କାଜଲ ମିଶ୍ର

ଉଇକିପିଡ଼ିଆ‌ରୁ
(Kajal Misraରୁ ଲେଉଟି ଆସିଛି)
କାଜଲ ମିଶ୍ର
ଜନ୍ମ
କାଜଲ ମିଶ୍ର

ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ବୈବାହିକ-ସାଥୀଦୁଷ୍ମନ୍ତ ପଣ୍ଡା

କାଜଲ ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ।[୧][୨] ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲ୍‌ବମ୍‌ରେ ଅଭିନୟ କରିଥିଲେ । କାଜଲ ପ୍ରଥମେ ଦୂରଦର୍ଶନର ଏକ ଛୋଟ ଟେଲିଫିଲ୍ମର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଏବଂ ପରେ ସେ ୨୦୦ରୁ ଅଧିକ ଆଲବମ୍‌ରେ ଅଭିନୟ କରିଥିଲେ ।[୩] ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ତାଙ୍କର ଅଭିନୀତ ଭୂମିକା ଅଞ୍ଜଳୀ ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ କରାଇଥିଲା ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

କାଜଲ ମିଶ୍ର ୨୦୧୧ରେ ଓଡ଼ିଆ କଥାଚିତ୍ର ଅଭିନେତା ଦୁଷ୍ମନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ ।[୪] ତାଙ୍କ ବିବାହବେଳେ ଦୁଷ୍ମନ୍ତ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିବା କଥା ଜଣା ପଡ଼ିଥିଲା ।[୫] ପ୍ରିତୀ ମହାନ୍ତି ନାମକ ଜଣେ ସମ୍ବାଦିକ ଛାତ୍ରୀଙ୍କୁ ସେ ବିବାହ କରିଥିଲେ ବୋଲି ଦର୍ଶାଇ ନିଜକୁ ଦୁଷ୍ମନ୍ତଙ୍କର ପ୍ରଥମ ସ୍ତ୍ରୀ ଭାବରେ ଦାବି କରି ତାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ।[୬]

ଅଭିନୟ ଜୀବନ[ସମ୍ପାଦନା]

କାଜଲ ମିଶ୍ର ପ୍ରଥମେ ଓଡ଼ିଆ ଆଧୁନିକ ଗୀତରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଥ୍ୟାଙ୍କ ୟୁ ଭଗବାନ, ଧଉଳୀ ଏକ୍ସପ୍ରେସ୍, ଏ ମନ ମାନେନା, ଚକା ଚକା ଭଉଁରୀ, ଲାଲ ଟୁକୁ ଟୁକୁ ସାଧବ ବୋହୂ, ନେଇଯା'ରେ ମେଘ ମତେ, ଆଇଲାରେ ଓଡ଼ିଆ ପୁଅ, ସନ୍ଦେହୀ ପ୍ରିୟତମା ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।

କାଜଲ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ମଧ୍ୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ତାଙ୍କ ଅଭିନୀତ ଅଞ୍ଜଳୀ ଭୂମିକାଟି ସେତେବେଳେ ଓଡ଼ିଶାର ଘରେ ଘରେ ତାଙ୍କୁ ପରିଚିତ କରାଇଥିଲା ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୫ ଧର୍ମର ହେବ ଜୟ ରାଖି ସ୍ୱାଇଁ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୬ ଥ୍ୟାଙ୍କ ୟୁ ଭଗବାନ ରାଧା
୨୦୦୭ ଏ ମନ ମାନେନା ଅଞ୍ଜୁ
ଧଉଳୀ ଏକ୍ସପ୍ରେସ ଅନୁ
ଚକା ଚକା ଭଉଁରୀ ରାଧା
ଲାଲ ଟୁକୁ ଟୁକୁ ସାଧବ ବୋହୂ ଜୁଲି ଖଳନାୟିକା
୨୦୦୮ ନେଇଯା'ରେ ମେଘ ମତେ ପୂଜା
୨୦୦୯ ଆଇଲାରେ ଓଡ଼ିଆ ପୁଅ ପ୍ରିୟା
୨୦୧୩ ସନ୍ଦେହୀ ପ୍ରିୟତମା

ଅଭିନୀତ ଧାରାବାହିକ[ସମ୍ପାଦନା]

ଧାରାବାହିକ ଚେନାଲ ଭୂମିକା
ବଡ଼ ଘର ବଡ଼ ଗୁମର କଥା ଇ ଟିଭି ଓଡ଼ିଆ ଅଞ୍ଜଳୀ

ବିବାଦ[ସମ୍ପାଦନା]

ଓଡ଼ିଶାରେ ଗଢ଼ି ଉଠିଥିବା ଓସ୍କାର ଚିଟ୍‌ଫଣ୍ଡ ସଂସ୍ଥାରେ ଜଣେ ପ୍ରଚାରିକା ଭାବରେ କାଜଲ ତାଙ୍କର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେତେବେଳେ ଏହି ସଂସ୍ଥା ବିରୁଦ୍ଧରେ ତଦନ୍ତ ହୋଇଥିଲା ସେତେବେଳେ କାଜଲ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ।[୭]

ଆଧାର[ସମ୍ପାଦନା]

  1. "କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ". RourkelaCity. 15 September 2011. Retrieved 18 January 2018.
  2. "ନୂଆବର୍ଷରେ ନୂଆ ସିନେମାର ସମାହାର". odisha.com. 1 January 2009. Retrieved 18 January 2018.
  3. Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  4. "marriage of oriya cine star Dusmant Panda & Kajol mishra". Odisha Forum. 2 December 2011. Retrieved 18 January 2018.
  5. "7 Scandals That Shocked Ollywood". Odisha Sun Times. 30 November 2015. Retrieved 18 January 2018.
  6. "Actor Dushmant Panda gets conditional bail in city court". Times Of India. 20 December 2011. Retrieved 18 January 2018.
  7. "ଇଓଡବ୍ଲୁ୍ୟ ନିକଟରେ ଫେରାଦ ହେଲେ ଜମାକାରୀ". Odia Spot News. 17 June 2016. Archived from the original on 20 January 2018. Retrieved 18 January 2018.

ବାହାର ଆଧାର[ସମ୍ପାଦନା]