ଫୁରୋସେମାଇଡ
| Clinical data | |
|---|---|
| AHFS/Drugs.com | monograph |
| data | |
| Pregnancy category | |
| Routes of administration | Oral, IV, IM |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 43-69% |
| Metabolism | hepatic and renal glucuronidation |
| Onset of action | 30 to 60 min (PO), 5 min (IV)[୧] |
| Elimination half-life | up to 100 minutes |
| Excretion | renal 66%, biliary 33% |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.000.185 |
| Chemical and physical data | |
| Formula | C12H11ClN2O5S |
| Molar mass | 330.745 g/mol |
| 3D model (JSmol) | |
| |
| |
| (verify) | |
, ଫୁରୋସେମାଇଡ,ବିକ୍ରୟ ନାମ ଲାସିକ୍ସ, ଏକ ଔଷଧ ଯାହା ହୃଦ୍ରୋଧ, ସିରୋସିସ, ବୃକ୍କ ରୋଗମାନଙ୍କରେ ହେଉଥିବା ଶୋଫ (ଜମିଥିବା ତରଳ ପଦାର୍ଥ)ର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । [୧] ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ଏହା ଦିଆଯାଏ । ଔଷଧର ପରିମାଣ ରୋଗୀ ଉପରେ ନିର୍ଭର କରେ । ଏହା ଶିରାଭ୍ୟନ୍ତରରେ ବା ପାଟିରେ ଦିଆଯାଏ । ଶିରାଭ୍ୟନ୍ତରରେ ଦେଲେ ଏହା ୫ ମିନିଟ ମଧ୍ୟରେ ଓ ପାଟିରେ ଦେଲେ ଏକ ଘଣ୍ଟା ମଧ୍ୟରେ କାର୍ଯ୍ୟକ୍ଷମ ହୁଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଠିଆ ନିମ୍ନ ରକ୍ତଚାପ, ଟିନାଇଟସ ଓ ସୂର୍ଯ୍ୟ ସମ୍ଭେଦନ ଦେଖାଯାଏ । ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ୍ ବିଶ୍ଳେଷ୍ୟ (electrolyte abnormality), ନିମ୍ନ ରକ୍ତଚାପ ଓ ଶ୍ରବଣ ହାନୀ ଉଲ୍ଲେଖନୀୟ । ଚିକିତ୍ସାରେ ଥିବା ରୋଗୀଙ୍କର ନିୟମିତ ରକ୍ତ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଫୁରୋସେମାଇଡ ଏକ ପ୍ରକାର ଲୁପ ମୂତ୍ରବର୍ଦ୍ଧକ ଔଷଧ ଯାହା ବୃକ୍କରେ ସୋଡ଼ିଅମ ଅବଶୋଷଣ କମେଇଦିଏ ।[୧]
ସନ ୧୯୬୨ରେ ଫୁରୋସେମାଇଡ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ପୃଥିବୀରେ ଏହା ହୋଲସେଲ ମୂଲ୍ୟ ଦୈନିକ ୦.୦୦୪ରୁ ୦.୦୨ ଆମେରକୀୟ ଡଲାର ।[୪] ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଯାହାର ମୂଲ୍ୟ ଦିନକୁ ପ୍ରାୟ ୦.୧୫ ଡଲାର ।[୧] ବିଶ୍ୱ ଆଣ୍ଟ-ଡୋପିଙ୍ଗ ଏଜେନ୍ସିର ନିଷିଦ୍ଧ ଔଷଧ ମଧ୍ୟରେ ଏହାର ନାମ ଅଛି ଯେହେତୁ ଏହାଦ୍ୱାରା ଅନ୍ୟ ଔଷଧର କାମ ଲୁଚିଯାଏ (mask) ।[୫] ଘୋଡ଼ାମାନଙ୍କର ବ୍ୟାୟାମ ଜନିତ ଫୁସଫୁସ ରକ୍ତସ୍ରାବର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଏହି ଔଷଧ ବ୍ୟବହାର ହୁଏ ।[୬][୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Furosemide". The American Society of Health-System Pharmacists. Retrieved Oct 23, 2015.
- ↑ Rang, Humphrey (2013). Drug discovery and development [electronic resource] (2nd ed.). Edinburgh: Churchill Livingstone. p. Chapter 1. ISBN 9780702053160.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Furosemide". International Drug Price Indicator Guide. Archived from the original on 10 May 2017. Retrieved 24 October 2015.
- ↑ "THE 2014 PROHIBITED LIST INTERNATIONAL STANDARD" (pdf). 2014. p. 5. Retrieved 24 October 2015.
- ↑ Sullivan, S; Hinchcliff, K (April 2015). "Update on exercise-induced pulmonary hemorrhage". The Veterinary clinics of North America. Equine practice. 31 (1): 187–98. doi:10.1016/j.cveq.2014.11.011. PMID 25770069.
- ↑ Hinchcliff, KW; Couetil, LL; Knight, PK; Morley, PS; Robinson, NE; Sweeney, CR; van Erck, E (2015). "Exercise induced pulmonary hemorrhage in horses: American College of Veterinary Internal Medicine consensus statement". Journal of veterinary internal medicine / American College of Veterinary Internal Medicine. 29 (3): 743–58. doi:10.1111/jvim.12593. PMID 25996660.