ରାଜା ବଖରି ଓ ରାଣୀ ବଖରି ପରିସର, ସମ୍ବଲପୁର

ଉଇକିପିଡ଼ିଆ‌ରୁ
(Raja bakhri and Rani Bakhri complex, Sambalpurରୁ ଲେଉଟି ଆସିଛି)

ରାଜା ବଖରି ଓ ରାଣୀ ବଖରି ପରିସର ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ଏକ ପୁରାତନ ଦୁର୍ଗ । ଏହା ୧୬୫୦ ମସିହାରେ ସମ୍ବଲପୁରର ରାଜା ବଳିଆର ସିଂହଙ୍କଦ୍ୱାରା ତୋଳାଯାଇଥିଲା । ତିନି ମହଲା ବିଶିଷ୍ଟ ଏହି ପ୍ରାସାଦର କାନ୍ଥରେ ରାଜସ୍ଥାନୀ କଳା ଦେଖିବାକୁ ମିଳିଥାଏ । କିମ୍ବଦନ୍ତୀରୁ ଜାଣିବାକୁ ମିଳିଥାଏ ଯେ ରାଜା ବଳିଆର ସିଂହ ନିଜ କନ୍ୟା ପାଇଁ ସ୍ନେହସ୍ୱରୂପ ଏହି ଦୁର୍ଗ ତୋଳାଇଥିଲେ । ରାଣୀ ବଖରା କୋଠାଟି ତିନିମହଲା ବିଶିଷ୍ଟ ହୋଇଥିବା ବେଳେ ରାଜା ବଖରାଟି ଦୁଇ ବଖରା ବିଶିଷ୍ଟ । ରାଜା ବଖରାଟି ରାଜା ଛତ୍ର ସାଏଙ୍କଦ୍ୱାରା ୧୭ଶ ମସିହାରେ ତୋଳାଯାଇଥିଲା । ଏହି ପ୍ରାସାଦରେ ୪୦ଟି କୋଠରୀ ଅଛି । ଅଧୁନା ଏହାର ଭିତର ଅଂଶରେ ଅନେକ ଜବର ଦଖଲ ଘର ଗଢ଼ିଉଠିଥିବା ହେତୁ ଏହାର ଭିତର ଅଂଶ ବାହାରକୁ ପୁରା ଦିଶୁନାହିଁ ।[୧]

ଐତିହାସିକ ପୃଷ୍ଠଭୂମି[ସମ୍ପାଦନା]

୧୮୫୭ ମସିହା ଅକ୍ଟୋବର ୨୭ ତାରିଖରେ ସୁରେନ୍ଦ୍ର ସାଏ ତାଙ୍କର ୧୨୦୦ ଜଣ ସ୍ୱାଧୀନତା ସଂଗ୍ରାମୀ ସମର୍ଥକଙ୍କ ସ‌ହ ବ୍ରିଟିସ ସରକାରଙ୍କ ଆଇନ ନମାନି ଏହା ଭିତରକୁ ପଶିଥିଲେ ଓ କିଛି ଦିନ ରାଜା ବଖରି ଭିତରେ ରହିଥିଲେ । ସ୍ୱାଧୀନତା ସଂଗ୍ରାମୀମାନେ ଏଠାରେ ଜାତୀୟ ପତାକା ଉଡ଼ାଇଥିଲେ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Mohanty, Subrat. Crumbling palaces cry for repairs: Mark of love lies in ruins. The Telegraph. (୩୦ ଜାନୁଆରୀ ୨୦୧୩). ପୃ. ୧୦