ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି

ଉଇକିପିଡ଼ିଆ‌ରୁ
(Immunoglobulin therapyରୁ ଲେଉଟି ଆସିଛି)
ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି
Clinical data
Trade namesFlebogamma, Gammagard, others
Synonymsnormal human immunoglobulin (HNIG), human normal immunoglobulin (HNIG)
AHFS/Drugs.commonograph
Routes of
administration
IV, IM, subQ
ATC code
Legal status
Legal status
Identifiers
CAS Number
ChemSpider
  • none

ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି (ଇଂରାଜୀ ଭାଷାରେ Immunoglobulin therapy, ଅନ୍ୟ ନାମ ନର୍ମାଲ ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ/ normal human immunoglobulin ବା NHIG), ଚିକିତ୍ସାରେ ଅନେକ ରୋଗମାନଙ୍କର ଚିକିତ୍ସା ନିମନ୍ତେ କେତେକ ଆଣ୍ଟିବଡି (antibodies) ମିଶ୍ରିତ କରାଯାଏ ।[୧][୨] ପ୍ରାଇମେରୀ ଇମ୍ମ୍ୟୁନୋଡେଫିସିଏନ୍ସି (primary immunodeficiency), ଇଡିଓପାଥିକ ଥ୍ରୋମ୍ବୋସାଇଟୋପେନିକ ପରପ୍ୟୁରା (idiopathic thrombocytopenic purpura), କ୍ରନିକ ଇନଫ୍ଲାମେଟରି ଡିମାୟେଲିନେଟିଙ୍ଗ ପଲିନିଉରୋପାଥି (chronic inflammatory demyelinating polyneuropathy), କାୱାସାକି ଡିଜିଜ (Kawasaki disease), କେତେକ ଏଚଆଇଭି/ଏଡସ HIV/AIDS, ମିଳିମିଳା measles, ଗୁଲେନ-ବାରି ସିଣ୍ଡ୍ରୋମ (Guillain-Barré syndrome) ଓ ନିର୍ଦ୍ଦିଷ୍ଟ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ମିଳୁନଥିବା କେତେକ ରୋଗ ନିମନ୍ତେ ଏହି ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟଲିନ ଦିଆଯାଏ । ପ୍ରସ୍ତୁତି ଅନୁସାରେ ଏହା ମାଂସପେଶୀରେ (injection into muscle), ବା ଶିରାରେ (vein) ବା ଚର୍ମତଳେ (under the skin) ଦିଆଯାଏ ।[୧] ଏହାର ପ୍ରଭାବ କିଛି ସପ୍ତାହ ପର୍ଯ୍ୟନ୍ତ ରହେ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଓ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ସାଂଘାତିକ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା (kidney problems), ଆନାଫାଇଲାକ୍‌ସିସ, ରକ୍ତ ଜମାଟ (blood clots) ଓ ଲୋହିତ ରକ୍ତ କଣିକା ଭାଙ୍ଗିଯାଏ (red blood cell breakdown) । କେତେକ ପ୍ରକାରର ଆଇଜିଏ ଅଭାବ (IgA deficiency) ଥିଲେ ଏହା ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ମନେହୁଏ । ମାନବ ରକ୍ତ ପ୍ଲାଜମାରୁ (blood plasma) ହ୍ୟୁମ୍ୟାନ ଇମ୍ମୁନୋଗ୍ଲୋବ୍ୟୁଲିନ ପ୍ରସ୍ତୁତ କରାଯାଏ ।[୧] ଏହି ଔଷଧରେ ଅନେକ ଧରଣର ଭୁତାଣୁମାନଙ୍କ (viruses) ବିରୁଦ୍ଧରେ କାମ କରୁଥିବା ଆଣ୍ଟିବଡି ଥାଏ ।[୨]

ହ୍ୟୁମ୍ୟାନ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଥେରାପି ପ୍ରଥମେ ସନ ୧୯୩୦ରେ ପ୍ରସ୍ତୁତ କରାଯାଇଥିଲା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୮୧ରେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହି ଔଷଧ କମ୍ପାନୀ ଅନୁସାରେ ଭିନ୍ନ ଭିନ୍ନ ରକମର ଆସେ । ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ଡୋଜର ମୂଲ୍ୟ ୧୧.୨୦ରୁ ୧,୨୦୦.୦୦ ପାଉଣ୍ଡ ହୋଇପାରେ । ହେପାଟାଇଟିସ ବି, ଜଳାତଙ୍କ, ଧନୁଷ୍ଟଙ୍କାର, ହାଡ଼ଫୁଟିଆରଏଚଓ (ଡି) ନିମନ୍ତେ ନିର୍ଦ୍ଦିଷ୍ଟ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ମଧ୍ୟ ମିଳୁଛି ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Immune Globulin". The American Society of Health-System Pharmacists. Retrieved 8 January 2017.
  2. ୨.୦ ୨.୧ ୨.୨ ୨.୩ British national formulary : BNF 69 (69 ed.). British Medical Association. 2015. p. 867-871. ISBN 9780857111562.
  3. Etzioni, Amos; Ochs, Hans D. (2014). Primary Immunodeficiency Disorders: A Historic and Scientific Perspective (in ଇଂରାଜୀ). Academic Press. pp. 283–284. ISBN 9780124115545.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.