ହାଇପରପ୍ରୋଲାକ୍ଟିନେମିଆ
Hyperprolactinaemia | |
---|---|
Hyperprolactinemia, high blood prolactin | |
ବିଭାଗ | Endocrinology |
ଲକ୍ଷଣ | Women: Abnormal menstrual periods[୧] Men: Erectile dysfunction, breast enlargement[୧] Both: Infertility, milk production[୧] |
କାରଣ | Physiologic: Pregnancy, nipple stimulation, seizures, sex, stress[୧] Diseases: Prolactinoma, macroprolactinemia, hypothyroidism, acromegaly, Cushing disease, liver cirrhosis, kidney failure, polycystic ovarian syndrome[୧] Medications: Estrogen, antipsychotics, antidepressents, blood pressure medications, opioids[୧] |
ଚିକିତ୍ସା | Based on the cause[୧] |
ପୁନଃପୌନିକ | < 1%[୧] |
ହାଇପରପ୍ରୋଲାକ୍ଟିନେମିଆ ହେଉଛି ରକ୍ତରେ ଉଚ୍ଚ ସ୍ତରର ପ୍ରୋଲାକ୍ଟିନ ହରମୋନର ଉପସ୍ଥିତି | [୨] ଏହି ରୋଗରେ ମହିଳାମାନଙ୍କର ଅସ୍ୱାଭିବିକ ଋରୁସ୍ରାବ ହୁଏ ଓ ପୁରୁଷମାନଙ୍କ ଲକ୍ଷଣରେ ଲିଙ୍ଗ ଉତ୍ଥାନରେ ଅସୁବିଧା ଏବଂ ସ୍ତନ ବୃଦ୍ଧି ହୋଇପାରେ | [୧] ଉଭୟଙ୍କର ବନ୍ଧ୍ୟା ଦୋଷ ହୋଇପାରେ ଏବଂ କ୍ଷୀର ବାହାରିପାରେ । [୧] ଯୌନ ହରମୋନ ଅଭାବ ଥିଲେ ଓଷ୍ଟିଓପୋରୋସିସ ହୋଇପାରେ | [୧] [୩]
ଗର୍ଭାବସ୍ଥା, ସ୍ତନାଗ୍ର ମନ୍ଥନ ଜନିତ ଉତ୍ତେଜନା, ବାତ, ଯୌନ କ୍ରିୟା କିମ୍ବା ମାନସିକ ଚାପ ପରି ଜୀବନ ଘଟଣାର ଫଳ ସ୍ୱରୂପ ଉଚ୍ଚ ପ୍ରୋଲାକ୍ଟିନ ସ୍ତର ହୋଇପାରେ | [୨] ଉଚ୍ଚ ପ୍ରୋଲାକ୍ଟିନ ସ୍ତରକୁ ବିଲମ୍ବିତ କରୁଥିବା ଅନ୍ତର୍ନିହିତ ରୋଗମାନଙ୍କ ନାମ ପ୍ରୋଲାକ୍ଟିନୋମା, ମାକ୍ରୋପ୍ରୋଲାକ୍ଟିନେମିଆ, ହାଇପୋଥାଇରଏଡିଜିମ୍, ଆକ୍ରୋମେଗାଲୀ, କୁସିଂ ରୋଗ, ଯକୃତ ସିରୋସିସ୍, ବୃକ୍କ ବିଫଳତା, ପଲିସିଷ୍ଟିକ୍ ଓଭାରିନ୍ ସିଣ୍ଡ୍ରୋମ ଏବଂ ମୁଣ୍ଡର ବିକିରଣ ଚିକିତ୍ସା ଅନ୍ତର୍ଭୁକ୍ତ | [୧] ଇଷ୍ଟ୍ରୋଜେନ୍, ଆଣ୍ଟିସାଇକୋଟିକ୍ସ, ଆଣ୍ଟିଡିପ୍ରେସାଣ୍ଟ, ଔଷଧ ଏବଂ ଓପିଓଏଡ ସହିତ ଅନେକ ଔଷଧ ଯୋଗୁ ଉଚ୍ଚ ସ୍ତରରେ ପରିଣତ ହୋଇପାରେ | [୧] ଲକ୍ଷଣ କିମ୍ବା ପିଟୁଇଟାରୀ ଅର୍ବୁଦ ଥିବା ଲୋକଙ୍କଠାରେ କେବଳ ପରୀକ୍ଷା କରାଯାଏ | [୩] ସାଧାରଣ ସ୍ତର ପୁରୁଷମାନଙ୍କରେ ୩୬୦ ଏମଆଇୟୁ/ଲି (20 ନାଗ୍ରା/ମିଲି)ରୁ କମ୍ ଏବଂ ମହିଳାମାନଙ୍କରେ ୪୦ରୁ ୫୩୦ mIU / ଲି (୨ରୁ ୧୫ ନାଗ୍ରା/ମିଲି) | [୪] ଗର୍ଭାବସ୍ଥାରେ ସାଧାରଣ ସ୍ତର ୧୦୦୦ରୁ ୮୦୦୦ ଏମଆଇୟୁ/ଲି (୫୦ରୁ ୪୦୦ ନାଗ୍ରା/ମିଲି) ଅଟେ | [୫]
ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ | [୨] ପ୍ରୋଲାକ୍ଟିନୋମା ରୋଗରେ କାର୍ବେଗୋଲିନ ଚିକିତ୍ସା କଲେ ପ୍ରାୟ ଭଲ ଫଳ ମିଳେ | [୩] ସାଧାରଣ ଜନସଂଖ୍ୟାର ୧%ରୁ କମ୍ ପ୍ରଭାବିତ ହୋଇଥିଲେ ମଧ୍ୟ ଏହା ଆମୋନୋରିଆ ରୋଗୀଙ୍କ ମଧ୍ୟରୁ 14% ଲୋକଙ୍କର ପ୍ରୋଲାକ୍ଟିନୋମା ଉପସ୍ଥିତ ଥାଇପାରେ | [୧] ମହିଳାମାନେ ପୁରୁଷଙ୍କ ଅପେକ୍ଷା ପ୍ରୋଲାକ୍ଟିନୋମାଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି | [୧] ଉଚ୍ଚ ପ୍ରୋଲାକ୍ଟିନରୁ ଉତ୍ପନ୍ନ ଲକ୍ଷଣଗୁଡିକ ହିପୋକ୍ରେଟସ ସମୟରୁ ବର୍ଣ୍ଣନା କରାଯାଇଥିଲା ଓ ୧୯୩୦ଦଶକରେ ପ୍ରୋଲାକ୍ଟିନ୍ ସହିତ ଲିଙ୍କ ଥିବା ଆବିଷ୍କାର ହୋଇଥିଲା | [୬]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Thapa, S; Bhusal, K (January 2020). "Hyperprolactinemia". PMID 30726016.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ Thapa, S; Bhusal, K (January 2020). "Hyperprolactinemia". PMID 30726016.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ Chen, AX; Burt, MG (December 2017). "Hyperprolactinaemia". Australian prescriber. 40 (6): 220–224. doi:10.18773/austprescr.2017.060. PMID 29375184.
- ↑ "Prolactin | Lab Tests | GLOWM". www.glowm.com (in ଇଂରାଜୀ). Archived from the original on 7 February 2019. Retrieved 18 November 2020.
- ↑ "Prolactin | Lab Tests | GLOWM". www.glowm.com (in ଇଂରାଜୀ). Archived from the original on 7 February 2019. Retrieved 18 November 2020.
- ↑ Melmed, Shlomo; Jameson, J. Larry; Groot, Leslie J. De (2013). Endocrinology Adult and Pediatric: Neuroendocrinology and The Pituitary Gland E-Book (in ଇଂରାଜୀ). Elsevier Health Sciences. p. e188. ISBN 978-0-323-22155-9. Archived from the original on 2021-08-28. Retrieved 2020-11-18.