ଆଲୋଚନା:ଉତ୍କଳ ସମ୍ମିଳନୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ତ୍ରୁଟି ସଂଶୋଧନ[ସମ୍ପାଦନା]

ବସନ୍ତ କୁମାର ତ୍ରିପାଠୀ କେବେହେଲେ ଉତ୍କଳ ସମ୍ମିଳନୀର ସଭାପତି ନଥିଲେ । ୭ ଜଣ ଉପ ସଭାପତି ମଧ୍ଯରୁ ସେ ଜଣେ ଉପ ସଭାପତି ଥିଲେ । ଏହି ଘଟଣା ହେଉଛି ୨୦୦୮ର । ସେତେବେଳେ ଓୟୁଏଟିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ନିର୍ବାଚନରେ ଡାକ୍ତର ଭାବଗ୍ରାହୀ ମହାପାତ୍ର ସଭାପତି , ୭ ଜଣ ଉପ ସଭାପତି ( ସେମାନଙ୍କ ମଧ୍ଯରୁ ବସନ୍ତ କୁମାର ତ୍ରିପାଠୀ ଜଣେ ) ଓ ରାଧାନାଥ ପ୍ରହରାଜ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ।

     ଉତ୍କଳ ସମ୍ମିଳନୀର ସମ୍ବିଧାନ ଅନୁସାରେ ପ୍ରତି ୩ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ । ସେହିପରି ନିୟମ ଅନୁଯାୟୀ ୨୯ ଅପ୍ରେଲ ୨୦୧୮ରେ ହୋଇଥିବା ନିର୍ବାଚନରେ ଶ୍ରୀ ପ୍ରସନ୍ନ କୁମାର ନନ୍ଦ ସଭାପତି ଓ ଡାକ୍ତର ରବି ରଂଜନ ସାହୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଦାୟିତ୍ବ ତୁଲାଉଛନ୍ତି । Ommjagannathasarbadha (ମୋ ଆଲୋଚନା) ୨୦:୧୭, ୮ ଅକ୍ଟୋବର ୨୦୧୮ (IST)[reply]
Ommjagannathasarbadha, ଆପଣ ଯେଉଁ ତଥ୍ୟ ଲେଖିଛନ୍ତି, ସେ ବାବଦରେ କିଛି ଆଧାର(ଖବରକାଗଜ ବା ୱେବସାଇଟ ଲିଙ୍କ) ପ୍ରଦାନ କରିଲେ ଭଲ ହୁଅନ୍ତା । ଆପଣ ସେଇ ଆଧାର ଉଲ୍ଲେଖ କରି, ନିଜେ ମଧ୍ୟ ପ୍ରସଙ୍ଗଟିର ସମ୍ପାଦନା କରିପାରନ୍ତେ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୮, ୯ ଅକ୍ଟୋବର ୨୦୧୮ (IST)[reply]
      ମୁଁ ନିଜେ ଶ୍ରୀ ରାଜେଶ କୁମାର ସାହୁ,ବର୍ତ୍ତମାନ ଉତ୍କଳ ସମ୍ମିଳନୀ,ଭୁବନେଶ୍ବର ଶାଖାର ସମ୍ପାଦକ ଅଛି । ଏଠାରେ ଉତ୍କଳ ସମ୍ମିଳନୀ ବିଷୟରେ ଯାହା ତଥ୍ଯ ଦିଆଯାଇଛି ତାହା ଅସମ୍ପୂର୍ଣ୍ଣ ଓ ପୂରୁଣା । ତେଣୁ ଓଡିଶା ରାଜ୍ଯ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ସଂଗଠନର ଇତିହାସ ତଥା ବର୍ତ୍ତମାନ ବିଷୟରେ ସବୁ ଓଡ଼ିଆ ଜାଣିବା ଉଚିତ । ଦୂରଭାଷା - ୯୮୬୧୪୩୯୪୦୮ । ଇତି ।
                     
                  ରାଜେଶ କୁମାର ସାହୁ
                   ସାଧାରଣ ସଂପାଦକ
           ଉତ୍କଳ ସମ୍ମିଳନୀ,ଭୁବନେଶ୍ଵର ଶାଖା
Ommjagannathasarbadha ଆନନ୍ଦର କଥା, ଆପଣ ନିଜେ ଆସି ଲେଖିଛନ୍ତି । ଆପଣଙ୍କୁ ଅନୁରୋଧ, ଉଚିତ ଆଧାର ଦେଇ ପ୍ରସଙ୍ଗଟିକୁ ସମ୍ପାଦନା କରିଦିଅନ୍ତୁ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୬:୨୭, ୧୦ ଅକ୍ଟୋବର ୨୦୧୮ (IST)[reply]

ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନ ବିଷୟରେ ସମ୍ୟକ ସୂଚନା ଲେଖିବାକୁ ଚାହୁଁଛି । ସେଗୁଡିକୁ ସାରଣୀରେ ସଜାଯାଇ ଲେଖାଯିବ । ତେଣୁ ଏହା କିପରି ଲେଖିବି ସେଥିପାଇଁ ଆପଣଙ୍କ ସାହାଯ୍ଯ ନିତ୍ଯାନ୍ତି ଆବଶ୍ୟକ । ଆପଣଙ୍କ ଦୂରଭାଷ କ୍ରମାଙ୍କ ଦେଲେ ଭଲ ହୁଅନ୍ତା । Ommjagannathasarbadha (ମୋ ଆଲୋଚନା) ୧୪:୫୫, ୨୧ ଅକ୍ଟୋବର ୨୦୧୮ (IST)[reply]

@Ommjagannathasarbadha ମୁଁ ସାରଣୀଟିଏ ଯୋଡିଛି । ଆପଣ ତାକୁ ଦେଖି ସେଥିରେ ଅଧିକ ତଥ୍ୟ ଯୋଡିପାରିବେ ।ଅସୁବିଧା ହେଲେ ଜାଣାନ୍ତୁ । ତଥ୍ୟ ପାଇଁ ଆଧାର ଯୋଡିବା ଲାଗି ଅନୁରୋଧ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୧:୧୩, ୨୨ ଅକ୍ଟୋବର ୨୦୧୮ (IST)[reply]
@Ommjagannathasarbadha:, ଉଇକିପିଡ଼ିଆ ସମ୍ଭନ୍ଧିତ ଆଲୋଚନା ଉଇକିପିଡ଼ିଆ ଭିତରେ ଖୋଲାଖୋଲି ହେଲେ ଭଲ । ଗୋପନୀୟତା କାରଣରୁ ଉଇକିଆଳିମାନେ ନିଜ ଫୋନ ନମ୍ବର ଖୋଲାଖୋଲି ପ୍ରକାଶ କରନ୍ତି ନାହିଁ । ତେବେ ଆପଣ ଆମମାନଙ୍କ ସହ ଫେସବୁକ ବା ଟୁଇଟରରେ ଯୋଡ଼ିହୋଇପାରିବେ । କିନ୍ତୁ ଉଇକିପିଡ଼ିଆର ଲେଖା ସମ୍ଭନ୍ଧିତ ଆଲୋଚନା ଉଇକିପିଡ଼ିଆ ଭିତରେ କରିବାକୁ ଅନୁରୋଧ ରହିଲା ।--ସୁଭାସିସ ପାଣିଘରି (ଆଳାପ) ୦୯:୫୧, ୨୫ ନଭେମ୍ବର ୨୦୧୮ (IST)[reply]

ଉତ୍କଳ ସମ୍ମିଳନୀ 2401:4900:3133:B889:4C5:C320:EAE3:DE86 ୨୧:୧୨, ୧୧ ଜୁନ ୨୦୨୨ (IST)[reply]