ଲତା ଘୋଷ
ଲତା ଘୋଷ | |
---|---|
ଜନ୍ମ | |
ମୃତ୍ୟୁ | ୯ ନଭେମ୍ବର ୨୦୨୨ | (ବୟସ ୬୭)
ବୃତ୍ତି | କଣ୍ଠଶିଳ୍ପୀ |
ବୈବାହିକ-ସାଥୀ | ସତ୍ୟଜିତ ଘୋଷ |
ସନ୍ତାନ | ଶିବଶଙ୍କର, ଆନନ୍ଦ ଶଙ୍କର |
ପିତାମାତା(s) | ପୀତାମ୍ବର ପାଣି ରାଧା ପାଣି |
ଲତା ଘୋଷ (୧୧ ଜାନୁଆରୀ ୧୯୫୫ – ୦୯ ନଭେମ୍ବର ୨୦୨୨) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ସେ ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ଆଧୁନିକ ଓ ପଲ୍ଲୀ ଗୀତ ଆଦି ଗାୟନ କରୁଥିଲେ । ୧୯୭୫ ମସିହାରୁ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ମାନ୍ୟତା ପାଇଥିଲେ । ସେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ମଧ୍ୟ ଅଧ୍ୟାପନା କରୁଥିଲେ । ୨୦୧୫ ମସିହାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଜୀବନୀ
[ସମ୍ପାଦନା]ଲତା, ୧୯୫୫ ମସିହାରେ ଯାଜପୁର ଜିଲ୍ଲାର ଜଲାହାରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପୀତାମ୍ବର ପାଣି ଓ ମାତାଙ୍କ ନାମ ରାଧା ପାଣି । ୭ବର୍ଷ ବୟସରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ସେ ଗୁରୁ ବାଳକୃଷ୍ଣ ଦାଶ, ଗୋପାଳ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମିଶ୍ର, ରଘୁନାଥ ପାଣିଗ୍ରାହୀ, ହରମୋହନ ଖୁଣ୍ଟିଆ, ମାର୍କଣ୍ଡେୟ ମହାପାତ୍ର, ଦାମୋଦର ହୋତା, ଦୀପକ ବସୁଙ୍କଠାରୁ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସେ ସଙ୍ଗୀତ ଆଚାର୍ଯ୍ୟ ଡିଗ୍ରୀ ହାସଲ କରିଥିଲେ । ୧୯୭୫ ମସିହାରେ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ମାନ୍ୟତା ପାଇଥିଲେ । ପରେ ସେ ବି-ହାଇଗ୍ରେଡ଼ କଣ୍ଠଶିଳ୍ପୀ ମାନ୍ୟତା ମଧ୍ୟ ପାଇଥିଲେ ।[୧]
କର୍କଟ ରୋଗରେ ପିଡ଼ିତ ହୋଇ ୨୦୨୨ ମସିହା ନଭେମ୍ବର ୦୯ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୨]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି - ୨୦୧୫[୩]
ଆଧାର
[ସମ୍ପାଦନା]- ↑ "ବିଶିଷ୍ଟ ଓଡ଼ିଶୀ କଣ୍ଠ ଶିଳ୍ପୀ ଲତା ଘୋଷଙ୍କ ପରଲୋକ". www.samajalive.in. ସମାଜ. Archived from the original on 14 November 2022. Retrieved 14 November 2022.
- ↑ "ଚିର ନିଦ୍ରାରେ ପ୍ରସିଦ୍ଧ ଗାୟିକା ଲତା ଘୋଷ". www.prameya.com. ପ୍ରମେୟ. Archived from the original on 14 November 2022. Retrieved 14 November 2022.
- ↑ "କଣ୍ଠଶିଳ୍ପୀ ଲତା ଘୋଷଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 14 November 2022. Retrieved 14 November 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲତା ଘୋଷ