ଖରାପ ନିଶ୍ୱାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଖରାପ ନିଶ୍ୱାସ
ଇଂରାଜୀରେ ହାଲିଟୋସିସ, ଫେଟର ଓରିସ, ଓରାଲ ମାଲଓଡୋର
ବିଭାଗ ଜଠରାନ୍ତ୍ର ବିଜ୍ଞାନ, କର୍ଣ୍ଣନାସାଗଳା ବିଜ୍ଞାନ, ଦନ୍ତ ରୋଗ ବିଜ୍ଞାନ
ଲକ୍ଷଣ ନିଶ୍ୱାସରୁ (breath) ଅପ୍ରିତିକର ବାସନା (smell) ଆସେ । [୧]
କାରଣ ପାଟି ଭିତରୁ[୧]
ଔଷଧ କ୍ଲୋରହେକ୍ସିଡିନ (chlorhexidine) ବା ସେଟିଲପାଇରିଡିନିଅମ (cetylpyridinium chloride) ମିଶ୍ରିତ ପାଟିଧୁଆ । [୧][୨]
ଚିକିତ୍ସା କାରଣ ଉପରେ ନିର୍ଭର, ଜିଭ ସଫା (tongue cleaning), ପାଟିଧୁଆ (mouthwash), ଦାନ୍ତ ପରିସ୍କାର (flossing)[୧]
ପୌନଃପୁନିକ ~୨୫% ଲୋକ [୧]

ଖରାପ ନିଶ୍ୱାସ (Bad breath, ଅନ୍ୟ ନାମ ହାଲିଟୋସିସ/ halitosis) ଏକ ଡାକ୍ତରୀ ଲକ୍ଷଣ (symptom) ଯେଉଁଥିରେ ଦୁର୍ଗନ୍ଧ‌ (odor) ଯୁକ୍ତ ଶ୍ୱାସକ୍ରିୟା (breath) ହୁଏ । ଏହାଯୋଗୁ ରୋଗୀର ଉତ୍କଣ୍ଠା (anxiety) ବୃଦ୍ଧି ହୁଏ । ଏହା ସ‌ହିତ ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ରଅବସାଦ (depression) ଥାଇପାରେ । [୧]

ପ୍ରକୃତ ଓ ଅପ୍ରକୃତ- ଏହି ଦୁଇ ପ୍ରକାର ଖରାପ ନିଶ୍ୱାସ ହୋଇପାରେ ।[୩] ପ୍ରକୃତ ଖରାପ ନିଶ୍ୱାସ ପ୍ରାୟ ୮୫% କେଶ୍‌ରେ ପାଟିରୁ ବାହାରେ ।[୧] ବାକିତକ ନାକ (nose), ପାରାନାଜାଲ ସାଇନସ (sinuses), ଗଳା (throat), ଫୁସଫୁସ, ଏସୋଫେଗସ (esophagus) ବା ପାକସ୍ଥଳୀରୁ (stomach) ବାହାରେ ।[୪] କ୍ୱଚିତ୍ ଏହା କିଟୋଏସିଡୋସିସ (ketoacidosis) ବା ଯକୃତ ଫେଲ (liver failure) କାରଣରୁ ହୁଏ । ଅପ୍ରକୃତ କେଶ୍‌ରେ ଲୋକ ନିଜେ ଖରାପ ନିଶ୍ୱାସ ଥିବା ଅନୁଭବ କରେ କିନ୍ତୁ ଅନ୍ୟମାନଙ୍କୁ ଏହା ଅନୁଭବ ହୁଏନି । ଏହା ୫%ରୁ ୭୫% ଲୋକଙ୍କର ହେଉଥିବା ଦେଖାଯାଏ । [୩]

ଅନ୍ତର୍ନିହିତ କାରଣ ଉପରେ ଚିକିତ୍ସା ନିର୍ଭର କରେ । ଆରମ୍ଭରୁ ଜିଭ ସଫା (tongue cleaning), ପାଟି ସଫା (mouthwash) ଓ ଦାନ୍ତ ସଫା (flossing) ଭଲରୂପେ ଚେଷ୍ଟା କରିବାକୁ ଉପଦେଶ ଦିଆଯାଏ । [୧] କ୍ଲୋରହେକ୍ସିଡିନ (chlorhexidine) ବା ସେଟିଲପାଇରିଡିନିଅମ (cetylpyridinium chloride) ମିଶ୍ରିତ ପାଟିଧୁଆ ଉପକାର କରେ ।[୧][୨] ଜିଭ ଛେଲାଦ୍ୱାରା ଉପକାର ମିଳୁଥିବା ଜଣାଗଲେ ମଧ୍ୟ ନିର୍ଦ୍ଦିଷ୍ଟ ନିଷ୍କର୍ଷ ମିଳିନାହିଁ । [୫] ଅନ୍ତର୍ନିହିତ ରୋଗ ଯେପରିକି ମାଢ଼ି ରୋଗ (gum disease), ଦନ୍ତ କ୍ଷୟ (tooth decay) ବା ଗାସ୍ଟ୍ରୋଇଣ୍ଟେସ୍ଟାଇନାଲ ରିଫ୍ଲକ୍ସ ଡିଜିଜ (gastroesophageal reflux disease) ଗୁଡ଼ିକର ଚିକିତ୍ସା କଲେ ଉପକାର ମିଳେ ।[୧] ଅପ୍ରକୃତ କେଶ୍‌ରେ କାଉନସେଲିଙ୍ଗ (Counselling) କଲେ ଉପକାର ମିଳେ ।[୧]

ଜନ ସଂଖ୍ୟାର ପ୍ରାୟ ୬%ରୁ ୫୦% ଲୋକଙ୍କର ଏହି ଲକ୍ଷଣ ପ୍ରକାଶ ପାଏ ।[୧] ଦନ୍ତ କ୍ଷୟ ଓ ମାଢ଼ି ରୋଗ ପରେ ଏହା ତୃତୀୟ ସର୍ବାଧିକ ବେମାରୀ ଯାହା ନିମନ୍ତେ ଲୋକମାନେ ଚିନ୍ତାଗ୍ରସ୍ତ ହୋଇ ଦାନ୍ତ ଚିକିତ୍ସା (dental care) ଖୋଜନ୍ତି ।[୩][୪] ବୟସ ବୃଦ୍ଧି ହେଲେ ଏହି ଲକ୍ଷଣ ଅଧିକ ହୁଏ ।[୧] ଏହି ଲକ୍ଷଣକୁ ଏକ ସାମାଜିକ କଳଙ୍କ (taboo) ଧରାଯାଏ ଓ ଏଥି ଯୋଗୁ ସମାଜରେ ଏକ ଘରିକିଆ (stigmatized) ହୋଇଯାଆନ୍ତି । [୩][୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ବେମାରୀ ପିଛା ଲୋକମାନେ ପ୍ରାୟ ବର୍ଷକୁ ଏକ ବିଲିଅନ ଡଲାର ଖର୍ଚ୍ଚ କରନ୍ତି ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Kapoor, U; Sharma, G; Juneja, M; Nagpal, A (2016). "Halitosis: Current concepts on etiology, diagnosis and management.". European journal of dentistry 10 (2): 292–300. PMID 27095913. 
  2. ୨.୦ ୨.୧ Fedorowicz, Z; Aljufairi, H; Nasser, M; Outhouse, TL; Pedrazzi, V (Oct 8, 2008). "Mouthrinses for the treatment of halitosis.". Cochrane database of systematic reviews (Online) (4): CD006701. PMID 18843727. doi:10.1002/14651858.CD006701.pub2. 
  3. ୩.୦ ୩.୧ ୩.୨ ୩.୩ Harvey-Woodworth, CN (April 2013). "Dimethylsulphidemia: the significance of dimethyl sulphide in extra-oral, blood borne halitosis.". British dental journal 214 (7): E20. PMID 23579164. doi:10.1038/sj.bdj.2013.329. 
  4. ୪.୦ ୪.୧ ୪.୨ Loesche, WJ; Kazor, C (2002). "Microbiology and treatment of halitosis.". Periodontology 2000 28: 256–79. PMID 12013345. 
  5. Van der Sleen, Mi; Slot, De; Van Trijffel, E; Winkel, Eg; Van der Weijden, Ga (2010-11-01). "Effectiveness of mechanical tongue cleaning on breath odour and tongue coating: a systematic review". International Journal of Dental Hygiene 8 (4): 258–268. ISSN 1601-5037. PMID 20961381. doi:10.1111/j.1601-5037.2010.00479.x.