ବଗଳାମୁଖୀ
ବଗଳାମୁଖୀ | |
---|---|
Standstill or Who can take control over enemies physical and mental action. | |
Affiliation | ମହାବିଦ୍ୟା |
Mantra | “ ଓଁ ହ୍ଳୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜୀହ୍ନାଂ କୀଳୟ ବୁଦ୍ଧି ବିନାଶୟ ହ୍ଳୀଂ ଓଁ ସ୍ୱାହା” |
Weapon | Cudgel |
Mount | Corpse or Ghost. |
ବଗଳାମୁଖୀ ଦଶମହାବିଦ୍ୟାଙ୍କ ମଧ୍ୟରୁ ପ୍ରମୁଖ ଅଷ୍ଟମ ମହାବିଦ୍ୟା ।[୧] ମା’ ବଗଳାମୁଖୀ ବୈଶାଖ ଶୁକ୍ଳ ପକ୍ଷ ଅଷ୍ଟମ ତିଥି ଏବଂ ରବି ପୁଷ୍ୟ ଗ୍ରହ ଯୋଗରେ ଅବତାର ଧାରଣ କରିଥିଲେ । ଏହି ଯୋଗରେ ମାତାଙ୍କ ଆରାଧନା ବିଶେଷ ଫଳ ପ୍ରଦାନ କରିଥାଏ ।
ପୌରାଣିକ
[ସମ୍ପାଦନା]ପୌରାଣିକ ମାନ୍ୟତା ଅନୁଯାୟୀ, ଥରେ ଏକ ପ୍ରଳୟଙ୍କାରୀ ଝଡ଼ ସମଗ୍ର ସଂସାରକୁ ଧ୍ୱଂସ କରିବା ପାଇଁ ଆଗେଇ ଚାଲିଥିଲା । ଏହି ଝଡ଼ରେ ପ୍ରାଣୀଜଗତ ନଷ୍ଟ ହୋଇଯିବାର ଆଶଙ୍କା ଉପୁଜିଥିଲା । ଏଥିରେ ତିନ୍ତିତ ପାଳନକର୍ତ୍ତା ବିଷ୍ଣୁ ଭଗବାନ ଶିବଙ୍କୁ ଆରାଧନା କଲେ । ଶିବ କହିଲେ, କେବଳ ଦେବୀ ଶକ୍ତି ହିଁ ଏଭଳି ପ୍ରଳୟରୁ ସଂସାରକୁ ରକ୍ଷା କରିପାରିବେ । ଭଗବାନ ବିଷ୍ଣୁ ତପସ୍ୟା କରି ‘ମହାତ୍ରୀପୁରସୁନ୍ଦରୀ’ଙ୍କୁ ପ୍ରସନ୍ନ କଲେ । ଏହାପରେ ସୌରାଷ୍ଟ୍ର କ୍ଷେତ୍ରର ହରିଦ୍ରା ଜଳାଶୟ ନିକଟରେ ମାତା ବଗଳାମୁଖୀ ଅବତାର ଧାରଣ କଲେ । ଦେବୀ ନିଜର ଶକ୍ତିବଳରେ ଭୟଙ୍କର ଝଡ଼କୁ ଅଟକାଇ ଦେଲେ । ଏଣୁ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ “ ଓଁ ହ୍ଳୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜୀହ୍ନାଂ କୀଳୟ ବୁଦ୍ଧି ବିନାଶୟ ହ୍ଳୀଂ ଓଁ ସ୍ୱାହା” ମନ୍ତ୍ର ଜପ କରି ଦେବୀ ବଗଳାମୁଖୀଙ୍କ ପୂଜା କରିବା ଉଚିତ୍ । ଦେବୀଙ୍କ ଆରାଧନାଦ୍ୱାରା ସକଳ କଷ୍ଟ ନିବାରଣ ହୋଇଥାଏ ।
ପୂଜା ଓ ଉପାସନା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "10 Mahavidyas". sanatansociety.org. Retrieved 30 January 2016.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |