କଳାହାଣ୍ଡି (କବିତା)

ଉଇକିପିଡ଼ିଆ‌ରୁ

କଳାହାଣ୍ଡି ଭାରତୀୟ କବି ତପନ କୁମାର ପ୍ରଧାନଙ୍କ ଲିଖିତ ଏକ ଓଡ଼ିଆ କବିତା ସଙ୍କଳନ ।[୧][୨] ଏହି କବିତା ସଙ୍କଳନର ଇଂରାଜୀ ଅନୁବାଦ ନିମନ୍ତେ ପ୍ରଧାନ ୨୦୦୭ ମସିହାରେ ସାହିତ୍ଯ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩]

ଏହି କବିତାର ଇଂରାଜୀ ଅନୁବାଦ ପ୍ରଧାନଙ୍କ ଲିଖିତ କଳାହାଣ୍ଡିର ଅକୁହା କାହାଣୀ ପୁସ୍ତକରେ ଉପଲବ୍ଧ ।[୪][୫] ଏଥିରେ ଅସାଧୁ ରାଜନେତା, ସରକାରୀ ଅଫିସର ଓ ଠିକାଦାରଙ୍କଦ୍ୱାରା ଗରିବ ଆଦିବାସୀ ଜନତାର ଆର୍ଥିକ, ଶାରୀରିକ ଓ ଯୌନ ଶୋଷଣର ଚିତ୍ର ବର୍ଣ୍ଣିତ ହୋଇଛି । ପୁସ୍ତକରେ ଶୀର୍ଷକ କବିତା ବ୍ଯତୀତ କଳାହାଣ୍ଡି ସମ୍ବନ୍ଧିତ ଅନ୍ଯାନ୍ଯ ପୁରସ୍କୃତ କବିତା ଯଥା ହିସାବ, ଆସିବାର ବେଳା, ଜୋଙ୍କ ନଦୀର ପୋଲ, ସିନାପାଲି ରାସ୍ତାରେ, ମନେରଖିଛି କଳାହାଣ୍ଡି ଆଦି ସ୍ଥାନୀତ ।[୬] ଏହି କବିତା ଅନେକ ବିଶ୍ବବିଦ୍ଯାଳୟର ଇଂରାଜୀ ସାହିତ୍ଯ ପାଠ୍ଯକ୍ରମରେ ଅନ୍ତର୍ଭୁକ୍ତ।[୭] [୮] ସମାଲୋଚକମାନେ କବିତାଟିକୁ ଏକ ବିଦ୍ରୋହର ସ୍ବର ରୂପେ ଆଖ୍ଯାୟିତ କରିଛନ୍ତି।[୯] ଏହି କବିତାଟିର ତୁଳନା ଅନ୍ଯାନ୍ଯ ଆଧୁନିକ ଭାରତୀୟ କବିତା ସହ ମଧ୍ଯ କରା ଯାଇଛି।[୧୦][୧୧][୧୨] [୧୩]

ଆଧାର[ସମ୍ପାଦନା]

  1. ""କଳାହାଣ୍ଡି" - ତପନ କୁମାର ପ୍ରଧାନ". ଇଣ୍ଡିୟାନ୍ ଲିଟରେଚର୍. ସାହିତ୍ଯ ଏକାଡେମୀ. doi:10.2307/23347624. JSTOR 23347624.
  2. "ସାହିତ୍ଯ ଏକାଡେମୀ ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣ". Retrieved 9 February 2022.
  3. "ସାହିତ୍ଯ ଏକାଡେମୀ ସ୍ୱର୍ଣ୍ଣ ଜୟନ୍ତୀ ପୁରସ୍କାର". Indian Literature (ଭାରତୀୟ ସାହିତ୍ଯ). ସାହିତ୍ଯ ଏକାଡେମୀ. 51 (6): 45-51. 1 November 2007. JSTOR 23339956. Retrieved 9 February 2022.
  4. Kalahandi - The Untold Story. Kohinoor Books. 1 August 2020. pp. ୨୯୮. Retrieved 10 February 2022.
  5. "ଗୁଗୁଲ ବୁକ୍ସ - କଳାହାଣ୍ଡି ଦ ଅନଟୋଲ୍ଡ ଷ୍ଟୋରୀ". Retrieved 9 February 2022.
  6. (ଇଂରାଜୀ) ପ୍ରଧାନ, ତପନ କୁମାର (25 March 2020). କଳାହାଣ୍ଡି - ଦ ଅନଟୋଲଡ୍ ଷ୍ଟୋରୀ. ନୂଆଦିଲ୍ଲୀ: କୋହିନୂର ବୁକ୍ସ. ISBN 978-81-94579717.
  7. (ଇଂରାଜୀ) "ମଦୁରାଇ ବିଶ୍ବବିଦ୍ଯାଳୟ - ଇଂରାଜୀ ସାହିତ୍ଯ ପାଠ୍ଯକ୍ରମ". Retrieved 20 September 2022.
  8. (ଇଂରାଜୀ) "ସିକ୍କିମ ବିଶ୍ବବିଦ୍ଯାଳୟ - ଭାରତୀୟ ଇଂରାଜୀ ସାହିତ୍ଯ ପାଠ୍ଯକ୍ରମ" (PDF). Retrieved 20 September 2022.
  9. (ଇଂରାଜୀ) ତାୟାଡେ, ଡଃ ଏସ. ବି. (2021). "ତପନ କୁମାର ପ୍ରଧାନଂକ କଳାହାଣ୍ଡି ଓ ଖାପସ୍ ଡିକ୍ଟାଟ କବିତାରେ ନାରୀ - ବିଦ୍ରୋହର ସ୍ବର". ଲାଂଗ ଲିଟ ବୁକ୍ସ. ନ. 3: 119-125. ISSN 2349-5189.
  10. (ଇଂରାଜୀ) "ଭାରତୀୟ ସାହିତ୍ଯରେ କାଥାର୍ସିସ୍ - କଳାହାଣ୍ଡି କବିତା". Boloji.com. 29 April 2012.
  11. "ପୋଏମ୍ ହଣ୍ଟର ୱେବସାଇଟରେ କଳାହାଣ୍ଡି କବିତାର ଆଲୋଚନା". Retrieved 8 February 2022.
  12. (ଇଂରାଜୀ) ଡାଃ ନାଗେଶ୍ୱର ପଟ୍ଟନାୟକ (1 January 2010). "Naxalite Turned Leader (ନକ୍ସାଲବାଦୀ ନେତା)". ଇକୋନମିକ୍ ଟାଇମସ୍.
  13. ସନ୍ଦୀପ ୱାସଲେକର (8 February 2010). "ମାନୁଆଲ୍ ଅଫ୍ କାଉଣ୍ଟର୍ ଟେରରିଜମ୍". ଫୋର୍ବସ୍ ଇଣ୍ଡିଆ.

ବାହାର ଲିଙ୍କ[ସମ୍ପାଦନା]