ଧୀର ବିଶ୍ୱାଳ

ଉଇକିପିଡ଼ିଆ‌ରୁ
(Dhira Biswalରୁ ଲେଉଟି ଆସିଛି)
ଧୀରେନ୍ଦ୍ରନାଥ ବିଶ୍ୱାଳ
ଜନ୍ମ(1929-06-20)୨୦ ଜୁନ ୧୯୨୯
ମୃତ୍ୟୁ୪ ଡିସେମ୍ବର ୧୯୯୫(1995-12-04) (ବୟସ ୬୬)
ଶିକ୍ଷାସ୍ନାତକ(ଆଇନ)
ଶିକ୍ଷାନୁଷ୍ଠାନମଧୁସୁଦନ ଆଇନ ମହାବିଦ୍ୟାଳୟ,ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ

ଧୀର ବିଶ୍ୱାଳ(ଜନ୍ମ : ୨୦/୦୬/୧୯୨୯) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ।[୧] ୧୯୮୦ ମସିହାରେ ସେ ଓଡ଼ିଆ କଥାଚିତ୍ରରେ ଅବଦାନ ପାଇଁ ଜୟଦେବ ପୁରସ୍କାର ଲାଭ କରିଥିଲେ ।

ଜୀବନୀ[ସମ୍ପାଦନା]

ଧୀର, ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିଲାବେଳୁ ତାଙ୍କ ଅଭିନୟ ଦକ୍ଷତା ଲୋକଲୋଚନକୁ ଆସିଥିଲା । କଂସ ଭୁମିକାରେ ଅଭିନୟ କରି ଏତେ ଲୋକପ୍ରିୟ ହୋଇଥିଲେ ଯେ, ସାଙ୍ଗସାଥୀମାନେ ତାଙ୍କୁ କଂସ ବୋଲି ଡାକୁଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଓ ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସେ ନାଟ୍ୟ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ସଚିବାଳୟରେ ଜଣେ କର୍ମଚାରୀ ଭାବରେ ସେ ନିଜର କର୍ମଜୀବନ ଆରମ୍ଭ କରିଥିଲେ । କିଛିଦିନ ପରେ ଚାକିରି ଛାଡି, ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢ଼ିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟର ଏଲଏଲବି ଡିଗ୍ରୀ ହାସଲ କରିବାପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ଅଭିନୟପ୍ରତି ଆକର୍ଷଣ ଯୋଗୁ, ସେ ବେଶୀ ସମୟ ସେଥିପ୍ରତି ଓ କମ ସମୟ ଓକିଲାତିରେ ଦେଇଥିଲେ ।

ଓଡ଼ିଆ କଥାଚିତ୍ରରେ ଅବଦାନ[ସମ୍ପାଦନା]

କେଦାର ଗୌରୀ ଧୀର ବିଶ୍ୱାଳଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା । ଏଥିରେ ଖଳନାୟକ 'ରାହୁ' ଭୂମିକାରେ ସେ ଅଭିନୟ କରିଥିଲେ । ୧୯୬୨ମସିହାରେ ସେ ନିଜର ପ୍ରଯୋଜନା ସଂସ୍ଥା ପଞ୍ଚସଖା ପିକଚର୍ସ ଆରମ୍ଭ କରିଥିଲେ । ପଞ୍ଚସଖା ପିକଚର୍ସର ପ୍ରଥମ ଚଳଚ୍ଚିତ୍ର ଥିଲା ନୂଆ ବୋଉ । ସେ ପ୍ରାୟ ୫୦ଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ସହିତ ଜଡ଼ିତ ରହିଥିଲେ ।[୨]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ପ୍ରଯୋଜୀତ ଚଳଚ୍ଚିତ୍ର[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର - ୧୯୮୦
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର(ଧରିତ୍ରୀ ଓ ଅଗ୍ନିବୀଣା ଚଳଚ୍ଚିତ୍ର)
  • ଶ୍ରେଷ୍ଠ ନିର୍ଦ୍ଦେଶକ(ଗୌରୀ ଚଳଚ୍ଚିତ୍ର)[୫]

ଆଧାର[ସମ୍ପାଦନା]

  1. Data India. Press Institute of India. 1995.
  2. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  3. Ileana Citaristi (1 January 2001). The Making of a Guru: Kelucharan Mohapatra, His Life and Times. Manohar. ISBN 978-81-7304-369-7.
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 850–. ISBN 978-1-136-77291-7.
  5. "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.

ବାହାର ଆଧାର[ସମ୍ପାଦନା]