୧ (ସଂଖ୍ୟା)
ଦେଖଣା
(1 (number)ରୁ ଲେଉଟି ଆସିଛି)
| ଓଡ଼ିଆ ବର୍ଣ୍ଣମାଳା | |||||
|---|---|---|---|---|---|
| ଓଡ଼ିଆ ସ୍ଵର ବର୍ଣ୍ଣ | |||||
| ଅ | ଆ | ଇ | ଈ | ଉ | |
| ଊ | ଋ | ୠ | ଌ | ୡ | |
| ଏ | ଐ | ଓ | ଔ | | |
| ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
| କ | ଖ | ଗ | ଘ | ଙ | |
| ଚ | ଛ | ଜ | ଝ | ଞ | |
| ଟ | ଠ | ଡ | ଢ | ଣ | |
| ତ | ଥ | ଦ | ଧ | ନ | |
| ପ | ଫ | ବ | ଭ | ମ | |
| ଯ | ର | ଳ | ୱ | ୟ | |
| ଲ | ଶ | ଷ | ସ | ହ | |
| କ୍ଷ | ଡ଼ | ଢ଼ | |||
| ଓଡ଼ିଆ ସଂଖ୍ୟା | |||||
| ୦ | ୧ | ୨ | ୩ | ୪ | |
| ୫ | ୬ | ୭ | ୮ | ୯ | |
ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ(୨)ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧)ଦ୍ୱାରା ଗୁଣନ କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।[୧]
ଗାଣିତିକ ଧର୍ମ
[ସମ୍ପାଦନା]- ୧ ହେଉଛି ସେହି ସ୍ୱତଂତ୍ର ସଂଖ୍ୟା ଯାହା ମୌଳିକ ସଂଖ୍ୟା ନୁହଁ କି ଯୌଗିକ ସଂଖ୍ୟା ନୁହଁ ।
- ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶିର ମୂଲ୍ୟ ସର୍ବଦା ୧ ହୁଏ ।
- ଶୂନ୍ୟ (୦) ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
- ୧ ହେଉଛି ପ୍ରଥମ ଅଯୁଗ୍ମ ସଂଖ୍ୟା ତଥା ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ସଂଖ୍ୟା ।
- ଗଣନ ସଂଖ୍ୟା ସେଟରେ ୧ ହେଉଛି ଏକମାତ୍ର ଗଣନ ସଂଖ୍ୟା ଯାହାର ପୂର୍ବବର୍ତ୍ତୀ ସଂଖ୍ୟା ନାହିଁ ।[୨]
ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ
[ସମ୍ପାଦନା]- ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ୱାସ କରାଯାଏ ।[୩]
ବିବିଧ ବିଶେଷତ୍ୱ
[ସମ୍ପାଦନା]- ଶ୍ରେଷ୍ଠ ଅର୍ଥରେ ୧(ପ୍ରଥମ)ର ବ୍ୟବହାର ସର୍ବମାନ୍ୟ ।
ଆଧାର
[ସମ୍ପାଦନା]- ↑ "The Multiplicative Identity Property". Retrieved 8 June 2018.
- ↑ "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.
- ↑ Uppal, Jagajit. Cheiro's NUMEROLOGY & ASTROLOGY. Orient Paperbacks. p. 34.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
