଷଷ୍ଠୀ ଓ ଶୁକ୍ଳପକ୍ଷର ଷଷ୍ଠୀକୁ ଶୁକ୍ଳା ଷଷ୍ଠୀ କୁହାଯାଇଥାଏ । ସାଧାରଣତଃ କୃଷ୍ଣପକ୍ଷର ତିଥିମାନଙ୍କରେ ବ୍ରତ ଓ ପୂଜା ଆଦିର ବିଧାନ ନାହିଁ ଶୁକ୍ଳ ଷଷ୍ଠୀରେ ବ୍ରତ, ପୂଜା ଓ ଉପବାସାଦି ବିଧେୟ ।
ପର୍ବପର୍ବାଣି
[ସମ୍ପାଦନା]- ବୈଶାଖ ଶୁକ୍ଳ ଷଷ୍ଠୀ: ଚାନ୍ଦନୀ ଷଷ୍ଠୀ ।
- ଜ୍ୟୈଷ୍ଠ ଶୁକ୍ଳ ଷଷ୍ଠୀ: ଆରଣ୍ୟ ଷଷ୍ଠୀ; ବଙ୍ଗଦେଶରେ ଏ ଷଷ୍ଠୀର ନାମ 'ଜାମାଇ ଷଷ୍ଠୀ'
- ଶୀତଳ ଷଷ୍ଠୀ: ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ।
- ଆଷାଢ଼ ଶୁକ୍ଳ ଷଷ୍ଠୀ: କାର୍ଦ୍ଦମୀ ଷଷ୍ଠୀ ।
- ଶ୍ରାବଣ ଷଷ୍ଠୀ: ଲୁଣ୍ଠନା ଷଷ୍ଠୀ ।
- ଭାଦ୍ରବ ଶୁକ୍ଳ ଷଷ୍ଠୀ: ମନ୍ଥନ ଷଷ୍ଠୀ/ ଚପେଟା ଷଷ୍ଠୀ; ଷଠି ଓଷା (ଷଷ୍ଠୀ ଦେବୀଙ୍କପୂଜା) ।
- ଆଶ୍ୱିନ କୃଷ୍ଣ ଷଷ୍ଠୀ: ଘାଟ ଷଷ୍ଠୀ – ଗଜ ପୂଜା ।
- ଆଶ୍ୱିନ ଶୁକ୍ଳ ଷଷ୍ଠୀ: ଦୂର୍ଗା ଷଷ୍ଠୀ – ଦୂର୍ଗାଙ୍କର ଶାରଦୀୟା ମହାପୂଜାର ଅଧିବାସ ।
- କାର୍ତ୍ତିକ ଶୁକ୍ଳ ଷଷ୍ଠୀ: ନାଡ଼ୀ ଷଷ୍ଠୀ – ସ୍କନ୍ଧ ପୂଜା, ଛଠ ପୂଜା ।
- ମାର୍ଗଶୀର ଶୁକ୍ଳ ଷଷ୍ଠୀ: ମୂଳକ ଷଷ୍ଠୀ/ ପ୍ରାବରଣ ଷଷ୍ଠୀ/ ଓଢ଼ଣ ଷଷ୍ଠୀ/ ଗୁହ ଷଷ୍ଠୀ ।
- ଏହି ଦିନଠାରୁ ଶ୍ରୀମନ୍ଦିରରେ ଘୋଡ଼ ବା ଶୀତବସ୍ତ୍ର ଲାଗି ଆରମ୍ଭ ହୁଏ ।
- ପୌଷ ଶୁକ୍ଳ ଷଷ୍ଠୀ: ଅନ୍ନ ଷଷ୍ଠୀ – ଲକ୍ଷ୍ମୀ ପୂଜା ।
- ମାଘ ଶୁକ୍ଳ ଷଷ୍ଠୀ: ଶୀତଳା ଷଷ୍ଠୀ ।
- ଚୈତ୍ର ଶୁକ୍ଳ ଷଷ୍ଠୀ: ଅଶୋକ ଷଷ୍ଠୀ/ ବାସନ୍ତୀ ଷଷ୍ଠୀ/ ସ୍କନ୍ଧ ଷଷ୍ଠୀ – କାର୍ତ୍ତିକେୟ ପୂଜା ଓ ଉପବାସ ।
- ମତାନ୍ତରେ ଫାଲ୍ଗୁନ କୃଷ୍ଣ ଷଷ୍ଠୀକୁ ସ୍କନ୍ଧ ଷଷ୍ଠୀ ବୋଲାଯାଏ । ଷଷ୍ଠୀରେ ଦେହରେ ତୈଳ ଲଗାଇବା ନିଷିଦ୍ଧ; ଷଷ୍ଠୀରେ ଯାତ୍ରା କଲେ ଲୋକ ବ୍ୟାଧିଯୁକ୍ତ ହୁଏ ଷଷ୍ଠୀ ତିଥିରେ ଜାତ ବ୍ୟକ୍ତି ବିଦ୍ୱାନ୍, ବରିଷ୍ଠ, ଚତୁର, ସୁକୀର୍ତ୍ତି, ପ୍ରଲମ୍ବାହୁ, ବ୍ରଣକୀର୍ଣ୍ଣ ଗାତ୍ର, ସତ୍ୟପ୍ରତିଷ୍ଠ, ଧନପୁତ୍ରଯୁକ୍ତ ଓ ଚିରାୟୁ ହୁଅନ୍ତି ।[୧]
ଆଧାର
[ସମ୍ପାଦନା]- ↑ "ଷଷ୍ଠୀ". Retrieved 24 March 2016.[permanent dead link]
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |