ଜୀତେନ୍ଦ୍ର ନାଥ ମହାନ୍ତି
ଜୀତେନ୍ଦ୍ର ନାଥ ମହାନ୍ତି | |
---|---|
ଜନ୍ମ | ଜୀତେନ୍ଦ୍ର ନାଥ ମହାନ୍ତି ୧୯୨୮ |
ମୃତ୍ୟୁ | (ବୟସ 95) ଫିଲାଡେଲଫିଆ, ଆମେରିକା |
ବୃତ୍ତି | ଦାର୍ଶନିକ |
ଜୀତେନ୍ଦ୍ର ନାଥ ମହାନ୍ତି (ଚଉଦ କୁଲାଟ, କେନ୍ଦ୍ରାପଡ଼ା, ୧୯୨୮ – ଫିଲାଡେଲଫିଆ, ଆମେରିକା, ୭ ମାର୍ଚ୍ଚ ୨୦୨୩) ଜଣେ ଭାରତୀୟ ଦାର୍ଶନିକ ଥିଲେ ।[୧] ସେ ବିନୋବା ଭାବେଙ୍କ ସହିତ ଓଡ଼ିଶାରେ ଯାତ୍ରା କରି ଭୂଦାନ ଆନ୍ଦୋଳନକୁ ନିକଟରୁ ଅଧ୍ଯୟନ କରିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀ ଉଭୟ ତାଙ୍କର ମାମୁ ଥିଲେ । ସେ ପ୍ରଥମେ କଲିକତା ଓ ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧ୍ଯାପନା କାର୍ଯ୍ୟ କରି ଖ୍ଯାତି ଅର୍ଜନ କରିଥିଲେ ଓ ମଝିରେ ଗବେଷଣା ଲାଗି କିଛି ଦିନ ଜର୍ମାନୀରେ ମଧ୍ୟ ଅବସ୍ଥାନ କରିଥିଲେ । କଲିକତାରେ ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ସହ-ଅଧ୍ୟାପକ ଥିଲେ । ସେ ସଂସ୍କୃତ ଭାଷାରେ ବ୍ୟୁତ୍ପତ୍ତି ସହ ନବ୍ଯ ନ୍ଯାୟ ଦର୍ଶନ ଉପରେ ଦକ୍ଷତା ଲାଭ କରିଥିଲେ । ପରେ ଭୁଷାରେଙ୍କ ଫେନୋମେନୋଲଜି ଉପରେ ସର୍ବଶ୍ରେଷ୍ଠ ଭାଷ୍ଯକାର ହିସାବରେ ନାମ ଅର୍ଜନ କରିଥିଲେ ।
ଛାତ୍ରାବସ୍ଥାରେ କାର୍ଲ ମାର୍କସ ଓ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ମଧ୍ୟରେ ଥିବା ଦ୍ବନ୍ଦ ଏବଂ ଶଙ୍କରାଚାର୍ଯ୍ୟ ଓ ଶ୍ରୀଅରବିନ୍ଦଙ୍କ ତତ୍ତ୍ବ ଭିତରେ କେଉଁଟି ଠିକ ତାହା ସେ ଅଧ୍ୟୟନ କରିଥିଲେ । ସେ ୨୦ଟିରୁ ଅଧିକ ବହି ବିଭିନ୍ନ ପ୍ରବନ୍ଧ ରଚନା କରିଥିଲେ ଏବଂ ନିଜର ଆତ୍ମଜୀବନୀର ଉପସଂହାରରେ ବୈଷ୍ଣବୀୟ ଭାବ ପ୍ରତି ସାମାନ୍ୟ ସହାନୁଭୂତି ପ୍ରକାଶ କରିଛନ୍ତି ।[୨]
୨୦୨୩ ମାର୍ଚ୍ଚ ୮ ତାରିଖରେ ତାଙ୍କର ଫିଲାଡେଲଫିଆଠାରେ ଦେହାନ୍ତ ହୋଇଥିଲା ।
୧) [୧୯୪୩ରେ ଲେଖକ କଲିଜିଏଟରେ ଭର୍ତ୍ତି ହୋଇଥିଲେ । ସେଇ ବର୍ଷ ଜିତେନ୍ଦ୍ର ମହାନ୍ତି ମ୍ଯାଟ୍ରିକରେ ସମଗ୍ର ବିହାର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ପାଇଥଲେ । ସେ ଆଜି ଆମେରିକାର ଏକ ଅତି ଉନ୍ନତ ବିଶ୍ୱବିଦ୍ଯାଳୟରେ ବିଖ୍ଯାତ ଦର୍ଶନ ପ୍ରଫେସର । ନରେଶ ଚନ୍ଦ୍ର ନାୟକ ଜଣେ ଆନ୍ତର୍ଜାତିକ ଖ୍ଯାତି ସମ୍ପନ୍ନ ଇଞ୍ଜିନିୟର୍ ଏବଂ ତ୍ରିବିକ୍ରମ ପତି ପୃଥିବି ବିଖ୍ଯତ ଗଣିତଜ୍ଞ ଏମାନେ ନାରାୟଣ ପତିଙ୍କ ଛାତ୍ର ।] [୩]
ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା
[ସମ୍ପାଦନା]ଜୀତେନ୍ଦ୍ର ନାଥ ମହାନ୍ତି ୧୯୨୮ ମସିହାରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ଚଉଦ କୁଲାଟ୍ଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲରୁ ଶିକ୍ଷାଲାଭ କରିଥିଲେ । ପରେ ପ୍ରେସିଡେନ୍ସୀ କଲେଜରୁ କଳାରେ ସ୍ନାତକ (ବିଏ) ଏବଂ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର (ଏମଏ) ପଢ଼ିଥିଲେ । ସେ ଜର୍ମାନୀର ଗଟିଙ୍ଗଜେନସ୍ଥିତ ଗଟିଙ୍ଗଜେନ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭକରିଥିଲେ ।[୪]
ବୃତ୍ତି
[ସମ୍ପାଦନା]ସେ ଫିଲାଡେଲଫିଆସ୍ଥିତ ଟେମ୍ପଲ ବିଶ୍ୱବିଦ୍ୟାଳୟରେ ଏମିରେଟ୍ସ ପ୍ରଫେସର ଭାବେ କାର୍ଯ୍ୟକରିଥିଲେ ।
ରଚନାବଳୀ
[ସମ୍ପାଦନା]- Between Two Worlds: East and West (ଇଂରାଜୀରେ ଆତ୍ମଜୀବନୀ, ୨୦୦୨)[୨]
ଆଧାର
[ସମ୍ପାଦନା]- ↑ Samata, The (2023-03-14). "ଦାର୍ଶନିକ ଜୀତେନ୍ଦ୍ରନାଥ ମହାନ୍ତି , ଜଗତୀକରଣ ଓ ମଣିଷର କର୍ତ୍ତବ୍ୟ". The Samata. Archived from the original on 2023-11-21. Retrieved 2023-11-21.
- ↑ ୨.୦ ୨.୧ Embree, Lester (2003-11-02). "Review of Between Two Worlds, East and West: An Autobiography". Notre Dame Philosophical Reviews (in ଇଂରାଜୀ). ISSN 1538-1617.
- ↑ "ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୯୮ - ଉଇକିପାଠାଗାର". or.wikisource.org. Retrieved 2023-11-26.
- ↑ "Eminent Odisha-Born Philosopher JN Mohanty Passes Away In US". odishabytes (in Indian English). 2023-03-10. Retrieved 2023-11-21.