ଆନାଫାଇଲାକ୍‌ସିସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଆନାଫାଇଲାକ୍‌ସିସ
Angioedema2010.JPG
ମୁହଁରେ ଆଞ୍ଜିଓଇଡିମା ହୋଇଥିବାରୁ ବାଳକ ଆଖି ଖୋଲିପାରୁନି । ଏହା ଆଲର୍ଜେନ ଯୋଗୁ ହୋଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି Allergy and immunology
ଆଇସିଡ଼ି-୧୦ T78.2
ଆଇସିଡ଼ି-୯-ସିଏମ୍ 995.0
ରୋଗ ଡାଟାବେସ 29153
ମେଡ଼ିସିନ-ପ୍ଲସ 000844
ଇ-ମେଡ଼ିସିନ med/128
MeSH D000707

ଆନାଫାଇଲାକ୍‌ସିସ ଏକ ସାଂଘାତିକ ଆଲର୍ଜି ପ୍ରତିକ୍ରିୟା ଯାହା ଚଞ୍ଚଳ ଆରମ୍ଭ ହୁଏ ଓ ଏଥି ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ । [୧][୨] ସ୍ୱାଭାବିକ ଭାବରେ ଏହା ଏକାଧିକ ଲକ୍ଷଣ ପ୍ରକାଶ କରେ ଯଥା:- ଗଲୁକାରୀ ରାସ୍, ଜିଭ ଓ ଗଳା ଫୁଲିଯିବା, ଛୋଟ ଛୋଟ ଶ୍ୱାସକ୍ରିୟା, ବାନ୍ତି, ମୁଣ୍ଡ ହାଲୁକା ଲାଗିବା ଓ ନିମ୍ନ ରକ୍ତଚାପ । ଏହି ଲକ୍ଷଣ କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ । [୩]

ଏହି ରୋଗ ସାଧାରଣତଃ ପୋକ କାମୁଡ଼ା ଓ ନାହୁଡ଼ ମରା, ଖାଦ୍ୟ ଓ ଔଷଧ ପ୍ରତିକ୍ରିୟା ଯୋଗୁ ହୁଏ । ବ୍ୟାୟାମ ଓ ଲେଟେକ୍ସ ସଂସ୍ପର୍ଷ ଯୋଗୁ ମଧ୍ୟ ଏହା ହୁଏ । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ ମଧ୍ୟ ଏହା ହୋଇପାରେ ।[୩] ଇମ୍ମ୍ୟୁନୋଲୋଜିକ ବା ଅଣ‌-ଇମ୍ମ୍ୟୁନୋଲୋଜିକ ପ୍ରଣାଳୀରେ କେତେକ ଶ୍ୱେତ ରକ୍ତ କଣିକାରୁ ନିର୍ଗତ ମେଡିଏଟର ଯୋଗୁ ଏହି ରୋଗ ହୁଏ ।[୪] ଆଲର୍ଜେନ ସଂସ୍ପର୍ଷରେ ଆସିବା ପରେ ଉପସ୍ଥାପିତ ଲକ୍ଷଣ ଓ ଚିହ୍ନ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩]

ଏହି ରୋଗରେ ସର୍ବ ପ୍ରଥମେ ମାଂସପେଶୀରେ ଏପିନେଫ୍ରିନ ଇଞ୍ଜେକସନ ଦିଆଯାଏ, ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ଓ ସଳଖ ଭାବରେ ରୋଗୀକୁ ରଖାଯାଏ । [୩][୫] ଅଧିକ ଏପିନେଫ୍ରିନ ଡୋଜ ମଧ୍ୟ ଆବଶ୍ୟକ ହୋଇପାରେ । ଆଣ୍ଟିହିସ୍ଟାମିନ, ଓ ସ୍ଟିରଏଡ ମଧ୍ୟ ଏହା ସ‌ହିତ ଦେବାକୁ ପଡ଼େ । ଆନାଫାଇଲାକ୍‌ସିସ ଇତିହାସ ଥିଲେ ବେମାରୀର କାରଣ ଖୋଜିବାକୁ ହୁଏ ଓ ଏପିନେଫ୍ରିନ ଅଟୋଇଞ୍ଜେକ୍ଟର ଦିଆଯାଏ ।[୩]

ପୃଥିବୀର ୦.୦୫–୨% ଲୋକଙ୍କୁ ଜୀବନର ଯେ କୌଣସି ସମୟରେ ଏହି ରୋଗ ହୁଏ । ଏହି ରୋଗ ହାର ବଢ଼ିବା ଦେଖାଯାଉଛି ।[୬] ଯୁବା ବୟସରେ ଓ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ ।[୫][୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ଆଡମିସନ ହେଉଥିବା ରୋଗୀଙ୍କ ମଧ୍ୟରୁ ୦.୩% ମୃତ୍ୟୁ ବରଣ କରନ୍ତି ।[୮] ଏହି ଆନାଫାଇଲାକ୍‌ସିସ ଶବ୍ଦଟି ପ୍ରାଚୀନ ଗ୍ରୀକ ଶବ୍ଦ: ἀνά ଆନା ଅର୍ଥ "ବିରୁଦ୍ଧରେ" ଓ ପ୍ରାଚୀନ ଗ୍ରୀକ ଶବ୍ଦ: φύλαξις ଫାଇଲାକ୍‌ସିସ ଅର୍ଥ "ସୁରକ୍ଷା" ଆସିଛି ।[୯]

ଆଧାର[ସମ୍ପାଦନା]

  1. Sampson HA, Muñoz-Furlong A, Campbell RL et al. (February 2006). "Second symposium on the definition and management of anaphylaxis: summary report—Second National Institute of Allergy and Infectious Disease/Food Allergy and Anaphylaxis Network symposium". The Journal of Allergy and Clinical Immunology 117 (2): 391–7. doi:10.1016/j.jaci.2005.12.1303. PMID 16461139. 
  2. Tintinalli, Judith E. (2010). Emergency Medicine: A Comprehensive Study Guide (Emergency Medicine (Tintinalli)). New York: McGraw-Hill Companies. pp. 177–182. ISBN 0-07-148480-9. 
  3. ୩.୦ ୩.୧ ୩.୨ ୩.୩ ୩.୪ "Anaphylaxis". National Institute of Allergy and Infectious Diseases. April 23, 2015. Retrieved 4 February 2016. 
  4. Khan, BQ; Kemp, SF (August 2011). "Pathophysiology of anaphylaxis". Current Opinion in Allergy and Clinical Immunology 11 (4): 319–25. doi:10.1097/ACI.0b013e3283481ab6. PMID 21659865. 
  5. ୫.୦ ୫.୧ Simons FE (October 2009). "Anaphylaxis: Recent advances in assessment and treatment". The Journal of Allergy and Clinical Immunology 124 (4): 625–36; quiz 637–8. doi:10.1016/j.jaci.2009.08.025. PMID 19815109. 
  6. Simons, FE; World Allergy, Organization (May 2010). "World Allergy Organization survey on global availability of essentials for the assessment and management of anaphylaxis by allergy-immunology specialists in health care settings" (PDF). Annals of Allergy, Asthma & Immunology 104 (5): 405–12. doi:10.1016/j.anai.2010.01.023. PMID 20486330. 
  7. Lee, JK; Vadas, P (July 2011). "Anaphylaxis: mechanisms and management". Clinical and Experimental Allergy 41 (7): 923–38. doi:10.1111/j.1365-2222.2011.03779.x. PMID 21668816. 
  8. Ma, L; Danoff, TM; Borish, L (April 2014). "Case fatality and population mortality associated with anaphylaxis in the United States.". The Journal of allergy and clinical immunology 133 (4): 1075–83. PMID 24332862. 
  9. Gylys, Barbara (2012). Medical Terminology Systems: A Body Systems Approach. F.A. Davis. p. 269. ISBN 9780803639133.