ମୀରା ମହାନ୍ତି

ଉଇକିପିଡ଼ିଆ‌ରୁ
(Meera Mohantyରୁ ଲେଉଟି ଆସିଛି)
ମୀରା ମହାନ୍ତି
ମୃତ୍ୟୁ୩୦ ଜୁନ ୨୦୨୨(୨୦୨୨-୦୬-୩୦) (୭୨ ବର୍ଷ)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ

ମୀରା ମହାନ୍ତି (ମୃତ୍ୟୁ: ୩୦ ଜୁନ ୨୦୨୨) ଜଣେ ଓଡ଼ିଆ କଥାଚିତ୍ର ଓ ମଞ୍ଚ ଅଭିନେତ୍ରୀ ଥିଲେ । ସେ କଳାଶ୍ରୀ ଥିଏଟର୍‌, ଜନତା ରଙ୍ଗମଞ୍ଚ, ଅନ୍ନପୂର୍ଣ୍ଣା ଏ ଗ୍ରୁପ୍‌ ଓ ଏକାମ୍ର ଥିଏଟର୍‌ ଆଦିରେ କାର୍ଯ୍ୟ କରିବା ସହିତ ଯାଯାବର, ପ୍ରତିଧ୍ୱନୀ, ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ସମ୍ପୂର୍ଣ୍ଣ ରାମାୟଣ ଆଦି କଥାଚିତ୍ରରେ କାର୍ଯ୍ୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ମୀରା ଷାଠିଏ ଦଶକରେ ବିଭିନ୍ନ ମଞ୍ଚରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ କଟକର କଳାଶ୍ରୀ ଥିଏଟର୍, ଜନତା ରଙ୍ଗମଞ୍ଚ, ପୁରୀର ଅନ୍ନପୂର୍ଣ୍ଣା ଏ ଗ୍ରୁପ୍ ଓ ଭୁବନେଶ୍ୱରର ଏକାମ୍ର ଥିଏଟର୍ ଆଦିରେ କାର୍ଯ୍ୟ କରିଥିଲେ ।[୧]

ସେ ୧୯୭୫ ମସିହାରେ ଓଡ଼ିଆ କଥାଚିତ୍ର ଯାଯାବରରେ ଜୟୀରାମ ସାମଲ ସହ ମନ୍ଦାର ଭୂମିକାରେ ଅଭିନୟ କରିଥିଲେ । ପରେ ସେ ଅଭିନେତା ନିତ୍ୟାନନ୍ଦ ମିଶ୍ରଙ୍କ ସହ ପ୍ରତିଧ୍ୱନିରେ ଅଭିନୟ କରିଥିଲେ । ଏହା ବ୍ୟତୀତ ତ୍ରିନାଥ ମେଳା, ସୁବର୍ଣ୍ଣ ସୀତା, ରାମାୟଣ‌, ସମୟ ବଡ଼ ବଳବାନ, ଭୁଲି ହୁଏନା ଆଦି କଥାଚିତ୍ରରେ କାର୍ଯ୍ୟ କରିଥିଲେ ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୭୫ ଯାଯାବର ମନ୍ଦାର
୧୯୮୦ ରାମାୟଣ
ତ୍ରିନାଥ ମେଳା
୧୯୮୩ ସୁବର୍ଣ୍ଣ ସୀତା
୧୯୮୪ ପ୍ରତିଧ୍ୱନି
୧୯୮୫ ସମୟ ବଡ଼ ବଳବାନ
୧୯୮୭ ଭୁଲି ହୁଏନା

ଥିଏଟର୍‌ସ୍[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମୀରା ମଞ୍ଚରେ ଅଭିନୟ କରିବାବେଳେ ଜଣେ କଳାକାରଙ୍କ ସହିତ ସମ୍ପର୍କରେ ଥିଲେ । ଉଭୟଙ୍କର ଗୋଟିଏ ପୁଅ ଥିଲା ।[୩] ୨୦୨୨ ମସିହାର ଜୁନ ୩୦ ତାରିଖରେ ସେ ୭୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. Nayak, Madhu (23 December 2020). "ହାତ ପତେଇବେ ଅଭିନେତ୍ରୀ ମୀରା - Dharitri". Dharitri Odia News. ପୁରୁଣା ଭୁବନେଶ୍ୱର. Archived from the original on 2 July 2022. Retrieved 2 July 2022.
  2. "ବଦଳିଗଲା ସମୟ, ଦାଉ ସାଧିଲା କି ଦୁର୍ଭାଗ୍ୟ: ୮୦ ଦଶକର ପ୍ରଖ୍ୟାତ ଅଭିନେତ୍ରୀ ଭୋକ ବିକଳରେ ମାଗୁଛନ୍ତି ଭିକ୍ଷା". Prameyanews7. ଭୁବନେଶ୍ୱର. 23 December 2020. Archived from the original on 2 July 2022. Retrieved 2 July 2022.
  3. "କାନ୍ଦୁଛନ୍ତି ହସର ରାଣୀ ମୀରା : ‌ମୋ ଦୁଃଖଠୁ କରୋନା ଏତେ ଯନ୍ତ୍ରଣାଦାୟକ ନୁହେଁ". Sambad (in ଓଡ଼ିଆ). ଭୁବନେଶ୍ୱର. 20 April 2020. Archived from the original on 2 July 2022. Retrieved 2 July 2022.{{cite news}}: CS1 maint: unrecognized language (link)
  4. "ଅଭିନେତ୍ରୀ ମୀରାଙ୍କ ଦେହାନ୍ତ". ପ୍ରମେୟ. ଭୁବନେଶ୍ୱର. 1 July 2022. Archived from the original on 2 July 2022. Retrieved 2 July 2022.

ଅଧିକ ତଥ୍ୟ[ସମ୍ପାଦନା]