ମୌଳିକ ସଂଖ୍ୟା
Appearance
ଏକ ପ୍ରାକୃତିକ ସଂଖ୍ୟା ଯାହାର ମାତ୍ର ଦୁଇଟି ଗୁଣାନୀୟକ ଯଥା;୧ ଏବଂ ସେହି ସଂଖ୍ୟା ନିଜେ ଅଛି, ସେହି ସବୁ ସଂଖ୍ୟା ମୌଳିକ ସଂଖ୍ୟା । ।[୧][୨] ପ୍ରାକୃତିକ ସଂଖ୍ୟା ଶ୍ରେଣିରେ ଯୌଗିକ ସଂଖ୍ୟା ସବୁକୁ ( ୧ ବ୍ୟତୀତ ) ବାଦଦେଲେ ଅନ୍ୟସବୁ ହେବ ମୌଳିକ ସଂଖ୍ୟା ।
ଉଦାହରଣ ସ୍ୱରୁପ ୧ଠାରୁ ୫୦ ମଧ୍ୟରେ ଥିବା ମୌଳିକ ସଂଖ୍ୟାଗୁଡ଼ିକ ହେଉଛି
- ୨, ୩, ୫, ୭, ୧୧, ୧୩, ୧୭, ୧୯, ୨୩, ୨୯, ୩୧, ୩୭, ୪୧, ୪୩ ଏବଂ ୪୭ ।
ମୌଳିକ ସଂଖ୍ୟା ସମ୍ପର୍କିତ କିଛି ତଥ୍ୟ
[ସମ୍ପାଦନା]ମୌଳିକ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୩][୪]
- ଶୁନ (୦ ) ଏବଂ ୧ ମୌଳିକ ସଂଖ୍ୟା ନୁହେଁ ।
- ୨ ଏକମାତ୍ର ଯୁଗ୍ମ ମୌଳିକ ସଂଖ୍ୟା ।
- ୫ରୁ ଅଧିକ ଯେ କୌଣସି ମୌଳିକ ସଂଖ୍ୟାର ଶେଷ ଅଙ୍କ ୫ ନୁହେଁ, ଅର୍ଥାତ ୫ରୁ ବୃହତ୍ତର କୌଣସି ମୌଳିକ ସଂଖ୍ୟା ୫ଦ୍ୱାରା ବିଭାଜ୍ୟ ନୁହେଁ ।
- ଦୁଇଟି ମୌଳିକ ସଂଖ୍ୟା ମଧ୍ୟରେ ଯଦି ୧ ବ୍ୟତୀତ ଅନ୍ୟ ସାଧାରଣ ଗୁଣନୀୟକ ନଥାନ୍ତି, ତେବେ ସେହି ଦୁଇ ମୌଳିକ ରାଶିକୁ ପରସ୍ପର ମୌଳିକ କହନ୍ତି ।[୫]
- ଦୁଇଟି ମୌଳିକ ସଂଖ୍ୟା ମଧ୍ୟରେ ଅନ୍ତର ୨ ରହିଲେ ସେହି ଦୁଇଟି ସଂଖ୍ୟାକୁ ଯମଜ ମୌଳିକ କହନ୍ତି ।[୩]
ମୌଳିକ ସଂଖ୍ୟା ନିର୍ଣ୍ଣୟ ପଦ୍ଧତି
[ସମ୍ପାଦନା]ଏରାଟୋସ୍ଥେନିସ ନାମକ ଗ୍ରୀକ ଗଣିତଜ୍ଞ ୧ଠାରୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାସୀମା ମଧ୍ୟରେ ଥିବା ମୌଳିକ ସଂଖ୍ୟାଗୁଡ଼ିକ ବାହାର କରିବା ପାଇଁ ଏକ ପ୍ରକ୍ରିୟା ନିର୍ଣ୍ନୟ କରିଯାଇଅଛନ୍ତି । ଏହାକୁ ଏରାଟୋସ୍ଥେନିସଙ୍କ ଚାଲୁଣୀ ମଧ୍ୟ କୁହାଯାଇଥାଏ । ଏହି ପ୍ରକ୍ରିୟାରେ ୧ଠାରୁ ୧୨୦ ମଧ୍ୟରେ ସମସ୍ତ ଗଣନ ସଂଖ୍ୟା ମଧ୍ୟରୁ ମୌଳିକ ସଂଖ୍ୟା ସବୁ ବାହାର କରିବା ପଦ୍ଧତି ଏହିଭଳି:[୩]
- ଗୋଟିଏ ୧୦ × ୧୨ ଆକାର ବିଶିଷ୍ଟ ଚାଲୁଣୀ ବା ଜ୍ୟାମିତିକ କ୍ଷେତ୍ର କରାଯାଉ, ଯେଉଁଥିରେ ୧ଠାରୁ ୧୨୦ ଯାଏଁ ସମସ୍ତ ଗଣନ ସଂଖ୍ୟା କ୍ରମାନ୍ୱୟରେ ଲେଖାଯିବ ।
- ବର୍ତ୍ତମାନ ଲିଖିତ ସଂଖ୍ୟାମାନଙ୍କ ମଧ୍ୟରୁ ୨(ପ୍ରଥମ ମୌଳିକ ସଂଖ୍ୟା)ରୁ ବଡ଼ ତଥା ୨ର ସମସ୍ତ ଗୁଣିତକ ମାନକୁ ବାଦ୍ ଦିଅ ।
- ତାପରେ ୩ (ଦ୍ୱିତୀୟ ମୌଳିକ ସଂଖ୍ୟା)ରୁ ବଡ଼ ତଥା ୩ର ସମସ୍ତ ଗୁଣିତକ ମାନକୁ ବାଦ୍ ଦିଅ ।
- ତାପରେ ୫ (ତୃତୀୟ ମୌଳିକ ସଂଖ୍ୟା)ରୁ ବଡ଼ ତଥା ୫ର ସମସ୍ତ ଗୁଣିତକ ମାନକୁ ବାଦ୍ ଦିଅ ।
- ତାପରେ ୭ (ଚତୁର୍ଥ ମୌଳିକ ସଂଖ୍ୟା)ରୁ ବଡ଼ ତଥା ୭ର ସମସ୍ତ ଗୁଣିତକ ମାନକୁ ବାଦ୍ ଦିଅ ।
- ଏହି ପ୍ରକ୍ରିୟା ପରବର୍ତ୍ତୀ ମୌଳିକ ସଂଖ୍ୟାମାନଙ୍କ ପାଇଁ ( ୧୧, ୧୩, ୧୭ ଇତ୍ୟାଦି ) ମଧ୍ୟ ଲାଗୁ କରାଯାଉ ।
ଏହିପରିଭାବେ ସମସ୍ତ ଯୌଗିକ ସଂଖ୍ୟା ବାଦ ହୋଇଯିବାପରେ ପରିଶେଷରେ ୧ ବ୍ୟତୀତ ସମସ୍ତ ଅବଶେଷ ସଂଖ୍ୟା ହେବେ ମୌଳିକ ସଂଖ୍ୟା ।
ଆଧାର
[ସମ୍ପାଦନା]- ↑ "Natural Numbers". Retrieved 10 June 2018.
- ↑ "Prime Number and Composite Number". Retrieved 11 June 2018.
- ↑ ୩.୦ ୩.୧ ୩.୨ "Unit-5 ସଂଖ୍ୟା ଓ ସଂଖ୍ୟାରେ ସଂକ୍ରିୟା" (PDF). Retrieved 10 June 2018.
- ↑ "Number Gossip Properties". Archived from the original on 29 May 2018. Retrieved 11 June 2018.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |