ଥାଇରଏଡ

ଉଇକିପିଡ଼ିଆ‌ରୁ
ଥାଇରଏଡ‌
Thyroid
The human thyroid as viewed from the front, with arteries visible
The thyroid is located in the neck, below the Adam's apple.
ଲାଟିନ ଭାଷାରେ Glandula thyreoidea
ବିଭାଗ Endocrine system
ଧମନୀ Superior, Inferior thyroid arteries
ଶିରା Superior, middle, Inferior thyroid veins
Precursor Thyroid diverticulum (an extension of endoderm into 2nd pharyngeal arch)

ଥାଇରଏଡ ବା ଥାଇରଏଡ ଗ୍ରନ୍ଥି ଏକ ଅନ୍ତସ୍ରାବୀ ଗ୍ରନ୍ଥି ଯାହାର ଦୁଇଟି ଲୋବ (lobes) ଥାଏ ଓ ଏହି ଲୋବଦ୍ୱୟ ପରଷ୍ପର ସ‌ହିତ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇ ବେକରେ ଥିବା ଆଡାମ ଆପଲ (Adam's apple) ତଳକୁ ଥାଏ । ଥାଇରଏଡ ଗ୍ରନ୍ଥିରୁ ଥାଇରକ୍ସିନ/ଟି ଓ ଟ୍ରାଇଆୟୋଡୋଥାଇରୋନିନ/ଟି (thyroxine/T4 and triiodothyronine/T3) ନାମକ ଦୁଇଟି ଥାଇରଏଡ ହରମୋନ ଓ କ୍ୟାଲସିଟୋନିନ ନାମକ ଏକ ତୃତୀୟ ହରମୋନ ବାହାରେ । ଥାଇରଏଡ ହରମୋନ ମୂଖ୍ୟତଃ ଦେହର ବିଏମଆର ଓ ପ୍ରୋଟିନ ବାୟୋସିନଥେସିସ ନିୟନ୍ତ୍ରଣ କରିବା ସ‌ହିତ ଶରୀରବିକାଶକୁ ନିୟନ୍ତ୍ରଣ ମଧ୍ୟ କରନ୍ତି । ଦେହର କ୍ୟାଲସିଅମ ନିୟନ୍ତ୍ରଣ କରିବାରେ କ୍ୟାଲସିଟୋନିନର ଏକ ମୂଖ୍ୟ ଭୂମିକା ଥାଏ ।

ଥାଇରଏଡରୁ ନିର୍ଗତ ହେଉଥିବା ହରମୋନ, ଆଣ୍ଟିରିଅର ପିଟୁଇଟାରିରୁ ନିର୍ଗତ ହେଉଥିବା ଥାଇରଏଡ ଷ୍ଟିମୁଲେଟିଙ୍ଗ ହରମୋନ (ଟିଏସଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ଯାହା ହାଇପୋଥାଲାମସରୁ (hypothalamus) ନିର୍ଗତ ଥାଇରୋଟ୍ରୋପିନ-ରିଲିଜିଙ୍ଗ ହରମୋନ (ଟିଆରଏଚ) ସାହାଯ୍ୟରେ ନିୟନ୍ତ୍ରିତ ହୁଏ ।[୧] ଥାଇରଏଡ ଗ୍ରନ୍ଥି ଅନେକ ପ୍ରକାର ଥାଇରଏଡ ରୋଗଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଏକ ପ୍ରକାର ଅଟୋଇମ୍ମ୍ୟୁନ ରୋଗ ଗ୍ରେଭସ ଡିଜିଜରେ ଏହି ଗ୍ରନ୍ଥିରୁ ଅତ୍ୟଧିକ ପରିମାଣର ଥାଇରଏଡ ହରମୋନ ନିର୍ଗତ ହେବା ଫଳରେ ହାଇପରଥାଇରଏଡିଜ୍ମ ରୋଗ ହୁଏ । ଅନ୍ୟ ପକ୍ଷରେ ସ୍ୱଳ୍ପ ପରିମାଣର ଥାଇରଏଡ ପରିମାଣ ଯୋଗୁ ହାଇପୋଥାଇରଏଡିଜ୍ମ ହୁଏ ଯାହା ପୃଥିବୀରେ ଆୟୋଡିନ ଅଭାବ ଯୋଗୁ ହୁଏ । ଏଣୁ ଆୟୋଡିନ ଅଭାବ ଜନିତ ହାଇପୋଥାଇରଡିଜ୍ମ ଏକ ମାନସିକ ପଙ୍ଗୁତ୍ୱ (intellectual disability.[୨]) ନିରୋଧକ ରୋଗ । ଆୟୋଡିନ ଅଭାବ ଥିବା ଇଲାକାରେ ହେଉଥିବା ହାସିମୋଟୋ (Hashimoto's thyroiditis) ମଧ୍ୟ ଏକ ଅଟୋଇମ୍ମ୍ୟୁନ ରୋଗ । ଅଧିକନ୍ତୁ ଥାଇରଏଡ କର୍କଟ ରୋଗ ଓ ଅନେକ ପ୍ରକାରର ଥାଇରଏଡ ନୋଡ୍ୟୁଲ (nodules) ଥିଲେ ଏହି ରୋଗ ହୋଇପାରେ ।

ଗଠନ[ସମ୍ପାଦନା]

ଥାଇରଏଡ ବା ଥାଇରଏଡ ଗ୍ରନ୍ଥିର ଦୁଇଟି ଲୋବ (lobes) ଟ୍ରାକିଆ ଓ କ୍ରିକଏଡ ଉପାସ୍ଥିମାନଙ୍କୁ ଘେରି ରହିଥାଅଏ ଥାଏ ଓ ଏହି ଲୋବଦ୍ୱୟ ପରଷ୍ପର ସ‌ହିତ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇ ବେକରେ ଥିବା ଆଡାମ ଆପଲ (Adam's apple) ତଳକୁ ଥାଏ ।

ଏକ ପ୍ରଜାପତି ଭଳି ଦେଖାଯାଉଥିବା ଥାଇରଏଡ ଗ୍ରନ୍ଥି ବେକ ସମ୍ମୁଖରେ ଥାଏ । ଏହାର ବାମ ଓ ଡାହାଣ ଦୁଇଟି ଲୋବ ଥାଏ ଯାହା ଏକ ଅଣଓସାରିଆ ଇସଥମସ ସାହାଯ୍ୟରେ ସଂଯୁକ୍ତ ହୋଇଥାଏ । ପ୍ରାପ୍ତ ବୟସ୍କ ଲୋକର ଥାଇରଏଡର ଓଜନ ୨୫ଗ୍ରା; ପ୍ରତ୍ୟେକ ଲୋବର ଲମ୍ବ ୫ ସେମି, ଓସାର ୩ ସେମି ଓ ମୋଟେଇ ୨ ସେମି ହୋଇଥାଏ । ମହିଳାଙ୍କର ଏହି ଗ୍ରନ୍ଥିର ଆକାର ବଡ଼ ଥାଏ ଓ ଗର୍ଭାବସ୍ଥାରେ ଏହାର ଆକାର ଅଧିକ ହୋଇଯାଏ ।

ରକ୍ତ, ଲସିକା ଓ ସ୍ନାୟୁ ଯୋଗାଣ[ସମ୍ପାଦନା]

ଥାଇରଏଡ ଗ୍ରନ୍ଥିକୁ ଏକ୍ସଟର୍ନାଲ କ୍ୟାରୋଟିଡ ଧମନୀର ଶାଖା ସୁପିରିଅର ଥାଇରଏଡ ଧମନୀ ଓ ଥାଇରୋସର୍ଭାଇକାଲ ଟ୍ରଙ୍କର ଶାଖା ଇନଫିରିଅର ଥାଇରଏଡ ଧମନୀ ଦ୍ୱୟ ରକ୍ତ ଯୋଗାନ୍ତି । ଏହି ଧାମନୀଦ୍ୱୟ ଆଣ୍ଟିରିଅର ଓ ପୋଷ୍ଟିରିଅର ଶାଖାରେ ବିଭକ୍ତ ହୋଇ ରକ୍ତ ଯୋଗାଣ କରନ୍ତି । ଏହାର ଶିରାର ରକ୍ତ ସୁପିରିଅର ଥାଇରଏଡ ଓ ମଧ୍ୟ ଥାଇରଏଡ ଧମନୀ ମାଧ୍ୟମରେ ଇଣ୍ଟରନାଲ ଜୁଗୁଲାର ଧମନୀରେ ସଂଯୁକ୍ତ ହୁଏ ଓ ଇନଫିରିଆର ଥାଇରଏଡ ଧମନୀ ଯାଇ ବାମ ଓ ଡାହାଣ ବ୍ରାକୀୟଶେଫାଳିକ ଶିରାରେ ସଂଯୁକ୍ତ ହୁଅନ୍ତି । ଥାଇରଏଡରୁ ଲସିକା ଯାଇ ପ୍ରିଲାରିଞ୍ଜିଆଲ ଲସିକା ନୋଡ ଓ ପ୍ରିଟ୍ରାକିଆଲ ଓ ପାରାଟ୍ରାକିଆଲ ନୋଡରେ ସଂଯୁକ୍ତ ହୁଅନ୍ତି । ଥାଇରଏଡକୁ ସୁପିରିଅର ଓ ରିକରେଣ୍ଟ ଲାରିଞ୍ଜିଆଲ ସ୍ନାୟୁ ପରାସିମ୍ପାଥେଟିକ ଦୁଇଟି ସ୍ନାୟୁ ଯୋଗାନ୍ତି ।

ଆଧାର[ସମ୍ପାଦନା]

  1. Boron, WF.; Boulpaep, EL. (2012). Medical Physiology (2nd ed.). Philadelphia: Saunders. p. 1052. ISBN 978-1-4377-1753-2.
  2. Harrison's 2011, pp. 2913, 2918.