ଶ୍ରୀରାଧା
ଶ୍ରୀରାଧା | |
---|---|
ଲେଖକ | ରମାକାନ୍ତ ରଥ |
ଭାଷା | ଓଡ଼ିଆ |
ବିଭାଗ | କବିତା ସଙ୍କଳନ |
ପ୍ରକାଶକ | ଗ୍ରନ୍ଥାଳୟ |
ପ୍ରକାଶ ତାରିଖ | ୧୯୮୫ (ପ୍ରଥମ ପ୍ରକାଶନ) ୨୦୧୦ (ସପ୍ତମ ପ୍ରକାଶନ) |
ପୃଷ୍ଠା | ୧୩୨ |
ISBN | ୮୧-୮୬୮୯୯୪-୨୨-୫ |
ଶ୍ରୀରାଧା, ୧୯୮୪ରେ ରମାକାନ୍ତ ରଥଙ୍କଦ୍ୱାରା ରଚିତ ଏକ କବିତା ସଙ୍କଳନ ।[୧] କବି ରମାକାନ୍ତ ରଥଙ୍କୁ ଏଥି ପାଇଁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।[୨] ଭରତବର୍ଷର କାବ୍ୟ ସାହିତ୍ୟରେ 'ଶ୍ରୀରାଧା' ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି । ଏହା ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ ଲେଖକ ରମାକାନ୍ତ ରଥ କରିଛନ୍ତି । ଶ୍ରୀରାଧାରେ, ରାଧାଙ୍କୁ କବି କେବଳ କୃଷ୍ଣଙ୍କ ପ୍ରେମିକା ଭିନ୍ନ ଏକ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି ।[୩]
ସଂକ୍ଷିପ୍ତ ବର୍ଣ୍ଣନା
[ସମ୍ପାଦନା]ପ୍ରଶଂସା
[ସମ୍ପାଦନା]- ଇଂରାଜୀ ସାହିତ୍ୟର ପ୍ରଖ୍ୟାତ ଆଲୋଚିକା 'କ୍ୟାଥ୍ଲୀନ୍ ରାଇନ୍' କହିଛନ୍ତି,"ଭାରତୀୟ କାବ୍ୟମାନସରେ ଦିବ୍ୟସତ୍ତା ପ୍ରତି ଆକର୍ଷଣର ଯେଉଁ ପରମ୍ପରା ରହିଛି ଓ ଯେଉଁ ଆକର୍ଷଣଦ୍ୱାରା କାଳିଦାସ, କବୀର, ମୀରାବାଈ ଓ ରବୀନ୍ଦ୍ରନାଥଙ୍କ କବିତା ଅନୁପ୍ରାଣିତ, ରମାକାନ୍ତ ସେହି ପରମ୍ପରାର କବି । 'ଶ୍ରୀରାଧା' ପରି ପ୍ରଗାଢ ଓ ଉତ୍ତୀର୍ଣ୍ଣ ପ୍ରେମର କବିତା, ଏକଧାରେ ଦେହଜ ଓ ଦେହତୀତ ପ୍ରେମର କବିତା, ଇହଜୀବନ ବାହାରେ ଅବସ୍ଥିତ ଦିବ୍ୟଭାବ ସହିତ ଏକକାର ହେବା ପାଇଁ ଆସ୍ପୃହାର କବିତା ଅନେକ ଦିନରୁ ମୋର ଦୃଷ୍ଟିଗୋଚର ହୋଇନାହିଁ ।"
- ମାଲୟାଲମ ଭାଷାର ବିଖ୍ୟାତ କବୟିତ୍ରୀ ସୁଗାତା କୁମାରୀ କହନ୍ତି, “ ‘ଶ୍ରୀରାଧା’ ପଢିସାରିଲା ପରେ ଟିକିଏ କାନ୍ଦି ପକେଇବାକୁ କେତେ ଚାହିଁଲି ! ରାତି ପରେ ରାତି ଅନିଦ୍ରାରେ, ନିସ୍ତବ୍ଧ ଅସ୍ଥିରତାରେ ବିତିଗଲା.... ନା ଦି’ପଦ ଲେଖିପାରିଲି, ନା ଦି’ ଟୋପା ଲୁହ ବୁହାଇ ପରିଲି... ମୁଁ ଭାବିଥିଲି ବୃନ୍ଦାବନନିବାସିନୀ ରାଧାଙ୍କ ସବୁ ବୃତ୍ତାନ୍ତ ମତେ ଜଣା, କିନ୍ତୁ ଏ ରାଧା ! ମର୍ମନ୍ତୁଦ ପୀଡାର ଓ ଆନନ୍ଦପ୍ଳୁତ ଦିବ୍ୟପ୍ରେମର ମୂର୍ତ୍ତିମତୀ ଏ ରାଧାଙ୍କୁ ଭେଟି ମୋ ଆଖି ଝଲସି ଗଲା.... ତାଙ୍କର ପ୍ରସାରିତ ଦୁଇବାହୁ ଭିତରେ ଥିବା ଉଦଗ୍ରୀବ ଶୂନ୍ୟସ୍ଥାନର ଶ୍ୟାମବର୍ଣ୍ଣ ଦେଖି ମୋର ସର୍ବାଙ୍ଗ କମ୍ପିଉଠିଲା.... ଦ୍ୱୈତଭାବର ଅତଳତଳ ବିଷାଦ ଅଦ୍ୱୈତଭାବର ଉନ୍ମାଦକାରୀ ପୁଲକରେ ପରିଣତ ହୋଇଗଲା ।
କିଛି ପଦ
[ସମ୍ପାଦନା]ଅନ୍ୟ ସବୁ ସକାଳଠୁଁ ଆଜି ସକାଳ
କାହିଁକି କେଜାଣି ଲାଗେ ଅଲଗା ଅଲଗା ।
ଖରାର କି ଦୁଃସାହସ ! ଆଜି ପବନରେ
ଅନ୍ୟମନସ୍କତା ଯାହା ନୁହେଁ ଆଗପରି ।
ସତେବା ଫେରିଛି କେଉଁ ଦେଶାନ୍ତରୀ ପ୍ରେମିକ, ରହୁଛି
ଆଖପାଖ କେଉଁଠାରେ ଛଦ୍ମବେଶ ଧରି ।
ଆକ୍ଷିକୁ ନଦିଶୁଥିବା ବସ୍ତୁଙ୍କୁ ବର୍ଣ୍ଣନା
କରୁଥିବା ଶବ୍ଦମାନ ଆମେ ଭୁଲି ଯାଇ ସାରିଥିଲୁ,
ଏପରିକି ଦିଶୁଥିବା ବସ୍ତୁମାନେ କଥା କହିବାକୁ
ସଜବାଜ ହେଲାବେଳେ ଆଉ ଶବ୍ଦ ପଇଟୁ ନଥିଲା
ସେମାନଙ୍କୁ ଉତ୍ତର ଦେବାକୁ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Saccidānandan (1 January 1999). Indian Literature: Positions and Propositions. Pencraft International. ISBN 978-81-85753-25-6.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ Ramakanta Rath (2 September 2015). Sriradha. Ramakanta Rath. ISBN 978-93-84439-53-8.