Jump to content

ଜୀତେନ୍ଦ୍ର ନାଥ ମହାନ୍ତି

ଉଇକିପିଡ଼ିଆ‌ରୁ
ଜୀତେନ୍ଦ୍ର ନାଥ ମହାନ୍ତି
ଜୀତେନ୍ଦ୍ର ନାଥ ମହାନ୍ତି
ଜୀତେନ୍ଦ୍ର ନାଥ ମହାନ୍ତି
ଜନ୍ମ
ଜୀତେନ୍ଦ୍ର ନାଥ ମହାନ୍ତି

୧୯୨୮
ମୃତ୍ୟୁ (ବୟସ  95)
ଫିଲାଡେଲଫିଆ, ଆମେରିକା
ବୃତ୍ତିଦାର୍ଶନିକ

ଜୀତେନ୍ଦ୍ର ନାଥ ମହାନ୍ତି (ଚଉଦ କୁଲାଟ, କେନ୍ଦ୍ରାପଡ଼ା, ୧୯୨୮ – ଫିଲାଡେଲଫିଆ, ଆମେରିକା, ୭ ମାର୍ଚ୍ଚ ୨୦୨୩) ଜଣେ ଭାରତୀୟ ଦାର୍ଶନିକ ଥିଲେ ।[୧] ସେ ବିନୋବା ଭାବେଙ୍କ ସହିତ ଓଡ଼ିଶାରେ ଯାତ୍ରା କରି ଭୂଦାନ ଆନ୍ଦୋଳନକୁ ନିକଟରୁ ଅଧ୍ଯୟନ କରିଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀନବକୃଷ୍ଣ ଚୌଧୁରୀ ଉଭୟ ତାଙ୍କର ମାମୁ ଥିଲେ । ସେ ପ୍ରଥମେ କଲିକତା ଓ ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧ୍ଯାପନା କାର୍ଯ୍ୟ କରି ଖ୍ଯାତି ଅର୍ଜନ କରିଥିଲେ ଓ ମଝିରେ ଗବେଷଣା ଲାଗି କିଛି ଦିନ ଜର୍ମାନୀରେ ମଧ୍ୟ ଅବସ୍ଥାନ କରିଥିଲେ । କଲିକତାରେ ସର୍ବପଲ୍ଲୀ ରାଧାକୃଷ୍ଣନ ତାଙ୍କ ସହ-ଅଧ୍ୟାପକ ଥିଲେ । ସେ ସଂସ୍କୃତ ଭାଷାରେ ବ୍ୟୁତ୍ପତ୍ତି ସହ ନବ୍ଯ ନ୍ଯାୟ ଦର୍ଶନ ଉପରେ ଦକ୍ଷତା ଲାଭ କରିଥିଲେ । ପରେ ଭୁଷାରେଙ୍କ ଫେନୋମେନୋଲଜି ଉପରେ ସର୍ବଶ୍ରେଷ୍ଠ ଭାଷ୍ଯକାର ହିସାବରେ ନାମ ଅର୍ଜନ କରିଥିଲେ ।

ଛାତ୍ରାବସ୍ଥାରେ କାର୍ଲ ମାର୍କସମହାତ୍ମା ଗାନ୍ଧୀଙ୍କ ଦର୍ଶନ ମଧ୍ୟରେ ଥିବା ଦ୍ବନ୍ଦ ଏବଂ ଶଙ୍କରାଚାର୍ଯ୍ୟଶ୍ରୀଅରବିନ୍ଦଙ୍କ ତତ୍ତ୍ବ ଭିତରେ କେଉଁଟି ଠିକ ତାହା ସେ ଅଧ୍ୟୟନ କରିଥିଲେ । ସେ ୨୦ଟିରୁ ଅଧିକ ବହି ବିଭିନ୍ନ ପ୍ରବନ୍ଧ ରଚନା କରିଥିଲେ ଏବଂ ନିଜର ଆତ୍ମଜୀବନୀର ଉପସଂହାରରେ ବୈଷ୍ଣବୀୟ ଭାବ ପ୍ରତି ସାମାନ୍ୟ ସହାନୁଭୂତି ପ୍ରକାଶ କରିଛନ୍ତି ।[୨]

୨୦୨୩ ମାର୍ଚ୍ଚ ୮ ତାରିଖରେ ତାଙ୍କର ଫିଲାଡେଲଫିଆଠାରେ ଦେହାନ୍ତ ହୋଇଥିଲା ।

୧) [୧୯୪୩ରେ ଲେଖକ କଲିଜିଏଟ‌ରେ ଭର୍ତ୍ତି ହୋଇଥିଲେ । ସେଇ ବର୍ଷ ଜିତେନ୍ଦ୍ର ମହାନ୍ତି ମ୍ଯାଟ୍ରିକ‌ରେ ସମଗ୍ର ବିହାର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ପାଇଥଲେ । ସେ ଆଜି ଆମେରିକାର ଏକ ଅତି ଉନ୍ନତ ବିଶ୍ୱବିଦ୍ଯାଳୟରେ ବିଖ୍ଯାତ ଦର୍ଶନ ପ୍ରଫେସର । ନରେଶ ଚନ୍ଦ୍ର ନାୟକ ଜଣେ ଆନ୍ତର୍ଜାତିକ ଖ୍ଯାତି ସମ୍ପନ୍ନ ଇଞ୍ଜିନିୟର୍ ଏବଂ ତ୍ରିବିକ୍ରମ ପତି ପୃଥିବି ବିଖ୍ଯତ ଗଣିତଜ୍ଞ ଏମାନେ ନାରାୟଣ ପତିଙ୍କ ଛାତ୍ର ।] [୩]

ପ୍ରାରମ୍ଭିକ ଜୀବନୀ ଓ ଶିକ୍ଷା

[ସମ୍ପାଦନା]

ଜୀତେନ୍ଦ୍ର ନାଥ ମହାନ୍ତି ୧୯୨୮ ମସିହାରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ଚଉଦ କୁଲାଟ୍ଠାରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା କଲେଜିଏଟ ସ୍କୁଲରୁ ଶିକ୍ଷାଲାଭ କରିଥିଲେ । ପରେ ପ୍ରେସିଡେନ୍ସୀ କଲେଜରୁ କଳାରେ ସ୍ନାତକ (ବିଏ) ଏବଂ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର (ଏମଏ) ପଢ଼ିଥିଲେ । ସେ ଜର୍ମାନୀର ଗଟିଙ୍ଗଜେନସ୍ଥିତ ଗଟିଙ୍ଗଜେନ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭକରିଥିଲେ ।[୪]

ବୃତ୍ତି

[ସମ୍ପାଦନା]

ସେ ଫିଲାଡେଲଫିଆସ୍ଥିତ ଟେମ୍ପଲ ବିଶ୍ୱବିଦ୍ୟାଳୟରେ ଏମିରେଟ୍ସ ପ୍ରଫେସର ଭାବେ କାର୍ଯ୍ୟକରିଥିଲେ ।

ରଚନାବଳୀ

[ସମ୍ପାଦନା]
  • Between Two Worlds: East and West (ଇଂରାଜୀରେ ଆତ୍ମଜୀବନୀ, ୨୦୦୨)[୨]
  1. Samata, The (2023-03-14). "ଦାର୍ଶନିକ ଜୀତେନ୍ଦ୍ରନାଥ ମହାନ୍ତି , ଜଗତୀକରଣ ଓ ମଣିଷର କର୍ତ୍ତବ୍ୟ". The Samata. Archived from the original on 2023-11-21. Retrieved 2023-11-21.
  2. ୨.୦ ୨.୧ Embree, Lester (2003-11-02). "Review of Between Two Worlds, East and West: An Autobiography". Notre Dame Philosophical Reviews (in ଇଂରାଜୀ). ISSN 1538-1617.
  3. "ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୯୮ - ଉଇକିପାଠାଗାର". or.wikisource.org. Retrieved 2023-11-26.
  4. "Eminent Odisha-Born Philosopher JN Mohanty Passes Away In US". odishabytes (in Indian English). 2023-03-10. Retrieved 2023-11-21.