Jump to content

ଅଟୋଇମ୍ମ୍ୟୁନ ଡିଜିଜ

ଉଇକିପିଡ଼ିଆ‌ରୁ
(Autoimmune diseaseରୁ ଲେଉଟି ଆସିଛି)
ଅଟୋଇମ୍ମ୍ୟୁନ ଡିଜିଜ
ଲୁପସ (lupus) ରୋଗ‌ଗ୍ରସ୍ତ ଯୁବତୀର ମୁହଁରେ ପ୍ରଜାପତୀୟା ରାସ ("butterfly rash") ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିRheumatology, gastroenterology, other
ଆଇସିଡ଼ି-୧୦D84.9, M35.9
ଆଇସିଡ଼ି-୯-ସିଏମ୍279.4
ଓଏମ୍‌ଆଇଏମ୍109100
ରୋଗ ଡାଟାବେସ28805
ମେଡ଼ିସିନ-ପ୍ଲସ000816
MeSHD001327

ଅଟୋଇମ୍ମ୍ୟୁନ ଡିଜିଜ (ଇଂରାଜୀ ଭାଷାରେ autoimmune disease) ଏକ ଏ ଭଳି ରୋଗ ଯେଉଁଥିରେ ନିଜ ଶରୀରର ଅଂଶ ବିରୁଦ୍ଧରେ ଅସାଧାରଣ ଇମ୍ମ୍ୟୁନ ପ୍ରତିକ୍ରିୟା (immune response) ସୃଷ୍ଟି ହୁଏ ।[] ଅଧୁନା ପ୍ରାୟ ୮୦ ପ୍ରକାର ଅଟୋଇମ୍ମ୍ୟୁନ ଡିଜିଜ ଚିହ୍ନଟ ହୋଇସାରିଲାଣି ।[] ଶରୀରର ଯେ କୋଣସି ଅଂଶ ପ୍ରଭାବିତ ହୋଇପାରିବ ।[] ଲକ୍ଷଣ: ଅଳ୍ପ ମାତ୍ରାର ଜ୍ୱରଥକ୍କା (feeling tired) ଅନୁଭବ ହୁଏ । ଏହି ଲକ୍ଷଣମାନ ଆସେ ଓ ଚାଲିଯାଏ ।[]

ଏହାର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ଲୁପସ ଭଳି କେତେକ ରୋଗ ପରିବାରରେ ଚାଲୁରହେ ଓ ଅନ୍ୟ କେତେକ କୌଣସି ଅବସ୍ଥା ଯେପରିକି ସଂକ୍ରମଣ ବା ପରିବେଶ କାରକ ଯୋଗୁ ଟ୍ରିଗର ହୁଏ । କେତେକ ସାଧାରଣ ଅଟୋଇମ୍ମ୍ୟୁ ରୋଗମାନଙ୍କର ନାମ: ସିଲିଆକ୍ ଡିଜିଜ୍, ମଧୁମେହ ଟାଇପ ୧, ଗ୍ରେଭସ ରୋଗ, ଇନଫ୍ଲାମେଟରି ବାୱେଲ ଡିଜିଜ (inflammatory bowel disease), ମଲ୍ଟିପ୍ଲ ସ୍କ୍ଲେରୋସିସ, ସୋରିଆସିସ, ରିଉମାଟଏଡ ଆର୍ଥ୍ରାଇଟିସସିସ୍ଟମିକ ଲୁପସ୍ ଏରିଦେମାଟୋସସ୍ । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୋଇପାରେ ।[]

ରୋଗର ଶ୍ରେଣୀ ଓ ସାଂଘାତିକତା ଉପରେ ଚିକିତ୍ସା ନିର୍ଭର କରେ । ନନସ୍ଟିରଏଡାଲ ଆଣ୍ଟି-ଇନଫ୍ଲାମେଟରି ଡ୍ରଗସ (Nonsteroidal anti-inflammatory drugs) (NSAIDs) ଓ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressants) ଔଷଧ ଅଧିକାଂଶ ସମୟରେ ବ୍ୟବ‌ହୃତ ହୁଏ ।[] ବେଳେବେଳେ ଶିରାଭ୍ୟନ୍ତର ଇମ୍ମୁନୋଗ୍ଲୋବ୍ୟୁଲିନ (Intravenous Immunoglobulin ଦିଆଯାଇପାରେ ।[] ଏହି ଚିକିତ୍ସାରେ ଲକ୍ଷଣ କମିଯାଏ କିନ୍ତୁ ଆରୋଗ୍ୟ ହୁଏନାହିଁ ।[]

ଯୁକ୍ତରାଷ୍ଟ୍ର ଆମେରିକାରେ ୨୪ ନିୟୁତ (୭%) ଲୋକ ଅଟୋଇମ୍ମ୍ୟୁନ ରୋଗଦ୍ୱାରା ପୀଡ଼ିତ ଅଛନ୍ତି ।[][] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଯୁବାବସ୍ଥାରେ ଏହି ରୋଗ ଆରମ୍ଭ ହୁଏ ।[] ସନ ୧୯୯୦ର ପ୍ରାରମ୍ଭରେ ପ୍ରଥମ ଅଟୋଇମ୍ମ୍ୟୁନ ରୋଗ ବିଷୟରେ ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Autoimmune diseases fact sheet". OWH. 16 July 2012. Archived from the original on 5 October 2016. Retrieved 5 October 2016.
  2. ୨.୦ ୨.୧ ୨.୨ Borgelt, Laura Marie (2010). Women's Health Across the Lifespan: A Pharmacotherapeutic Approach (in ଇଂରାଜୀ). ASHP. p. 579. ISBN 9781585281947.
  3. Katz, U; Shoenfeld, Y; Zandman-Goddard, G (2011). "Update on intravenous immunoglobulins (IVIg) mechanisms of action and off- label use in autoimmune diseases". Current pharmaceutical design. 17 (29): 3166–75. PMID 21864262.
  4. Paniker, Ananthanarayan And (169). Ananthanarayan and Paniker's Textbook of Microbiology (in ଇଂରାଜୀ). 2005: Orient Blackswan. ISBN 9788125028086.{{cite book}}: CS1 maint: location (link)