ଉତ୍କଳ ସମ୍ମିଳନୀ
ଉତ୍କଳ ସମ୍ମିଳନୀ ଏକ ଭାରତୀୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ । ଏହା ୧୯୦୩ ମସିହାରେ ମଧୁସୂଦନ ଦାସଙ୍କଦ୍ୱାରା ଓଡ଼ିଶାର ସ୍ଥାପିତ ହୋଇଥିଲା ଓ ବର୍ତ୍ତମାନ ପର୍ଯ୍ୟନ୍ତ ତିଷ୍ଠିରହିଛି ।[୧]
ଇତିହାସ
[ସମ୍ପାଦନା]ଉତ୍କଳ ସମ୍ମିଳନୀ ମଧୁସୂଦନ ଦାସଙ୍କଦ୍ୱାରା ସ୍ଥାପିତ ହୋଇଥିଲା ।[୨] ୧୯୦୩ ମସିହାରେ ଏହାର ପ୍ରଥମ ସଭା ହୋଇଥିଲା ଓ ଏଥିରେ ୬୨ ଜଣ ସ୍ଥାୟୀ ସଦସ୍ୟ ଥିଲେ ।[୩] ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ କରିବା ନିମନ୍ତେ ଅଭିଯାନ କରିବା ଏହି ଅନୁଷ୍ଠାନର ପ୍ରଥମ ଲକ୍ଷ ଥିଲା । [୪]
କଟକର ଇଦଗା ପଡିଆରେ ଏହି ସଂସ୍ଥାର ପ୍ରଥମ ସମ୍ମିଳନୀ ହୋଇଥିଲା । ଏହାର ପ୍ରଥମ ଅଧିବେଶନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏହାର ଲକ୍ଷ୍ୟ ବୋଲି ଗୃହୀତ ହୋଇଥିଲା । ୧୯୨୦ ମସିହାରେ ଚକ୍ରଧରପୁର ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ସଦ୍ୟ ଆହୁତ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ସ୍ଥିର କରାଗଲା ।[୫] ୨୦୦୨ ମସିହାରେ ଏହି ସଭାରେ ନୂତନ ସଭାପତି ଭାବରେ ବସନ୍ତ କୁମାର ପାଣିଗ୍ରାହୀ ନିର୍ବାଚିତ ହୋଇଥିଲେ ।[୬] ବର୍ତ୍ତମାନ (ଅର୍ଥାତ୍ ୨୯-୦୪-୨୦୧୮ରେ ହୋଇଥିବା ନିର୍ବାଚନ ପରେ) ପ୍ରସନ୍ନ କୁମାର ନନ୍ଦ ଉତ୍କଳ ସମ୍ମିଳନୀର ସଭାପତି ଓ ଡାକ୍ତର ରବି ରଂଜନ ସାହୁ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।[ଆଧାର ଲୋଡ଼ା]
ଉତ୍କଳ ସମ୍ମିଳନୀ ସନ ୨୦୧୦ରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ନିମନ୍ତେ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ଓଡ଼ିଶା ବାହାରେ ଥିବା ଓଡ଼ିଶାବାସୀଙ୍କ ସୁବିଧା ସୁଯୋଗ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଗ କରିଥିଲେ ।[୭] ଅତୀତର ଇଂରାଜୀ ଭାଷାରେ ଲେଖାଥିବା "Orissa" ନାମକୁ ବଦଳାଇ "Odisha" କରିବାରେ ଏହି ସଂସ୍ଥା ମୁଖ୍ୟ ଭୂମିକା ନିର୍ବାହ କରିଥିଲା ଓ ସନ ୨୦୧୦ରେ ଆନ୍ଧ୍ର ପ୍ରଦେଶର ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରିଥିଲା ।[୮]
ଉତ୍କଳ ସମ୍ମିଳନୀ ମୁଖ୍ୟ କାର୍ଯ୍ୟାଳୟ
[ସମ୍ପାଦନା]ଉତ୍କଳ ସମ୍ମିଳନୀର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ । ବର୍ତ୍ତମାନ ଏହା ଅଶୋକ ନଗର, ୟୁନିଟ୍-୨ସ୍ଥିତ ଭି.ଏ.-୯/୧ ଗୃହରେ କାର୍ଯ୍ୟ କରୁଛି ।
ଉତ୍କଳ ସମ୍ମିଳନୀ ଅଧିବେଶନ
[ସମ୍ପାଦନା]ଅଧିବେଶନ | ସ୍ଥାନ | କାଳ | ସଭାପତିଙ୍କ ନାମ | ଆୟୋଜକଙ୍କ ନାମ |
---|---|---|---|---|
ଅଧିବାସ[note ୧] | ରମ୍ଭା | ମକର ସଂକ୍ରାନ୍ତି,୧୩-୦୧-୧୯୦୨ | ହରିହର ମର୍ଦ୍ଦରାଜ(ଖଲ୍ଲିକୋଟ ରାଜା) | |
ପ୍ରାକ ଅଧିବେଶନ | ବ୍ରହ୍ମପୁର | ୧୯୦୩,ଏପ୍ରିଲ ୧୧ ଓ ୧୨ | ଶ୍ୟାମସୁନ୍ଦର ରାଜଗୁରୁ ଓ ମଧୁସୂଦନ ଦାସ | ହରିହର ମର୍ଦ୍ଦରାଜ(ଖଲ୍ଲିକୋଟ ରାଜା) ଓ ମାଥୁୁୁୁରୀ ସାହୁ |
ଅଭ୍ୟର୍ଥନା ଅଧିବେଶନ | କଟକ | ୧୯୦୩ | ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ (କନିକା ରାଜା) | |
ପ୍ରଥମ ଅଧିବେଶନ | କଟକ | ୧୯୦୩,ଡିସେମ୍ବର ୩୦ ଓ ୩୧ | ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ମୟୂରଭଞ୍ଜ ରାଜା) | |
୨ୟ ଅଧିବେଶନ | କଟକ | ୧୯୦୪ | ମଦନ ମୋହନ ସିଂହଦେବ(ଧରାକୋଟ ରାଜା) | |
ସ୍ୱତନ୍ତ୍ର ଅଧିବେଶନ | ରମ୍ଭା | ୧୯୦୫ | ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ମୟୂରଭଞ୍ଜ ରାଜା) | |
୩ୟ ଅଧିବେଶନ | ବାଲେଶ୍ୱର | ୧୯୦୬ | କିଶୋରଚନ୍ଦ୍ର ସିଂହଦେଓ(ତାଳଚେର ରାଜା) | |
୪ର୍ଥ ଅଧିବେଶନ | ବ୍ରହ୍ମପୁର | ୧୯୦୭ | ରାଜେନ୍ଦ୍ର ନାରାୟଣ ସିଂହଦେଓ | |
୫ମ ଅଧିବେଶନ | ପୁରୀ | ୧୯୦୮ | ଚନ୍ଦ୍ରଚୁଡ଼ାମଣି ଜଗଦ୍ଦେବ | |
୬ଷ୍ଠ ଅଧିବେଶନ | କଟକ | ୧୯୦୯ | ରାଧାନାଥ ବର୍ମା | |
୭ମ ଅଧିବେଶନ | କଟକ | ୧୯୧୦ | ବୈକୁଣ୍ଠନାଥ ଦେ | |
୮ମ ଅଧିବେଶନ | ବ୍ରହ୍ମପୁର | ୧୯୧୨ | ଚନ୍ଦ୍ରଚୁଡ଼ାମଣି ଜଗଦ୍ଦେବ | |
୯ମ ଅଧିବେଶନ | ପୁରୀ | ୧୯୧୩ | ମଧୁସୂଦନ ଦାସ | |
୧୦ମ ଅଧିବେଶନ | ପାରଳାଖେମୁଣ୍ଡି | ୧୯୧୪,ଡିସେମ୍ବର ୨୬ ଓ ୨୭ | ବିକ୍ରମଦେବ ବର୍ମା | |
୧୧ଶ ଅଧିବେଶନ | ସମ୍ବଲପୁର | ୧୯୧୫ | ଲକ୍ଷ୍ମୀନାରାୟଣ ସିଂହ | |
୧୨ଶ ଅଧିବେଶନ | ବାଲେଶ୍ୱର | ୧୯୧୬ | ଶ୍ରୀନିବାସ ରାଜମଣି | |
ଅଭ୍ୟର୍ଥନା ଅଧିବେଶନ | କଟକ | ୧୯୧୭ | ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ(କନିକା ରାଜା) | |
୧୩ଶ ଅଧିବେଶନ | କଟକ | ୧୯୧୭ | ଫକୀରମୋହନ ସେନାପତି | |
ସ୍ୱତନ୍ତ୍ର ଅଧିବେଶନ | କଟକ | ୧୯୧୮ | ମଧୁସୂଦନ ଦାସ | |
୧୪ଶ | କଟକ | ୧୯୧୯ | ପଣ୍ଡିତ ଗୋପବନ୍ଧୁ ଦାସ | |
୧୫ଶ ଅଧିବେଶନ | ପୁରୀ | ୧୯୧୯ | ଚନ୍ଦ୍ରଶେଖର ବେହେରା | |
୧୬ଶ ଅଧିବେଶନ | ଚକ୍ରଧରପୁର , ଝାଡ଼ଖଣ୍ଡ | ୧୯୨୦ | ଜଗବନ୍ଧୁ ସିଂହ | |
୧୭ଶ ଅଧିବେଶନ | ବ୍ରହ୍ମପୁର | ୧୯୨୩ | କଳ୍ପତରୁ ଦାସ | |
୧୮ଶ ଅଧିବେଶନ | ବ୍ରହ୍ମପୁର | ୧୯୨୪ | ଚନ୍ଦ୍ରଶେଖର ବେହେରା | |
୧୯ଶ ଅଧିବେଶନ | କଟକ | ୧୯୨୫ | ଭୁବନାନନ୍ଦ ଦାସ | ଲକ୍ଷ୍ମୀନାରାୟଣ ପଟ୍ଟନାୟକ(ବିଜୁ ପଟ୍ଟନାୟକଙ୍କ ପିତା) |
୨୦ଶ ଅଧିବେଶନ | ବ୍ରହ୍ମପୁର | ୧୯୨୯ | ଲକ୍ଷ୍ମୀଧରି ମହାନ୍ତି(ଆଳି) | |
୨୧ଶ ଅଧିବେଶନ | ବ୍ରହ୍ମପୁର | ୧୯୩୦ | ଲୋକନାଥ ମିଶ୍ର | |
୨୨ଶ ଅଧିବେଶନ | ଜଳନ୍ତର | ୧୯୩୧ | ଦାମୋଦର ସାହୁ | |
ସ୍ୱତନ୍ତ୍ର ଅଧିବେଶନ | ବ୍ରହ୍ମପୁର | ୧୯୩୨ | ଲକ୍ଷ୍ମୀଧର ମହାନ୍ତି(ଆଳି) | |
୨୩ଶ ଅଧିବେଶନ | ବ୍ରହ୍ମପୁର | ୧୯୩୩ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ(ପାରଳା ମହାରାଜା) | |
୨୪ଶ ଅଧିବେଶନ | ବ୍ରହ୍ମପୁର | ୧୯୩୪ | ମଧୁସୂଦନ ପାଣିଗ୍ରାହୀ | ମଧୁସୂଦନ ମହାନ୍ତି |
୨୫ଶ ଅଧିବେଶନ | ମଞ୍ଜୁଷା , ଆନ୍ଧ୍ରପ୍ରଦେଶ | ୧୯୩୮ | ପଣ୍ଡିତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ | |
୨୬ଶ ଅଧିବେଶନ | ପୁରୀ | ୧୯୪୦ | ପଣ୍ଡିତ ନୀଳକଣ୍ଠ ଦାସ | |
୨୭ଶ ଅଧିବେଶନ | ବ୍ରହ୍ମପୁର | ୧୯୪୪ | ଭାଗବତ ପ୍ରସାଦ ଦାସ | |
୨୮ଶ ଅଧିବେଶନ | ବ୍ରହ୍ମପୁର | ୧୯୪୪ | ଲକ୍ଷ୍ମୀନାରାୟଣ ସାହୁ | |
୨୯ଶ ଅଧିବେଶନ | ଜୟପୁର | ୧୯୪୫ | ହରିହର ମିଶ୍ର | |
୩୦ଶ ଅଧିବେଶନ | ପୁରୀ | ୧୯୪୬ | ଜଗନ୍ନାଥ ରାଜମଣି ରାଜଦେଓ | |
୩୧ଶ ଅଧିବେଶନ | ଜୟପୁର | ୧୯୪୬ | ରାଧାନାଥ ରଥ | |
୩୨ଶ ଅଧିବେଶନ | ବ୍ରହ୍ମପୁର | ୧୯୪୭ | ବିଶ୍ୱନାଥ ଦାସ | |
୩୩ଶ ଅଧିବେଶନ | ମହେନ୍ଦ୍ରଗିରି | ୧୯୪୭ | ରଘୁନାଥ ରାୟ | |
୩୪ଶ ଅଧିବେଶନ | ମଞ୍ଜୁଷା , ଆନ୍ଧ୍ରପ୍ରଦେଶ | ୧୯୫୩ | ରାଜେନ୍ଦ୍ର ନାରାୟଣ ସିଂହଦେଓ | |
୩୫ଶ ଅଧିବେଶନ | ବ୍ରହ୍ମପୁର | ୧୯୫୫ | ପଣ୍ଡିତ ଗୋଦାବରୀଶ ମିଶ୍ର | |
୩୬ଶ ଅଧିବେଶନ | ବ୍ରହ୍ମପୁର | ୧୯୫୯ | ଡକ୍ଟର ପ୍ରାଣକୃଷ୍ଣ ପରିଜା | |
୩୭ଶ ଅଧିବେଶନ | ଜୟପୁର | ୧୯୬୯ | ଡଃ. ରାଧାନାଥ ରଥ | |
୩୮ଶ ଅଧିବେଶନ | ପାରଳାଖେମୁଣ୍ଡି | ୧୯୭୪ | ଡଃ. ରାଧାନାଥ ରଥ | |
୩୯ଶ ଅଧିବେଶନ | ରାଉରକେଲା | ୧୯୮୨ | ଡଃ. ରାଧାନାଥ ରଥ | |
୪୦ଶ ଅଧିବେଶନ | ରମ୍ଭା | ୧୯୮୩ | ଡଃ. ରାଧାନାଥ ରଥ | |
୪୧ଶ ଅଧିବେଶନ | ୦୫/୦୪/୧୯୯୮ | ହରିଶ୍ଚନ୍ଦ୍ର ବକ୍ସିପାତ୍ର | ||
୪୨ଶ ଅଧିବେଶନ | ୧୮/୦୩/୨୦୦୧ | ବସନ୍ତ କୁମାର ପାଣିଗ୍ରାହୀ | ||
୪୩ତମ ଅଧିବେଶନ | ଭୁବନେଶ୍ୱର | ୨୭/୦୭/୨୦୦୮ | ଡଃ. ଭାବଗ୍ରାହୀ ମହାପାତ୍ର | |
୪୪ତମ ଅଧିବେଶନ | ଜାମସେଦପୁର , ଝାଡ଼ଖଣ୍ଡ | ୧୫/୦୭/୨୦୧୨ | ଡଃ. ଭାବଗ୍ରାହୀ ମହାପାତ୍ର | |
୪୫ତମ ଅଧିବେଶନ | ଜୟପୁର | ୩୧/୦୧,୦୧/୦୨/୨୦୧୫ | ଡଃ. ଗୁରୁପ୍ରସାଦ ମହାନ୍ତି | |
୪୬ତମ ଅଧିବେଶନ | ରାଉରକେଲା | ୧୪,୧୫/୧୦/୨୦୧୭ | ଡଃ. ଗୁରୁପ୍ରସାଦ ମହାନ୍ତି | |
୪୭ତମ ଅଧିବେଶନ | ଭୁବନେଶ୍ୱର,ଉତ୍କଳ ସମ୍ମିଳନୀ କାର୍ଯ୍ୟାଳୟ | ୨୦୧୮ | ପ୍ରସନ୍ନ କୁମାର ନନ୍ଦ (ସଭାପତି) | ବିଭୁତି ମିଶ୍ର |
୪୮ତମ ଅଧିବେଶନ | ଭୁବନେଶ୍ୱର,ଉତ୍କଳ ସମ୍ମିଳନୀ କାର୍ଯ୍ୟାଳୟ | ୨୦୧୯ | ପ୍ରସନ୍ନ କୁମାର ନନ୍ଦ (ସଭାପତି) | ବିଭୁତି ମିଶ୍ର |
ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Staff Reporter (24 October 2009). "Central Nod to Rename Orissa Welcome". Hindustani Times (New Delhi).
{{cite web}}
:|access-date=
requires|url=
(help); Missing or empty|url=
(help) - ↑ Unknown author. "Death Anniversary of Utkal Gaurab Madhusudan Das" (PDF). Odisha Government. Retrieved 17 September 2013.
{{cite web}}
:|author=
has generic name (help) - ↑ Samal, Joy K. and Nayak, Pradip Kumar (1996). Makers of Modern Orrissa. p. 48.
{{cite book}}
: CS1 maint: multiple names: authors list (link) - ↑ Padhy, K.S. (2011). Indian Political Thought. PHI Learning Private Ltd. p. 287.
- ↑ Mahapatra, Jarihar (2011). My Life, My work. Allied Publishers Private. p. 220.
- ↑ Pattanayak, Subhas Chandra (30 November 2002). "New Leader of Utkal Sammilani". Orrisa Matters. Retrieved 17 September 2013.
- ↑ Staff Reporter (7 December 2010). "Utkal Sammilani's demand". The Hindu.
{{cite web}}
:|access-date=
requires|url=
(help); Missing or empty|url=
(help) - ↑ "Protest Against". The Hindu. 15 September 2010.
{{cite web}}
:|access-date=
requires|url=
(help); Missing or empty|url=
(help) - ↑ Praharaj, G. C. (1936). ଅଧିବାସ - Purnnacandra Odia Bhashakosha. Retrieved 28 October 2018.[permanent dead link]