ଜୋଗ୍ରେନ ସିଣ୍ଡ୍ରୋମ୍

ଉଇକିପିଡ଼ିଆ‌ରୁ
ଜୋଗ୍ରେନ ସିଣ୍ଡ୍ରୋମ୍
ଜୋଗ୍ରେନ ସିଣ୍ଡ୍ରୋମ୍
ଅଣୁବୀକ୍ଷଣ ଯନ୍ତ୍ରରେ ଜୋଗ୍ରେନ ସିଣ୍ଡ୍ରୋମ୍ ରୋଗୀର ଲସିକା ଗ୍ରନ୍ଥିର ଦୃଶ୍ୟ । ଏଚ ଓ ଇଓସିନ ସ୍ଟେନ୍
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣଇଂରାଜୀ ଭାଷାରେ /ˈʃɡr[invalid input: 'ɨ']n/ or /ˈʃɜːrɡrɛn/[୧] ସ୍ୱେଡିସ ଭାଷାରେ (Swedish) [ˈɧøːɡreːn]
ସ୍ପେଶାଲିଟିRheumatology
ଆଇସିଡ଼ି-୧୦M35.0
ଆଇସିଡ଼ି-୯-ସିଏମ୍710.2
ଓଏମ୍‌ଆଇଏମ୍270150
ରୋଗ ଡାଟାବେସ12155
ମେଡ଼ିସିନ-ପ୍ଲସ000456
ଇ-ମେଡ଼ିସିନmed/2136 emerg/537 derm/846 ped/2811 oph/477 oph/695
Patient UKଜୋଗ୍ରେନ ସିଣ୍ଡ୍ରୋମ୍
MeSHD012859

ଜୋଗ୍ରେନ ସିଣ୍ଡ୍ରୋମ୍ (ଇଂରାଜୀ ଭାଷାରେ Sjögren's syndrome ବା SjS, SS) ଏକ କ୍ରନିକ ରୋଗ ବା ଦୀର୍ଘକାଳୀନ ଅଟୋଇମ୍ମ୍ୟୁନ ବେମାରୀ ଯେଉଁଥିରେ ଆର୍ଦ୍ରତା ପ୍ରସ୍ତୁତକାରୀ ଗ୍ରନ୍ଥି ପ୍ରଭାବିତ ହୁଅନ୍ତି ।[୨] ଏହା ଫଳରେ ଶୁଷ୍କ ପାଟି (ଜେରୋସ୍ଟୋମିଆ/ dry mouth ) ଓ ଶୁଷ୍କ ଆଖି (କେରାଟୋକଞ୍ଜଣ୍ଟିଭାଇଟିସ୍ ସିକା/ dry eyes) ଦେଖାଯାଏ ।[୩] ଶୁଖିଲା ଚମ, କ୍ରନିକ କାଶ, ଶୁଷ୍କ ଯୋନୀପଥ, ବାହୁ ଓ ଗୋଡ଼ କାଲୁଆ ଲାଗିବା, ଥକ୍କା ଅନୁଭବ, ମାଂସପେଶୀ ତ‌ଥା ଗଣ୍ଠି ଯନ୍ତ୍ରଣା ଓ ଥାଇର‌ଏଡ ଗ୍ରନ୍ଥି ସମସ୍ୟା ଇତ୍ୟାଦି ଲକ୍ଷଣ ଏହି ରୋଗରେ ଦେଖାଯାଏ ।[୨] ଏହି ଧରଣର ରୋଗୀଙ୍କ ମଧ୍ୟରୁ ୫% ଲୋକଙ୍କର ଲିମ୍ଫୋମା (lymphoma) ରୋଗ ହେବା ସମ୍ଭାବନା ଥାଏ । [୩][୪]

ନିର୍ଦ୍ଦିଷ୍ଟ ଭାବରେ ରୋଗର କାରଣ ଜଣା ନ ଥିଲେ ମଧ୍ୟ ଜେନେଟିକ ଯୋଗୁ ସମ୍ଭବ ହେବା ଜଣାଯାଏ ଯାହା ପରିବେଶର ଭୁତାଣୁ ବା ଜୀବାଣୁମାନଙ୍କର ଟ୍ରିଗର ପ୍ରଭାବ ଯୋଗୁ ରୋଗ ସୃଷ୍ଟି ହୁଏ ।[୨] ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନ ଥାଇ ଏହି ରୋଗ ହେଲେ ତାହାକୁ ପ୍ରାଥମିକ ଜୋଗ୍ରେନ ସିଣ୍ଡ୍ରୋମ ଓ କୌଣସି ସଂଯୋଜକ ତନ୍ତୁ ବେମାରୀ ଥାଇ ରୋଗ ହେଲେ ତାହାକୁ ସେକେଣ୍ଡାରୀ ଜୋଗ୍ରେନ ସିଣ୍ଡ୍ରୋମ ନାମ ଦିଆଯାଏ ।[୫] ଏହି ରୋଗରେ ତନ୍ତୁରେ ପ୍ରଦାହ ହୋଇ କ୍ରମାଗତ ଭାବେ ଗ୍ରନ୍ଥି ନଷ୍ଟ ହୋଇଯାଏ ।[୪] ଗ୍ରନ୍ଥିର ବାୟୋପ୍ସି କରି ଓ ଆଣ୍ଟିବଡି ଉପସ୍ଥିତି ନିମନ୍ତେ ରକ୍ତ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩] ରୋଗ ଥିଲେ ଗ୍ରନ୍ଥିରେ ଲିମ୍ପୋସାଇଟ ଉପସ୍ଥିତି ଦେଖାଯାଏ ।[୩]

ରୋଗର ଲକ୍ଷଣ ନିମନ୍ତେ ଚିକିତ୍ସା କରାଯାଏ । ଶୁଖିଲା ଆଖି ନିମନ୍ତେ କୃତ୍ରିମ ଲୁହ, ପ୍ରଦାହ କମିବାକୁ ଔଷଧ ଓ ଅପରେଶନ କରି ଲୁହ ନଳୀକୁ ବନ୍ଦ କରିବା ଚିକିତ୍ସା କରାଯାଏ । ଶୁଖିଲା ପାଟି ନିମନ୍ତେ ଚୁଇଙ୍ଗ ଗମ୍, ଅଳ୍ପ ଅଳ୍ପ ପାଣି ପିଇବାକୁ ଓ ଲାଳ ବିକଳ୍ପ ଦିଆଯାଏ । ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା ନିମନ୍ତେ ଆଇବୁପ୍ରୋଫେନ ଦିଆଯାଏ । ଆଣ୍ଟିହିସ୍ଟାମିନ ଭଳି ଶୁଷ୍କ‌କାରୀ ଔଷଧ ଦେବା ବନ୍ଦ କରିଦିଆଯାଏ ।[୨]

ଏହି ରୋଗ ବିଷୟ ବର୍ଣ୍ଣନା କରିଥିବା ହେନରିକ ଜୋଗ୍ରେନଙ୍କ ନାମାନୁସାରେ ସନ ୧୯୩୩ରେ ଏହି ରୋଗର ନାମକରଣ ହୋଇଛି; କିନ୍ତୁ ଅନେକ ପୂର୍ବତନ ବର୍ଣ୍ଣନା ମଧ୍ୟ ଅଛି ।[୫] ଜନସଂଖ୍ୟାର ୦.୨%ରୁ ୧.୨% ଲୋକ ଏହି ରୋଗର ଶିକାର ହୁଅନ୍ତି, ଅର୍ଦ୍ଧେକ ପ୍ରାଥମିକ ଓ ବାକିତକ ସେକେଣ୍ଡାରୀ ରୋଗ ।[୪] ମଧ୍ୟ ବୟସରେ ଏହି ରୋଗ ଆରମ୍ଭ ହେବା ପରେ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ୧୦ଗୁଣ ଅଧିକ ରୋଗ ହୁଏ ।[୫][୩] ଏହି ବ୍ୟତିତ ଯେ କୌଣସି ବୟସରେ ଏହି ରୋଗ ହୋଇପାରେ ।[୩] କୌଣସି ଅନ୍ୟ ଅଟୋଇମ୍ମ୍ୟୁନ ରୋଗ ନ ଥିଲେ ବାକି ଆୟୁଷ ସମାନ ରହେ ।[୬]


ଆଧାର[ସମ୍ପାଦନା]

  1. Elsevier, Dorland's Illustrated Medical Dictionary, Elsevier.
  2. ୨.୦ ୨.୧ ୨.୨ ୨.୩ "What Is Sjögren's Syndrome? Fast Facts". NIAMS. November 2014. Retrieved 15 July 2016.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Brito-Zerón, P; Baldini, C; Bootsma, H; Bowman, SJ; Jonsson, R; Mariette, X; Sivils, K; Theander, E; Tzioufas, A; Ramos-Casals, M (7 July 2016). "Sjögren syndrome". Nature reviews. Disease primers. 2: 16047. PMID 27383445.
  4. ୪.୦ ୪.୧ ୪.୨ John H., Klippel (2008). Primer on the rheumatic diseases (13th ed. ed.). New York, NY: Springer. p. 389. ISBN 9780387685663. Retrieved 15 July 2016. {{cite book}}: |edition= has extra text (help)
  5. ୫.୦ ୫.୧ ୫.୨ Ng, Wan-Fai (2016). Sjogren's Syndrome. Oxford University Press. p. 10-11. ISBN 9780198736950.
  6. Singh, AG; Singh, S; Matteson, EL (March 2016). "Rate, risk factors and causes of mortality in patients with Sjögren's syndrome: a systematic review and meta-analysis of cohort studies". Rheumatology (Oxford, England). 55 (3): 450–60. PMID 26412810.