ଶ୍ରୀରାଧା

ଉଇକିପିଡ଼ିଆ‌ରୁ
(Shreeradhaରୁ ଲେଉଟି ଆସିଛି)


ଶ୍ରୀରାଧା  
ମଲାଟ
ସପ୍ତମ ପ୍ରକାଶନ ମଲାଟ
ଲେଖକରମାକାନ୍ତ ରଥ
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ପ୍ରକାଶକଗ୍ରନ୍ଥାଳୟ
ପ୍ରକାଶ ତାରିଖ୧୯୮୫ (ପ୍ରଥମ ପ୍ରକାଶନ)
୨୦୧୦ (ସପ୍ତମ ପ୍ରକାଶନ)
ପୃଷ୍ଠା୧୩୨
ISBN୮୧-୮୬୮୯୯୪-୨୨-୫

ଶ୍ରୀରାଧା, ୧୯୮୪ରେ ରମାକାନ୍ତ ରଥଙ୍କଦ୍ୱାରା ରଚିତ ଏକ କବିତା ସଙ୍କଳନ ।[୧] କବି ରମାକାନ୍ତ ରଥଙ୍କୁ ଏଥି ପାଇଁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୨] ଭରତବର୍ଷର କାବ୍ୟ ସାହିତ୍ୟରେ 'ଶ୍ରୀରାଧା' ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି । ଏହା ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ ଲେଖକ ରମାକାନ୍ତ ରଥ କରିଛନ୍ତି । ଶ୍ରୀରାଧାରେ, ରାଧାଙ୍କୁ କବି କେବଳ କୃଷ୍ଣଙ୍କ ପ୍ରେମିକା ଭିନ୍ନ ଏକ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି ।[୩]

ସଂକ୍ଷିପ୍ତ ବର୍ଣ୍ଣନା[ସମ୍ପାଦନା]

ପ୍ରଶଂସା[ସମ୍ପାଦନା]

  1. ଇଂରାଜୀ ସାହିତ୍ୟର ପ୍ରଖ୍ୟାତ ଆଲୋଚିକା 'କ୍ୟାଥ୍‌ଲୀନ୍‌ ରାଇନ୍' କହିଛନ୍ତି,"ଭାରତୀୟ କାବ୍ୟମାନସରେ ଦିବ୍ୟସତ୍ତା ପ୍ରତି ଆକର୍ଷଣର ଯେଉଁ ପରମ୍ପରା ରହିଛି ଓ ଯେଉଁ ଆକର୍ଷଣଦ୍ୱାରା କାଳିଦାସ, କବୀର, ମୀରାବାଈରବୀନ୍ଦ୍ରନାଥଙ୍କ କବିତା ଅନୁପ୍ରାଣିତ, ରମାକାନ୍ତ ସେହି ପରମ୍ପରାର କବି । 'ଶ୍ରୀରାଧା' ପରି ପ୍ରଗାଢ ଓ ଉତ୍ତୀର୍ଣ୍ଣ ପ୍ରେମର କବିତା, ଏକଧାରେ ଦେହଜ ଓ ଦେହତୀତ ପ୍ରେମର କବିତା, ଇହଜୀବନ ବାହାରେ ଅବସ୍ଥିତ ଦିବ୍ୟଭାବ ସହିତ ଏକକାର ହେବା ପାଇଁ ଆସ୍ପୃହାର କବିତା ଅନେକ ଦିନରୁ ମୋର ଦୃଷ୍ଟିଗୋଚର ହୋଇନାହିଁ ।"
  1. ମାଲୟାଲମ ଭାଷାର ବିଖ୍ୟାତ କବୟିତ୍ରୀ ସୁଗାତା କୁମାରୀ କହନ୍ତି, “ ‘ଶ୍ରୀରାଧା’ ପଢିସାରିଲା ପରେ ଟିକିଏ କାନ୍ଦି ପକେଇବାକୁ କେତେ ଚାହିଁଲି ! ରାତି ପରେ ରାତି ଅନିଦ୍ରାରେ, ନିସ୍ତବ୍ଧ ଅସ୍ଥିରତାରେ ବିତିଗଲା.... ନା ଦି’ପଦ ଲେଖିପାରିଲି, ନା ଦି’ ଟୋପା ଲୁହ ବୁହାଇ ପରିଲି... ମୁଁ ଭାବିଥିଲି ବୃନ୍ଦାବନନିବାସିନୀ ରାଧାଙ୍କ ସବୁ ବୃତ୍ତାନ୍ତ ମତେ ଜଣା, କିନ୍ତୁ ଏ ରାଧା ! ମର୍ମନ୍ତୁଦ ପୀଡାର ଓ ଆନନ୍ଦପ୍ଳୁତ ଦିବ୍ୟପ୍ରେମର ମୂର୍ତ୍ତିମତୀ ଏ ରାଧାଙ୍କୁ ଭେଟି ମୋ ଆଖି ଝଲସି ଗଲା.... ତାଙ୍କର ପ୍ରସାରିତ ଦୁଇବାହୁ ଭିତରେ ଥିବା ଉଦଗ୍ରୀବ ଶୂନ୍ୟସ୍ଥାନର ଶ୍ୟାମବର୍ଣ୍ଣ ଦେଖି ମୋର ସର୍ବାଙ୍ଗ କମ୍ପିଉଠିଲା.... ଦ୍ୱୈତଭାବର ଅତଳତଳ ବିଷାଦ ଅଦ୍ୱୈତଭାବର ଉନ୍ମାଦକାରୀ ପୁଲକରେ ପରିଣତ ହୋଇଗଲା ।

କିଛି ପଦ[ସମ୍ପାଦନା]

ଅନ୍ୟ ସବୁ ସକାଳଠୁଁ ଆଜି ସକାଳ

କାହିଁକି କେଜାଣି ଲାଗେ ଅଲଗା ଅଲଗା ।
ଖରାର କି ଦୁଃସାହସ ! ଆଜି ପବନରେ
ଅନ୍ୟମନସ୍କତା ଯାହା ନୁହେଁ ଆଗପରି ।
ସତେବା ଫେରିଛି କେଉଁ ଦେଶାନ୍ତରୀ ପ୍ରେମିକ, ରହୁଛି

ଆଖପାଖ କେଉଁଠାରେ ଛଦ୍ମବେଶ ଧରି ।

ଆକ୍ଷିକୁ ନଦିଶୁଥିବା ବସ୍ତୁଙ୍କୁ ବର୍ଣ୍ଣନା

କରୁଥିବା ଶବ୍ଦମାନ ଆମେ ଭୁଲି ଯାଇ ସାରିଥିଲୁ,
ଏପରିକି ଦିଶୁଥିବା ବସ୍ତୁମାନେ କଥା କହିବାକୁ
ସଜବାଜ ହେଲାବେଳେ ଆଉ ଶବ୍ଦ ପଇଟୁ ନଥିଲା

ସେମାନଙ୍କୁ ଉତ୍ତର ଦେବାକୁ ।


ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Saccidānandan (1 January 1999). Indian Literature: Positions and Propositions. Pencraft International. ISBN 978-81-85753-25-6.
  2. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  3. Ramakanta Rath (2 September 2015). Sriradha. Ramakanta Rath. ISBN 978-93-84439-53-8.

ବାହାର ଆଧାର[ସମ୍ପାଦନା]