Jump to content

ଦ୍ୱାଦଶୀ

ଉଇକିପିଡ଼ିଆ‌ରୁ
(Dwadashiରୁ ଲେଉଟି ଆସିଛି)

ଦ୍ୱାଦଶୀ ଚନ୍ଦ୍ରପକ୍ଷର ଦ୍ୱାଦଶ (୧୨ଶ) ଦିବସ - ଚନ୍ଦ୍ରର ଦ୍ୱାଦଶ କଳାର ହ୍ରାସ ବା ବୃଦ୍ଧିଜନିତ ତିଥିଏକାଦଶୀର ପରବର୍ତ୍ତୀ ଓ ତ୍ରୟୋଦଶୀର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ଦ୍ୱାଦଶୀକୁ କୃଷ୍ଣା ଦ୍ୱାଦଶୀ ଓ ଶୁକ୍ଳପକ୍ଷର ଦ୍ୱାଦଶୀକୁ ଶୁକ୍ଳା ଦ୍ୱାଦଶୀ କୁହାଯାଇଥାଏ ।

  • ବୈଶାଖ ଶୁକ୍ଳଦ୍ୱାଦଶୀ: ପିପୀତକୀ
ଭବିଷ୍ୟ ପୂରାଣ ମତେ ପିପୀତକ ନାମକ ବ୍ରାହ୍ମଣକୁ ଯମଦୂତମାନେ ଯମଲୋକକୁ ନେଇଗଲେ । ସେଠାରେ ତାକୁ ଭାରି ତୃଷା ଲାଗିବାରୁ ସେ ଯମଙ୍କୁ ସ୍ତବ କଲା । ଯମ ତା ସ୍ତବରେ ପ୍ରସନ୍ନ ହୋଇ ତାକୁ ମର୍ତ୍ତ୍ୟଲୋକକୁ ପଠାଇଦେଲେ ଓ ଶୀତଳ ଜଳପୂର୍ଣ୍ଣ କଳଶ ବ୍ରାହ୍ମଣଙ୍କୁ ଦାନ କରିବାକୁ କହିଲେ ।
ସୁନିଆଁ: ଏହି ଦିନ ଓଡ଼ିଆ ସନ ଓ ପୁରୀ ରାଜାଙ୍କ ଅଙ୍କର ପରିବର୍ତ୍ତନ ହୁଏ । ଏ ଦିନ ଓଡ଼ିଶାର ରାଜା ଓ ଜମିଦାରଙ୍କ ସିରସ୍ତାରେ ନୂତନ ଅଙ୍କ ବା ସନ ଆରମ୍ଭ ହୁଏ । ଓଡ଼ିଆ ସନର ଓ ପୁରୀ ରାଜାଙ୍କ ଅଙ୍କର ମାସ ଓ ଦିବସ ଗଣନା ସୌର ମାସର ଗଣନା କ୍ରମେ ହୁଏ; କିନ୍ତୁ ସନ ବା ଅଙ୍କ ଚାନ୍ଦ୍ର ଭାଦ୍ରମାସର ଦ୍ୱାଦଶୀଠାରୁ ଗଣନା କରାଯାଏ । ପୂର୍ବତନ ରାଜାଙ୍କ ନାମାଙ୍କିତ ସ୍ୱର୍ଣ୍ଣମୁଦ୍ରା (ସୁନିଆଁ) କଟାଯାଇ ନୂଆ ରାଜାଙ୍କ ନାମାଙ୍କିତ ନୂତନ ମୁଦ୍ରା ଚଳିବା ବିଧିରୁ ବୋଧ ହୁଏ ଏହି ଶବ୍ଦର ସୃଷ୍ଟି ହୋଇଛି । ଏହା ଓଡ଼ିଆମାନଙ୍କର ନୂଆ ବର୍ଷାରମ୍ଭ । []
ବ୍ୟଞ୍ଜନ ଦ୍ୱାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରାଧାଳୁମାନଙ୍କର ଏକ ପ୍ରମୁଖ ପର୍ବ । ଏହି ଦିନ ମା' ଯଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ରହିଛି । କୃଷ୍ଣ ଲୀଳାର ଏହି ପର୍ଯ୍ୟାୟକୁ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ପାଳନ କରିଥାନ୍ତି ।[]
ଗୋବିନ୍ଦ ଦ୍ୱାଦଶୀ ପ୍ରାୟ ବାର ବର୍ଷରେ ଥରେ ପଡ଼େ ଓ ଏହିଦିନ ତୀର୍ଥ ସ୍ନାନରେ ମହାପୁଣ୍ୟ ଲାଭ ହୁଏ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ ।
  1. "Sunia - 52 anka 1419 declared by Gajapati Maharaja Dibyasing Dev". PURIWAVES. Archived from the original on 22 August 2019. Retrieved 28 July 2016.
  2. "Why Govatsa Dwadashi performed before Deepavali?". Hindu Janajagruti Samiti. Retrieved 8 November 2016.
  3. http://odishan.com/1286
  4. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୧୭୧୭[permanent dead link]