ସମ୍ବଲପୁରୀ ଶାଢ଼ୀ
ସମ୍ବଲପୁରୀ ଶାଢ଼ୀ ଏକ ପାରମ୍ପରିକ ହାତବୁଣା ଇକତ ଶାଢ଼ୀ ହେଉଁଥିରେ ସୂତା ସବୁକୁ ପ୍ରାକୃତିକ ରଙ୍ଗରେ ରଙ୍ଗାଯାଏ ଓ ସେଥିରେ ଶାଢ଼ୀ ବୁଣାଯାଇଥାଏ, ଯାହାକି ଓଡ଼ିଶାର ସୋନପୁର, ସମ୍ବଲପୁର ଆଦି ଅଞ୍ଚଳରେ ବୁଣାଯାଇଥାଏ । ଶାଢ଼ୀ ଏକ ପାରମ୍ପରିକ ଭାରତୀୟ ନାରୀମାନଙ୍କ ଲୁଗା ଯାହା [୧] ସିଲାଇ ନକରାଯାଇ ପିନ୍ଧା ହୋଇଥାଏ ଓ ଏହାର ଆକାର ୪-୯ ମିଟର ହୋଇଥାଏ ।
ସମ୍ବଲପୁରୀ ବସ୍ତ୍ରାଳୟ
[ସମ୍ପାଦନା]୧୯୩୦ରେ ବରଗଡ଼ଠାରେ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କଦ୍ୱାରା ସ୍ଥାପିତ ଏହା ଗରିବ ଆଦିବାସୀ ଓ ହରିଜନମାନଙ୍କୁ ହାତବୁଣା ସମ୍ବଲପୁରୀ ଶାଢ଼ୀ ତିଆରି କରି ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।[୨]
କନା ଓ ଡିଜାଇନ
[ସମ୍ପାଦନା]ସମ୍ବଲପୁରୀ କନା ଏକ ନିଆରା ପଦ୍ଧତିରେ ତିଆରି ବାନ୍ଧ କଳାରେ ତିଆରି ହୋଇଥାଏ । ପାରମ୍ପରିକ ଭାବରେ, ବୁଣାକାରମାନେ ଗଛ, ଲତା ଓ ନାନାଦି ଛବି ଆଙ୍କିଥାନ୍ତି କଣା ଉପରେ । ତେବେ ଆଜିକାଲି ଅନେକ ନୂଆ ନୂଆ ଢଙ୍ଗର ବାନ୍ଧରେ ପୋଟ୍ରେଟ, ଲ୍ୟାଣ୍ଡସ୍କେପ ଓ ଫୁଲ ପାଖୁଡ଼ା ଆଦି ଅଙ୍କାଥିବା ଦେଖିବାକୁ ମିଳୁଛି ।
ରଙ୍ଗ
[ସମ୍ପାଦନା]ସମ୍ବଲପୁରୀ ବସ୍ତ୍ରରେ ଦିଅ ଯାଉଥିବା ରଙ୍ଗର ମନ ସ୍ୱତନ୍ତ୍ର । ତାହା ଏପରି ଭାବେ ତିଆରି ହେଇଥାଏ ଯେ ତାହା ବହୁଦିନ ବ୍ୟବହାର ପରେ ମଧ୍ୟ ମଳିନ ପଡେ ନାହି । ଏହି ରଙ୍ଗର ପ୍ରସ୍ତୁତି ବିଧି ଗୋପନୀୟ ରକ୍ଷା ଯାଇଥାଏ ।
ଓଡ଼ିଶାର ହାତବୁଣା ଲୁଗାର ପ୍ରକାର
[ସମ୍ପାଦନା]କ୍ରମାଙ୍କ. | ଲୁଗାର ଶ୍ରେଣୀ | ଜିଲାର ନାମ | ଲୁଗାର ନାମ | ଲୁଗାର ସଂଖ୍ୟା |
---|---|---|---|---|
୧ | A | ବରଗଡ଼ | ଅତାବିରା, ବରଗଡ଼, ଭେଡ଼େନ, ବରପାଲି, ବିଜେପୁର, ପଦମପୁର, ସୋହେଲା, ଭାଟଲି | ୮ |
୨ | A | ସୋନପୁର | ବୀରମହାରାଜପୁର, ସୋନପୁର, ଉଲୁଣ୍ଡା, ବିନିକା | 4 |
୨ | A | ବୌଦ୍ଧ | ବଉଦ | ୧ |
୪ | B | ବଲାଙ୍ଗୀର | ପାଟନାଗଡ଼, ଆଗଲପୁର, ବଙ୍ଗମୁଣ୍ଡା | ୩ |
୫ | B | ନୂଆପଡ଼ା | ଖରିଆର (ସିନାପାଲି) | ୧ |
୬ | B | ସମ୍ବଲପୁର | ରେଙ୍ଗାଲି | ୧ |
ଅନ୍ୟାନ୍ୟ ସମ୍ବଲପୁରୀ ହାତବୁଣା ଲୁଗା
[ସମ୍ପାଦନା]ଶାଢ଼ୀକୁ ବାଦଦେଇ ସମ୍ବଲପୁରୀ ଲୁଗାରେ ତିଆରି ଝରକା ପରଦା, ବିଛଣା ଚାଦର, ପଲଙ୍କ ଚାଦର, ସୋଫା ଖୋଳ, ତଉଲିଆ, ପିନ୍ଧା ଲୁଗା ଥାନ, ସମ୍ବଲପୁରୀ ସାଲୁଆର କାମିଜ, କୁରୁତା ଆଦି ତିଆରି କରାଯାଇଥାଏ ।
ଆଗକୁ ପଢ଼ିବେ
[ସମ୍ପାଦନା]- The Orissan art of weaving, କେଶବ ଚନ୍ଦ୍ର ମେହେର, ପ୍ରକାଶକ: କେଶବ ଚନ୍ଦ୍ର ମେହେର (୧୯୯୫)
- Indian ikat textiles, V & A Museum Indian Art Series. ରୋଜମାରି ଗିଲ, ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମିଉଜିଅମ. ଭି ଆଣ୍ଡ ଏ ପବ୍ଲିକେସନ, ୧୯୯୮ ISBN 1851772421.
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ Alkazi, Roshan (1983) "Ancient Indian costume", Art Heritage; Ghurye (1951) "Indian costume", Popular book depot (Bombay); Boulanger, Chantal; (1997)
- ↑ "Sambalpuri Bastralaya Handloom Cooperative Society Ltd". Archived from the original on 2011-04-19. Retrieved 2011-05-13.
ବାହାର ଲିଙ୍କ
[ସମ୍ପାଦନା]- Sambalpuri sarees Archived 2011-05-15 at the Wayback Machine.