ତପନ କୁମାର ପ୍ରଧାନ

ଉଇକିପିଡ଼ିଆ‌ରୁ
(Tapan Kumar Pradhanରୁ ଲେଉଟି ଆସିଛି)
ତପନ କୁମାର ପ୍ରଧାନ
ତପନ କୁମାର ପ୍ରଧାନ
ତପନ କୁମାର ପ୍ରଧାନ
ଜନ୍ମ ଓ ଜନ୍ମସ୍ଥାନ (1972-10-22) ୨୨ ଅକ୍ଟୋବର ୧୯୭୨ (ବୟସ ୫୧)
ଭୁବନେଶ୍ୱର
ବୃତ୍ତିଲେଖକ, ଗବେଷକ, ପ୍ରଶାସକ
ବାସସ୍ଥଳୀଭୁବନେଶ୍ୱର
ଜାତୀୟତା ଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାଡକ୍ଟରେଟ (ସମାଜତତ୍ତ୍ୱ)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ବିଜେବି ମହାବିଦ୍ୟାଳୟ, ଲକ୍ଷ୍ମୀସାଗର ହାଇସ୍କୁଲ
ପୈତୃକ ବାସସ୍ଥାନଭୁବନେଶ୍ୱର, ଓଡ଼ିଶା
ଶୈଳୀକବିତା, ପ୍ରବନ୍ଧ
ବିଷୟମାନବାଧିକାର
ସାହିତ୍ୟ କୃତିକଳାହାଣ୍ଡି
ପୁରସ୍କାରସାହିତ୍ଯ ଏକାଡେମୀ
କାର୍ଯ୍ୟକାଳଏକବିଂଶ ଶତାବ୍ଦୀ
ଜୀବନସାଥୀଶୁଭଶ୍ରୀ
ସନ୍ତାନଓମ୍ ସତ୍ୟମ୍
ପିତାମାତାଅରକ୍ଷିତ ପ୍ରଧାନ, କୁମୁଦିନୀ

ତପନ କୁମାର ପ୍ରଧାନ (ଜନ୍ମ: ୨୨ ଅକ୍ଟୋବର ୧୯୭୨) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ କବି, ଲେଖକ, ଅନୁବାଦକ, ପ୍ରଶାସକ ଓ ବ୍ୟଙ୍ଗକାର । ସେ ମୁଖ୍ୟତଃ ଇଂରାଜୀ, ଓଡ଼ିଆହିନ୍ଦୀରେ କବିତା ଓ ଗଦ୍ୟ ରଚନା କରନ୍ତି । ସେ ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ ପ୍ରଧାନ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୧][୨] ତାଙ୍କ ରଚନାବଳୀ ମୁଖ୍ୟତଃ ଭ୍ରଷ୍ଟାଚାର ନିବାରଣ, ମାନବାଧିକାର ଓ ସର୍ବଧର୍ମ ସମନ୍ୱୟ ଉପରେ କେନ୍ଦ୍ରିତ ।

ଜୀବନୀ[ସମ୍ପାଦନା]

ପରିବାର[ସମ୍ପାଦନା]

ତପନ କୁମାର ପ୍ରଧାନ ଓଡ଼ିଶାର ଭୁବନେଶ୍ୱରଠାରେ ୧୯୭୨ରେ ଜନ୍ମଗ୍ରହଣ କରିଥିଲେ ।[ଆଧାର ଲୋଡ଼ା] ତାଙ୍କ ବାଲ୍ୟକାଳ କଳାହାଣ୍ଡି, କେନ୍ଦୁଝରଲକ୍ଷ୍ମୀସାଗରରେ କଟିଥିଲା ।[ଆଧାର ଲୋଡ଼ା] ତାଙ୍କ ପିତାଙ୍କ ନାମ ଅରକ୍ଷିତ ପ୍ରଧାନ ଓ ମାତାଙ୍କ ନାମ କୁମୁଦିନୀ ପ୍ରଧାନ ।[ଆଧାର ଲୋଡ଼ା] ତାଙ୍କ ପିତା ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ଇଂଜିନିୟର ଥିଲେ ଓ ମାତା ପରିବାର ପୋଷଣ କରିଥିଲେ ।[ଆଧାର ଲୋଡ଼ା]

ଶିକ୍ଷା[ସମ୍ପାଦନା]

ସେ ଲକ୍ଷ୍ମୀସାଗର ବିଦ୍ୟାଳୟ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜତତ୍ତ୍ୱରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରି ସେ ୧୯୯୯ ମସିହାରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଲେ ।[ଆଧାର ଲୋଡ଼ା] ପରେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ବରିଷ୍ଠ ଅଧିକାରୀ ପଦରେ ନିଯୁକ୍ତ ହେଲେ ।[ଆଧାର ଲୋଡ଼ା] ୨୦୧୪ ମସିହାରେ ସେ ଓଡ଼ିଶା ସରକାରଙ୍କ ଅତିରିକ୍ତ ଅର୍ଥ ସଚିବ ତଥା ବିତ୍ତୀୟ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଗ୍ରହଣ କଲେ । ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଓ ମାଲାବାର ବ୍ୟାଙ୍କ ଆଦିରେ ମଧ୍ୟ ନିର୍ଦ୍ଦେଶକ ଥିଲେ ।[ଆଧାର ଲୋଡ଼ା]


ରଚନାବଳୀ[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

ଇଂରାଜୀ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

  • ପ୍ରେମ ପାଶରେ ଯୀଶୁ (ମୂଳ ଲେଖା: ଆଣ୍ଟନି ଥିଓଡର)[ଆଧାର ଲୋଡ଼ା]
  • ମୁଁ ତୋହରି ଶିଶୁ, ମା (ମୂଳ ଲେଖା: ଆଣ୍ଟନି ଥିଓଡର)[୬]
  • କାମନା ଓ ପ୍ରେମ ସଂଗୀତ (ମୂଳ ଲେଖା: ଲଳିତା ଆୟାର୍)[ଆଧାର ଲୋଡ଼ା]
  • ବିଷାଦ ସଂଗୀତ (ମୂଳ ଲେଖା: ଲଳିତା ଆୟାର୍)[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ପ୍ରଧାନ ତାଙ୍କର କଳାହାଣ୍ଡି କବିତାର ଇଂରାଜୀ ଅନୁବାଦ ନିମନ୍ତେ ୨୦୦୭ ମସିହାରେ ସାହିତ୍ୟ ଅକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧] ୨୦୦୭ ମସିହାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଉପରେ ସାହିତ୍ୟ ରଚନା ନିମନ୍ତେ ସେ ଇଣ୍ଡିଆନ ଏକ୍ସପ୍ରେସ "ସିଟିଜେନ ଫର ପିସ" ପୁରସ୍କାର ପାଇଥିଲେ[୮][୯][୧୦] ତାଙ୍କ କବିତା “ବୁଦ୍ଧ ହସିଲେ” ୨୦୧୩ ମସିହାରେ ପୋଏଟ୍ରି ସୋସାଇଟୀ ପୁରସ୍କାରରେ ସମ୍ମାନିତ ହୋଇଥିଲା ।[ଆଧାର ଲୋଡ଼ା] ବ୍ୟାଙ୍କ ସେବା, ବିତ୍ତୀୟ ସମାବେଶନ ଓ ହିନ୍ଦୀ ସାହିତ୍ୟରେ ଯୋଗଦାନ ନିମନ୍ତେ ମଧ୍ୟ ସେ ଅନେକବାର ସର୍ବଭାରତୀୟ ସ୍ତରରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି ।[ଆଧାର ଲୋଡ଼ା]

ପ୍ରଧାନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କଠାରୁ ହିନ୍ଦୀ ଭାଷା ପୁରସ୍କାର ଗ୍ରହଣ କରୁଛନ୍ତି

ଆଧାର[ସମ୍ପାଦନା]

  1. ୧.୦ ୧.୧ Staff (November–December 2007). "Indian Literature Golden Jubilee Literary Translation Prize Winners". Indian Literature (Golden Jubilee Issue ed.). Sahitya Akademi. 51 (6): 39–65. JSTOR 23347623.
  2. "Sahitya Akademi Indian Literature Translation Award".
  3. Kalahandi - The Untold Story. Kohinoor Books. 01-Aug-2020. pp. ୨୯୮. Retrieved 10 February 2022. {{cite book}}: Check date values in: |date= (help)
  4. I, She and the Sea: (Three Women in One). Kohinoor Books. 01-Jan-2019. p. 202. Retrieved 10 February 2022. {{cite book}}: Check date values in: |date= (help)
  5. Wind in the Afternoon. Independently Published. 05-Mar-2019. pp. ୧୩୬. ISBN 9781798797891. {{cite book}}: Check date values in: |date= (help)
  6. I Am Your Baby, Mother. Kohinoor Books. 25-Dec-2020. pp. ୧୮୨. {{cite book}}: Check date values in: |date= (help)
  7. . Kohinoor Books. 25-Dec-2020. pp. ୨୨୮ https://books.google.co.in/books?id=fBMZEAAAQBAJ&newbks=1&newbks_redir=0&dq=tapan+kumar+pradhan&source=gbs_navlinks_s. Retrieved 10 February 2022. {{cite book}}: Check date values in: |date= (help); Missing or empty |title= (help)
  8. "Indian Express Citizen for Peace Short List".
  9. "Citizens for Peace Essays on Secularism". Archived from the original on 2008-01-29. Retrieved 2011-08-24.
  10. "Living with Differences : Dr Tapan Kumar Pradhan on Communal Harmony in Bhadrak". Archived from the original on 2014-02-22. Retrieved 2021-09-18.