ପବିତ୍ର ମୋହନ ପ୍ରଧାନ

ଉଇକିପିଡ଼ିଆ‌ରୁ
(Pabitra Mohan Pradhanରୁ ଲେଉଟି ଆସିଛି)
ପବିତ୍ର ମୋହନ ପ୍ରଧାନ
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ନିର୍ବାଚନ ମଣ୍ଡଳୀଦେବଗଡ଼
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀମୃତ୍ୟୁଞ୍ଜୟ ପାଳ
ପର ଅଧିକାରୀନାରାୟଣ ସାହୁ
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୭
ନିର୍ବାଚନ ମଣ୍ଡଳୀତାଳଚେର
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୭
ନିର୍ବାଚନ ମଣ୍ଡଳୀପାଲଲହଡ଼ା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀଆଠଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1908-02-08)୮ ଫେବୃଆରୀ ୧୯୦୮
ମୃତ୍ୟୁ୨୮ ସେପ୍ଟେମ୍ବର ୧୯୮୮(1988-09-28) (ବୟସ ୮୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନ କଂଗ୍ରେସ, ଭାରତୀୟ ଲୋକ ଦଳ
ବାପା/ବୋଉଭରତ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮[୧] - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭାଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପବିତ୍ର ମୋହନ ପ୍ରଧାନ ୧୯୦୮ ମସିହାର ଫେବୃଆରୀ ମାସ ୮ ତାରିଖରେ ତାଳଚେର ଅନ୍ତର୍ଗତ ପୋଇପାଳଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଭରତ ପ୍ରଧାନ । ଶୈଶବରୁ ହିଁ ସେ ବାପାଙ୍କୁ ହରେଇଥିଲେ । ପବିତ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ସ୍ୱାଧୀନତା ପୂର୍ବରୁ ପବିତ୍ର ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏଥିପାଇଁ ତାଙ୍କୁ ରାଜଦ୍ରୋହ ଅଭିଯୋଗ ଓ କାରାବରଣ କରିବାକୁ ପଡିଥିଲା । ସ୍ୱାଧିନତା ପରେ ସେ ଗଡ଼ଜାତ ଆନ୍ଦୋଳନରେ ଯୋଗଦେଇଥିଲେ । ଗଡ଼ଜାତ ମିଶ୍ରଣ ପରେ ସେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ । ୧୯୪୬ ମସିହାରେ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ଓ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ସ୍ୱାଧୀନତା ପରର ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଭାରତୀୟ ଲୋକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୩]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭା ଆଠଗଡ଼ ନିର୍ଦ୍ଦଳୀୟ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ତାଳଚେର ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ତାଳଚେର ଭାରତୀୟ ଜାତୀୟ କଂଗ୍ରେସ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ପାଲଲହଡ଼ା ଜନ କଂଗ୍ରେସ
୧୯୬୧ ୧୯୬୧ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା (ଇସ୍ତଫା) ତାଳଚେର ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପାଲଲହଡ଼ା ଜନ କଂଗ୍ରେସ
୧୯୭୧ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା (ଇସ୍ତଫା) ଆଠଗଡ଼ ଜନ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ପବିତ୍ର ୧୯୮୮ ମସିହାର ସେପ୍ଟେମ୍ବର ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] [୩] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "6th Lok Sabha Members Bioprofile". Retrieved 14 June 2020.
  2. D. P. Mishra (1998). People's Revolt in Orissa: A Study of Talcher. Atlantic Publishers & Dist. pp. 212–. ISBN 978-81-7156-739-3.
  3. ୩.୦ ୩.୧ ୩.୨ ୩.୩ "Shri Pabitra Mohan Pradhan". odishaassembly.nic.in. Odisha Assembly. Retrieved 21 February 2020.
  4. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୧୩/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. p. ୨. Archived from the original on 13 June 2020. Retrieved 13 June 2020. {{cite news}}: |archive-date= / |archive-url= timestamp mismatch; 14 ଜୁନ 2020 suggested (help)