କାଜଲ ମିଶ୍ର
କାଜଲ ମିଶ୍ର | |
---|---|
ଜନ୍ମ | କାଜଲ ମିଶ୍ର |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ବୈବାହିକ-ସାଥୀ | ଦୁଷ୍ମନ୍ତ ପଣ୍ଡା |
କାଜଲ ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ।[୧][୨] ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପୂର୍ବରୁ ସେ ଓଡ଼ିଆ ଆଧୁନିକ ଆଲ୍ବମ୍ରେ ଅଭିନୟ କରିଥିଲେ । କାଜଲ ପ୍ରଥମେ ଦୂରଦର୍ଶନର ଏକ ଛୋଟ ଟେଲିଫିଲ୍ମର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଏବଂ ପରେ ସେ ୨୦୦ରୁ ଅଧିକ ଆଲବମ୍ରେ ଅଭିନୟ କରିଥିଲେ ।[୩] ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ତାଙ୍କର ଅଭିନୀତ ଭୂମିକା ଅଞ୍ଜଳୀ ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ କରାଇଥିଲା ।
ପ୍ରାରମ୍ଭିକ ଜୀବନ ଏବଂ ପରିବାର
[ସମ୍ପାଦନା]କାଜଲ ମିଶ୍ର ୨୦୧୧ରେ ଓଡ଼ିଆ କଥାଚିତ୍ର ଅଭିନେତା ଦୁଷ୍ମନ୍ତ ପଣ୍ଡାଙ୍କୁ ବିବାହ କରିଥିଲେ ।[୪] ତାଙ୍କ ବିବାହବେଳେ ଦୁଷ୍ମନ୍ତ ପୂର୍ବରୁ ଅନ୍ୟଜଣଙ୍କୁ ବିବାହ କରିଥିବା କଥା ଜଣା ପଡ଼ିଥିଲା ।[୫] ପ୍ରିତୀ ମହାନ୍ତି ନାମକ ଜଣେ ସମ୍ବାଦିକ ଛାତ୍ରୀଙ୍କୁ ସେ ବିବାହ କରିଥିଲେ ବୋଲି ଦର୍ଶାଇ ନିଜକୁ ଦୁଷ୍ମନ୍ତଙ୍କର ପ୍ରଥମ ସ୍ତ୍ରୀ ଭାବରେ ଦାବି କରି ତାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ।[୬]
ଅଭିନୟ ଜୀବନ
[ସମ୍ପାଦନା]କାଜଲ ମିଶ୍ର ପ୍ରଥମେ ଓଡ଼ିଆ ଆଧୁନିକ ଗୀତରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୫ରେ ଧର୍ମର ହେବ ଜୟ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଥ୍ୟାଙ୍କ ୟୁ ଭଗବାନ, ଧଉଳୀ ଏକ୍ସପ୍ରେସ୍, ଏ ମନ ମାନେନା, ଚକା ଚକା ଭଉଁରୀ, ଲାଲ ଟୁକୁ ଟୁକୁ ସାଧବ ବୋହୂ, ନେଇଯା'ରେ ମେଘ ମତେ, ଆଇଲାରେ ଓଡ଼ିଆ ପୁଅ, ସନ୍ଦେହୀ ପ୍ରିୟତମା ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।
କାଜଲ ଓଡ଼ିଆ କଥାଚିତ୍ର ସହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ ମଧ୍ୟ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ଅଭିନୟ କରିଥିଲେ । ଏହି ଧାରାବାହିକଟିରେ ତାଙ୍କ ଅଭିନୀତ ଅଞ୍ଜଳୀ ଭୂମିକାଟି ସେତେବେଳେ ଓଡ଼ିଶାର ଘରେ ଘରେ ତାଙ୍କୁ ପରିଚିତ କରାଇଥିଲା ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୫ | ଧର୍ମର ହେବ ଜୟ | ରାଖି ସ୍ୱାଇଁ | ପ୍ରଥମ ଓଡ଼ିଆ କଥାଚିତ୍ର |
୨୦୦୬ | ଥ୍ୟାଙ୍କ ୟୁ ଭଗବାନ | ରାଧା | |
୨୦୦୭ | ଏ ମନ ମାନେନା | ଅଞ୍ଜୁ | |
ଧଉଳୀ ଏକ୍ସପ୍ରେସ | ଅନୁ | ||
ଚକା ଚକା ଭଉଁରୀ | ରାଧା | ||
ଲାଲ ଟୁକୁ ଟୁକୁ ସାଧବ ବୋହୂ | ଜୁଲି | ଖଳନାୟିକା | |
୨୦୦୮ | ନେଇଯା'ରେ ମେଘ ମତେ | ପୂଜା | |
୨୦୦୯ | ଆଇଲାରେ ଓଡ଼ିଆ ପୁଅ | ପ୍ରିୟା | |
୨୦୧୩ | ସନ୍ଦେହୀ ପ୍ରିୟତମା |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ | ଭୂମିକା |
---|---|---|
ବଡ଼ ଘର ବଡ଼ ଗୁମର କଥା | ଇ ଟିଭି ଓଡ଼ିଆ | ଅଞ୍ଜଳୀ |
ବିବାଦ
[ସମ୍ପାଦନା]ଓଡ଼ିଶାରେ ଗଢ଼ି ଉଠିଥିବା ଓସ୍କାର ଚିଟ୍ଫଣ୍ଡ ସଂସ୍ଥାରେ ଜଣେ ପ୍ରଚାରିକା ଭାବରେ କାଜଲ ତାଙ୍କର ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେତେବେଳେ ଏହି ସଂସ୍ଥା ବିରୁଦ୍ଧରେ ତଦନ୍ତ ହୋଇଥିଲା ସେତେବେଳେ କାଜଲ ବିବାଦରେ ଛନ୍ଦି ହୋଇପଡ଼ିଥିଲେ ।[୭]
ଆଧାର
[ସମ୍ପାଦନା]- ↑ "କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ". RourkelaCity. 15 September 2011. Retrieved 18 January 2018.
- ↑ "ନୂଆବର୍ଷରେ ନୂଆ ସିନେମାର ସମାହାର". odisha.com. 1 January 2009. Retrieved 18 January 2018.
- ↑ Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link) - ↑ "marriage of oriya cine star Dusmant Panda & Kajol mishra". Odisha Forum. 2 December 2011. Retrieved 18 January 2018.
- ↑ "7 Scandals That Shocked Ollywood". Odisha Sun Times. 30 November 2015. Retrieved 18 January 2018.
- ↑ "Actor Dushmant Panda gets conditional bail in city court". Times Of India. 20 December 2011. Retrieved 18 January 2018.
- ↑ "ଇଓଡବ୍ଲୁ୍ୟ ନିକଟରେ ଫେରାଦ ହେଲେ ଜମାକାରୀ". Odia Spot News. 17 June 2016. Archived from the original on 20 January 2018. Retrieved 18 January 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କାଜଲ ମିଶ୍ର