କାୱାସାକି ଡିଜିଜ
କାୱାସାକି ଡିଜିଜ | |
---|---|
ଇଂରାଜୀ ପ୍ରତିଶବ୍ଦ କାୱାସାକି ସିଣ୍ଡ୍ରୋମ (Kawasaki syndrome),[୧] ଲିମ୍ପ ନୋଡ ସିଣ୍ଡ୍ରୋମ (lymph node syndrome) ବା ମସକ୍ୟୁଲୋକ୍ୟୁଟାନିଅସ ଲିମ୍ଫ ନୋଡ ସିଣ୍ଡ୍ରୋମ (mucocutaneous lymph node syndrome)[୨] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ଶିଶୁରୋଗ ବିଜ୍ଞାନ |
ଆଇସିଡ଼ି-୧୦ | M30.3 |
ଆଇସିଡ଼ି-୯-ସିଏମ୍ | 446.1 |
ଓଏମ୍ଆଇଏମ୍ | 611775 |
ରୋଗ ଡାଟାବେସ | 7121 |
ମେଡ଼ିସିନ-ପ୍ଲସ | 000989 |
ଇ-ମେଡ଼ିସିନ | article/965367 |
Patient UK | କାୱାସାକି ଡିଜିଜ |
MeSH | D009080 |
Orphanet | 2331 |
କାୱାସାକି ଡିଜିଜ ବା କାୱାସାକି ରୋଗ (ଇଂରାଜୀ ଭାଷାରେ Kawasaki disease) ଏକ ରୋଗ ଯେଉଁଥିରେ ସାରା ଶରୀରରେ ରକ୍ତନଳୀପ୍ରଦାହ (blood vessels throughout the body become inflamed) ହୁଏ ।[୧] ଏହାର ସାଧାରଣ ଲକ୍ଷଣ ଜ୍ୱର ୫ ଦିନରୁ ଅଧିକ ସମୟ ରହିପାରେ ଓ ଜ୍ୱର ନିବାରକ ଔଷଧଦ୍ୱାରା ଉପଶମ ହୁଏନି, ବେକର ଲସିକା ଗ୍ରନ୍ଥି ବଢ଼ିଯାଏ ଓ ଆଖି, ଓଠ, ପାପୁଲି, ଯୌନାଙ୍ଗ ତଥା ପାଦତଳ ସ୍ଥାନମାନଙ୍କରେ ରାସ୍ ହୁଏ । ସୋର ଥ୍ରୋଟ ଓ ତରଳ ଝାଡ଼ା ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଏ । ଲକ୍ଷଣ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ହାତ ଓ ପାଦ ଚମଡ଼ାରୁ ଚୋପା ଛାଡ଼ିଯାଏ । ତାପରେ ରୋଗ ଉପଶମ ହେବାକୁ ଲାଗେ । କେତେକ ପିଲାଙ୍କର ହୃତ୍ପିଣ୍ଡରେ କରୋନାରୀ ଆର୍ଟେରି (ଧମନୀ) ଆନିଉରିଜ୍ମ (coronary artery aneurysm) ହୁଏ ।[୧]
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି । ଜେନେଟିକ ସମ୍ବେଦନଶୀଳତା ଯୋଗୁ ସଂକ୍ରମଣ ହେଲେ ଅଟୋଇମ୍ମ୍ୟୁନ ପ୍ରତିକ୍ରିୟା ହେବା ବିଶ୍ୱାସ କରାଯାଏ । ଜନସାଧାରଣଙ୍କ ମଧ୍ୟରେ ଏହା ବ୍ୟାପେନାହିଁ । ଲୋକର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଇକୋକାର୍ଡ଼ିଓଗ୍ରାମ (ultrasound of the heart) ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ ସମର୍ଥନ କରାଯାଏ । ସ୍କାରଲେଟ ଜ୍ୱର ଓ ଜୁଭେନାଇଲ ରିଉମାଟଏଡ ଆର୍ଥ୍ରାଇଟିସ (juvenile rheumatoid arthritis) ରୋଗମାନଙ୍କରେ ଏହି ରୋଗ ଲକ୍ଷଣ ଭଳି ପ୍ରଦର୍ଶନ ହୁଏ ।[୧]
ପ୍ରାରମ୍ଭିକ ଚିକିତ୍ସାରେ ଆସ୍ପିରିନ (aspirin) ଓ ଇମ୍ମ୍ୟୁନୋଗ୍ଲବ୍ୟୁଲିନ (immunoglobulin) ଦିଆଯାଏ । ଏହି ଚିକିତ୍ସା ଫଳରେ ଜ୍ୱର ୨୪ ଘଣ୍ଟା ମଧ୍ୟରେ ଉପଶମ ହୋଇଯାଏ ଓ ରୋଗୀ ସମ୍ପୁର୍ଣ୍ଣ ଆରୋଗ୍ୟ ହୁଏ । କରୋନାରୀ ଧମନୀ ରୋଗଗ୍ରସ୍ତ ହୋଇଥିଲେ ବେଳେବେଳେ ଅପରେଶନ ଆବଶ୍ୟକ ହୁଏ ।[୧] ଚିକିତ୍ସିତ ନ ହେଲେ ୨୫% ଲୋକଙ୍କର କରୋନାରୀ ଧମନୀ ସମସ୍ୟା ହୁଏ ଓ ପ୍ରାୟ ୧% ଲୋକ ମରିଯାଆନ୍ତି ।[୩][୪] ଚିକିତ୍ସା ପାଇଲେ ମାତ୍ର ୦.୧୭% ଲୋକଙ୍କର ମୃତ୍ୟୁ ସଙ୍କଟ ହୁଏ ।[୪]
କାୱାସାକି ଡିଜିଜ କ୍ୱଚିତ ହୁଏ ।[୧] ପ୍ରତି ୧୦୦,୦୦୦ ଲୋକରେ ୧୨୪ ଜଣଙ୍କୁ ଏହି ରୋଗ ଜାପାନରେ ହୁଏ, ଅନ୍ୟତ୍ର ୮ରୁ ୬୭ ଜଣକୁ ହୁଏ ।[୫] ୫ ବର୍ଷ ଅତିକ୍ରମ କରିବା ପରେ ଏହି ରୋଗ ସାଧାରଣତଃ କମ ଦେଖାଯାଏ । [୧] ଝିଅଙ୍କ ଅପେକ୍ଷା ପୁଅମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ଜାପାନର ଟୋମିସାକୁ କାୱାସାକି (Tomisaku Kawasaki) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [୫][୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Kawasaki Disease". PubMed Health (in ଇଂରାଜୀ). NHLBI Health Topics. 11 June 2014. Retrieved 26 August 2016.
- ↑ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. pp. 1232–4. ISBN 1-4160-2999-0.
- ↑ ୩.୦ ୩.୧ Kim DS (December 2006). "Kawasaki disease". Yonsei Medical Journal. 47 (6): 759–72. doi:10.3349/ymj.2006.47.6.759. PMC 2687814. PMID 17191303.
- ↑ ୪.୦ ୪.୧ "Merck Manual, Online edition: Kawasaki Disease". 2014. Retrieved Aug 26, 2016.
- ↑ ୫.୦ ୫.୧ Lai, Wyman W.; Mertens, Luc L.; Cohen, Meryl S.; Geva, Tal (2015). Echocardiography in Pediatric and Congenital Heart Disease: From Fetus to Adult (in ଇଂରାଜୀ) (2 ed.). John Wiley & Sons. p. 739. ISBN 9781118742488.
- ↑ Kawasaki T (1967). "[Acute febrile mucocutaneous syndrome with lymphoid involvement with specific desquamation of the fingers and toes in children]". Arerugi. 16 (3): 178–222. PMID 6062087.