Jump to content

କନକ ବର୍ଦ୍ଧନ ସିଂହ ଦେଓ

ଉଇକିପିଡ଼ିଆ‌ରୁ
(Kanak Vardhan Singh Deoରୁ ଲେଉଟି ଆସିଛି)
କନକ ବର୍ଦ୍ଧନ ସିଂହ ଦେଓ
ଉପ-ମୁଖ୍ୟମନ୍ତ୍ରୀ (ଓଡ଼ିଶା)
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ନିର୍ବାଚନ ମଣ୍ଡଳୀଓଡ଼ିଶା ବିଧାନ ସଭା
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀସରୋଜ କୁମାର ମେହେର
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବିଧାୟକ: ୧୧ଶ, ୧୨ଶ, ୧୩ଶ, ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୧୯
ପୂର୍ବ ଅଧିକାରୀବିବେକାନନ୍ଦ ମେହେର
ପର ଅଧିକାରୀସରୋଜ କୁମାର ମେହେର
ନିର୍ବାଚନ ମଣ୍ଡଳୀପାଟଣାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1956-06-14) ୧୪ ଜୁନ ୧୯୫୬ (ବୟସ ୬୮)
ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସଙ୍ଗୀତା କୁମାରୀ ସିଂଦେଓ
ବାପା/ବୋଉରାଜ ରାଜ ସିଂହ ଦେଓ (ବାପା)
ବୃତ୍ତିରାଜନୀତିଜ୍ଞ

କନକ ବର୍ଦ୍ଧନ ସିଂହ ଦେଓ (ଜନ୍ମ: ୧୪ ଜୁନ ୧୯୫୬) ଜଣେ ଓଡ଼ିଆ ରାଜନୀତିଜ୍ଞ, ଯିଏକି ବର୍ତ୍ତମାନ ଓଡ଼ିଶାର ଜଣେ ଉପ-ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩ଶ, ୧୪ଶ, ୧୫ଶ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

କନକ ବର୍ଦ୍ଧନ ସିଂହ ଦେଓ ୧୯୫୬ ମସିହାର ଜୁନ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ ରାଜ ସିଂହ ଦେଓ ଓ ପତ୍ନୀଙ୍କ ନାମ ସଙ୍ଗୀତା କୁମାରୀ ସିଂଦେଓ ।[୧] ତାଙ୍କ ପତ୍ନୀ ମଧ୍ୟ ଜଣେ ରାଜନେତା, ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।

ରାଜନୈତିକ ଜୀବନ

[ସମ୍ପାଦନା]

କନକ ବର୍ଦ୍ଧନ ସିଂହ ଦେଓ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ଉପ-ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଛନ୍ତି । ସେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ପାଟଣାଗଡ଼ ଭାରତୀୟ ଜନତା ପାର୍ଟି
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା
୨୦୨୪ ଏବେଯାଏଁ ସଭ୍ୟ, ୧୭ଶ ଓଡ଼ିଶା ବିଧାନ ସଭା
  1. ୧.୦ ୧.୧ "Shri Kanak Vardhan Singh Deo". odishaassembly.nic.in. Odisha Assembly. Retrieved 21 September 2021.